ETV Bharat / state

ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ସୂଚନା ଦେଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - 4 death in sunstroke in Odisha

author img

By ETV Bharat Odisha Team

Published : May 28, 2024, 8:34 PM IST

4 death in Sunstroke: ଦୁଇଦିନ ବ୍ୟବଧାନ ପରେ ପୁଣି ଲମ୍ଫ ମାରିଛି ପାରଦ । ଏହାରି ଭିତରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଅଧିକ ପଢ଼ନ୍ତୁ,

4 death in Sunstroke
4 death in Sunstroke (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି । ଅଂଶୁଘାତରେ ଢେଙ୍କାନାଳ, ବାଲେଶ୍ୱରରୁ ଜଣେ ଲେଖାଏଁ ଓ ମୟୂରଭଞ୍ଜରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସେହିପରି ଆଉ ୧୪ ଅଂଶୁଘାତ ମୃତ୍ୟୁ ଅଭିଯୋଗର ତଦନ୍ତ ଚାଲିଥିବା ସୂଚନା ମିଳିଛି । ଗତକାଲି ସୁଦ୍ଧା ରାଜ୍ୟରେ ୧ ହଜାର ୨୧୯ ଜଣ ଅଂଶୁଘାତ ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ସୂଚନା ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଢେଙ୍କାନାଳରୁ ସର୍ବାଧିକ ୧୯୮ ଜଣ ଅଂଶୁଘାତରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଏହାପରେ ମୟୂରଭଞ୍ଜରୁ ୧୪୬, ସୁନ୍ଦରଗଡ଼ରୁ ୧୩୧, ସମ୍ବଲପୁରରୁ ୧୨୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଗକୁ ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରି ହେବାକୁ ଯାଉଥିବାରୁ ଡାକ୍ତରଖାନା ପ୍ରସ୍ତୁତ ରଖା ଯାଇଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ । ଏହାସହ ଲୋକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ଏହା ମଧ୍ୟ ପଢ଼ନ୍ତୁ.. ଚିନ୍ତା ବଢ଼ାଇପାରେ ଡେଙ୍ଗୁ ଓ ମ୍ୟାଲେରିଆ, ସ୍ବାସ୍ଥ୍ୟ ବିଭାଗର ସତର୍କତା - Dengue And Malaria Precautionary

ଏହା ମଧ୍ୟ ପଢ଼ନ୍ତୁ.. ପୁଣି ରାଜ୍ୟକୁ ଫେରିବ ହିଟୱେଭ; ବଢିବ ତାପମାତ୍ରା, ହନ୍ତସନ୍ତ ହେବ ଜନଜୀବନ - Odisha Weather Update

ସୂଚନା ଅନୁଯାୟୀ, ବର୍ତ୍ତମାନ ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି । ପ୍ରତ୍ୟେକ ଦିନ ୨ରୁ ୫ ଜଣ ଅଂଶୁଘାତ ଦ୍ଵାରା ପ୍ରଭାବିତ ବ୍ୟକ୍ତି ଡାକ୍ତରଖାନାକୁ ଆସୁଛନ୍ତି । ସେମାନଙ୍କୁ ଉତ୍ତମ ଚିକିତ୍ସା କରାଯାଉଥିବା ସହ ଓଆରଏସ ମଧ୍ୟ ଯୋଗାଇ ଦିଆଯାଉଛି । ଅଂଶୁଘାତ ଦ୍ଵାରା ପ୍ରଭାବିତ ହେଉଥିବା ସମସ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ ଆଣିବା ପୂର୍ବରୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବାର ଆବଶ୍ୟକତା ରହିଛି । ପ୍ରଥମେ ବ୍ୟକ୍ତିଙ୍କ ଶରୀରକୁ ଓଦା କପଡ଼ାରେ ଗୁଡ଼ାଇ ତାଙ୍କୁ ସ୍ଥାନୀୟ ଚିକିତ୍ସାଳୟକୁ ନେବା ପରେ ଡାକ୍ତରଖାନା ଆଣିବା ଜରୁରୀ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଅନ୍ୟପଟେ ଅଂଶୁଘାତ ପାଇଁ ସତର୍କ ରହିବାକୁ ସମସ୍ତ ଡାକ୍ତରଖାନାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲା ହସ୍ପିଟାଲ, CHC, PHC ଗୁଡିକରେ ବେଡ଼ ବ୍ୟବସ୍ଥା ସହ ଆବଶ୍ୟକ ମେଡ଼ିସିନ ପ୍ରସ୍ତୁତ ରଖାଯାଇଛି । ହିଟ କ୍ରାମ୍ପସ, ହିଟ ଷ୍ଟ୍ରୋକର ଶିକାର ହୋଇ ଆସୁଥିବା ବ୍ୟକ୍ତିଙ୍କୁ ତୁରନ୍ତ ଚିକିତ୍ସା ଦିଆଯିବା ପାଇଁ ପ୍ରସ୍ତୁତ ରହିଛନ୍ତି ହସ୍ପିଟାଲ । ଅଂଶୁଘାତ ହେଲେ ଜିଭ ଶୁଖିଯିବା, ବାନ୍ତି ଲାଗିବା, ବ୍ଲଡ ପ୍ରେସର କମିବା, ଦେହ ହାତ ବିନ୍ଧା ହେବା, ଗମଗମ ଝାଳ ବୋହିବା ଭଳି ଲକ୍ଷଣ ଦେଖା ଦେଇଥାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.