ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଚଳିତ ବର୍ଷର ଯୁକ୍ତ ଦୁଇ ଓ ମାଟ୍ରିକ ପରୀକ୍ଷା ଫଳ । ସକାଳ 10ଟା 30ରେ ଦଶମ ଓ ଅପରାହ୍ନ 3ଟାରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇବ । ପ୍ରଥମେ HSC, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପାଇଁ ଛାତ୍ରଛାତ୍ରୀଙ୍କର ଫଳ ପ୍ରକାଶ ପାଇବ । ରେଜଲ୍ଟ କମିଟି ବସିବା ପରେ ଫଳ ପ୍ରକାଶିତ ହେବ । www.bseodisha.ac.inରେ ନିଜ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ସକାଳ 11ଟା 30 ପରଠାରୁ ୱେବସାଇଟରେ ଫଳ ଉପଲବ୍ଧ ହେବ । ଏନେଇ ଗତ 24 ତାରିଖରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।
ପ୍ରଥମ ଥର ପାଇଁ ରେଜଲ୍ଟ ବାହାରିବା ଦିନ ହିଁ ସାର୍ଟିଫିକେଟ ପାଇପାରିବେ ଛାତ୍ରଛାତ୍ରୀ । ଅନଲାଇନରେ ଏବଂ Whatsapp ମାଧ୍ୟମରେ କିଛି ଜରୁରୀ ତଥ୍ୟ ଦେଇ ସାର୍ଟିଫିକେଟ ଡାଉନଲୋଡ କରିପାରିବେ । ଅପରାହ୍ନ 4ଟା ପରଠାରୁ ଡିଜିଟାଲ ସାର୍ଟିଫିକେଟ ମିଳିବ । ନିଜର ମୋବାଇଲରୁ ମଧ୍ୟ ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । OR10 space ନିଜର ରୋଲ ନମ୍ବରକୁ ଟାଇପ୍ କରି 5676750କୁ ମେସେଜ କଲେ ରେଜଲ୍ଟ ଜାଣିହେବ । ସ୍କୁଲ ପ୍ରଧାନ ଶିକ୍ଷକମାନେ ମଧ୍ୟ ଅପରାହ୍ନ 12ଟା 30ରୁ ନିଜର ୟୁଜର ଆଇଡି ଏବଂ ପାସୱାର୍ଡ ବ୍ୟବହାର କରି ରେଜଲ୍ଟ ଜାଣିପାରିବେ । ଚଳିତ ବର୍ଷ ହାଇସ୍କୁଲ ମଧ୍ୟମା ଓ ଷ୍ଟେଟ ଓପନ ସ୍କୁଲ ପାଇଁ ମୋଟ 5 ଲକ୍ଷ 60 ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।
- Whatsappରେ 7710058192କୁ ସେଭ କରନ୍ତୁ
- ଉକ୍ତ ନମ୍ବରକୁ HI କିମ୍ବା BSE ଲେଖି ମେସେଜ କରନ୍ତୁ
- ଏହାପରେ କିଛି ଜରୁରୀ ତଥ୍ୟ ଦେବାକୁ ପଡିବ
- ପରେ ଡିଜିଟାଲ ସାର୍ଟିଫିକେଟ ଆପଣ ପାଇପାରିବେ
- ଗୋଟିଏ ମୋବାଇଲ ନମ୍ବରରେ ଗୋଟିଏ ସାର୍ଟିଫିକେଟ ଡାଉନଲୋଡ କରିହେବ
ଅନଲାଇନରେ ଏମିତି କରନ୍ତୁ ମାଟ୍ରିକ ସାର୍ଟିଫିକେଟ ଡାଉନଲୋଡ:
- ପ୍ରଥମେ BSE ଅଫିସିଆଲ ଓ୍ବେଟସାଇଟକୁ ଯାଆନ୍ତୁ
- ବୋର୍ଡ ପକ୍ଷରୁ ଓ୍ବେବ ସାଇଟରେ ଏକ ଲିଙ୍କ ଉପଲବ୍ଧ ଥିବ
- ସେହି ଲିଙ୍କରେ କ୍ଲିକ କରନ୍ତୁ
- ଏକ ପେଜ ଓପନ ହେବା ପରେ ସେଥିରେ କିଛି ତଥ୍ୟ ଦିଅନ୍ତୁ
- ଯେପରିକି ଟାଇପ ଅଫ ଏକ୍ସାମିନେସନ, ଇୟର ଅଫ ଏକ୍ସାମିନେସନ, ଡେଟ ଅଫ ବାର୍ଥ , ମୋବାଇଲ ନମ୍ବର, ରୋଲ ନମ୍ବର
- ପରେ ମୋବାଇଲ ନମ୍ବରକୁ ଏକ ଓଟିପି ଆସିବ
- ଓଟିପି ଦେବା ପରେ ସର୍ଚ୍ଚ କରିବେ
- ଏହାପରେ ସାର୍ଟିଫିକେଟ ଉପଲବ୍ଧ ହେବ
- ଏହାକୁ ଡାଉନଲୋଡ ଅପସନରେ କ୍ଲିକ କଲେ ସାର୍ଟିଫିକେଟ ପାଇପାରିବେ
ଯୁକ୍ତ ଦୁଇ ପରୀକ୍ଷା ଫଳ: ଆଜି ଗୋଟିଏ ଦିନରେ ଯୁକ୍ତ ଦୁଇ କଳା, ବାଣିଜ୍ୟ, ବିଜ୍ଞାନ ଏବଂ ଧନ୍ଦାମୂଳକ ବିଷୟ ପରୀକ୍ଷା ଫଳାଫଳ ଘୋଷଣା କରାଯିବ । ଭୁବନେଶ୍ୱର ସ୍ଥିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ କରାଯିବ । ପରୀକ୍ଷା ଫଳାଫଳ www.orissaresults.nic.inରେ ଉପଲବ୍ଧ ହେବ । ଏହାସହ ଛାତ୍ରଛାତ୍ରୀ ସେମାନଙ୍କର ବିଦ୍ୟାଳୟ ଇସ୍ପେସ୍ (HS School e-space) ଓ ଡିଜିଲକର୍ (Digilocker) ମାଧ୍ୟମରେ ମଧ୍ୟ ଫଳାଫଳ ଜାଣିପାରିବେ । ଚଳିତ ବର୍ଷ ମୋଟ ୩ ଲକ୍ଷ ୮୬ ହଜାର ୨୫୦ ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଥିବାବେଳେ ସେଥିରୁ ରେଗୁଲାର ୩ ଲକ୍ଷ ୬୦ ହଜାର ୧୯୮ ଜଣ ଏବଂ ଏକ୍ସ ରେଗୁଲାର ୨୬ ହଜାର ୫୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ମୋଟ ୨୭ ଲକ୍ଷ ଖାତା ମୂଲ୍ୟାୟନ ହୋଇଥିବାବେଳେ ସେଥିରୁ ଅନ୍ଲାଇନ୍ରେ ୯ ଲକ୍ଷ ଏବଂ ଅଫ୍ଲାଇନରେ ୧୮ ଲକ୍ଷ ଖାତା ମୂଲ୍ୟାୟନ କରାଯାଇଛି ।
ଇଟିଭି ଭାରତ, ଭୁବନେଶ୍ୱର