ETV Bharat / state

ପ୍ରଶିକ୍ଷିତ ହେବେ ନବାଗତ ବିଧାୟକ: ବିଜେଡି ଓ କଂଗ୍ରେସର ବର୍ଜନ ମଧ୍ୟରେ ଆରମ୍ଭ ହେଲା ଦୁଇଦିନିଆ ଟ୍ରେନିଂ - Training program for new MLA

author img

By ETV Bharat Odisha Team

Published : Aug 17, 2024, 11:47 AM IST

Updated : Aug 17, 2024, 1:28 PM IST

Two Day Training program For Newly Elected MLAs: ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ନୂଆ ବିଧାୟକଙ୍କୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ କିରଣ ରିଜଜୁ । ପ୍ରଶିକ୍ଷଣ ଶିବିରକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସର ବର୍ଜନ । ବରିଷ୍ଠଙ୍କ ଅଭିଜ୍ଞତା ସେୟାର କରିବା ପାଇଁ ଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ ହେବେ ନୂଆ ବିଧାୟକ, ଆରମ୍ଭ ହେଲା କାର୍ଯ୍ୟକ୍ରମ
ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ ହେବେ ନୂଆ ବିଧାୟକ, ଆରମ୍ଭ ହେଲା କାର୍ଯ୍ୟକ୍ରମ (ETV Bharat Odisha)

ଭୁବନେଶ୍ବର: ସଂସଦୀୟ ପ୍ରକ୍ରିୟା ସମ୍ପର୍କରେ ପ୍ରଶିକ୍ଷିତ ହେବେ ନୂଆ ବିଧାୟକ । ସେଥିପାଇଁ ଆଜିଠାରୁ ବିଧାନସଭାରେ ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଏହାକୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ ଉଦଘାଟନ କରିଛନ୍ତି । ଏହି ଦୁଇଦିନିଆ କର୍ମଶାଳାର ନାମ ରଖାଯାଇଛି ‘ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ’ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏହି ଦୁଇଦିନିଆ କାର୍ଯ୍ୟକ୍ରମ ଚାଲିବ । ରାଜ୍ୟରେ ଏଥର ରେକର୍ଡ ସଂଖ୍ୟକ 84 ଜଣ ନୂଆ ବିଧାୟକ ନିର୍ବାଚିତ ହୋଇ ଆସିଛନ୍ତି । ଯେଉଁମାନଙ୍କର ଗୃହ ପ୍ରକ୍ରିୟା ସମ୍ପର୍କରେ କୌଣସି ଧାରଣ ନାହିଁ । ମାତ୍ର ଏହି କାର୍ଯ୍ୟକ୍ରମକୁ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ ବର୍ଜନ କରିଛନ୍ତି ।

ପ୍ରଶିକ୍ଷିତ ହେବେ ନବାଗତ ବିଧାୟକ: ବିଜେଡି ଓ କଂଗ୍ରେସର ବର୍ଜନ ମଧ୍ୟରେ ଆରମ୍ଭ ହେଲା ଦୁଇଦିନିଆ ଟ୍ରେନିଂ (ETV Bharat Odisha)
  • ନବାଗତଙ୍କ ସହ ଅନୁଭବ ବାଣ୍ଟିବେ ବରିଷ୍ଠ:-

ସପ୍ତଦଶ ବିଧାନସଭାକୁ ବିଭିନ୍ନ ଦଳର ମୋଟ 84ଜଣ ନବନିର୍ବାଚିତ ବିଧାୟକ ବିଧାୟିକା ଆସିଛନ୍ତି । ସଂସଦୀୟ ବ୍ୟାପାର ଓ ଗୃହ କାର୍ଯ୍ୟ ପ୍ରଣାଳୀ ସମ୍ପର୍କରେ ଏମାନଙ୍କ ପ୍ରଶିକ୍ଷଣ ପାଇଁ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ାଙ୍କ ସହ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ସମତେ ବିଜେପିର ବିଧାୟକମାନେ ଉପସ୍ଥିତ ଅଛନ୍ତି । ଆଜି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ ଏବଂ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର ଗୋଟିଏ ଗୋଟିଏ ସେସନ ରହିଛି । ଯେଉଁଥିରେ ବରିଷ୍ଠମାନେ ନବାଗତଙ୍କ ସମ୍ମୁଖରେ ନିଜର ଅଭିଜ୍ଞତା ବାଣ୍ଟିବେ । ବିଧାନସଭା ରୁଲିଂ ଓ ପ୍ରୋସିଡିଂ ସମ୍ପର୍କରେ ବିଧାୟକ ବିଧାୟିକାମାନଙ୍କୁ ଅବଗତ କରିବା ସହ ଗୃହରେ ଫଳପ୍ରଦ ଆଲୋଚନା ଓ ଜଣେ ଜନପ୍ରତିନିଧି ଭାବେ ଭଲ ପ୍ରଦର୍ଶନ ପାଇଁ ମନ୍ତ୍ର ଦେବେ ।

ପ୍ରଶିକ୍ଷିତ ହେବେ ନବାଗତ ବିଧାୟକ: ବିଜେଡି ଓ କଂଗ୍ରେସର ବର୍ଜନ ମଧ୍ୟରେ ଆରମ୍ଭ ହେଲା ଦୁଇଦିନିଆ ଟ୍ରେନିଂ

ଏହା ମଧ୍ୟ ପଢନ୍ତୁ :- ଆଜିଠୁ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ; ଅପ୍ରସଙ୍ଗକୁ ପ୍ରସଙ୍ଗ କରୁଛନ୍ତି ବିରୋଧୀ; ଗର୍ବ ଓ ଅହଂକାରରେ ଫାଟି ପଡୁଛି ବିଜେଡି କହିଲେ ମୁକେଶ ମହାଲିଙ୍ଗ - Mukesh Mahaling on assembly issue

  • ବର୍ଜନ କରିଛନ୍ତି ବିଜେଡି ଓ କଂଗ୍ରେସ :-

ତେବେ ମୋହନ ସରକାରଙ୍କ ଏହି କାର୍ଯ୍ୟକ୍ରମକୁ ଉଭୟ ବିରୋଧୀ ‘ବିଜେଡି’ ଓ ‘କଂଗ୍ରେସ’ ବର୍ଜନ କରିଛନ୍ତି । କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କିମ୍ବା ମୁଖ୍ୟ ବିରୋଧୀ ବିଜେଡିର କୌଣସି ବିଧାୟକ ଯୋଗ ଦେଇନାହାନ୍ତି । ଅନ୍ୟପଟେ ବିଜେପି କହିଛି, ଏହା କୌଣସି ରାଜନୈତିକ କାର୍ଯ୍ୟକ୍ରମ ନୁହେଁ । ଅଯଥା ପ୍ରସଙ୍ଗକୁ ପ୍ରସଙ୍ଗ କରି ନୂଆ ବିଧାୟକମାନଙ୍କୁ ଏହି କାର୍ଯ୍ୟକ୍ରମରୁ ଦୁଇ ଦଳ ବଞ୍ଚିତ କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 17, 2024, 1:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.