ETV Bharat / state

ଭାଇଚାରାର ନିଆରା ନିଦର୍ଶନ; ୩୦୦ ବର୍ଷ ହେଲା ମହରମରେ ତାଜିଆ ବାହାର କରୁଛନ୍ତି ହିନ୍ଦୁ ପରିବାର - Hindu family takes out tazia

author img

By ETV Bharat Odisha Team

Published : Jul 17, 2024, 4:53 PM IST

Hindu family takes out tazia: ଆଜି ମୁସଲିମ ସମ୍ପ୍ରଦାୟର ପର୍ବ ମହରମ । ହେଲେ ହିନ୍ଦୁ ଘରୁ ବାହାରିଲା ତାଜିଆ ଶୋଭାଯାତ୍ରା । ଆଜି କିମ୍ବା କିଛି ବର୍ଷ ହେବ ନୁହେଁ, ବରଂ ଦୀର୍ଘ ୩୦୦ ବର୍ଷ ହେଲା ସମ୍ବଲପୁରରେ ଦେଖିବାକୁ ମିଳୁଛି ସାମ୍ପ୍ରଦାୟିକ ସଦଭାବନା ଓ ଭାଇଚାରାର ଏହି ନିଆରା ନିଦର୍ଶନ । ଅଧିକ ପଢନ୍ତୁ

ଭାଇଚାରାର ନିଆରା ନିଦର୍ଶ
ଭାଇଚାରାର ନିଆରା ନିଦର୍ଶ (ETV Bharat Odisha)

ସମ୍ବଲପୁର: ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ତ୍ୟାଗ ଓ ବଳିଦାନର ପର୍ବ ମହରମ l ସାରା ଦେଶରେ ଆଜି ଏହି ପର୍ବ ପାଳିତ ହେଉଛି l ସମ୍ବଲପୁରରେ ମଧ୍ୟ ମହରମ ପାଳନ କରାଯାଉଛି l ତେବେ ସମ୍ବଲପୁର ସହରର ମହରମର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । କାରଣ 300 ବର୍ଷରୁ ଅଧିକ ହେବ ସହରର ମୁଦୀପଡାର ହିନ୍ଦୁ ପଢିଆରୀ ପରିବାର ନିଜ ଘରୁ ତାଜିଆ ବାହାର କରି ସାମ୍ପ୍ରଦାୟିକ ସଦଭାବନାର ଅନନ୍ୟ ଉଦାହରଣ ଦେଇଆସୁଛନ୍ତି l 1664 ମସିହାରୁ ଏହି ହିନ୍ଦୁ ପରିବାର ତାଜିଆ ପରମ୍ପରାକୁ ବହନ କରିଆସୁଛନ୍ତି l ସବୁଠାରୁ ବଡ଼ କଥା, ହିନ୍ଦୁ ଲୋକ ଏହି ତାଜିଆ ନିର୍ମାଣ କରନ୍ତି ଓ ହିନ୍ଦୁ ପରିବାର ଏହାକୁ ବାହାର କରନ୍ତି । ଏକ ମୁସଲିମ ପରିବାର ୮ ପିଢି ହେଲା ଏଠାରେ ଫାତିଆ ପଢ଼ନ୍ତି l

ଭାଇଚାରାର ନିଆରା ନିଦର୍ଶନ (ETV Bharat Odisha)

ସମ୍ବଲପୁର ମୁଦୀପଡାର ରାଜେନ୍ଦ୍ର ମୋହନ ପଢ଼ିଆରୀ l ଏହି ପରିବାର ସମ୍ବଲପୁରର ଏକ ପ୍ରତିଷ୍ଠିତ ପରିବାର l ଏମାନଙ୍କ ପୂର୍ବଜ 1664 ମସିହାରୁ ନିଜ ଚେଷ୍ଟାରେ ମହରମ ଦିନ ନିଜ ଘରୁ ତାଜିଆ ବାହାର କରିଆସୁଛନ୍ତି l ଏଥିପାଇଁ ସେମାନେ କେବେ ଚାନ୍ଦା ଆଦାୟ କରନ୍ତି ନାହିଁ l ନିଜେ ନିଜ ଖର୍ଚ୍ଚରେ ଏକ ହିନ୍ଦୁ ପରିବାରକୁ ତାଜିଆ ତିଆରି କରିବାକୁ କୁହନ୍ତି l ତିଆରି ହେବା ପରେ ନିଜେ ନିଜ ଘରୁ ତାଜିଆ ବାହାର କରନ୍ତି l ତେବେ ପୂଜା ବା ଫାତିଆ ପଢ଼ନ୍ତି ଏକ ମୁସଲିମ ପରିବାର l ଏହି ମୁସଲିମ ପରିବାର ମଧ୍ୟ 8 ପିଢି ହେଲା ଶ୍ରଦ୍ଧାର ସହ ଏହି ଦାୟିତ୍ୱ ନିର୍ବାହ କରିଆସୁଛନ୍ତି l ଏହି ତାଜିଆ ବାହାର କରିବାରେ ମୁସଲିମ ସମ୍ପ୍ରଦାୟର ଲୋକେ ମଧ୍ୟ ସମ୍ପୂର୍ଣ୍ଣ ରୂପେ ସହଯୋଗ କରି ଆସୁଛନ୍ତି l

ଭାଇଚାରାର ନିଆରା ନିଦର୍ଶନ
ଭାଇଚାରାର ନିଆରା ନିଦର୍ଶନ (ଭାଇଚାରାର ନିଆରା ନିଦର୍ଶନ)
କେମିତି ଆରମ୍ଭ ହେଲା ଏହି ପରମ୍ପରା ?1664 ମସିହାର କଥା l ସେତେବେଳେ ସମ୍ବଲପୁରରେ ରାଜା ରାଜୁଡା ଶାସନ ଚାଲିଥିଲା l ସେହି ସମୟରେ ମକ୍କାରୁ ସମ୍ବଲପୁରକୁ 2 ଜଣ ମୁସଲମାନ ସନ୍ନ୍ୟାସୀ ଆସିଥିଲେ, ସେମାନେ ଥିଲେ ସୟଦ ମସ୍ତାନ ବାବା ଓ ସୟଦ ନାଜିର ବାବା l ଏହି 2 ଜଣ ମୁସଲମାନ ଫକୀର ସେତେବେଳେ ମୁଦୀପଡାର ଏହି ପଢିଆରୀ ପରିବାର ଘରେ ରହିଥିଲେ l ସେହି ସମୟରେ ସେମାନେ ଦୁହେଁ ସମ୍ବଲପୁର ରାଜାଙ୍କ ଅନୁମତି ନେଇ ଏହି ତାଜିଆ ଶୋଭାଯାତ୍ରାର ପରମ୍ପରା ଆରମ୍ଭ କରିଥିଲେ l ପରେ 2 ଫକୀର ବାବାଙ୍କ ମୃତ୍ୟୁ ପୂର୍ବରୁ ସେମାନେ ଉକ୍ତ ହିନ୍ଦୁ ପଢ଼ିଆରୀ ପରିବାରକୁ ଏହି ତାଜିଆ ଶୋଭଯାତ୍ରା ବଜାୟ ରଖିବାକୁ ଅନୁରୋଧ କରିଥିଲେ l

ଏହା ମଧ୍ୟ ପଢନ୍ତୁ: କାହିଁକି ମା’ ତାରିଣୀଙ୍କ ପୀଠରେ ଜିଭ କାଟିଲା ଭକ୍ତ ? - Man Cuts Tongue In Ghatagaon Temple

ସେହିଦିନଠାରୁ ହିନ୍ଦୁ ତାଜିଆ ପରମ୍ପରା ଜାରି ରହିଛି l ଆଉ ଏହି ତାଜିଆର ବିଶେଷତ୍ୱ ହେଉଛି, ସମ୍ବଲପୁରର ଅନ୍ୟ ଯେକୌଣସି ତାଜିଆର ଗମ୍ବୁଜର ରଙ୍ଗ ପ୍ରତ୍ୟେକ ବର୍ଷ ପରିବର୍ତ୍ତନ ହେଉଥିବା ବେଳେ କିନ୍ତୁ ଏହି ହିନ୍ଦୁ ତାଜିଆର ଗମ୍ବୁଜର ରଙ୍ଗ ଲାଲ ହୋଇଥାଏ l ଏହା କେବେ ପରିବର୍ତ୍ତନ ହୁଏ ନାହିଁ l ଏହି ତାଜିଆ ବାହାରିଲେ ହିନ୍ଦୁ ପରିବାରର ଲୋକେ ମଧ୍ୟ ନଡ଼ିଆ ଆଉ ଧୂପ ଦିଅନ୍ତି ଓ ମାନସିକ ରଖନ୍ତି l ବିଶ୍ୱାସର ସହ ମାନସିକ କଲେ ଏହା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି l ବାସ୍ତବରେ ସମ୍ବଲପୁରର ପଢ଼ିଆରୀ ପରିବାରର ଏହି ନିଆରା ପରମ୍ପରା ସାମ୍ପ୍ରଦାୟିକ ସଦଭାବନାର ଏକ ନିଆରା ଉଦାହରଣ ପେଶ୍ କରୁଛି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.