ETV Bharat / state

ବର୍ଷାଦିନ ପୂର୍ବରୁ ଡରାଇଲାଣି ଡେଙ୍ଗୁ: ୨୩୫ ଆକ୍ରାନ୍ତ ଚିହ୍ନଟ, ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ - Dengue Cases Rising In Odisha

author img

By ETV Bharat Odisha Team

Published : Jun 10, 2024, 7:57 PM IST

Dengue Cases Rising In Odisha: ରାଜ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ସକ୍ରିୟ ହୋଇ ନଥିବା ବେଳେ ଏବେ ଠାରୁ ଘନେଇଲାଣି ଡେଙ୍ଗୁର ପ୍ରକୋପ । ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ, ଯାହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

Dengue Cases Rising In Odisha
Dengue Cases Rising In Odisha (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ମୌସୁମୀ ସମ୍ପୂର୍ଣ୍ଣ ଭାବେ ନ ଛୁଉଁଣୁ, କାୟା ମେଲାଇଲାଣି ଡେଙ୍ଗୁ । ଚଳିତ ବର୍ଷ ଏପର୍ଯ୍ୟନ୍ତ ରାଜ୍ୟରେ ଚିହ୍ନଟ ହେଲେଣି ୨୩୫ ଜଣ ଡେଙ୍ଗୁ ରୋଗୀ । ସେଥିମଧ୍ୟରୁ ଗତକାଲି ୩ଟି କେସ ଆସିଛି । ପୁରୀରୁ ୨ଟି, ଭୁବନେଶ୍ବରରୁ ଜଣେ ଆକ୍ରାନ୍ତ ରହିଛନ୍ତି । ଗତବର୍ଷ ଏ ସମୟ ସୁଦ୍ଧା ରାଜ୍ୟରେ ୧୦୭ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିଲେ । ଡେଙ୍ଗୁ ନେଇ ସତର୍କ ରହିବାକୁ ସଚେତନ କରାଇବା ସହ ଚିକିତ୍ସା ପାଇଁ ପଦକ୍ଷେପ ନେବାକୁ ସମସ୍ତ CDMOଙ୍କୁ କୁହାଯାଇଛି । ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ଡେଙ୍ଗୁ ୱାର୍ଡ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ସବୁ ଜିଲ୍ଲାକୁ ଆଲର୍ଟ କରାଯାଇଛି । ପ୍ଲେଟଲେଟ ଉପଲବ୍ଧ କରିବାକୁ କୁହାଯିବା ସହ ଏ ନେଇ ହସ୍ପିଟାଲଗୁଡିକୁ ପ୍ରଶିକ୍ଷଣ ମଧ୍ୟ ଦିଆଯାଇଛି ।

ଖୋର୍ଦ୍ଧାରୁ ସର୍ବାଧିକ ୬୫ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୯, ମାଲକାନଗିରି ୧୭, ପୁରୀରୁ ୧୩ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସହରରେ ଡେଙ୍ଗୁ ଅଧିକ ହେଉ ଥିବାରୁ ସ୍ବତନ୍ତ୍ର ଡ୍ରାଇଭ କରାଯାଉଛି । ଚଳିତ ବର୍ଷ ଏ ଯାଏଁ କୌଣସି ଡେଙ୍ଗୁ ମୃତ୍ୟୁ ହୋଇନି । ସୂଚନା ଅନୁଯାୟୀ, ପ୍ରତିବର୍ଷ ଦେଶର ଯେଉଁ କେତୋଟି ରାଜ୍ୟରେ ଡେଙ୍ଗୁ ରୋଗ ବ୍ୟାପୁଛି ସେହି ରାଜ୍ୟ ତାଲିକାରେ ଓଡ଼ିଶା ରହିଛି । ଗତବର୍ଷ ଓଡ଼ିଶାରେ ଡେଙ୍ଗୁ ସଂକ୍ରମଣ ଭୟଙ୍କର ହୋଇଥିଲା । ଏହାରି ମଧ୍ୟରେ ଭୁବନେଶ୍ବର ହଟ୍‌ସ୍ପଟ୍‌ ପାଲଟିଥିବା ବେଳେ ରାଜ୍ୟରେ ଅନେକ ଜିଲ୍ଲାରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର ହୋଇଥିଲା । ଏପରିକି ଗତବର୍ଷ କେବଳ ଭୁବନେଶ୍ବରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫ ହଜାର ଟପିଥିଲା । ଏପଟେ ୨୦୧୮ ମସିହାରୁ ରାଜ୍ୟରେ ଲଗାତାର ଭାବରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ୪୧ ଟି ଟେଷ୍ଟିଂ କେନ୍ଦ୍ର ରହିଛି ଓ ଏହା ସହ ଭୁବନେଶ୍ବରରେ ୩ ଟି ସ୍ଥାନରେ ଟେଷ୍ଟିଂର ବ୍ୟବସ୍ଥା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ମୌସୁମୀ ବର୍ଷାରେ ବଢିବ ମଶା ଆତଙ୍କ; ମୁକାବିଲା ପାଇଁ ପ୍ରସ୍ତୁତ ଜନସ୍ବାସ୍ଥ୍ୟ ବିଭାଗ - Dengue and Malaria Precautionary

ପ୍ରଥମ ଜିନିଷ ହେଉଛି ଡେଙ୍ଗୁ ମଶାର ଲାଭା ଯେଭଳି ଭାବରେ ନଷ୍ଟ କରାଯିବ । ଦିନରେ କୌଣସି ମଣିଷକୁ ନ କାମୁଡେ ଏଥିପ୍ରତି ଧ୍ୟାନ ଦିଆଯାଉଛି । ଡେଙ୍ଗୁର ଔଷଧ କିଛି ନଥିବା ବେଳେ କେବଳ ସଚେତନତା ହିଁ ଡେଙ୍ଗୁ ମୃତ୍ୟୁର ବଞ୍ଚାଇ ପାରିବ । ପ୍ରଥମକରି ଖାଲି ପାତ୍ରରେ ପାଣି ଜମା କରିବାକୁ ଦେବା ନାହିଁ । ଘରର ଚାରି ପାଖରେ ସଫା କରିବା ଆବଶ୍ୟକ, ଯାହା ଫଳରେ ଡେଙ୍ଗୁ ମଶା କାମୁଡିବା କମିଯାଏ । ଏପଟେ ରାଜ୍ୟକୁ ଦେଢ଼ କୋଟି ଔଷଧୀୟ ମଶାରୀ ଦେବା ପାଇଁ କେନ୍ଦ୍ରକୁ ଚିଠି କରାଯାଇଛି । ହେଲେ ଏପର୍ଯ୍ୟନ୍ତ ଔଷଧୀୟ ମଶାରୀ କେନ୍ଦ୍ର ପକ୍ଷରୁ ମିଳିପାରିନାହିଁ, ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।

ରାଜ୍ୟ ସରକାର ୨୦୨୦-୨୧ ମସିହାରେ ଓଡିଶାକୁ ୧.୫୬ କୋଟି ଔଷଧୀୟ ମଶାରୀ ଯୋଗାଇ ଦେଇଥିଲେ, ଯାହା ଦ୍ଵାରା ଅତ୍ୟାଧିକ ଅସୁରକ୍ଷିତ ଲୋକଙ୍କୁ ମ୍ୟାଲେରିଆ ସଂକ୍ରମଣରୁ ରକ୍ଷା କରାଯାଇ ରାଜ୍ୟରେ ମ୍ୟାଲେରିଆ ମାମଲା ଭାରରେ ଉଲ୍ଲେଖନୀୟ ହ୍ରାସ ଘଟିଥଲା । ଅନ୍ୟପଟେ ଗତ ମାସ ୨୨ ଓ ୩୦ ତାରିଖରେ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଓ ଯଶବନ୍ତପୁରର ଗାଁରୁ ଆନ୍ଥରାକ୍ସ ମାମଲା ଆସିଥିଲା । ଲକ୍ଷ୍ମୀପୁର ଗାଁରୁ ଦୁଇଟି ଓ ଯଶବନ୍ତପୁର ଗାଁରୁ ତିନୋଟି ମାମଲା ଆସିଥିଲା । ୧୧ ମାମଲାରୁ ୨ଟି ଆନ୍ଥ୍ରାକ୍ସ ରୋଗୀ ଚି଼ହ୍ନଟ ହୋଇଛନ୍ତି । ବାକି ସାମ୍ପୁଲର ରିପୋର୍ଟ ଆସିନି । ସେ ସବୁ ଗାଁରେ ଆନ୍ଥ୍ରାକ୍ସ ଥିବା ଜନ୍ତୁକୁ ଗାଁ ଲୋକେ ମାରି ଖାଇବାରୁ ଆନ୍ଥ୍ରାକ୍ସ ବ୍ୟାପିଥିଲା । ଅନ୍ୟ ମାନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି । ରାପିଡ଼ ଆକ୍ସନ ଟିମ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.