ETV Bharat / state

Naxal Free Operation: ପୋଲିସ DGଙ୍କ ବଡ଼ ବୟାନ '2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ଓଡ଼ିଶା' - DG YB Khurania on NAXAL OPERATION

author img

By ETV Bharat Odisha Team

Published : Sep 3, 2024, 10:41 PM IST

Updated : Sep 4, 2024, 9:57 AM IST

Odisha to be Naxal free by March 2026: ମାଓ ଦମନ ନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ବଡ଼ ବୟାନ । ‘୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ’ । ମାଓ ଅଧ୍ୟୁସିତ ଜିଲ୍ଲା ଏସ୍‌ପି, ଡିଆଇଜିଙ୍କ ସହ ବୈଠକ ପରେ ବୟାନ । ‘ଗୃହମନ୍ତ୍ରୀଙ୍କ ଟାସ୍କ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ନିପାତ ସରିବ’। ‘ମାଓ ଦମନରେ ପୂର୍ବରୁ ଓଡ଼ିଶା ପୋଲିସ ଅନେକ ସଫଳତା ପାଇଛି ବୋଲି ଆଜି କହିଛନ୍ତି ଓଡିଶା ପୋଲିସ ଡିଜି Y B ଖୁରାନିଆ । ଅଧିକ ପଢନ୍ତୁ

DG YB Khurania
DG YB Khurania (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ସୀମାନ୍ତ ରାଜ୍ୟରେ ଜୋରଦାର ନକ୍ସଲ ଅପରେସନ । ଗୋଟିଏ ଦିନରେ ଛତିଶଗଡ଼ରେ ଗଡିଛି ୯ ନକ୍ସଲଙ୍କ ମୁ଼ଣ୍ଡ । ଓଡ଼ିଶା ସୀମାବର୍ତି ଜିଲ୍ଲାରେ ହାଇ ଆଲର୍ଟ । କୌଣସି ମୂହୁର୍ତ୍ତରେ ଓଡ଼ିଶା ମୁହାଁ ହୋଇ ଛତ୍ରଭଙ୍ଗ ହୋଇପାରନ୍ତି ମାଓବାଦୀ । ଏନେଇ ସୁଯୋଗ ଅପେକ୍ଷାରେ ଓଡ଼ିଶା ପୋଲିସ । କାରଣ ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ପାଇଁ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଦେଇଛନ୍ତି ଟାର୍ଗେଟ । ସେନେଇ ୨୬ ସୁଦ୍ଧା ନକ୍ସଲ ସଫା ପାଇଁ ଚାଲିଛି ଜୋରଦାର ଅଭିଯାନ ।

naxal (naxal)

ଏନେଇ ପୋଲିସ ଡିଜି Y B ଖୁରାନିଆ ପ୍ରତିକ୍ରିୟାରେ କହିଛନ୍ତି, "ମାର୍ଚ୍ଚ ୨୦୨୬ ସୁଦ୍ଧା ଓଡ଼ିଶାରୁ ନକ୍ସଲ ମୂଳ ପୋଛ ହେବ । ଏନେଇ ଛତିଶଗଡ଼ରେ ଅପରେସନ ପରେ ନକ୍ସଲ ଅଧ୍ୟୁଷିତ ଜିଲ୍ଲାର ଜିଲ୍ଲା SP ମାନଙ୍କ ସହ ଆଲୋଚନା ହେଇଛି। ବିଭିନ୍ନ ରେଞ୍ଜ DIG ଓ IG ମାନଙ୍କ ସହ ଆଲୋଚନା କରାଯାଇଛି । ଗ୍ରାଉଣ୍ଡ ପରିସ୍ଥିତି ବୁଝା ହେଇଛି ଓ ଆଗାମୀ ଦିନରେ ଆଣ୍ଟି ନକ୍ସଲ ଅପରେସନ କାର୍ଯ୍ୟକ୍ରମକୁ ତ୍ୱରିତ କରିବା ନେଇ ମଧ୍ୟ ଆଲୋଚନା ହେଇଛି । ଆଶା କରୁଛୁ ମାର୍ଚ୍ଚ ୨୦୨୬ ସୁଦ୍ଧା ନକ୍ସଲ ମୂଳପୋଛ ହେବ । ସେଥିରେ ସଫଳ ହେବୁ। ଗୃହ ମନ୍ତ୍ରୀ ଯେଉଁ ଟାର୍ଗେଟ ଦେଇଛନ୍ତି ନକ୍ସଲ ମୂଳପୋଛ ପାଇଁ ସେନେଇ ଅଭିଯାନ ଜାରି ରହିବ । ଏଥି ସହ ଓଡ଼ିଶା ପୋଲିସ ନକ୍ସଲ ଦମନ୍ କ୍ଷେତ୍ରରେ ବିଗତ ଦିନରେ ଭଲ ପ୍ରଦର୍ଶନ କରିଛି । ରାଷ୍ଟ୍ରୀୟ ସ୍ତରରେ ଆମକୁ ମାନ୍ୟତା ମିଳିଛି, ଆମେ ସେ କାମକୁ ଆହୁରି ଆଗକୁ ନେବୁ । ଯେଉଁ ଜିଲ୍ଲାରେ ସମସ୍ୟା ଅଛି ସେ ଜିଲ୍ଲା ଗୁଡ଼ିକ ବିଷୟରେ ଆଲୋଚନା ହେଇଛି ଓ ଖବର ନିଆଯାଇଛି । ସେ ସମସ୍ୟା ଦିଗରେ ସମାଧାନ ହେବ ।"

ଏହା ବି ପଢନ୍ତୁ - 28ରୁ ସହିଦ ସପ୍ତାହ; ପୋଲିସ ଆଗରେ ବଡ ଚ୍ୟାଲେଞ୍ଜ, ମାଓ ସଂଗଠନ କହିଲା ଆମର ସଂପୂର୍ଣ୍ଣ ବିଲୋପ ଅସମ୍ଭବ ! - miosists shahid diwas week

ବର୍ଷା ସମୟରେ ମାଓବାଦୀଙ୍କୁ ସମସ୍ୟା-

ବର୍ଷା ସମୟରେ ମାଓବାଦୀଙ୍କ ଆତଯାତ କମ ରହି ଥାଏ । ମାଓ ପ୍ରଭାବିତ ଅଞ୍ଚଳରେ ବର୍ଷା ସମୟରେ ବନ୍ୟାଭଳି ସ୍ଥିତି ବା ସନ୍ତସନ୍ତିଆ ପାଣି ଓ ଭୂସ୍ଖଳନ ଯୋଗୁଁ ମାଓବାଦିଙ୍କ ଗତିପଥ ଓ ଗମନା ଗମନା ମଧ୍ୟ ସମସ୍ୟା ଥାଏ । ତଥାପି ସେମାନଙ୍କ ଆତଯାତକୁ ନଜରରେ ରଖି ପୋଲିସ ତରଫରୁ ପୋଷ୍ଟ ଗୁଡିକୁ ଆଲର୍ଟ କରିଯାଇଛି । ଏନେଇ କେନ୍ଦ୍ରିୟ ଫୋର୍ସ ସହ ଏସଓଜି ଓ ଡିଭିଏଫ ମଧ୍ୟ ତୟାର୍ ରହିଛନ୍ତି ତେବେ ଛତିଶଗଡ଼ରେ ନକ୍ସଲ ବିରୋଧୀ ଅଭିଯାନ କଠୋର ପରେ ଓଡ଼ିଶା ମୁହାଁ ହୋଇପାରନ୍ତି । ତେଣୁ ନକ୍ସଲ ମୁକାବିଲା ଭଳି ପରିସ୍ଥିତି ପାଇଁ ଅଧିକ ପ୍ରସ୍ତୁତ ରହିଛନ୍ତି ରାଜ୍ୟ ପୋଲିସ । ତେଣୁ ଅସମୟରେ ସେମାନଙ୍କର ଗତିବିଧି ବା ଚାଲିଚଳନ ଓ ଅବସ୍ଥିତି ପୋଲିସ ପ୍ରତିଟି ମୂହୁର୍ତ୍ତରେ ନଜର ରଖିଛି । କୋର୍ଡିନେସନ ଜରିଆରେ ଉଭୟ ପଡୋଶି ରାଜ୍ୟ ମାନଙ୍କ ସହ ଯୋଗାଯୋଗରେ ରହି ଏକ ଆଣ୍ଟି ନକ୍ସଲ ମୁଡ଼ରେ ରହିଛି ଓଡ଼ିଶା ପୋଲିସ ।

ଏହା ବି ପଢନ୍ତୁ - ନୋଟବନ୍ଦୀରେ ଟଙ୍କା ବଦଳାଇ ନପାରି ପୋତି ଦେଇଥିଲେ ନକ୍ସଲ ! ଓଡିଶା-ଛତିଶଗଡ ସୀମାରୁ ଉଦ୍ଧାର ହେଲା ମାରଣାସ୍ତ୍ର ସହ 38 ଲକ୍ଷ - 38 lakh recovered from Naxal camp

  • ମାଓ ଦମନ ନେଇ ପୋଲିସ ଡିଜି ୱାଇ.ବି. ଖୁରାନିଆଙ୍କ ବଡ଼ ବୟାନ
  • ‘୨୦୨୬ ମାର୍ଚ୍ଚ ସୁଦ୍ଧା ଓଡ଼ିଶାରୁ ମାଓବାଦୀ ମୂଳପୋଛ ହେବେ’
  • ମାଓ ଅଧ୍ୟୁସିତ ଜିଲ୍ଲା ଏସ୍‌ପି, ଡିଆଇଜିଙ୍କ ସହ ବୈଠକ ପରେ ବୟାନ
  • ‘ଗୃହମନ୍ତ୍ରୀଙ୍କ ଟାସ୍କ ଅନୁସାରେ ୨୦୨୬ ମାର୍ଚ୍ଚ ସୁଦ୍ଧା ମାଓ ନିପାତ ସରିବ’
  • ‘ମାଓ ଦମନରେ ପୂର୍ବରୁ ଓଡ଼ିଶା ପୋଲିସ ଅନେକ ସଫଳତା ପାଇଛି’

ଛୋଟ ଛୋଟ ଗ୍ରୁପରେ ପଶିପାରନ୍ତି-

ଆନ୍ଧ୍ର ଓଡ଼ିଶା ଷ୍ଟେଟ୍ ବର୍ଡର ଜୋନାଲ କମିଟି ସେମାନଙ୍କର ସଂଗଠନ ମଧ୍ୟ ଗତିବିଧି ରହିଛି ।ଏପରିକି ସେମାନେ ମାଓବାଦୀଙ୍କ ଛୋଟ ଛୋଟ ଟିମ୍ ଗଠନ କରି ସୀମାନ୍ତରେ ବୁଲୁଛନ୍ତି । ବିଶେଷ କରା ଆନ୍ଧ୍ର ଓ ଓଡିଶା ବର୍ଡରରେ ମଧ୍ୟ ଗତିବିଧି ଥିବା ପୋଲିସ ସୂଚନା ପାଇଛି । ଛତିଶଗଡ, ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ଯେଉଁ ଟ୍ରାଇ ଜଙ୍କସନ ରହିଛି ସେହି ଅଞ୍ଚଳରେ ସେମାନଙ୍କ ଗତିବିଧି ମଧ୍ୟ ସୂଚନା ପାଇଛି ଓଡ଼ିଶା ପୋଲିସ । ଏପରିକି ମାଓବାଦୀଙ୍କ ଦୁର୍ଗମ ଅଞ୍ଚଳ ବା ମାଓ ସକ୍ରିୟ ଅଞ୍ଚଳରେ ସେମାନେ ପଶିବା ପାଇ ଯୋଜନା ଚଳାଇଛନ୍ତି । ଟପ୍ କ୍ୟାଡ଼ରଙ୍କ ସହ ସବ କ୍ୟାଡ଼ର ଅଲଗା ଅଲଗା ଟିମ୍ କରି ସେମାନେ ଗତିବିଧି ହେଉଥିବା ପୋଲିସ ଜାଣିବାକୁ ପାଇଛି ।ଏପରିକି ସେଣ୍ଟ୍ରାଲ କମିଟିର ସଦସ୍ୟ ମାନେ ଛୋଟ ଛୋଟ ଟିମ୍ ଗଠନ କରି ଏପରି ବର୍ଡର ଭିତରେ ପଶିବାକୁ ଚେଷ୍ଟା କରିପାରନ୍ତି ।

ଏହା ବି ପଢନ୍ତୁ - ପ୍ରତିଶୋଧ ନେଉଛି କି ଲାଲବାହିନୀ ? ବଡ଼ଭାଇକୁ ମାରିବାର ସପ୍ତାହେ ନ ପୂରୁଣୁ ସାନ ଭାଇକୁ ନିର୍ମମ ହତ୍ୟା - Naxalites Killed Minor

ଜିଲ୍ଲା ଓ ଏସପିଙ୍କୁ ଆଲର୍ଟ-

ତେବେ ନକ୍ସଲ ପ୍ରଭାବିତ ଜିଲ୍ଲା ଗୁଡିକର ଏସପି ଓ ଆଇଜି ଓ ଡିଆଇଜି ମାନଙ୍କ ସହ ମଧ୍ୟ ଏନେଇ ସତର୍କ କରାଯାଇଛି। ଇଣ୍ଟେଲିଜେନସ ସଂଗ୍ରହ ସହ ନକ୍ସଲଙ୍କ ଚାଲ ଉପରେ ପ୍ରତି ମୁହୁର୍ତ୍ତରେ ନଜର‌ ରଖାଯାଇଛି।ବିଶେଷ କରି ଛତିଶଗଡରେ ମାଓ ଅପରେସନ ଜୋର ପରେ ମାଓବାଦୀ ଓଡ଼ିଶାକୁ ସୁରକ୍ଷିତ ଭାବି ପଶିବାକୁ ଚେଷ୍ଟା କରିବେ । ନିର୍ବାଚନ ସମୟରେ କଡ଼ା ସୁରକ୍ଷା ଯୋଗୁଁ ସେଭଳି ହିଂସା ସୃଷ୍ଟି କରିପାରିନଥିଲେ । ତେଣୁ ସେସବୁକୁ ନଜରରେ ରଖି ସେମାନଙ୍କର ଯୋଗାଯୋଗରେ ଥିବା ସହଯୋଗି ବା ମିଲିସିଆ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ମଧ୍ୟ ଯେପରି ଭୟରେ ବାତାବରଣ ରହିବ । ସେନେଇ ନକ୍ସଲଙ୍କୁ କିପରି ତ୍ରାହି ନାହିଁ ସେନେଇ ଆଣ୍ଟି ନକ୍ସଲ ଅପରେସନ କୌଣସି ମୁହୁର୍ତ ପାଇଁ ମଧ୍ୟ ସଜାଗ ରହିବାକୁ ପରାମର୍ଶ ରହିଛି ।

ଏହା ବି ପଢନ୍ତୁ - Dantewada Encounter: ଲାଲବାହିନୀକୁ ଶକ୍ତ ଧକ୍କା, ଦନ୍ତେୱାଡ଼ା ପୋଲିସ ଏନକାଉଣ୍ଟରରେ 9 ନକ୍ସଲ ନିପାତ - Naxalites Killed

୧୧ ଜିଲ୍ଲା ନକ୍ସଲ ପ୍ରଭାବିତ-
ବିଶେଷ କରି ନକ୍ସଲ ଗତିବିଧି ଜିଲ୍ଲା ମାଲକାନଗିରି, ନୁଆପଡା, ରାୟଗଡ଼ା, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ବୋଦ୍ଧ, ସୁନ୍ଦରଗଡ, ବଲାଙ୍ଗିର, ବରଗଡ଼ ରହିଛି । ତେଣୁ ନିର୍ବାଚନ ସମୟରେ ୪ ମାସ ମଧ୍ୟରେ ୧୨୧୪ଟି ଆଣ୍ଟି ନକ୍ସଲ ଅପରେସନ କରି ୪ଜଣ ମାଓବାଦୀ ମୃତ ହୋଇଥିଲେ ।୨ ଜଣ ଡିଭିଜନ କ୍ୟାଡ଼ର ରହିଥିଲେ । ୧୭ଜଣ ସରେଣ୍ଡର କରିଥିଲେ । ତେଣୁ ବହୁ ଜାଗାରେ ମାଓ କ୍ୟାମ୍ପ ଠାବ ମଧ୍ୟ ହୋଇଥିଲା । ବିପୁଳ ପରିମାଣର ବିସ୍ଫୋରକ ଓ ମାଓବାଦି ବ୍ୟବହାର ଦ୍ରବ୍ୟ ମଧ୍ୟ ଠାବ ସହ ବନ୍ଧୁକ ଓ ଗୋଳାବାରୁଦ ଠାବ ହୋଇଥିଲା।ତେଣୁ ଡ୍ରୋନ ଜରିଆରେ ମଧ୍ୟ ଗତିବାଧି ଆଦି ନଜର‌ ରଖାଯାଉଛି ।

Last Updated : Sep 4, 2024, 9:57 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.