ETV Bharat / state

ମୋହନ ସରକାରଙ୍କ ଆକ୍ସନ ! ମହିଳା ଇନସ୍ପେକ୍ଟରଙ୍କ ଘରେ ଗଣ୍ଡଗୋଳ; ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ - Govt suspends DIG Rajesh Pandit

author img

By ETV Bharat Odisha Team

Published : Jul 30, 2024, 12:23 PM IST

Updated : Jul 30, 2024, 12:32 PM IST

Odisha govt suspends Fire Services and Home Guards DIG Rajesh Pandit: ମହିଳା ଇନିସ୍ପେକଟରଙ୍କୁ ଦୁର୍ବ୍ୟବହାର, ନିଲମ୍ବିତ ହେଲେ DIG ରାଜେଶ ପଣ୍ଡିତ । ୨୭ ତାରିଖ ରାତିର ଏକ ଘଟଣାକୁ ନେଇ ସସ୍‌ପେଣ୍ଡ । ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ଶୃଙ୍ଖଳତାଗତ କାର୍ଯ୍ୟାନୁଷ୍ଠାନ ନେଲା ଗୃହ ବିଭାଗ । ଅଧିକ ପଢନ୍ତୁ

GOVT SUSPENDS DIG RAJESH PANDIT
GOVT SUSPENDS DIG RAJESH PANDIT (ETV Bharat Odisha)

ଭୁବନେଶ୍ୱର: ମହିଳା ପୋଲିସ କର୍ମଚାରୀଙ୍କ ଘରେ ପଶି ଗଣ୍ଡଗୋଳ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରୁ ନୀତି ଆୟୋଗ ବୈଠକରୁ ଫେରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ମୁଖ୍ୟମନ୍ତ୍ରୀ । ପଦ ମର୍ଯ୍ୟାଦାର ଅପବ୍ୟବହାର ଅଭିଯୋଗରେ ବରିଷ୍ଠ ପୋଲିସ ଅଧିକାରୀ ନିଲମ୍ବିତ । ନିଲମ୍ବିତ ବରିଷ୍ଠ ପୋଲିସ ଅଧିକାରୀ ହେଉଛନ୍ତି ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ ।

Govt suspends DIG Rajesh Pandit
Govt suspends DIG Rajesh Pandit (ETV Bharat Odisha)

ଅଗ୍ନିଶମ ଓ ହୋମ ଗାର୍ଡ ବିଭାଗରେ ଡିଆଇଜି ଭାବରେ କାର୍ଯ୍ୟ କରନ୍ତି ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ । ଗତ ଶନିବାର ରାତିରେ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ ନିଜ କ୍ଷମତାର ଅପବ୍ୟବହାର କରି ପଦ ମର୍ଯ୍ୟାଦାର ସମ୍ମାନ ହାନି କରିଥିବାର ଅଭିଯୋଗ ହୋଇଥିଲା । ନୀତି ଆୟୋଗର ବୈଠକରେ ଯୋଗ ଦେବା ପାଇଁ 4 ଦିନିଆ ଦିଲ୍ଲୀ ଗସ୍ତରେ ଯାଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଗତକାଲି ସନ୍ଧ୍ୟାରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି । ଏହା ପରେ ଘଟଣା ସମ୍ପର୍କରେ ଅବଗତ ହୋଇ ତୁରନ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ବିଶୃଙ୍ଖଳିତ ବରିଷ୍ଠ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରୁ ତୁରନ୍ତ ନିଲମ୍ବନ କରିଛନ୍ତି ।

ଏହା ବି ପଢନ୍ତୁ- ହଟିଲା ନିଲମ୍ବନ; ଗୃହ ବିଭାଗର ଓଏସ୍‌ଡି ହେଲେ IPS ଡିଏସ୍‌ କୁଟ୍ଟେ ଓ ରବିକାନ୍ତ - Suspension of IPS DS Kutey Revoked

ଘଟଣାକୁ ନେଇ ସାମାଜିକ କର୍ମୀ ଜୟନ୍ତ ଦାସ ଜାତୀୟ ମାନବାଧିକାର କମିଶନଙ୍କ ଅୟୋଗଙ୍କ ନିକଟରେ ଅଭିଯୋଗ କରିଥିଲେ । ଜୟନ୍ତଙ୍କ ଅଭିଯୋଗ ଅନୁସାରେ NHRC CASE DIARY NO. 11830/IN/2024 ରୁଜୁ ହୋଇଥିଲା । ଜୟନ୍ତଙ୍କ ଅଭିଯୋଗ ଅନୁସାରେ 27 ତାରିଖ ରାତିରେ କ୍ରାଇମବ୍ରାଞ୍ଚରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ସରକାରୀ ବାସଭବନକୁ ଯାଇଥିଲେ ଆଇପିଏସ ପଣ୍ଡିତ ରାଜେଶ ଉତ୍ତମରାଓ । ସେ ସମୟରେ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ଘଟଣାସ୍ଥଳରେ ପହଁଚିଥିଲେ । ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀ ଓ ଆଇପିଏସଙ୍କ ମଧ୍ୟରେ ମାଡ଼ପିଟର ସୂତ୍ରପାତ ହୋଇଥିଲା ।

ଘଟଣା କ୍ୟାପିଟାଲ ଥାନାରେ ପହଁଚିଥିଲା । ପୋଲିସ ଆହତ ମହିଳା ଇନ୍ସପେକ୍ଟରଙ୍କ ସ୍ୱାମୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଚେଷ୍ଟା କରିଥିଲା । କିନ୍ତୁ ଘଟଣା ସେତେବେଳକୁ ପ୍ରଘଟ ହୋଇସାରିଥିଲା । ଓଡ଼ିଶା ପୋଲିସର ଜଣେ ମହିଳା ଇନ୍ସପେକ୍ଟର ଭୁବନେଶ୍ୱରରେ ତାଙ୍କ ନିଜ ବାସଭବନରେ ସୁରକ୍ଷିତ ନୁହନ୍ତି । ତାହେଲେ ଓଡ଼ିଶାର ଅନ୍ୟ ଭାଗରେ ବସବାସ କରୁଥିବା ମହିଳା ମାନେ ଅସୁରକ୍ଷିତ ଅଭିଯୋଗ କରି ଜାତୀୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାନୁଷ୍ଠାନ ସାମ୍ନାକୁ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 30, 2024, 12:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.