ETV Bharat / state

ଅକ୍ଟୋବରରୁ ଓଡ଼ିଶାରେ ରାସନରେ ଗହମ, ମୋହନ ମାଝୀ ସରକାରଙ୍କ କଥା ରଖିଲା କେନ୍ଦ୍ର - wheat for Ration card holders

author img

By ETV Bharat Odisha Team

Published : 2 hours ago

Updated : 8 minutes ago

Odisha Ration Card Holders To Get Wheat: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିଜେପି ସରକାର ବିଧାନସଭାରେ ଘୋଷଣା କରିଥିଲେ । କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ, ଏବେ ଓଡ଼ିଶା ସରକାରଙ୍କୁ ଚିଠି କରିଛି । ଅକ୍ଟୋବର ମାସରୁ ରାଜ୍ୟରେ ରାସନ କାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ।

wheat for Ration card holders
wheat for Ration card holders (ETV Bharat Odisha)

ଭୁବନେଶ୍ବର: ଅକ୍ଟୋବରରୁ ଚାଉଳ ସହିତ ମିଳିବ ଗହମ । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ । ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ । ଗହମ ଦେବାକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି । ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ କହିଥିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ରାସନ କାର୍ଡରେ ପୁଣି ଗହମ-

କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗର ଚିଠି ଅନୁସାରେ ରାସନରେ ମିଳିବ ଗହମ । ଏଣିକି ରାସନରେ ଚାଉଳ ସହ ଗହମ ପାଇବେ ହିତାଧିକାରୀ । ଅକ୍ଟୋବର ମାସରୁ ଲାଗୁ ହେବ ଏହି ନୂଆ ନିୟମ । ଓଡିଶା ସହିତ ବିହାର, ଗୁଜୁରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲ ନାଡୁ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ହିତାଧିକାରୀଙ୍କୁ ମିଳିବ ଚାଉଳ ସହିତ ଗହମ ।

ଅକ୍ଟୋବରରୁ ରାସନ ଖାତାରେ ଚଢିବ ଗହମ: ଯୋଗାଣ ମନ୍ତ୍ରୀ (ETV Bharat Odisha)

ଏହା ମଧ୍ୟ ପଢ଼ନ୍ତୁ- Ration card: ବିଧାନସଭାରେ ମୋହନ ସରକାରଙ୍କ ବଡ଼ ଘୋଷଣା, ସେପ୍ଟେମ୍ବର ସୁଦ୍ଧା ନୂଆ ରାସନ କାର୍ଡ - New Ration card By September

ଏହା ମଧ୍ୟ ପଢ଼ନ୍ତୁ- ଏହିମାନଙ୍କ କଟିଯିବ ରାସନ କାର୍ଡ; ଶୀଘ୍ର କରନ୍ତୁ eKYC ଅପଡେଟ୍‌ - Ration Card eKYC

ଅକ୍ଟୋବରରୁ ଚାଉଳ ସହ ଗହମ-

ସଂଶୋଧିତ ଆବଣ୍ଟନରେ ଓଡିଶା, ବିହାର, ଗୁଜୁରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ ଏବଂ ପଶ୍ଚିମବଙ୍ଗ ଗହମ ବଣ୍ଟନରେ 35 ଲକ୍ଷ ମେଟ୍ରିକ୍ ଟନ୍ (LMT) ବୃଦ୍ଧି ହେବ । ଓଡିଶା ସମେତ ଅନ୍ୟ ରାଜ୍ୟ ସରକାରମାନଙ୍କ ଅନୁରୋଧରେ ଏହି ଆଡଜଷ୍ଟମେଣ୍ଟ ଆସିଛି । ପୂର୍ବରୁ ସ୍ଥାନୀୟ ଚାହିଦା ପୂରଣ ପାଇଁ ଅଧିକ ଗହମ କୋଟା ମାଗିଥିଲା ଓଡିଶା । ନୂତନ ଯୋଜନା ଅନ୍ତର୍ଗତ, ଏହି ରାଜ୍ୟଗୁଡ଼ିକରେ ରେସନ କାର୍ଡଧାରୀମାନେ ଗହମ ଏବଂ ଚାଉଳର ମିଶ୍ରଣ ପାଇବେ ।

Odisha Ration Card Holders To Get Wheat
Odisha Ration Card Holders To Get Wheat (ETV Bharat Odisha)

'ପୂରଣ ହେଲା ସରକାରଙ୍କ ଦାବି' :

ଓଡିଶାର ଖାଦ୍ୟ ଏବଂ ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ ଏହା ପୂର୍ବରୁ ଏହି ପରିବର୍ତ୍ତନର ଆବଶ୍ୟକତା ଉପରେ ଆଲୋକପାତ କରି ରାଜ୍ୟବାସୀଙ୍କ ମଧ୍ୟରେ ଗହମ ପ୍ରତି ଅଧିକ ପସନ୍ଦ କରୁଥିବା ଦର୍ଶାଇଥିଲେ । ସଂଶୋଧିତ ଆବଣ୍ଟନ ଖାଦ୍ୟ ନିରାପତ୍ତାକୁ ଉନ୍ନତ କରିବ ଏବଂ ହିତାଧିକାରୀଙ୍କୁ ଅଧିକ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଯୋଗାଇବ ବୋଲି ଆଶା କରାଯାଉଛି । ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ଏବଂ ପ୍ରଧାନମନ୍ତ୍ର ଗାରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅନୁଯାୟୀ ନୂତନ ବିତରଣ ମଡେଲ କାର୍ଯ୍ୟକାରୀ ହେବ । ଯାହା ଗହମ ଆବଣ୍ଟନ ସାମଗ୍ରିକ ଖାଦ୍ୟ ସବସିଡି ବଜେଟ ଉପରେ ପ୍ରଭାବ ପକାଇବ ନାହିଁ।

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ମିଳୁଛି ଗହମ:

ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ମିଳୁଛି । ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ 2 କେଜି ଗହମ ଓ 3 କେଜି ଚାଉଳ ମିଳୁଥିଲା । କିନ୍ତୁ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନରେ ହିତାଧିକାରୀ କେବଳ 5 କେଜି ଚାଉଳ ପାଉଥିଲେ । ହିତାଧିକାରୀଙ୍କୁ ମୁଣ୍ଡ ପିଛା ୫ କେଜି ଲେଖାଏଁ ଚାଉଳ ଦିଆଯାଉଥିଲା । ଆଗକୁ ଚାଉଳର ୨୦ ପ୍ରତିଶଦ ଗହମ ଦିଆଯିବ ବୋଲି ବିଧାନସଭାରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଆସନ୍ତା ମାସରୁ ରାସନ ଖାତାରେ ଚଢିବ ଗହମ- ଯୋଗାଣ ମନ୍ତ୍ରୀ

ରାସନକାର୍ଡଧାରୀ ପାଇବେ ଚାଉଳ ସହ ଗହମ । ଆସନ୍ତା ମାସରୁ ହିତାଧିକାରୀଙ୍କୁ ଚାଉଳ ସାଙ୍ଗରେ ଗହମ ପ୍ରଦାନ କରାଯିବ । ହିତାଧିକାରୀଙ୍କ ଆବଶ୍ୟକତା ଅନୁସାରେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି । ମୋହନ ସରକାରଙ୍କ ଆବେଦନକୁ କେନ୍ଦ୍ର ସରକାର ଗ୍ରହଣ କରିଥିବା ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ରାସନର 20 ପ୍ରତିଶତ ଗହମ ମିଳିବ । ଆସନ୍ତା ମାସରେ ଚାଉଳ ସହ ଗହମ ଦିଆଯିବ ବୋଲି ବିଧାନସଭାରେ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଥିଲେ । ଏଥିପାଇଁ ସେ ନୂଆଦିଲ୍ଲୀ ଗସ୍ତରେ କେନ୍ଦ୍ର ଯୋଗାଣ ମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଏହି କ୍ରମରେ ଓଡ଼ିଶା ସମେତ 9 ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ଗହମ ଯୋଗାଇ ଦିଆଯିବ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି ।

ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଆମେ ଭାତ ଖାଉଥିବାରୁ ବିଜେଡି ସରକାର କେନ୍ଦ୍ର ଆଗରେ ଗହମ ପାଇଁ ମନା କରିଥିଲେ । କିନ୍ତୁ ଏବେ ଅଧିକାଂଶ ଲୋକ ରୁଟି ଖାଇବା ଆରମ୍ବ କରିଛନ୍ତି । ତେଣୁ ଗହମ ପାଇଁ ଆମେ କେନ୍ଦ୍ର ନିକଟରେ ନିବେଦନ କରିଥିଲୁ । କେନ୍ଦ୍ର ସରକାର ଆମ ଅନୁରୋଧ ରକ୍ଷା କରି ଅକ୍ଟୋବର ମାସରୁ ଗହମ ପ୍ରଦାନ କରିବେ । ଆସନ୍ତା ମାସରୁ ଆମ ଲୋକ ଚାଉଳ ସହିତ ଗହମ ପାଇବେ । ହିତାଧିକାରୀ ନିଜ ଇଚ୍ଛାରେ ଚାଉଳ ସହ ଗହମ ନେଇପାରିବେ ।"

ସେହିପରି ରାସନ କାର୍ଡ E-KYC କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଯୋଗାଣ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି, "ରାଜ୍ୟରେ ବର୍ତ୍ତମାନ E - KYC ପ୍ରକ୍ରିୟା ଜାରି ରହିଛି । ଏଥିପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଛି । E-KYC ସରିଲା ପରେ ମିଳିବ ନୂତନ ରାସନ କାର୍ଡ । ରାସନ କାର୍ଡରେ ଅନେକ ଅଯୋଗ୍ୟ ହିତାଧିକାରୀ ଥିବା ଅଭିଯୋଗ ହେଉଛି । ସମସ୍ତ ପ୍ରକ୍ରିୟା ସରିଲା ପରେ ଅଯୋଗ୍ୟ ହିତାଧିକାରୀ ଜାଣିହେବ । ଆଧାରକାର୍ଡ଼ ନଥିଲେ ମିଳିବନାହିଁ ରାସନକାର୍ଡ । ଯେଉଁମାନଙ୍କ ଆଧାରକାର୍ଡ ନାହିଁ ସେମାନେ ଆଧାରକାର୍ଡ଼ କରିବା ପରେ ସାମିଲ ହେବେ ।"

ଏହା ବି ପଢନ୍ତୁ- ରାସନ କାର୍ଡଧାରୀଙ୍କ ପାଇଁ ଖୁସି ଖବର; ପୁଣି ଚାଉଳ ସହ ମିଳିବ ଗହମ, ବିଜେଡି ସରକାର ଗହମ ବନ୍ଦ କରିନଥିଲା କହିଲେ ପୂର୍ବତନ ମନ୍ତ୍ରୀ - Good news for Ration card holders

ଏହା ବି ପଢନ୍ତୁ- କଳା ଗହମରେ କେଉଁ ସବୁ ଔଷଧୀୟ ଗୁଣ ରହିଛି ? ଜାଣନ୍ତୁ - Black Wheat

Last Updated : 8 minutes ago
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.