ETV Bharat / state

23ରୁ କାଚିବ ! ମାଡି ଆସୁଛି ଆଉ ଏକ ଲଘୁଚାପ, ଅକ୍ଟୋବରରେ ହେବ କି ବାତ୍ୟା ?

ଆସନ୍ତା ୨୧ ତାରିଖ ବେଳକୁ କେନ୍ଦ୍ରୀୟ-ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ୨୨ କିମ୍ବା ୨୩ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ ।

author img

By ETV Bharat Odisha Team

Published : 2 hours ago

Odisha Weather
Odisha Weather (IMD)

ଭୁବନେଶ୍ବର: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେଇଛି । ଏହାର ପ୍ରଭାବ ଓଡିଶା ଉପରେ ନଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ ପରବର୍ତ୍ତୀ ସମୟରେ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ନେଇ ମଧ୍ୟ ସୂଚନା ମିଳିଛି । ଆସନ୍ତା ୨୧ ତାରିଖ ବେଳକୁ କେନ୍ଦ୍ରୀୟ-ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ୨୨ କିମ୍ବା ୨୩ ତାରିଖ ସୁଦ୍ଧା ଅବପାତରେ ପରିଣତ ହେବା ସହ ଉତ୍ତର-ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଥିବା କହିଛନ୍ତି ପାଣିପାଗ ବିଶେଷଜ୍ଞ । ଏପରିକି ଏହା ଓଡି଼ଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହିଛି। କିନ୍ତୁ ଏହାର ପ୍ରଭାବ ଓଡି଼ଶା ଉପରେ ରହିବ କି ନାହିଁ ତୀବ୍ରତା କେତେ ହେବ, ସେନେଇ ସ୍ପଷ୍ଟ ହୋଇନାହିଁ।

୨୧ରେ ଲଘୁଚାପ !

  • ଅକ୍ଟୋବର ୨୧ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ
  • ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ଲଘୁଚାପ
  • ୨୪ରେ ଓଡ଼ିଶା ଉପକୂଳରେ ପହଞ୍ଚିବା ନେଇ IMDର ସୂଚନା
Odisha Weather (ETV Bharat Odisha)

ରହିଛି କି ବାତ୍ୟା ଆଶଙ୍କା?

ପାଣିପାଗ ବିଶେଷଣଜ୍ଞ ଶରତ ସାହୁ କହିଛନ୍ତି, "ଲଘୁଚାପ ହେବ କି ନାହିଁ ସେନେଇ କୌଣସି ସ୍ପଷ୍ଟ ଚିତ୍ର ନାହିଁ ବୋଲି ବିଭାଗ ସୂଚନା ଦେଇଛି। ଅଧିକ ଘନୀଭୂତ ହେବାର ସମ୍ଭାବନା ଏଯାବତ ନ ଥିବାବେଳେ ଏହାର ପ୍ରଭାବରେ ୨୩ ରୁ ୨୬ ଯାଏଁ ବର୍ଷା ହୋଇପାରେ ।" ପୂର୍ବରୁ ଅକ୍ଟୋବର ମାସରେ ଓଡିଶା ଉପକୂଳରେ ବାତ୍ୟାର ନଜିର ରହିଥିବାରୁ ଏହି ଘୂର୍ଣ୍ଣିବଳୟ ବାତ୍ୟା ରୂପ ନେଇପାରେ ବୋଲି ଆଶଙ୍କା ରହୁଛି । ଏପଟେ ରାଜ୍ୟରୁ ଦକ୍ଷିଣ ପଶ୍ଚିମ ମୌସୁମୀ ଅପସରି ଯାଇଥିବାବେଳେ ଉତ୍ତରପୂର୍ବ ଅଞ୍ଚଳରେ ଏହା ସକ୍ରିୟ ରହିଛି । ଫଳରେ ତାମିଲନାଡୁ ସହ ଦକ୍ଷିଣ ଭାରତ ରାଜ୍ୟ ଗୁଡ଼ିକରେ ବର୍ଷା ହେଉଛି ।

Odisha Weather
Odisha Weather (IMD)

ଏହା ବି ପଢନ୍ତୁ...୨୨ରେ ବାତ୍ୟା ଭୟ ! ଓଡ଼ିଶା ମୁହାଁ ହେବ କି ନାହିଁ, ଲଘୁଚାପ ପରେ IMD କରିବ ସ୍ପଷ୍ଟ

ଏହା ମଧ୍ୟ ପଢନ୍ତୁ...ଓଡ଼ିଶାରେ କେମିତି ରହିବ ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବ ? ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତାମିଲନାଡୁ-କର୍ଣ୍ଣାଟକ

ଏହା ମଧ୍ୟ ପଢନ୍ତୁ...୯ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କ

ମେଘୁଆ ପାଗ ଓ ବର୍ଷା:

Odisha Weather
Odisha Weather (IMD)

ଓଡ଼ିଶାରେ କୌଣସି ପ୍ରଭାବ ନଥିବାବେଳେ ଦକ୍ଷିଣ ଓଡ଼ିଶାରେ କାଁଭାଁ ସ୍ଥାନରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ହେଲେ ବର୍ତ୍ତମାନ ରାଜ୍ୟରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ପାଗ ମୁଖ୍ୟତଃ ଶୁଖିଲା ରହିବ। କିନ୍ତୁ ପୂର୍ବ ଦିଗରୁ ହେଉଥିବା ବାୟୁ ପ୍ରବାହ ଯୋଗୁ ଆଦ୍ରତାର ପରିମାଣ ଅଧିକ ରହୁଥିବାରୁ କିଛି ସ୍ଥାନରେ ମେଘୁଆ ପାଗ ସହ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ସୁନ୍ଦରଗଡ଼, ଗଞ୍ଜାମ, ରାୟଗଡା, କୋରାପୁଟ, ମାଲକାନଗିରି ଓ ଗଜପତିରେ ହାଲୁକରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.