ETV Bharat / state

ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା; ମୁଖ୍ୟମନ୍ତ୍ରୀ ପଛରେ, ବିଜେପି ଡେଇଁଲା ମ୍ୟାଜିକ୍ ନମ୍ବର - Odisha Assembly results 2024 - ODISHA ASSEMBLY RESULTS 2024

Odisha Assembly Election Results 2024 BJP Leading against BJD: ପ୍ରାରମ୍ଭିକ ଟ୍ରେଣ୍ଡ ବଢାଇଲା ବିଜେଡିର ଚିନ୍ତା । ଓଡ଼ିଶାରେ ଆଗରେ ମାଡିଚାଲିଛି ବିଜେପି । ୨୪ ବର୍ଷର ଶାସକ ଦଳକୁ ପଛରେ ଛାଡି ବିଜେପି ୭୩ ଆସନରେ ଲିଡ୍ କରୁଛି । ଅଧିକ ପଢନ୍ତୁ

ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା, ଓଡ଼ିଶାରେ ଆଗୁଆ ମାଡିଚାଲିଛି ବିଜେପି
ପ୍ରାରମ୍ଭିକ ଟ୍ରେଣ୍ଡରେ ବଢିଲା ବିଜେଡି ଚିନ୍ତା, ଓଡ଼ିଶାରେ ଆଗୁଆ ମାଡିଚାଲିଛି ବିଜେପି (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 11:20 AM IST

ଭୁବନେଶ୍ବର: ରାଜ୍ୟରେ ଭୋଟ ଗଣତି ଜାରି ରହିବା ସହିତ ବଢୁଛି ବିଜୁ ଜନତା ଦଳର ଚିନ୍ତା । ନିର୍ବାଚନୀ ଫଳାଫଳର ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଓଡ଼ିଶାରେ ଆଗୁଆ ରହିଛି ବିଜେପି । ୨୪ ବର୍ଷର ଶାସକ ବିଜେଡି ଦଳକୁ ପଛରେ ପକାଇ ବିଜେପି ଆଗରେ ମାଡି ଚାଲିଛି । ସାମ୍ପ୍ରତିକ ଟ୍ରେଣ୍ଡ ଅନୁସାରେ, ୧୪୭ ବିଧାନସଭା ଆସନରୁ ବିଜେଡି ୫୭ଟି ଆସନରେ ଲିଡ୍ କରୁଥିବାବେଳେ ୭୩ ଆସନରେ ଲିଡ୍ କରୁଛି ବିଜେପି । ଅର୍ଥାତ୍ ଓଡ଼ିଶାରେ ବିଜେପି ମ୍ୟାଜିକ୍ ନମ୍ବର ଛୁଇଁ ସାରିଛି ।

ଏହା ମଧ୍ୟ ପଢନ୍ତୁ: ଲୋକସଭା ନିର୍ବାଚନ ଜନାଦେଶ: ପ୍ରାରମ୍ଭିକ ଟ୍ରେଣ୍ଡରେ ମ୍ୟାଜିକ ନମ୍ବର ପାର୍ କଲା NDA, କେଉଁ ଆସନରେ କିଏ ଆଗରେ - Lok Sabha Election Results 2024

ପ୍ରାୟ ସମସ୍ତ ଆସନରେ ବିଜେଡି ଓ ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ କଡା ଫାଇଟ୍ ହେଉଛି । କଂଗ୍ରେସ ୧୪ଟି ଏବଂ ୩ଟି ଆସନରେ ଅନ୍ୟାନ୍ୟ ଆଗରେ ଅଛନ୍ତି । ପ୍ରାରମ୍ଭିକ ଟେଣ୍ଡ ଅନୁସାରେ, ଅନୁଗୋଳ, ଆଠମଲ୍ଲିକ, ଛେଣ୍ଡିପଦା, ଲୋଇସିଂହା, ପାଟନାଗଡ, ଟିଟିଲାଗଡ଼, ବାଲେଶ୍ବର, ନୀଳଗିରି, ରେମୁଣା, ସମୁଳିଆ, ଅତାବିରା, ଭଟଲି, ବିଜେପୁର, ଚାନ୍ଦବାଲି, ଧାମନଗର, ବୌଦ୍ଧ, କଣ୍ଟାମାଳ, ବାଙ୍କି ପ୍ରମୁଖ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ଆଗୁଆ ରହିଛନ୍ତି ।

ଓଡ଼ିଶାର ଲୋକସଭା ଆସନଗୁଡିକରେ ମଧ୍ୟ ବିଜେପି ବିଜେଡି ଠାରୁ ବହୁ ସିଟ୍ ଆଗରେ ରହିଛି । ୧୮ ଆସନରେ ଆଗୁଆ ରହିଛନ୍ତି ବିଜେପି ପ୍ରାର୍ଥୀ । ଶାସକ ବିଜୁ ଜନତା ଦଳ ମାତ୍ର ଗୋଟିଏ ଏବଂ କଂଗ୍ରେସ ୨ଟି ଲୋକସଭା ଆସନରେ ଆଗରେ ଅଛନ୍ତି । ସମ୍ବଲପୁର ଲୋକସଭା ସିଟରେ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀ, ପୁରୀରେ ସମ୍ବିତ ପାତ୍ର, ସୁନ୍ଦରଗଡରେ ଜୁଏଲ ଓରାମ, କଳାହାଣ୍ଡିରେ ମାଳବିକା ଦେବୀ ବିଜେଡି ପ୍ରାର୍ଥୀଙ୍କ ଠାରୁ ଆଗରେ ଚାଲିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.