ETV Bharat / state

୩୧ ରୁ 'ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା' ଟଙ୍କା, କାହାକୁ ମିଳିବ ଜାଣନ୍ତୁ - TRIBAL STUDENT SCHOLARSHIP

୩୧ ତାରିଖରୁ ମିଳିବ 'ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା' ଟଙ୍କା । ଉପକୃତ ହେବେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀ । ସ୍କୁଲ ଡ୍ରପ ଆଉଟ ହାର କମାଇବା ଲକ୍ଷ୍ୟ ।

Tribal Student scholarship
Tribal Student scholarship (ETV Bharat Odisha)
author img

By ETV Bharat Odisha Team

Published : Dec 11, 2024, 10:43 PM IST

ଭୁବନେଶ୍ବର: ଆସନ୍ତା ୩୧ ତାରିଖରୁ ମିଳିବ 'ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା' ଟଙ୍କା । ବିଶେଷ ଭାବରେ ଏହି ଯୋଜନାରେ ନବମ ଓ ଏକାଦଶ ଶ୍ରେଣୀରେ ନାମ ଲେଖାଇଥିବା ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ । ଏହାଦ୍ବାରା ସ୍କୁଲ ଡ୍ରପ୍ ଆଉଟ ହାର କମାଇବାରେ ସହାୟକ ହେବ । ଆଗାମୀ ଦିନରେ ଯେଭଳି ଭାବରେ ପିଲାମାନେ ସ୍କୁଲ ଆସିବେ ପାଠ ମଧ୍ୟ ପଢ଼ିବେ ସେହି ଲକ୍ଷ୍ୟ ନେଇ ଯୋଜନା ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।

କେଉଁ ଶ୍ରେଣୀର ପିଲାମାନଙ୍କୁ ମିଳିବ ହାତ ଖର୍ଚ୍ଚ ଟଙ୍କା:

Tribal Student scholarship
Tribal Student scholarship (ETV Bharat Odisha)
ବିଶେଷ ଭାବରେ ଅନୁସୂଚିତ ଜନଜାତି ବର୍ଗର ଛାତ୍ରଛାତ୍ରୀମାନଙ୍କୁ ମିଳିବ ପ୍ରୋତ୍ସାହନ ରାଶି । ଏକକାଳୀନ ଭାବରେ ପ୍ରୋସାହନ ରାଶି ବାର୍ଷିକ ୫ ହଜାର ଟଙ୍କା ମିଳିବ । ଏହି ଯୋଜନା ଦ୍ଵାରା ନ‌ବମ ଏବଂ ଏକାଦଶ ଶ୍ରେଣୀରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକରେ ନାମ ପଞ୍ଜିକରଣ ହାର ବୃଦ୍ଧି ପାଇପାରିବେ । ଏହା ସହିତ ନିୟମିତ ପଢୁଥିବା ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଯୋଜନା ଦ୍ୱାରା ଉପକୃତ ହେବେ ।କ'ଣ ରହିଛି ନିର୍ଦ୍ଦେଶାବଳୀ:ଏହି ଯୋଜନା ପାଇବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀ ଅନୁସୂଚିତ ଜନଜାତି ବର୍ଗର ହେବା ଆବଶ୍ୟକ । ଏହା ସହିତ ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ । ଯଦି ଛାତ୍ରଛାତ୍ରୀମାନଙ୍କୁ ପୂର୍ବରୁ ଅନ୍ୟ ଛାତ୍ରବୃତ୍ତି ମିଳୁଥିବ, ତେବେ ଏହି ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ମଧ୍ୟ ମିଳିପାରିବ । ତେବେ ଆବେଦନ କରିବା ପାଇଁ ଛାତ୍ରଛାତ୍ରୀଙ୍କ ପରିବାରର ଆୟ ବର୍ଷକୁ ଅଢ଼େଇ ଲକ୍ଷ ଟଙ୍କାରୁ କମ ହୋଇଥିବା ଆବଶ୍ୟକ ।କମିବ ଡ୍ରପଆଉଟ୍:ରାଜ୍ୟରେ ଗତ କିଛି ବର୍ଷ ଧରି ଓଡ଼ିଶାରେ ସର୍ବାଧିକ ଡ୍ରପଆଉଟ୍‌ ଦେଖାଯାଇଥିଲା । ଦେଶରେ ଆଗରେ ରହିଥିଲା ଓଡ଼ିଶା । ହେଲେ ପୂର୍ବ ସରକାର ମଧ୍ୟ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଡ୍ରପଆଉଟ୍ କମାଇବାରେ ବିଫଳ ହୋଇଥିଲେ । ତେବେ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଏହାକୁ ମୁକାବିଲା କରିବାକୁ ଆରମ୍ଭ ହୋଇଛି 'ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା'।

ଏହା ବି ପଢନ୍ତୁ...ମୋହନ ମାଝୀ ସରକାରଙ୍କ ବଡ଼ ପ୍ରୋତ୍ସାହନ, ଆଦିବାସୀ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୫ ହଜାର, କମିବ ଡ୍ରପଆଉଟ୍
ଏହା ବି ପଢନ୍ତୁ...'ସୁଭଦ୍ରା'କୁ ନେଇ ଖୁସି ଖବର; 15 ଦିନରେ ସରିବ ରିଜେକ୍ସନ ଯାଞ୍ଚ, ଏହି ମାସରେ 21 ପୂରିଥିଲେ କରନ୍ତୁ ଆବେଦନ

କିପରି କରିବେ ଆବେଦନ:
ଅଧାରୁ ପାଠପଢ଼ା ଛାଡୁଥିବା ଅନୁସୂଚିତ ଜନଜାତି ବର୍ଗଙ୍କ ସଂଖ୍ୟା କମିବ ନେଇ ଲକ୍ଷ୍ୟ ରଖାଯାଇଛି । ରାଜ୍ୟ ଅନୁସୂଚିତ ଜନଜାତି କଲ୍ୟାଣ ବିଭାଗ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶାବଳୀ । ଏନେଇ ବିଦ୍ୟାର୍ଥୀମାନେ ଓଡ଼ିଶା ଷ୍ଟେଟ ସ୍କଲାରସିପ ପୋର୍ଟାଲରେ ଆବେଦନ କରିପାରିବେ । ରାଜ୍ୟରେ ଅଷ୍ଟମ ଓ ଦଶମ ପାସ ପରେ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା କମାଇବା ପାଇଁ ରାଜ୍ୟ ସରକାରଙ୍କ ଏହା ଅଭିନବ ପଦକ୍ଷେପ । ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନାରେ ଆବେଦନ ପାଇଁ ଓଡ଼ିଶା ଷ୍ଟେଟ୍ ସ୍କଲାରସିପ୍ ପୋର୍ଟାଲରେ ସ୍ବତନ୍ତ୍ର ଏଣ୍ଟ୍ରି ସ୍କ୍ରିନର୍ ରହିବ । ନବମ ଏବଂ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ ଆବଶ୍ୟକ କାଗଜପତ୍ର ସହ ଏହି ମାଧ୍ୟମରେ ଆବେଦନ କରିବେ । ଯାଞ୍ଚ ପରେ ଶିକ୍ଷାନୁଷ୍ଠାନର ମୁଖ୍ୟ ଆବେଦନ ପତ୍ରକୁ ମଞ୍ଜୁର କରି ବିଭାଗକୁ ଅନଲାଇନରେ ପଠାଇବେ। ସମ୍ପୂର୍ଣ୍ଣ ଯାଞ୍ଚ ପରେ ପ୍ରତ୍ୟକ୍ଷ ଲାଭାର୍ଥୀ ସ୍ଥାନାନ୍ତରଣ ଯୋଜନା (Direct Beneficiary Transfer-DBT) ମାଧ୍ୟମରେ ଆକାଉଣ୍ଟକୁ ଟଙ୍କା ଯିବ । ଛାତ୍ରଛାତ୍ରୀଙ୍କୁ ମିଳିବ ବାର୍ଷିକ ୫ ହଜାର ଟଙ୍କା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.