ETV Bharat / state

ଜୀବଜନ୍ତୁ ଅଦଳବଦଳ; ନନ୍ଦନକାନନରୁ ରାଞ୍ଚିକୁ ଯିବେ 53, ଆସିବେ 21 - Nandankanan to get new Animal

author img

By ETV Bharat Odisha Team

Published : Jul 9, 2024, 10:04 AM IST

Nandankanan to get new Animals: ଝାଡଖଣ୍ଡରୁ ନନ୍ଦନକାନନ ଆସିବେ ୨୧ ନୂଆ ଅତିଥି । ଜୀବଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯିବ । ଅଧିକ ପଢନ୍ତୁ

Nandankanan to get new Animals
Nandankanan to get new Animals (ETV Bharat Odisha)

ଭୁବନେଶ୍ୱର: ନନ୍ଦନକାନନକୁ ଖୁବଶୀଘ୍ର ଆସିବାକୁ ଯାଉଛି ୨୧ ନୂଆ ଅତିଥି । ବାରଙ୍ଗ ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବଂ ରାଞ୍ଚିର ଭଗବାନ ବିର୍ସା ପ୍ରାଣୀ ଉଦ୍ୟାନ ପାର୍କ ମଧ୍ୟରେ ଜୀବଜନ୍ତୁ ଅଦଳବଦଳ କରାଯିବ । ଏନେଇ କେନ୍ଦ୍ରୀୟ ପ୍ରାଣୀ ଉଦ୍ୟାନ ପ୍ରାଧିକରଣ ଅନୁମତି ପ୍ରଦାନ କରିସାରିଥିବା ବେଳେ ଆଜି(ମଙ୍ଗଳବାର)ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚି ପ୍ରାଣୀ ଉଦ୍ୟାନରୁ ଆସିବେ ଜୀବଜନ୍ତୁ: ଏହାରି ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ରାଞ୍ଚି ପ୍ରାଣୀ ଉଦ୍ୟାନର ଆସିବେ ୨୧ ନୂଆ ଜୀବଜନ୍ତୁ । ସେଗୁଡିକ ହେଲା ମେଲାନିଷ୍ଟିକ୍ ମାଈ ବାଘୁଣୀ, ସାଧାରଣ ମାଈ ବାଘୁଣୀ, 4ଟି ଷ୍ଟ୍ରିପଡ୍ ହାଏନା (3 ଅଣ୍ଡିରା ଓ ଗୋଟିଏ ମାଈ ହାଏନା), 10ଟି ଭାରତୀୟ ଝିଙ୍କ (ପୋର୍କୁପାଇନ) (5 ଅଣ୍ଡିରା ଓ 5 ମାଈ) ଓ 5ଟି ନୀଳଗାଇ (2 ଅଣ୍ଡିରା ଓ 3 ମାଈ) ।

ରାଞ୍ଚି ପ୍ରାଣୀ ଉଦ୍ୟାନକୁ ଜୀବଜନ୍ତୁ ଦେବ ନନ୍ଦନକାନନ : ଗୋଟିଏ ଧଳା ବାଘୁଣୀ, 4ଟି ହରିଣ (2 ଅଣ୍ଡିରା ଓ 2ଟି ମାଈ), 2ଟି ଭାରତୀୟ ଠେକୁଆ (1 ଅଣ୍ଡିରା,1 ମାଈ) 2 ଟି ଗ୍ରେ ପେଲିକାନ୍ (1 ଅଣ୍ଡିରା ଓ ଗୋଟିଏ ମାଈ), 20ଟି ନାଇଟ୍ ହେରନ୍ (10 ଅଣ୍ଡିରା ଓ 10 ମାଈ) ଓ 20ଟି ବ୍ଲାକହେଡ୍ ଆଇବିସ (10 ଅଣ୍ଡିରା ଓ 10 ମାଈ)କୁ ସ୍ଥାନାନ୍ତର କରାଯିବ ।

ଏହି ଜୀବଜନ୍ତୁ ଅଦଳବଦଳ କାର୍ଯ୍ୟକ୍ରମରେ ନନ୍ଦନକାନନରେ ରୟାଲ ବେଙ୍ଗଲ ଟାଇଗର, ଷ୍ଟ୍ରିପଡ୍ ହାଏନା, ଭାରତୀୟ ଝିଙ୍କ (ଇଣ୍ଡିଆନ୍ ପୋର୍କୁପାଇନ୍), ଏବଂ ନୀଳଗାଈ ଭଳି ପ୍ରାଣୀଙ୍କର ସଂଖ୍ୟା ବୃଦ୍ଧି ପାଇବ । ଏହି ଅଦଳବଦଳ କାର୍ଯ୍ୟକ୍ରମ ଆଜି (ମଙ୍ଗଳବାର) ଠାରୁ ଆରମ୍ଭ ହୋଇ 14 ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ଅଦଳବଦଳ କାର୍ଯ୍ୟକ୍ରମରେ ରହିଛନ୍ତି
ଏସିଏଫ ନୂତନ କୁମାର ହେମ୍ବ୍ରମ, ପ୍ରାଣୀ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ଗୁପ୍ତା, ଫରେଷ୍ଟ ଗାର୍ଡ ପ୍ରତାପ କୁମାର ଖୁଣ୍ଟିଆ ,ପଶୁ ରକ୍ଷକ ପ୍ରଫୁଲ୍ଲ ବାଗ ।

ଏହାମଧ୍ୟ ପଢନ୍ତୁ.. ନନ୍ଦନକାନନରେ ବାଘ ଭାଲୁଙ୍କ ଦେଖା ମିଳୁନି, ପର୍ଯ୍ୟଟକ ନିରାଶ - NANDANKANAN

ସୂଚନା ଅନୁଯାୟୀ, ବନ ବିଭାଗର ତଥ୍ୟ ଅନୁସାରେ ଦେବ୍ରିଗଡ଼ ପାଇଁ ୩ ମହାବଳ (୧ ଅଣ୍ଡିରା ଏବଂ ୨ଟି ବାଘୁଣୀ) ଓ ଶିମିଳିପାଳ ପାଇଁ ୨ଟି ମହାବଳ ବାଘୁଣୀ ଅଣାଯିବ । ସେହିଭଳି 20ଟି ଗୟଳ (5ଟି ଅଣ୍ଡିରା ଓ ୧୫ଟି ମାଈ) ଦେବ୍ରିଗଡ଼ରୁ ଚନ୍ଦକା ଅଭୟାରଣ୍ୟକୁ ଅଣାଯିବ । ଏହା ଜୁଲାଇ ୩୧ ମଧ୍ୟରେ ଆସିବେ । ସେହିପରି ୧୧୫ଟି ଚିତ୍ରା ହରିଣ (56ଟି ଅଣ୍ଡିରା, 46ଟି ମାଈ ଏବଂ 13ଟି ଛୋଟ ହରିଣ) ସମ୍ବଲପୁର ପ୍ରାଣୀ ଉଦ୍ୟାନରୁ ଦେବ୍ରିଗଡ଼କୁ ଜୁଲାଇ 31 ସୁଦ୍ଧା ଆସିବ । ଜୁଲାଇ 20 ସୁଦ୍ଧା ତପ୍ତପାଣି ହରିଣ ପାର୍କରୁ ଲାଖରି ଭ୍ୟାଲିକୁ 32ଟି ଚିତ୍ରା ହରିଣ ଆସିବେ ।

25 ଜୁଲାଇ ସୁଦ୍ଧା ଅନୁଗୁଳର ନାଲକୋ ନଗର ହରିଣ ପାର୍କରୁ ୫୫ଟି ଚିତ୍ରା ହରିଣ (22ଟି ଅଣ୍ଡିରା ଏବଂ 35ଟି ମାଈ) ଢେଙ୍କାନାଳର କନ୍ଧାରା ଯିବେ । ୧୦ ତାରିଖ ମଧ୍ୟରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନର 100ଟି ଚିତ୍ରା ହରିଣ (୫୦ ମାଈ ଓ ୫୦ ଅଣ୍ଡିଆ) ଚନ୍ଦକା ଅଭୟାରଣ୍ୟକୁ ଆସିବେ । ଅନ୍ୟପଟେ ଅଗଷ୍ଟ 31 ସୁଦ୍ଧା ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ 500ଟି ଚିତ୍ରା ହରିଣ ଢେଙ୍କାନାଳର କାନ୍ଧାରା, ସାତକୋଶିଆ ବାଘ ଅଭୟାରଣ୍ୟ ଓ କୁଳଢିଆ ଅଭୟାରଣ୍ୟକୁ ଯିବେ ।

ଅନ୍ୟପଟେ 8ଟି କୃଷ୍ଣସାର ମୃଗ(୨ ଅଣ୍ଡିରା ଓ ୬ ମାଈ) ଗଞ୍ଜାମର ବେଠୋନି ଅଞ୍ଚଳରୁ କୋଣାର୍କର ବାଲୁକାଖଣ୍ଡକୁ ଜୁଲାଇ ୨୦ ସୁଦ୍ଧା ଆସିବେ । ଏହା ସମେତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ କୋଣାର୍କ ବାଳୁକାଖଣ୍ଡକୁ ୧୦ ଟି (4ଟି ଅଣ୍ଡିରା ଏବଂ 6 ମାଈ) କୃଷ୍ଣସାର ମୃଗ ଅଗଷ୍ଟ ୧୫ ମଧ୍ୟରେ ଆସିବେ ।

ଭୁବନେଶ୍ବର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.