ETV Bharat / state

ଜୁଲାଇ ୨୦ ରେ ଆୟୋଜିତ ହେବ ଓଡିଶା କୁଇନ, ମୁଖ୍ୟ ଆକର୍ଷଣ ମଲାଇକା ଅରୋରା - ODISHA QUEEN Competition - ODISHA QUEEN COMPETITION

Odisha Queen Competition: ଖୁବଶୀଘ୍ର ଆରମ୍ଭ ହେବ ଓଡିଶା କୁଇନର ଚତୁର୍ଥ ସଂସ୍କରଣ। ହିରୋଇନ ହେବାକୁ ଚାହୁଁଥିବା ଯୁବତୀ ମାନେ ଏଥିରେ କରିପାରିବେ ଅଂଶଗ୍ରହଣ । ଅଧିକ ପଢନ୍ତୁ

ODISHA QUEEN
ODISHA QUEEN (ETV BHARAT ODISHA)
author img

By ETV Bharat Odisha Team

Published : Jun 3, 2024, 12:47 PM IST

ଭୁବନେଶ୍ୱର: ଜୁଲାଇ ୨୦ ତାରିଖରେ ଭୁବେନଶ୍ବରରେ ଆୟୋଜିତ ହେବାକୁ ଯାଉଛି ଓଡିଶା କୁଇନର ଚତୁର୍ଥ ସଂସ୍କରଣ । ଆର ଆର ଇଭେଣ୍ଟ୍ସ ଦ୍ୱାରା ରେଳବାଇ ଅଡିଟୋରିୟମ ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ମୁଖ୍ଯ ଆକର୍ଷଣ ସାଜିବେ ବଲିଉଡ଼ ଅଭିନେତ୍ରୀ ମଲାଇକା ଅରୋରା ।ପ୍ରତିଯୋଗିତାରେ ଓଡ଼ିଶାର କୋଣ ଅନୁକୋଣର ପ୍ରତିଯୋଗୀ ମାନେ ଯୋଗ ଦେଇପାରିବ । ଏଥିପାଇଁ ଓଡିଶାର ବିଭିନ୍ନ ସ୍ଥାନରେ ଖୁବଶୀଘ୍ର ଅଡିସନ ଆରମ୍ଭ ହୋଇଯିବ ।

ODISHA QUEEN (ETV BHARAT ODISHA)
ବ୍ରହ୍ମପୁରରେ ଜୁନ ୧୯ ତାରିଖ ,ବାଲେଶ୍ୱରରେ ଜୁନ ୨୨ ତାରିଖ, ରାଉରକେଲାରେ ଜୁନ ୨୮ ତାରିଖ , ସମ୍ବଲପୁରରେ ଜୁନ ୩୦ ତାରିଖ ,କଟକରେ ଜୁଲାଇ ୩ ତାରିଖ ଏବଂ ଭୁବନେଶ୍ୱର ଠାରେ ଜୁଲାଇ ୫ ତାରିଖ ଦିନ ଅଡିସନ ଅନୁଷ୍ଠିତ ହେବ। ୧୮ ରୁ ୨୮ ବର୍ଷ ପର୍ଯ୍ୟନ୍ତ ଯୁବତୀ ମାନେ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ନିଜର ପ୍ରତିଭାର ପଦର୍ଶନ କରିପାରିବେ। ପ୍ରତିଭାବାନ ହିରୋଇନ ବା ନାୟିକା ଖୋଜିବାର ଏହି ପ୍ରତିଯୋଗିତା ଏକ ବଡ ମାଧ୍ୟମ ବୋଲି କହିଛନ୍ତି ଆୟୋଜକ ।

ଏହା ମଧ୍ୟ ପଢନ୍ତୁ-ଖଡ଼ିଆଳ ସାଂସ୍କୃତିକ ଅନୁଷ୍ଠାନର 33ତମ ବାର୍ଷିକ ଉତ୍ସବ, ବହୁଭାଷୀ କ୍ଷୁଦ୍ର ନାଟକ ପ୍ରତିଯୋଗିତା ଅନୁଷ୍ଠିତ - Multi Language Short Drama

ବିଭିନ୍ନ ପର୍ଯ୍ୟାୟରେ ପ୍ରତିଯୋଗିତା ହେବ, ପରେ ସର୍ବଶ୍ରେଷ୍ଠ ୨୦ ଜଣ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିବେ ଏବଂ ସେମାନଙ୍କ ମଧ୍ୟରୁ ଯିଏ ବିଜେତା ହେବେ ତାଙ୍କୁ ବଲିଉଡ ଅଭିନେତ୍ରୀ ମଲାଇକା ଅରୋରାଙ୍କ ହାତରେ ବିଜୟିନୀ ମୁକୁଟ ପିନ୍ଧାଇବେ। ଏଥି ସହିତ ଅନ୍ୟାନ୍ୟ ପ୍ରତିଭା ପର୍ଯ୍ୟାୟରେ ମଧ୍ୟ ଅନ୍ୟମାନଙ୍କୁ ପୁରସ୍କୃତ କରାଯିବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଆର ଆର ଇଭେଣ୍ଟ୍ସ ଆଣ୍ଡ ପ୍ରୋମସନର ଫାଉଣ୍ଡର ତଥା ଫିଲ୍ମ ପ୍ରଯୋଜକ ରମେଶ ବାରିକ କହିଛନ୍ତି । କ୍ରିଏଟିଭ ହେଡ଼ ଶ୍ୟାମା ପ୍ରସାଦ ମିଶ୍ର ,ଅଭିନେତ୍ରୀ ଅର୍ଚିତା ସାହୁ ,ଶୀତଲ ପାତ୍ର,ଅଭିନେତା ସୁବାଶିଷ ଶର୍ମା ବା ମଣ୍ଟୁ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇଥିଲେ ।

ସୂଚନା ଥାଉକି, ଆର ଆର ଇଭେଣ୍ଟ୍ସ ଆଣ୍ଡ ପ୍ରମୋସନ ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତା ୨୦୧୯ ମସିହାରେ ଆରମ୍ଭ ହୋଇଥିଲା। କୋଭିଡ ପାଇଁ କିଛି ସମୟ ବିରତି ପରେ ୨୦୨୨ରେ ଦ୍ବିତୀୟ ସଂସ୍କରଣ ଓ ୨୦୨୩ ମସିହାରେ ତୃତୀୟ ସଂସ୍କରଣ ହୋଇଥିଲା । ପ୍ରଥମ ସଂସ୍କରଣରେ ଇଲ୍ଲିଆନା ଡି କୄଜ, ଦ୍ବିତୀୟ ସଂସ୍କରଣରେ ବଲିଉଡ ଅଭିନେତ୍ରୀ ଜରିନା ଖାନ, ତୃତୀୟ ସଂସ୍କରଣରେ ଅଭିନେତ୍ରୀ ଓ ମଡେଲ ମାନୁଷୀ ଚିଲ୍ଲର ଯୋଗ ଦେଇଥିଲେ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.