ଭୁବନେଶ୍ବର: ସାମଗ୍ରିକ ଭାବେ ସାଢ଼େ 4 କୋଟି ଲୋକଙ୍କ ପାଖରେ ରାଜସ୍ୱ ସେବା ଯୋଗାଇବା ଦାଇତ୍ୱ ରାଜସ୍ୱ ବିଭାଗ ନେଇଛି । ବିଭିନ୍ନର କାର୍ଯ୍ୟକ୍ରମ, ଯୋଜନାର ଆଜି ସମୀକ୍ଷା ହୋଇଛି । ସମସ୍ତ ରାଜସ୍ୱ ସେବା ଲୋକଙ୍କ ପାଖରେ ନିର୍ଦ୍ଦିଷ୍ଟ ସମୟରେ ପହଞ୍ଚେଇବା ଲାଗି ବୈଠକରେ ଗୁରୁତ୍ୱ ଦିଆଯାଇଛି । ସେହିପରି ରାଜସ୍ୱ ବିଭାଗର ବିଭିନ୍ନ ଆଇନ୍ ସରଳୀକରଣ ଓ ସଂସ୍କାର ଅଣାଯିବ । ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ।
ଡିସେମ୍ବର 31 ତାରିଖ ସୁଦ୍ଧା ସମସ୍ତ ଶିକ୍ଷାନୁଷ୍ଠାନକୁ ଜମି ପଟ୍ଟା:
ସମସ୍ତ ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲକୁ ଜମି ପଟ୍ଟା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଏନେଇ ଟାଇମ ଫ୍ରେମ କରାଯାଇଛି । ଡିସେମ୍ବର 31 ତାରିଖ ସୁଦ୍ଧା ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ମିଳିବ ଜମି ପଟ୍ଟା । ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟକୁ ଜମି ଯୋଗାଇ ଦିଆଯାଇଛି, ସେ ବାବଦରେ ଆଲୋଚନା ହୋଇଛି । ଜମି ପଟ୍ଟା ପାଇଁ ଶିକ୍ଷା ବିଭାଗକୁ ଆଉ ରାଜସ୍ୱ ବିଭାଗ ପାଖକୁ ଦୌଡ଼ିବାକୁ ପଡିବ ନାହିଁ । ରାଜସ୍ୱ ବିଭାଗ ଶିକ୍ଷା ବିଭାଗ ପାଖରେ ପହଞ୍ଚି ଜମି ପଟ୍ଟା ପ୍ରଦାନ କରିବ । ପ୍ରଧାନଶିକ୍ଷକ ଓ ଶିକ୍ଷକ ମାନେ ସ୍କୁଲ ପଟ୍ଟା ପାଇଁ ତହସିଲ ଅଫିସ ଦୌଡ଼ିବା ସମୀଚିନ ନୁହେଁ । ଜିଲ୍ଲାର ତହସିଲଦାର, ଆରଆଇ ଓ ଅମିନ ମାନେ ସ୍କୁଲରେ ପହଞ୍ଚି କାଗଜପତ୍ର ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ।
ଯଥାଶୀଘ୍ର ହେବ ରାଜସ୍ୱ ଗ୍ରାମ ପ୍ରସ୍ତାବର ହେବ ଅନୁଧ୍ୟାନ:
![ODISHA REVENUE DEPARTMENT REVIEW](https://etvbharatimages.akamaized.net/etvbharat/prod-images/07-11-2024/od-bbsr-03-revenue-meeting-7209787_07112024170704_0711f_1730979424_100.jpg)
ଧାର୍ଯ୍ୟ ସମୟରେ ସାର୍ଟିଫିକେଟ ପ୍ରଦାନ କରିବାକୁ ନିର୍ଦ୍ଦେଶ :
![ODISHA REVENUE DEPARTMENT REVIEW](https://etvbharatimages.akamaized.net/etvbharat/prod-images/07-11-2024/od-bbsr-03-revenue-meeting-7209787_07112024170704_0711f_1730979424_660.jpg)
ଏହା ମଧ୍ୟ ପଢନ୍ତୁ ...ପ୍ରଧାନମନ୍ତ୍ରୀ ବିଦ୍ୟା ଲକ୍ଷ୍ମୀ ଯୋଜନା, ଏଣିକି ମିଳିବ ମେଧାବୀଙ୍କୁ ଋଣ ଏହା ମଧ୍ୟ ପଢନ୍ତୁ ... ପୁରୀରେ ହେବ ଅନ୍ତର୍ଜାତୀୟ ମହୋଦଧି ଦିବସ, ୬୦୦ରୁ ଅଧିକ ପ୍ରତିଯୋଗୀ ହେବେ ସାମିଲ |
'ରିପୋର୍ଟରୁ ବାଦ ପଡିଥିବା ଲୋକଙ୍କର ଦିଅ ସୂଚନା':
![ODISHA REVENUE DEPARTMENT REVIEW](https://etvbharatimages.akamaized.net/etvbharat/prod-images/07-11-2024/od-bbsr-03-revenue-meeting-7209787_07112024170704_0711f_1730979424_100.jpg)
'ଓଡିଶା ରିଲିଫ କୋଡ' ହେବ 'ଲୋକଙ୍କ ଅଧିକାର ଆଇନ':
ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି," ରାଜସ୍ୱ ଆଇନ ଆହୁରି ସରଳୀକରଣ କରାଯିବ । ଯେଉଁ ରାଜସ୍ୱ ଆଇନର ଆଜି ପ୍ରାସଙ୍ଗିକତା ନାହିଁ, ସେ ଆଇନ ରଦ୍ଦ କରିବା ପାଇଁ ବିଭାଗ ଚିନ୍ତା କରୁଛି । ସମୟ ସହ ତାଳ ଦେଇ ଆଇନର ସଂଶୋଧନ ପାଇଁ ବିଭାଗ ପ୍ରସ୍ତୁତ ହେଉଛି । ଆଗାମୀ ଦିନରେ ଅନେକ ଆଇନର ସରଳୀକରଣ ହେବ ଏବଂ ସଂସ୍କାର ଆସିବ । ବନ୍ୟା,ବାତ୍ୟା ଭଳି ବିପର୍ଯ୍ୟୟ ସମୟରେ କ୍ଷୟକ୍ଷତିର କ୍ଷତିପୂରଣ ଓଡିଶା ରିଲିଫ କୋର୍ଡ଼ ଆଇନ ଅନୁସାରେ ଦେଉଛି ବିପର୍ଯ୍ୟୟ ପରିଚାଳନା ବିଭାଗ । ଏହି ରିଲିଫ କୋର୍ଡ଼ ଇଂରେଜ ଅମଳରେ ହୋଇଥିଲା । ପରେ ଛୋଟ ବଡ଼ ସଂଶୋଧନ ହୋଇଛି । ନୂଆ ସରକାରଙ୍କ ମତ ହେଉଛି ରିଲିଫ ଏକ ଦୟାର ଶବ୍ଦ । ପ୍ରାକୃତିକ ବିପର୍ଯ୍ୟୟରେ କ୍ଷତିଗ୍ରସ୍ତଙ୍କୁ ଦୟା ଦେଖାଉଛୁ ବୋଲି ଲାଗୁଛି । ଆଉ ଏହା ଦୟା କି ରିଲିଫ ନୁହେଁ, ଲୋକଙ୍କ ଅଧିକାର । ରିଲିଫ କୋଡ ହେବ ଅଧିକାର ଆଇନରେ ପରିଣତ ହେବ । କ୍ଷତିପୂରଣର ଅଧିକ ପାଇଁ ଆଇନର ଆଶ୍ରୟ ନେଇପାରିବେ ଲୋକ । "
'ସେବା ଯୋଗାଇବାରେ ବାହାନା ବରଦାସ୍ତ କରାଯିବ ନାହିଁ':
ସେ ଆହୁରି ମଧ୍ୟ କହିଛନ୍ତି,"ଲୋକଙ୍କୁ ସେବା ଯୋଗାଇବାରେ କୌଣସି ବାହାନାକୁ ବରଦାସ୍ତ କରାଯିବନାହିଁ । ଯଦି କୌଣସି ସମସ୍ୟା ହେଉଛି, ତେବେ ସେ ନେଇ ଜିଲ୍ଲାପାଳଙ୍କୁ ଜଣାଇବେ ଅଧିକାରୀ । ଜିଲ୍ଲାପାଳ ଏ ବାବଦରେ ବିଭାଗକୁ ଅବଗତ କରିବେ । ଲୋକଙ୍କୁ ସେବା ଯୋଗାଇବା ସମୟରେ କୌଣସି ପ୍ରକାର ବାହାନା ବରଦାସ୍ତ କରାଯିବ ନାହିଁ ।" ତେବେ ଏହି ବୈଠକରେ ରାଜସ୍ୱ ଏବଂ ବିପର୍ଯ୍ୟସ୍ତ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂଙ୍କ ସମେତ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଭିସି ମାଧ୍ୟମରେ 3ଟି ରାଜସ୍ୱ ଜୋନର କମିଶନ ମାନେ ଉପସ୍ଥିତ ଥିଲେ । 30 ଜିଲ୍ଲାର ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ), ଉପଜିଲ୍ଲାପାଳ, ସମସ୍ତ ତହସିଲଦାର, ସମସ୍ତ ସବ ରେଜିଷ୍ଟର ଉପସ୍ଥିତ ଥିଲେ ।
ଇଟିଭି ଭାରତ, ଭୁବନେଶ୍ବର