ETV Bharat / state

ଓଡ଼ିଶାରେ ଫୁଟିଲା ପଦ୍ମ ! ଟ୍ରେଣ୍ଡକୁ ନେଇ ଉତ୍ସାହିତ ବିଜେପି - Odisha BJP GOT MAJORITY VOTE

author img

By ETV Bharat Odisha Team

Published : Jun 4, 2024, 3:52 PM IST

Odisha BJP Got Majority Vote: ବର୍ତ୍ତମାନ ସୁଦ୍ଧା ବିଜେଡି ଠାରୁ ଆଗରେ ରହିଛି ବିଜେପି । ବହୁମତ ପାଇଁ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ରାଜ୍ୟ ବିଜେପି ଉପସଭାପତି । ଅଧିକ ପଢନ୍ତୁ

BJP Got Majority Vote
BJP Got Majority Vote (ETV Bharat Odisha)

ଭୁବନେଶ୍ବର: ସଂଖ୍ୟା ଗରିଷ୍ଠତା ହାସଲ ଅଭିମୁଖେ ବିଜେପି । ବର୍ତ୍ତମାନ ସୁଦ୍ଧା ବିଜେଡି ଠାରୁ ଆଗରେ ରହିଛି ବିଜେପି । ଆଉ କିଛି ଘଣ୍ଟାର ବ୍ୟବଧାନ ପରେ ଜଣାପଡିବ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟଫଳ । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ କ୍ଷମତା ? ଲୋକସଭା ସମେତ ଓଡ଼ିଶା ବିଧାନସଭା ନିର୍ବାଚନର ରେଜଲ୍ଟ ମଧ୍ୟ ସ୍ପଷ୍ଟ ହୋଇଯିବ । ରାଜ୍ୟରେ ବିଜେପି ଆଗରେ ରହିଥିବା ବର୍ତ୍ତମାନ ସୁଦ୍ଧା ଆସିଥିବା ଫଳାଫଳରୁ ଜଣାପଡ଼ିଛି । ଯାହାକୁ ନେଇ ରାଜ୍ୟ ବିଜେପି ମଧ୍ୟରେ ଦେଖାଦେଇଛି ଖୁସିର ମାହୋଲ । ଏହାରି ଭିତରେ ରାଜ୍ୟ ବିଜେପି ଉପସଭାପତି ଗୌଲକ ମହାପାତ୍ର ପ୍ରେସମିଟ୍ କରିଛନ୍ତି । ବହୁମତ ଦେଇଥିବା ବିଜେପିକୁ ଆଗକୁ ନେଇଥିବାରୁ ସେ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ସେ କହିଛନ୍ତି, "ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଯାଉଛି ବିଜେପି । ଯୁବ ଭୋଟର, ମହିଳା ଓ ବିଭିନ୍ନ ବର୍ଗର ଭୋଟରଙ୍କୁ ଧନ୍ୟବାଦ ଦେଉଛି । କେନ୍ଦ୍ର ନେତୃତ୍ୱଙ୍କୁ ଧନ୍ୟବାଦ । ସବୁଠୁ ବଡ଼ ଭୂମିକା ଗଣମାଧ୍ୟମର । ଏହି ଜନାଦେଶ ଆମ ପାଇଁ ଗୁରୁ ଦାୟିତ୍ୱ । ଟ୍ରେଣ୍ଡ ବିଜେପି ସପକ୍ଷରେ ଅଛି । ଯାହା ଫଳ ଆସିବ ତାହା ଗ୍ରହଣୀୟ । ଆମେ ଧୀରେ ଧୀରେ ଆଗଉଛୁ ।"ବର୍ତ୍ତମାନ ଓଡ଼ିଶାର ଟ୍ରେଣ୍ଡ କରୁଛି ବିଜେପି । ଏଥିମଧ୍ୟରୁ ବିଜେପି ମ୍ୟାଜିକ ନମ୍ବର ଛୁଇଁ ସାରିଛି । ସେହିପରି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ସେଲିବ୍ରେସନ କରିଛନ୍ତି ଦଳୀୟ ନେତା ଓ କର୍ମୀ । ସମସ୍ତ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି । ପ୍ରାରମ୍ଭିକ ଟ୍ରେଣ୍ଡରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି ଟ୍ରେଣ୍ଡରେ ରହିଛି । ଏହାସହ ଶାସକ ବିଜେଡିକୁ ଲାଗିଛି ବଡ ଝଟକା । କାରଣ ପ୍ରଥମ ଥର ଦଳର ପ୍ରଦର୍ଶନ ମାତ୍ରାଧିକ ଖରାପ ସ୍ଥିତିରେ ରହିଛି ।

ଏହା ବି ପଢନ୍ତୁ...ରାଜ୍ୟର ସଂଖ୍ୟା ଗରିଷ୍ଠତା ଆଡକୁ ବଢୁଛି BJP, ବିଭିନ୍ନ ସ୍ଥାନରେ ସେଲିବ୍ରେସନ ଆରମ୍ଭ କଲେଣି କର୍ମୀ - Odisha Election Result 2024

ବିଜୟକୁ ନେଇ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଲେ । ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଯାଉଛି ବିଜେପି । ଏପର୍ଯ୍ୟନ୍ତ ଯେତେ ରାଉଣ୍ଡ ହୋଇଛି ସବୁଥିରେ ବିଜେପି ଆଗରେ ଅଛି । ଫଳାଫଳକୁ ନେଇ ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, "ଓଡ଼ିଶାରେ ଡବଲ ଇଞ୍ଜିନ ସରକାର କରିବାକୁ ଯାଉଛି ବିଜେପି । ଏପର୍ଯ୍ୟନ୍ତ ଯେତେ ରାଉଣ୍ଡ ହୋଇଛି ସବୁଥିରେ ବିଜେପି ଆଗରେ ଅଛି । ସନ୍ଧ୍ୟା ସୁଦ୍ଧା ଏକ ନିର୍ଣ୍ଣାୟକ ଫଳାଫଳ ଆସିଯିବ । ଓଡ଼ିଆ ଅସ୍ମିତା ଓଡ଼ିଆ ପରିଚୟ, ସଂସ୍କୃତି, ଭାଷାର ସୁରକ୍ଷା ପାଇଁ ଓଡ଼ିଶାବାସୀ ମତଦାନ କରିଛନ୍ତି । ସ୍ପଷ୍ଟ ଜନମତ ଆସିବା ପରେ 10 ପାଇଁ ପ୍ରସ୍ତୁତି ଆରମ୍ଭ କରିବା ବିଜେପି । ଯାହା ଫଳାଫଳ ଆସିଛି ତାହା ଉତ୍ସାହଜନକ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.