ETV Bharat / state

ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ପ୍ରତିରକ୍ଷା ମନ୍ତ୍ରୀ

author img

By ETV Bharat Odisha Team

Published : Feb 22, 2024, 10:41 PM IST

ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ପହଞ୍ଚିଥିଲେ। ସେଠାର ଆୟୋଜିତ ସାଧାରଣ ସଭାକୁ ସମ୍ବୋଧିତ କରିଥିଲେ । ଅଧିକ ପଢନ୍ତୁ

ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ପ୍ରତିରକ୍ଷା ମନ୍ତ୍ରୀ
ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ପ୍ରତିରକ୍ଷା ମନ୍ତ୍ରୀ
ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ହେବ: ପ୍ରତିରକ୍ଷା ମନ୍ତ୍ରୀ

ରାଇରଙ୍ଗପୁର: ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପ୍ରତିରକ୍ଷା ମନ୍ତ୍ରୀ ଆଜି ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜ ଜିଲ୍ଲାର ବାରିପଦାରେ ପହଞ୍ଚିଥିଲେ। ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବାରିପଦା ପୋଲିସ ଲାଇନ ପଡିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପୂର୍ବାହ୍ନ ପାଖାପାଖି ୪.୧୫ ସମୟରେ ଅବତରଣ ପରେ ସେଠାରୁ କଡ଼ା ସୁରକ୍ଷା ବଳୟ ଭିତରେ ବାରିପଦା ସହରର ଐତିହାସିକ ଛଉ ପଡିଆ ଠାରେ ପହଞ୍ଚି ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ସାମିଲ ହୋଇଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦି ସରକାରଙ୍କ ସଫଳତାର କାହାଣୀ ବଖାଣିବା ସହିତ ଆଗାମୀ ନିର୍ବାଚନରେ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଠନ କରିବା ପାଇଁ ନେତା ଓ କର୍ମୀ ମାନଙ୍କୁ ଆହ୍ବାନ ଦେଇଥିଲେ ।

ଅଧିକ ପଢନ୍ତୁ- ପ୍ରତିରକ୍ଷା ମନ୍ତ୍ରୀଙ୍କ ଅପେକ୍ଷାରେ ମୟୂରଭଞ୍ଜବାସୀ, କ'ଣ ଦେବେ ଗୁରୁମନ୍ତ୍ର ?

ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରି ରାଜନାଥ ସିଂ କହିଛନ୍ତି ‘‘ପୂର୍ବରୁ ଅଟଳ ବିହାରୀ ବାଜପେୟୀଙ୍କ ସମେତ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦିଙ୍କର ମଧ୍ୟ ଆଦିବାସୀ ସମାଜ ପ୍ରତି ଅଗାଢ ଶ୍ରଦ୍ଧା ଓ ସମ୍ମାନ ରହିଛି । ଆଦିବାସୀ ସମାଜର ଜଣେ ଭଉଣୀଙ୍କୁ ଭାରତର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଧିଷ୍ଠିତ କରାଇ ଆଦିବାସୀ ଭାଇ ଭଉଣୀଙ୍କ ଶ୍ରଦ୍ଧା ଓ ସମ୍ମାନ ଦେଇଛନ୍ତି । ଏଥି ସହିତ ଶହୀଦ ବୀର୍ସା ମୁଣ୍ଡାଙ୍କ ଗୌରବର ଗାଥା ବଖାଣି ଆଦିବାସୀଙ୍କୁ ସେନାରେ ପ୍ରାଥମିକତା ଦିଆଯାଉଥିବା କହିଛନ୍ତି ରାଜନାଥ । ଏହାସହ ଭାରତର ସୀମାର ସୁରକ୍ଷା ମଧ୍ୟ ଆଦିବାସୀ ଭାଇ ଭଉଣୀ କରୁଥିବା କହିଛନ୍ତି ।’’ ସେହିପରି ରାଜନାଥ କହିଛନ୍ତି ଆଗାମୀ ନିର୍ବାଚନରେ ଉଭଯ ବିଧାନସଭା ଓ ଲୋକସଭା ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ ପାଇଁ ଆହ୍ବାନ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ୟାରେଣ୍ଟି କାର୍ଡକୁ ଘରେ ଘରେ ପହଞ୍ଚାଇବାକୁ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ପ୍ରେରଣା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇ ରାଜନାଥ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଭାରତ ଏବେ ଆଉ ସାଧାରଣ ଭାରତ ଦେଶ ହୋଇ ରହିନାହିଁ। ପୂର୍ବରୁ ଭାରତକୁ ଅନ୍ୟ ସମସ୍ତ ଦେଶ ଗୁଡିକ ଗରିବ ଦେଶ ବୋଲି ସମ୍ବୋଧନ କରୁଥିବା ବେଳେ ମୋଦି ସରକାରଙ୍କ ଉଦ୍ୟମ ଯୋଗୁଁ ଆଜି ସାରା ବିଶ୍ବରେ ଭାରତ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିପାରିଛି। ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ସାରା ବିଶ୍ବରେ ଭାରତ ୧୧ ନଂ ସ୍ଥାନରେ ଥିବା ବେଳେ ଏବେ ମୋଦି ସରକାରଙ୍କ ଗତ ନଅ ବର୍ଷର ଉଦ୍ୟମରେ ଆମର ଅର୍ଥନୀତି ୫ ନଂ ସ୍ଥାନକୁ ପହଞ୍ଚିଛି । ଏଥି ସହିତ ବିଜେପି ଏକମାତ୍ର ଦଳ ଯାହା କହିଥାଏ ତାହା କାର୍ଯ୍ୟ ମାଧ୍ୟମରେ କରି ଦେଖାଇଥାଏ । ସେ ଜମ୍ମୁ କାଶ୍ମୀରରୁ ୩୭୦ ଧାରା, ତିନି ତଲାକ ଉଚ୍ଛେଦ, ଅଯୋଧ୍ୟାରେ ରାମ ଲାଲାଙ୍କ ମନ୍ଦିର ନିର୍ମାଣ ଏହାର ପ୍ରମାଣ ।

ଏହି ବିଜୟ ସଂକଳ୍ପ ସମାବେଶରେ ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ମୋହନ ମାଝୀ, ବିରଞ୍ଚି ତ୍ରିପାଠୀ, ବିଧାୟକ ସୁରଜ ସୂର୍ଯ୍ୟବଂଶୀ, ରାଇରଙ୍ଗପୁର ବିଧାୟକ ନବଚରଣ ମାଝୀ, ଯଶିପୁର ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆ ପ୍ରମୁଖ ବିଜେପିର ବରିଷ୍ଠ ନେତା ଓ ଶହ ଶହ ସଂଖ୍ୟାରେ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମର ଶେଷରେ ବାୟୂସେନାର ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପ୍ରାୟ ପୂର୍ବାହ୍ନ ୫.୦୦ ସମୟରେ କଲେଇକୁଣ୍ଡା ଅଭିମୁଖେ ଯାତ୍ରା କରିଥିଲେ। ସେଠାରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.