ETV Bharat / state

ଝାଡଖଣ୍ଡରେ ଓଡ଼ିଶା ପୋଲିସର ରେଡ୍; ଭଡା ଘରୁ ମିଳିଲା ଆଉ ୮ ସିମ ବକ୍ସ, ୬ ଅଟକ, ବଡ ଖୁଲାସା କଲେ କମିଶନର - SIM Box Racket

author img

By ETV Bharat Odisha Team

Published : Aug 20, 2024, 5:20 PM IST

Updated : Aug 20, 2024, 6:26 PM IST

Odisha police busts another SIM box racket in Jharkhand: ସିମ୍ ବକ୍ସ ଘଟଣାରେ ଝାଡଖଣ୍ଡରେ ଓଡ଼ିଶା ପୋଲିସର ରେଡ୍ । ଏକ ଭଡା ଘରୁ ମିଳିଲା ୮ଟି ସିମ ବକ୍ସ । ୬ ଜଣ ଅଟକ । ଅଧିକ ପଢନ୍ତୁ

ଝାଡଖଣ୍ଡରେ ଓଡ଼ିଶା ପୋଲିସ ରେଡ୍, ଭଡା ଘରୁ ମିଳିଲା ଆଉ ଏକ ସିମ ବକ୍ସ
ଝାଡଖଣ୍ଡରେ ଓଡ଼ିଶା ପୋଲିସ ରେଡ୍, ଭଡା ଘରୁ ମିଳିଲା ଆଉ ଏକ ସିମ ବକ୍ସ (ETV Bharat Odisha)

ଭୁବନେଶ୍ବର: ଓଡ଼ିଶାରୁ ଝାଡଖଣ୍ଡକୁ ଲମ୍ବିଛି ସିମ ବକ୍ସର ଚେର । ଏହି ସୂଚନା ମିଳିବା ପରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ସାଙ୍ଗରେ ଧରି ଝାଡଖଣ୍ଡର ରାଞ୍ଚିରେ ଆଜି (ମଙ୍ଗଳବାର) ରେଡ୍ କରିଛି ଓଡ଼ିଶା ପୋଲିସ । ଚଢାଉ ବେଳେ କାଣ୍ଟାଟୋଲି ଅଞ୍ଚଳର ଏକ ଭଡା ଘରୁ ୮ଟି ସିମ ବକ୍ସ ଠାବ ହୋଇଛି । ଏହି ଘଟଣାରେ ପୋଲିସ ୬ ଜଣଙ୍କୁ ହେପାଜତକୁ ନେଇଛି । ଓଡ଼ିଶା ପୋଲିସର ଏହି ରେଡରେ ରାଞ୍ଚି ପୋଲିସର ଟିମ୍ ସାମିଲ ରହିଥିଲା ।

ଝାଡଖଣ୍ଡରେ ଓଡ଼ିଶା ପୋଲିସର ରେଡ୍ (ETV Bharat Odisha)

ଭଡା ଘରୁ ମିଳିଲା ୮ ସିମ ବକ୍ସ:

ରାଞ୍ଚିରେ ରେଡ୍ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ପୂର୍ବରୁ ଓଡ଼ିଶାରେ ଦୁଇଟି ସିମ ବକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି । ତୃତୀୟ ରାକେଟ ଝାଡଖଣ୍ଡରେ ଚାଲୁଥିଲା । ଅଭିଯୁକ୍ତ ରାଜୁ ମଣ୍ଡଳକୁ ପଚରାଉଚରା ସମୟରେ ସେ ରାଞ୍ଚିରେ ଅପରେଟ ହେଉଥିବା ସିମ ବକ୍ସ ସମ୍ପର୍କରେ କହିଥିଲା । ଏହାପରେ ଓଡିଶା ପୋଲିସ ଅଭିଯୁକ୍ତକୁ ସାଙ୍ଗରେ ନେଇ ରାଞ୍ଚି ପୋଲିସର ସହାୟତାରେ ଏକ ଭଡା ଘରେ ରେଡ୍ କରିଥିଲା । ଘରଟି ବନ୍ଦ ଥିବାବେଳେ ପୋଲିସ ତାଲା ଭାଙ୍ଗି ସେଠାରୁ ୮ଟି ସିମ ବକ୍ସ ଜବତ କରିଛି । ଏହି ସିମ ବକ୍ସ ବ୍ୟବହାରର ପ୍ରକୃତ ଉଦ୍ଦେଶ୍ୟ ଏ ଯାଏଁ ସ୍ପଷ୍ଟ ହୋଇନି । ଘଟଣାରେ ତଦନ୍ତ ଜାରି ରହିଛି ।"

ଏହା ମଧ୍ୟ ପଢନ୍ତୁ: ସିମ ବକ୍ସ ଜବତ ଘଟଣାରେ ବିଦେଶୀ ଲିଙ୍କ: ସ୍ମାର୍ଟସିଟିରେ ନେଟୱାର୍କ ଚଳାଇଥିଲା ବାଂଲାଦେଶୀ, ଚୀନ-ପାକିସ୍ତାନକୁ ଯାଉଥିଲା କଲ - Bangladesh link In SIM Box Racket

ସିମ୍ ବଦଳାଇବା କିମ୍ବା କୌଣସି ମେସିନରେ ସମମ୍ୟା ହେଲେ ତାକୁ ଚେକ୍ କରିବା ପାଇଁ ରାଜୁ ମଣ୍ଡଳ ବିଭିନ୍ନ ସମୟରେ ଏହି ସ୍ଥାନକୁ ଆସୁଥିଲା । ପାଖରେ ବିର୍ସା ମୁଣ୍ଡ ବସଷ୍ଟାଣ୍ଡ ଥିବାରୁ ସେ ସହଜରେ ବସରେ ଆସି ନିଜର କାମ ସାରି ଯାଉଥିବାର ରେଡ୍ ବେଳେ ପୋଲିସ ଆଗରେ କହିଛି ।

ପ୍ରଥମେ ଭୁବନେଶ୍ବର-କଟକ ପରେ ଏବେ ରାଞ୍ଚି:

ପ୍ରଥମେ ଭୁବନେଶ୍ବର ଲକ୍ଷ୍ମୀସାଗର ଥାନା ମହାଦେବ ନଗରରୁ ଗୋଟିଏ ଘରୁ ୭ଟି ସିମ ବକ୍ସ ମିଳିଥିଲା । ଏହି ଘଟଣାରେ ପଶ୍ଚିମବଙ୍ଗର ମୂଳବାସିନ୍ଦା ରାଜୁ ମଣ୍ଡଳକୁ ଗିରଫ କରାଯାଇ ୫ ଦିନିଆ ରିମାଣ୍ଡରେ ନିଆଯାଇଥିଲା । ରାଜୁକୁ ପଚରାଉଚରା ପରେ ୧୮ ଅଗଷ୍ଟରେ କଟକରେ ମଧ୍ୟ ଏକ ସିମ ବକ୍ସର ଖୁଲାସା ହୋଇଥିଲା । ଏଥିସହ ଆହୁରି ଅନେକ ସ୍ଥାନରେ ସିମ ବକ୍ସ ଚାଲୁଥିବା ସେ ସ୍ବୀକାର କରିଥିଲା । ଏହି ସିମ ବକ୍ସର ହ୍ୟାଣ୍ଡେଲର ଜଣେ ବାଂଲଦେଶୀ ନାଗରିକ, ନାମ ଅସଦୁର ଜମାନ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 20, 2024, 6:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.