କଟକ: SSB ପଦାର୍ଥ ବିଜ୍ଞାନ ପାଇଁ ଅଧ୍ୟାପକ ଚୟନ ଉପରେ ଅଙ୍କୁଶ ଲଗାଇଲେ ଓଡି଼ଶା ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ । ହେଲେ ନିଯୁକ୍ତି ପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ । ପୂର୍ବରୁ UGC ଗାଇଡଲାଇନର ଅବମାନନା ନେଇ ଅମୀୟ ରଞ୍ଜନ ବାରିକ ନାମକ ଜଣେ ବ୍ୟକ୍ତି ଆବେଦନ କରିଥିଲେ । ଯାହାର ଶୁଣାଣି କରି ହାଇକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀଙ୍କ ଖଣ୍ଡପୀଠ ଏହି ମାମଲାକୁ ଗ୍ରହଣ କରିବା ସହ ଅଧ୍ୟାପକ ଚୟନ ଉପରେ ରୋକ ଲଗାଇଛନ୍ତି ।
ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । ସେପର୍ଯ୍ୟନ୍ତ ନିଯୁକ୍ତି ପତ୍ର କାହାକୁ ପ୍ରଦାନ କରାଯିବ ନାହିଁ ବୋଲି ରାୟରେ ସ୍ପଷ୍ଟ କରିଛନ୍ତି ହାଇକୋର୍ଟ । ଏହାସହ ରାଜ୍ୟ ସରକାରଙ୍କୁ ନୋଟିସ ମଧ୍ୟ ଜାରି କରିଛନ୍ତି କୋର୍ଟ। ସୂଚନା ଅନୁସାରେ, UGC ଗାଇଡଲାଇନକୁ ଉଲଂଘନ କରି ନିଯୁକ୍ତି ପ୍ରକ୍ରିୟା କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା । ତେବେ UGC ଗାଇଡଲାଇନର ଅବମାନନା ଅଭିଯୋଗ ଆଣି ଅମୀୟ ରଞ୍ଜନ ବାରିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।
ଏହା ମଧ୍ୟ ପଢନ୍ତୁ...'ଆମ ଓଡ଼ିଶା ନବୀନ ଓଡ଼ିଶା'ରେ ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧିଙ୍କୁ ସାମିଲ କର: ହାଇକୋର୍ଟ
ଗତବର୍ଷ ସେପ୍ଟେମ୍ବର ୧୧ ତାରିଖରେ SSB ଅଧ୍ୟାପକ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଭିନ୍ନ ବିଭାଗର ୧ ହଜାର ୬୫ଟି ଅଧ୍ୟାପକ ନିଯୁକ୍ତି ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ସେଥିରୁ ପଦାର୍ଥ ବିଜ୍ଞାନରେ ୫୪ ଟି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ଲିଖିତ ପରୀକ୍ଷା ସରିଥିଲା । ଡିସେମ୍ବର ୩ ତାରିଖରେ ଲିଖିତ ପରୀକ୍ଷା ମଧ୍ୟ ଶେଷ ହୋଇଥିଲା । ତେବେ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚୟନ ଉପରେ ଅଙ୍କୁଶ ବଳବତ୍ତର ରହିବ। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିବ । ହେଲେ ନିଯୁକ୍ତି ପତ୍ର କାହାରିକୁ ପ୍ରଦାନ କରାଯାଇ ପାରିବନାହିଁ ବୋଲି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ମାର୍ଚ୍ଚ ପ୍ରଥମ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
ଇଟିଭି ଭାରତ, କଟକ