ETV Bharat / state

କଲବଲ କରିବ ଗରମ ଗୁଳୁଗୁଳି, କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି - Odisha Weather

author img

By ETV Bharat Odisha Team

Published : May 19, 2024, 9:29 PM IST

Odisha Weather Update: ମାଳଦ୍ବୀପ ଓ କମରିନର କିଛି ଅଞ୍ଚଳରେ ପ୍ରବେଶ କରିଛି ମୌସୁମୀ ବାୟୁ । 4ରୁ 5 ଦିନ ପର୍ଯ୍ୟନ୍ତ ଗରମ ଏବଂ ଆର୍ଦ୍ର ପାଣିପାଗ । କିଛି କିଛି ସ୍ଥାନରେ ବର୍ଷା ସହ ବଜ୍ରପାତ । ଅଧିକ ପଢ଼ନ୍ତୁ

4ରୁ 5ଦିନ ଲାଗି ରହିବ ଗରମ ଗୁଳୁଗୁଳି ପାଗ, କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି
4ରୁ 5ଦିନ ଲାଗି ରହିବ ଗରମ ଗୁଳୁଗୁଳି ପାଗ, କିଛି ସ୍ଥାନରେ ବର୍ଷା ସହ ବିଜୁଳି ଘଡ଼ଘଡ଼ି (ETV Bharat Odisha)

ଭୁବନେଶ୍ବର: ଆଣ୍ଡାମାନ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ । ମାଳଦ୍ବୀପ ଓ କମରିନର କିଛି ଅଞ୍ଚଳରେ ମୌସୁମୀ ବାୟୁ ପ୍ରବେଶ କରିଛି । ଏହାସହ ଦକ୍ଷିଣ ବଙ୍ଗୋପସାଗର ଓ ନିକୋବର ଦ୍ଵୀପପୁଞ୍ଜର କିଛି ଅଞ୍ଚଳରେ ବି ମୌସୁମୀ ପ୍ରବେଶ କରିଛି । ପରେ ୩୧ ମେ' ବେଳକୁ କେରଳ ଛୁଇଁବାର ସମ୍ଭାବନା ଥିବା ବେଳେ ଏହା ପରେ ହିଁ ଓଡିଶାକୁ କେବେ ମୌସୁମୀ ପ୍ରବେଶ କରିବ ତାହା କଥା ସ୍ପଷ୍ଟ ହୋଇନାହିଁ । ସେପଟେ ଆସନ୍ତା ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଅର୍ଥାତ ବିଜୁଳି ଘଡଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି ।

ଆସନ୍ତାକାଲି ଉପକୂଳ ଓଡ଼ିଶାରେ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ରହିବ । ବର୍ତ୍ତମାନ ରାଜ୍ୟରେ ସ୍ୱାଭାବିକ ଠାରୁ ୨ରୁ ତିନି ଡିଗ୍ରୀ ତାପମାତ୍ରା ଅଧିକ ରହିବା ସହ ଆଦ୍ରତାର ପରିମାଣ ୫୦ ପ୍ରତିଶତରୁ ଅଧିକ ରହୁଥିବା ବେଳେ ଗରମ ସହ ଗୁଳୁଗୁଳି ଅନୁଭୂତି ସହ ଉଷ୍ମ ଓ ଆଦ୍ର ପାଣିପାଗ ସ୍ଥିତି ଜାରି ରହିଛି ବୋଲି ପାଣିପାଗ ବିଭାଗ ଆକଳନ କରିଛି । ସେପଟେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ୨ରୁ ୪ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରିଛି ବିଭାଗ । ଆଭ୍ୟନ୍ତରୀଣ ଓଡ଼ିଶାରେ ବିଶେଷ କରି ଏହାର ପ୍ରଭାବ ରହିବ । ବାୟୁ ଚଳାଚଳ ଓ କାଳବୈଶାଖୀ ବର୍ଷା କମିବାକୁ ନେଇ ତାପମାତ୍ରା ବୃଦ୍ଧି ପାଉଥିବା ବେଳେ ୨୧, ୨୨ ଓ ୨୩ରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ରହିଥିବା ବେଳେ ୪୫ ଡିଗ୍ରୀ ତାପମାତ୍ରା ଛୁଇଁବାର ସମ୍ଭାବନା ରହିଛି ।

ଅନ୍ୟପଟେ ୨୨ ତାରିଖ ବେଳକୁ ରାଜ୍ୟରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବା ବେଳେ ପ୍ରାଥମିକ ସ୍ତରରେ ଏହାର ଗତି ଉତ୍ତର ଓ ଉତ୍ତର ପୂର୍ବ ଆଡକୁ ରହିବ । ଧୀରେ ଧୀରେ ଲଘୁଚାପ ଯେତେବେଳେ କେନ୍ଦ୍ରୀୟ ବଙ୍ଗୋପସାଗରରେ ପହଁଚିବ ଆହୁରି ଘନୀଭୂତ ହୋଇ ଅବପାତର ରୂପ ନେବ । ୨୪ ତାରିଖ ବେଳକୁ ଏହା ଅବପାତ ରୂପ ନେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କିନ୍ତୁ ବର୍ତ୍ତମାନ ଏହାର ଗତିପଥ ଓ ତୀବ୍ରତାକୁ ନେଇ କୌଣସି ଆକଳନ କରାଯାଇନାହିଁ ବୋଲି ବିଭାଗ ସୂଚନା ଦେଇଥିବା ବେଳେ ବାତ୍ୟାର ସେଭଳି କିଛି ସୂଚନା ନଥିବା ସ୍ପଷ୍ଟ କରିଛି ପାଣିପାଗ ବିଭାଗ ।

ଏହା ମଧ୍ୟ ପଢ଼ନ୍ତୁ...ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ, ୨୨ରେ ଲଘୁଚାପ କ୍ଷେତ୍ର ସୃଷ୍ଟି ସମ୍ଭାବନା - Odisha Weather
ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାରେ କେତେକ ବର୍ଷା ଅନୁଭୂତ ହୋଇଛି । ମାଲକାନଗିରି ପଡିଆରେ ୬୧.୨ ମିମି ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ଖରା ଗରମ ସହ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଖୋର୍ଦ୍ଧା ଓ ଚାନ୍ଦବାଲିରେ ସର୍ବାଧିକ ୩୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.