ETV Bharat / state

ବନ୍ଧା ହୋଇ କୋର୍ଟଚାଲାଣ ହେଲେ CT & GST ସହକାରୀ କମିଶନର - CT GST Asst Commissioner arrest - CT GST ASST COMMISSIONER ARREST

CT & GST Commissioner arrested: ବନ୍ଧା ହୋଇ କୋର୍ଟଚାଲାଣ ହେଲେ CT & GST ସହକାରୀ କମିଶନର । ଗତକାଲି ଏକାଧିକ ଠିକଣାରେ ହୋଇଥିଲା ଚଢଉ । ଅଧିକ ପଢନ୍ତୁ

ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ CT & GST ସହକାରୀ କମିଶନର
ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ CT & GST ସହକାରୀ କମିଶନର (ETV Bharat Odisha)
author img

By ETV Bharat Odisha Team

Published : Aug 18, 2024, 3:41 PM IST

କଟକ: ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ଯାଜପୁର ସହକାରୀ ସିଟି ଓ ଜିଏସଟି କମିଶନର ବିନୟ ଭୂଷଣ ତ୍ରିପାଠୀ । ସ୍କ୍ରାପ ଗାଡିକୁ ଅଟକାଇ ଲାଞ୍ଚ ମାଗିବା ଘଟଣାରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ବିନୟ ତ୍ରିପାଠୀ ଓ ତାଙ୍କ ଦୁଇ ସହଯୋଗୀ ଜ୍ୟୋତି ପଟ୍ଟନାୟକ, ମହମ୍ମଦ ଗୋଲାମ ସଦ । କାଲି ବିନୟଙ୍କ ବାସଭବନ ସମେତ ଏକାଧିକ ଠିକଣାରେ ଭିଜିଲାନ୍ସ ୟୁନିଟ ଚଢାଉ କରିଥିଲା ।

ବନ୍ଧା ହୋଇ କୋର୍ଟ ଚାଲାଣ ହେଲେ CT & GST ସହକାରୀ କମିଶନର (ETV Bharat Odisha)
  • ଭିଜିଲାନ୍ସ ଏସପିଙ୍କ ସୂଚନା:-

ଭିଜିଲାନ୍ସ ଏସପି ସୁଧାଂଶୁ ମିଶ୍ରଙ୍କ କହିବାନୁଯାୟୀ, ମେ’ 7 ତାରିଖରେ ଜାତୀୟ ରାଜପଥରେ ଏକ ସ୍କ୍ରାପ ବୋଝେଇ ଗାଡିକୁ ଅଟକାଇଥିଲେ ବିନୟ ଭୂଷଣ । ଏହାପରେ ଗାଡି ଛାଡିବା ପାଇଁ 2.5 ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଗାଡିରେ 8.89 ଲକ୍ଷ ଟଙ୍କାର 22 କେଜି ସ୍କ୍ରାପ ରହିଥିଲା । ଯାହା ଫଳରେ ମୋଟା ଅଙ୍କର ଟଙ୍କା ମାଗିଥିଲେ ବିନୟ ।ଏହାବ୍ୟତୀତ ଜିଏସ୍ଟି ନିୟମକୁ ଉଲ୍ଲଙ୍ଘନ କରି ଉଦ୍ଦେଶ୍ୟମୂଳକ ଭାବରେ ସମସ୍ତ ସ୍କ୍ରାପକୁ ଅନ୍ୟ ସ୍କ୍ରାପ୍ ଡିଲରଙ୍କୁ ବେଆଇନ ଭାବରେ ବିକ୍ରୟ କରୁଥିଲେ । 8 ଲକ୍ଷ ଟଙ୍କାର ସ୍କ୍ରାପକୁ 5 ଲକ୍ଷ ଟଙ୍କାର ବିକ୍ରି କରି ସମସ୍ତ ଟଙ୍କାକୁ ବ୍ୟାଙ୍କରେ ଜମା କରୁଥିଲେ ବିନୟ । ଏହାସହ ଯେଉଁ ଟଙ୍କା ସେ ଆଦାୟ କରୁଥିଲେ ତାକୁ ତାଙ୍କ ପରିବାର ସଦସ୍ୟଙ୍କ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରେ ନଗଦ ଜମା ହିସାବରେ ଜମା କରୁଥିଲେ ।’’

ଏହା ମଧ୍ୟ ପଢନ୍ତୁ:- ଟ୍ୟାକ୍ସ ଆଦାୟ ନାଁରେ ନେଉଥିଲେ ଲାଞ୍ଚ, ଭିଜିନାନ୍ସ ଜାଲରେ CT GST ଆସିଷ୍ଟାଣ୍ଟ କମିସନର - CT GST OFFICER ON VIGILANCE NET

  • ଗତକାଲି ଏକାଧିକ ଠିକଣାରେ ହୋଇଥିଲା ଚଢଉ

ତେବେ ଅଭିଯୋଗ ଆସିବା ପରେ ଗତକାଲି ଭିଜିଲାନ୍ସ ପକ୍ଷରୁ ସର୍ଚ୍ଚ ଅପ୍ରେସନ ଆରମ୍ଭ ହୋଇଥିଲା । ଭୁବନେଶ୍ୱର, ଯାଜପୁର, ଖୋର୍ଦ୍ଧା କେନ୍ଦ୍ରାପଡା ଆଦି ଜିଲ୍ଲାରେ ଥିବା ବିଭିନ୍ନ ଘର ଓ କାର୍ଯ୍ୟଳୟରେ ରେଡ଼ ପରେ ଏହି ସଙ୍ଗୀନ ପ୍ରମାଣ ହସ୍ତଗତ କରିଥିଲା ଭିଜିଲାନ୍ସ । ତେଣୁ ଆଜି ବିନୟ ତ୍ରିପାଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଭିଜିଲାନ୍ସ ।

  • ସ୍କ୍ରାପ ବ୍ୟବସାୟୀଙ୍କ ଠାରୁ ଲାଞ୍ଚ ହେରଫେର:-

ଗତ ମେ ମାସରେ ତ୍ରିପାଠି ଓ ତାଙ୍କ ଏନଫୋର୍ସମେଣ୍ଟ ୟୁନିଟ ଯାଯପୁରରେ ଏକ ସ୍କ୍ରାପ ବ୍ୟବସାୟିକୁ ଧରିଥିଲେ । ଟ୍ରକ ବୋଝେଇ ସ୍କ୍ରାପ ନେଇଯାଉଥିବା ଟ୍ରକ OD-04-L-2233 ରେ ୮ଲକ୍ଷ ୮୯ହଜାର ଟଙ୍କାର ଜିନିଷ ଥିଲା । ଏନେଇ ଟ୍ରକ ଓନରକୁ ୩ଲକ୍ଷ ୨୦ହଜାର‌ଟଙ୍କା ଡିପୋଜିଟ ପାଇଁ କହିଥିଲେ । ଆଉ ବେଆଇନ ଭାବେ ୨ଲକ୍ଷ ୫୦ହଜାର‌ଟଙ୍କା ଦେଲେ ତାଙ୍କ ଗାଡି ଓ ଜିନିଷ ରିଲିଜ କରିବା ପାଇଁ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.