ETV Bharat / state

ଓଡିଶା ନିଟ୍‌ କାଉନସିଲିଂ-2024: ପଞ୍ଜୀକରଣ ଆରମ୍ଭ, 18ରେ ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ - NEET Counselling Registration

author img

By ETV Bharat Odisha Team

Published : Aug 11, 2024, 3:54 PM IST

Odisha NEET 2024 Counselling: ରାଜ୍ୟରେ ଆରମ୍ଭ ହେଲା ଡାକ୍ତରୀ ନାମଲେଖା ପ୍ରକ୍ରିୟା । ଏନ୍‌ଇଇଟି-ୟୁଜି କୃତି ଛାତ୍ରଛାତ୍ରୀଙ୍କ ପାଇଁ ପଞ୍ଜୀକରଣ ଆରମ୍ଭ । 18 ତାରିଖରେ ପ୍ରକାଶ ପାଇବ ପ୍ରାଥମିକ ମେରିଟ ଲିଷ୍ଟ । ଜାଣନ୍ତୁ ସମ୍ପୂର୍ଣ୍ଣ ସୂଚନା ଓ ପ୍ରକ୍ରିୟା ସମ୍ପର୍କରେ ।

ଓଡିଶା ନିଟ୍‌ 2024: ଆରମ୍ଭ ହେଲା କାଉନସିଲିଂ ପଞ୍ଜୀକରଣ, 18 ରେ ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ
ଓଡିଶା ନିଟ୍‌ 2024: ଆରମ୍ଭ ହେଲା କାଉନସିଲିଂ ପଞ୍ଜୀକରଣ, 18 ରେ ପ୍ରୋଭିଜିନାଲ ମେରିଟ୍‌ ଲିଷ୍ଟ (ETV Bharat Odisha)

ଭୁବନେଶ୍ବର: ଏନ୍‌ଇଇଟି-ୟୁଜି କୃତି ଛାତ୍ରଛାତ୍ରୀ ରାଜ୍ୟରେ ଥିବା ଡାକ୍ତରୀ ମେଡିକାଲ କଲେଜରେ ପଢ଼ିବା ପାଇଁ ପଞ୍ଜୀକରଣ କରିପାରିବେ । ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ଆଜି ଠାରୁ ଏଥିପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଚଳିତମାସ ୧୪ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ । ଅଗଷ୍ଟ 18 ତାରିଖରେ କାଉନସିଲିଂ ପ୍ରୋଭିଜିନାଲ ବା ପ୍ରାଥମିକ ମେଧା ତାଲିକା ପ୍ରକାଶ ପାଇବ । ଏହା ସହ ଯୁକ୍ତ ତିନି ଏବଂ ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପରୀକ୍ଷାର ମେଧା ତାଲିକା ୧୨ ତାରିଖରେ ପ୍ରକାଶ ପାଇବ ।

ଓଡିଶା ନିଟ୍‌ 2024: କାଉନସିଲିଂ ପଞ୍ଜୀକରଣ ଆରମ୍ଭ
ଓଡିଶା ନିଟ୍‌ 2024: କାଉନସିଲିଂ ପଞ୍ଜୀକରଣ ଆରମ୍ଭ (ETV Bharat Odisha)
କି’ଏ କେଉଁଠି ରହିବେ ଉପସ୍ଥିତ

ଆସନ୍ତା ୧୩ ଓ ୧୪ ତାରିଖରେ ଦିବ୍ୟାଙ୍ଗ ପ୍ରାର୍ଥୀମାନେ କଟକ ବଡ ମେଡିକାଲ (ଏସ୍‌ସିବି)ର ମେଡିକାଲ ବୋର୍ଡ ନିକଟରେ ଉପସ୍ଥିତ ରହିବେ । ସେହିପରି ସେନାରେ କାର୍ଯ୍ୟରତ ବା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ସନ୍ତାନ ହୋଇଥିଲେ ନୟାପଲ୍ଲୀ ଆଇଆର୍‌ସି ଭିଲେଜ ସ୍ଥିତ ରାଜ୍ୟ ସୈନିକ ବୋର୍ଡ ନିକଟରେ ଉପସ୍ଥିତ ହେବେ । ସେଠାରୁ ସୁପାରିଶ ପାଇବା ପରେ ସଂରକ୍ଷିତ କୋଟାରେ ନାମଲେଖା ପ୍ରକ୍ରିୟା ପାଇଁ ସେମାନଙ୍କୁ ବିଚାରକୁ ନିଆଯିବ । ନିର୍ଦ୍ଧାରିତ ସମୟରେ ବୋର୍ଡ ନିକଟରେ ଉପସ୍ଥିତ ନହେଲେ ସଂରକ୍ଷିତ କୋଟା ପାଇଁ ସେମାନଙ୍କୁ ବିଚାରକୁ ନିଆଯିବ ନାହିଁ ବୋଲି ଓଜେଇଇ ସ୍ପଷ୍ଟ କରିଛି।

୧୮ରେ ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

କାଉନସିଲିଂ ପ୍ରକ୍ରିୟା ଶେଷ ହେବା ପରେ ୧୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରାଥମିକ ମେଧା ତାଲିକା ପ୍ରକାଶ ପାଇବ । ମେଧା ତାଲିକାକୁ ନେଇ ଆବେଦନକାରୀଙ୍କ କୌଣସି ଦ୍ୱ­ନ୍ଦ୍ବ ଥିଲେ ୨୪ ଘଣ୍ଟା ମଧ୍ୟରେ, ଅର୍ଥାତ ୧୯ ତାରିଖ ସଂଧ୍ୟା ୫ଟା ମଧ୍ୟରେ ଆବେଦନ କରିପାରିବେ । ଚୂଡ଼ାନ୍ତ ମେଧା ତାଲିକା ୨୦ ତାରିଖରେ ପ୍ରକାଶ ପାଇବ । ରାଜ୍ୟର ଛାତ୍ରଛାତ୍ରୀଙ୍କୁ କେବଳ ରାଜ୍ୟ କୋଟାରେ ଥିବା ସିଟ୍‌ ପାଇଁ ଚୟନ କରାଯିବ । ସେହିପରି ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଓ ଏନ୍‌ଆର୍‌ଆଇଙ୍କୁ ସେମାନଙ୍କ ପାଇଁ ଉଦ୍ଧିଷ୍ଟ ଥିବା ସିଟ ପାଇଁ ଚୟନ କରାଯିବ ବୋଲି ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

୧୨ରୁ ଯୁକ୍ତ ତିନି ଦ୍ୱିତୀୟ ପର୍ଯ୍ୟାୟ ଆବେଦନ

୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତତିନି ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆବେଦନ ପ୍ରକ୍ରିୟା ୧୨ ତାରିଖରୁ ଆରମ୍ଭ ହେବ । ‘ସାମ୍ସ’ ପୋର୍ଟାଲରେ ୧୨ ତାରିଖ ଅପରାହ୍ନ ୪ ଟାରୁ କମନ ଆପ୍ଲିକେସନ ଫର୍ମ (ସିଏଏଫ୍‌) ଉପଲବ୍ଧ ହେବ । ନାମଲେଖା ଆବେଦନ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀ ୨୯ ତାରିଖ ରାତି ୧୧ ଟା ୪୫ ମଧ୍ୟରେ ଆବେଦନ କରିପାରିବେ । ସେପ୍ଟେମ୍ବର ୨ ତାରିଖ ଅପରାହ୍ନ ୪ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ୩ ତାରିଖ ସକାଳ ୧୦ ଟାରୁ ୬ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମଲେଖାଇବେ । ୧୦ ତାରିଖ ଅପରାହ୍ନ ୨ ଟାରେ ୱେଟିଂ ଥିବା ଛାତ୍ରୀଛାତ୍ରଙ୍କର ମେଧା ତାଲିକା ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ତାଙ୍କ ନୋଟିସ ବୋର୍ଡ/ କଲେଜ ୱେବ୍‌ସାଇଟରେ ପ୍ରକାଶ କରିବେ । ସେହି ଛାତ୍ରଛାତ୍ରୀ ୧୧ ରୁ ୧୨ ତାରିଖ ସନ୍ଧ୍ୟା ୫ଟା ଭିତରେ ନାମ ଲେଖାଇବେ । ଏହାପରେ ଯଦି ସିଟ୍ ବଳକା ପଡ଼େ ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ ୱେଟିଂ ଥିବା ଛାତ୍ରୀଛାତ୍ରଙ୍କୁ କଲ୍ କିମ୍ବା ହ୍ୱାଟ୍‌ସଆପ କରି ନାମଲେଖା ପାଇଁ ଅବଗତ କରିବେ ବୋଲି ‘ସାମ୍ସ’ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟର ୧ ହଜାର ୫୬ଟି ଡିଗ୍ରୀ କଲେଜରେ ନାମଲେଖା ପାଇଁ ମୋଟ ୨ ଲକ୍ଷ୍ୟ ୭୪ ହଜାର ୧୫୧ ଟି ସିଟ ଉପଲବ୍ଧ ରହିଛି । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୭ ହଜାର ୬୭୩ ଜଣ ନାମ ଲେଖାଇଥିବା ବେଳେ ଆଉ ୯୬ ହଜାର ୪୭୮ଟି ସିଟ ଖାଲି ପଡ଼ିଛି ।

ବିଏଡ୍‌, ବିଏଚ୍‌ଏଡ୍ ଓ ଏମ୍‌ଏଡ୍ ନାମଲେଖା

୧୨ରେ ମେଧା ତାଲିକା
୨୦୨୪-୨୫ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ନାମଲେଖା ପାଇଁ ଅନୁଷ୍ଠିତ ହୋଇଥିବା ପ୍ରବେଶିକା ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶ ପାଇଥିଲା । ତେବେ ନାମଲେଖା ପାଇଁ ୧୨ ତାରିଖ ଅପରାହ୍ନ ୨ ଟାରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ମନୋନୀତ ଛାତ୍ରଛାତ୍ରୀ ୧୩ ତାରିଖ ପୂର୍ବାହ୍ନ ୧୦ ଟାରୁ ୧୭ ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ । ତେବେ ୧୫ ତାରିଖରେ ନାମଲେଖା ଅନୁଷ୍ଠିତ ହେବ ନାହିଁ । ୨୪ ତାରିଖ ଅପରାହ୍ନ ୨ ଟାରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏଥିରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୨୭ରୁ ୨୯ ତାରିଖ ଭିତରେ ନାମ ଲେଖାଇବେ । ସେପ୍ଟେମ୍ବର ୫ ଅପରାହ୍ନ ୨ ଟାରେ ତୃତୀୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବା ବେଳେ ମନୋନୀତ ଛାତ୍ରୀଛାତ୍ର ୬, ୯ ଏବଂ ୧୦ ତାରିଖରେ ନାମ ଲେଖାଇବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହା ମଧ୍ୟ ପଢନ୍ତୁ :- ଆମ ହସ୍ତତନ୍ତ ଆମ ଗୌରବ; ଶାଢ଼ି ପିନ୍ଧି ୱାକଥନରେ ସାମିଲ ହେଲେ ଶତାଧିକ ଓଡ଼ିଆଣୀ - Handloom Walkathon in Bhubaneswar

ସେହିଭଳି ଭାବରେ ସେପ୍ଟେମ୍ବର ୧୭ ତାରିଖରେ ଚତୁର୍ଥ ମେଧା ତାଲିକା ପ୍ରକାଶ ପାଇବ ଏବଂ ଛାତ୍ରଛାତ୍ରୀ ୧୮ ରୁ ୨୧ ତାରିଖ ମଧ୍ୟରେ ନାମ ଲେଖାବାକୁ ପଡ଼ିବ । ସେପ୍ଟେମ୍ବର ୨୩ ତାରିଖରୁ ବିଏଡ୍‌, ବିଏଚ୍‌ଏଡ୍ ଏବଂ ଏମ୍‌ଏଡ୍ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ । ତେବେ ନାମଲେଖା ପ୍ରକ୍ରିୟା କିପରି ହେବ ସେ ନେଇ ଉଚ୍ଚଶିକ୍ଷା ବିଭାଗ ଗାଇଡ଼ଲାଇନ ପ୍ରସ୍ତୁତ କରିଛି ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ବିଭାଗ ପକ୍ଷରୁ ୨ ବର୍ଷିଆ ବିଏଡ୍ ଏବଂ ଏମ୍‌ଏଡ୍ ଥିବା ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ଚେୟାରମ୍ୟାନ ଏବଂ ସମସ୍ତ ସରକାରୀ ଶିକ୍ଷକ ଶିକ୍ଷା ଶିକ୍ଷାନୁଷ୍ଠାନ ପ୍ରିନ୍ସିପାଲଙ୍କୁ ଚିଠି ଲେଖିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.