ETV Bharat / state

ମୋହନ ମାଝୀ ସରକାରଙ୍କ ବଡ଼ ଘୋଷଣା: ଓଡ଼ିଶାରେ ହେବ ସୁନାମୀ ରେଡି ଭିଲେଜ, 500ଟି ନୂଆ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ - ODISHA DISASTER PREPAREDNESS DAY

ରାଜ୍ୟରେ ବିଶ୍ବସ୍ତରୀୟ ଅତ୍ୟାଧୁନିକ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର ନିର୍ମାଣ ହେବ । ସୁନାମୀ ରେଡି ଭିଲେଜ ସହ ଆହୁରି 500ଟି ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରିବେ ମୋହନ ସରକାର ।

ODISHA DISASTER PREPAREDNESS DAY
ODISHA DISASTER PREPAREDNESS DAY (ETV Bharat odisha)
author img

By ETV Bharat Odisha Team

Published : Oct 29, 2024, 10:30 PM IST

ଭୁବନେଶ୍ବର: ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ ମୁକାବିଲା ପାଇଁ ଏଥର ନିଆଯାଉଛି ନୂଆ ଢାଞ୍ଚାରେ ପଦକ୍ଷେପ । "ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟକୁ ଓଡ଼ିଶାର ବନ୍ଧୁ ଭଳି ନିମନ୍ତ୍ରଣ କରନ୍ତୁ । ଅତିଥି ସତ୍କାର କଲାଭଳି ସର୍ବଦା ମୁକାବିଲା କରନ୍ତୁ । କାରଣ ଭାରତର ପ୍ରାକୃତିକ ବିପର୍ଯ୍ୟୟ ରାଜଧାନୀ ହେଉଛି ଓଡ଼ିଶା" ଏଭଳି କହି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ODISHA DISASTER PREPAREDNESS DAY (ETV Bharat odisha)

ଗଠନ ହେବ ଲୋକାଲ ରେସ୍ପନ୍ସ ଟିମ୍:

ପ୍ରତି ଗାଁରେ ଗଠନ ହେବ 'ଲୋକାଲ ରେସ୍ପନ୍ସ ' ଟିମ୍ ଅର୍ଥାତ୍ ସ୍ବତନ୍ତ୍ର ଭାବେ ବିପର୍ଯ୍ୟୟ ମୁକାବିଲା କଲାଭଳି ଏକ ଟିମ୍ । ଏହାପ୍ରତି ରାଜସ୍ବ ଗାଁରେ ଗଠନ କରାଯିବ ।ଏମାନେ ପ୍ରତି ଗାଁରେ କାମ କରିବେ । ଯାହା ସୂଚନା ଆସିବ ତାହାକୁ ବ୍ଲକ ,ଜିଲ୍ଲାକୁ ଓ କଣ୍ଟ୍ରୋଲ ରୁମକୁ ଦେବେ । ବିପର୍ଯ୍ୟୟ ଓ ବିପଦ ଆପଦ ସହ ଦୁର୍ଘଟଣା ଭଳି ସ୍ଥିତି ମୁକାବିଲା କରିବା ସହଜ ହେବ ।

ODISHA DISASTER PREPAREDNESS DAY
ODISHA DISASTER PREPAREDNESS DAY (ETV Bharat odisha)

500ଟି ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ:

କେବଳ ସେତିକି ନୁହେଁ ନୂଆ ଢାଞ୍ଚାରେ ହେବ ଆହୁରି 500ଟି ନୂତନ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ।ଯେଉଁଠି କେବଳ ଯେ ବାତ୍ୟା ବନ୍ୟା ଆଶ୍ରୟସ୍ଥଳୀ ନୁହେଁ ବରଂ ବାହାଘର ମଣ୍ଡପ , ସାମାଜିକ କାର୍ଯକ୍ରମ ଭଳି କମୁନିଟି ସେଣ୍ଟର‌ ଓ ସ୍କୁଲ ପରିଚାଳନା ଭଳି କାର୍ଯକ୍ରମ ଚାଲି ପାରିବ । ଏନେଇ ପ୍ରାଧାନ୍ୟ ଦେଇ ସର୍ଭେ କରାଯିବ । ବର୍ତ୍ତମାନ 844ଟି ମଲ୍ଟି ପର୍ପୋଜ ସାଇକ୍ଲୋନ ସେଣ୍ଟର‌ ରହିଛି ।

3ଶହ ପାର ସୁନାମୀ ଭିଲେଜ ଲକ୍ଷ୍ୟ:

ପ୍ରାକୃତିକ ଦୁର୍ବିପାକ ଓ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଓଡ଼ିଶାରେ 381 ସୁନାମୀ ରେଡି ଭିଲେଜ ପ୍ରତିଷ୍ଠା ହେବ । ବର୍ତ୍ତମାନ 26ଟି ଗାଁ ସୁନାମୀ ରେଡି ଗାଁ ରହିଛି । ଏହାକୁ ବୃଦ୍ଧି କରି 255 ନୂଆ ଗାଁ ଘୋଷଣା କରାଯାଇଛି । ଆଗକୁ 381 ସୁନାମୀ ରେଡି ଭିଲେଜ ପାଇଁ ଯୋଜନା ରହିଛି । ଅର୍ଥାତ୍ ସୁନାମୀ ଆସିଲେ ବି ଏହି ସବୁ ଗାଁ ମୁକାବିଲା ପାଇଁ ପ୍ରସ୍ତୁତ ରହିବ । ଏନେଇ‌ ସ୍ବତନ୍ତ୍ର ଭାବେ ସର୍ଭେ ଓ ନୂଆ ଢାଞ୍ଚାରେ ବିଭିନ୍ନ ଦିଗକୁ ଗୁରୁତ୍ବ ଦିଆଯିବ‌ । ସୁନାମୀ ରେଡି ଗାଁ ଭାବେ, ବାଲେଶ୍ବର ଜିଲ୍ଲା ଚାରୋଟି ଗାଁ, ଭଦ୍ରକ ,କେଦ୍ରାପଡା, ପୁରୀ ଏବଂ ଗଞ୍ଜାମର 4ଟି ଗାଁକୁ 2024ର ସୁନାମୀ ରେଡି ଭିଲେଜ ଭାବେ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ‌ ।

ଏମିତି କହିଲେ ମୁଖ୍ୟମନ୍ତ୍ରୀ:

ମୁଖ୍ୟମନ୍ତ୍ରୀ କହିଛନ୍ତି,"100ବର୍ଷର ଇତିହାସ କହୁଛି । ବିନା ବାତ୍ୟା, ମରୁଡି ଓଡ଼ିଶାରେ ବିପର୍ଯ୍ୟୟ ହୋଇନାହିଁ । ଭୌଗୋଳିକ ସ୍ଥିତି ଏପରି ଯେ ଏହାକୁ ଭାରତର ପ୍ରାକୃତିକ ବିପର୍ଯ୍ୟୟର ରାଜଧାନୀ ବୋଲି ଓଡ଼ିଶାକୁ କୁହାଯାଏ । ଏହାକୁ ରୋକିବାକୁ ପଡିବ । ଟିମ୍ ୱାର୍କ ସଚେତନତାର ବାର୍ତ୍ତା ଓ ନିଜ ଭିତରେ ଥିବା ମନୋବଳ ଜାଗ୍ରତ କରିବାକୁ ପଡିବ‌। ଯାହାଦ୍ବରା କ୍ଷୟକ୍ଷତି ଏବଂ ଜୀବନହାନି କମାଇପାରିବ । ମୁକାବିଲା ପାଇଁ ମୂଳମନ୍ତ୍ର ଜିରୋ କାଜୁଆଲିଟି ।

ନିର୍ମାଣ ହେବ ବିଶ୍ବସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ର:

ଏହା ମଧ୍ୟ ପଢନ୍ତୁ ...୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା, ଦୀପାବଳିରେ କେମିତି ରହିବ ପାଗ? ଜାଣନ୍ତୁ

ଏହା ମଧ୍ୟ ପଢନ୍ତୁ...କେନ୍ଦ୍ରାପଡ଼ାର ୨ ଅଭିଶପ୍ତ ଗାଁ, ଆଖି ସାମ୍ନାରୁ ୩୭ ଜଣଙ୍କୁ ଭସାଇ ନେଲା ୧୯୯୯ ମହାବାତ୍ୟା ସମୁଦ୍ର ଢେଉ

ବିଶ୍ବସ୍ତରୀୟ ଅତ୍ୟାଧୁନିକ ପ୍ରକୃତିକ ବିପର୍ଯ୍ୟୟ କେନ୍ଦ୍ର ନିର୍ମାଣ କରାଯିବ ।ଅତ୍ୟାଧୁନିକ ଢାଞ୍ଚାରେ ବିପର୍ଯ୍ୟୟ ବିରୋଧି,ଆକ୍ରମଣ ଓ ଦୁର୍ଘଟଣା ମୁକାବିଲା କଲାଭଳି ଏକ କୋଠା ନିର୍ମାଣ କରାଯିବ । ସେଠାରେ ଓସଡମା ବା ବିପର୍ଯ୍ୟୟ ପରିଚାଳନା ବିଭାଗ ଚାଲିବ ।ଏଥିସହ ହେନ୍ତାଳ‌ବନ ଅଧିକ ସୃଷ୍ଟି କରାଯିବ । ଓଡ୍ରାଫ ଟିମ୍ ଆହୁରି 10ଟି ଗଠନ କରାଯିବ ।ଏନେଇ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ସ୍ବୟଂସିଦ୍ଧା ଚୁକ୍ତି ସ୍ବାକ୍ଷର:

ଆଗାମୀ ବର୍ଷେ ମଧ୍ୟରେ ବାତ୍ୟା ପ୍ରବଣ ଜିଲ୍ଲାରେ ମିଶନ ଶକ୍ତି ମହିଳାଙ୍କୁ ଦିଆଯିବ ବିପର୍ଯ୍ୟୟ ପରିଚାଳନା ତାଲିମ । ରାଜ୍ୟର ୧୪ଟି ଜିଲ୍ଲାରେ ମିଶନ ଶକ୍ତିର ମହିଳାମାନଙ୍କୁ ସ୍ଵୟଂସିଦ୍ଧା ନାମରେ ଏହି ତାଲିମ ଦିଆଯିବ । ୧୪ଟି ବାତ୍ୟା ପ୍ରବଣ ଜିଲ୍ଲାରେ ପ୍ରତି ପଞ୍ଚାୟତରେ ୫୦ ଜଣ ମହିଳାଙ୍କୁ ଏହି ତାଲିମ ଦିଆଯିବ । ୩୯୨୨ଟି ପଞ୍ଚାୟତରେ ଏହି ଟ୍ରେନିଂ ଦେବାକୁ ଯୋଜନା କରିଛି ବିଭାଗ । OSDMA ସହ ମିଶନ ଶକ୍ତିର ଏନେଇ ଏକ ଚୁକ୍ତି ସ୍ବାକ୍ଷର କରଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.