ETV Bharat / state

ପ୍ରତି ବ୍ଲକରେ ହେବ ଶୀତଳ ଭଣ୍ଡାର, ସ୍ମାର୍ଟ ପ୍ରଣାଳୀରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ: ମୁଖ୍ୟମନ୍ତ୍ରୀ ମୋହନ ମାଝୀ - Odisha Set up Cold stores

author img

By ETV Bharat Odisha Team

Published : Aug 24, 2024, 9:19 PM IST

Odisha Govt set up cold stores: ଆଗାମୀ ୫ ବର୍ଷ ମଧ୍ୟରେ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ସ୍ମାର୍ଟ ପ୍ରଣାଳୀରେ ବିକ୍ରି ହେବ କୃଷିଜାତ ଦ୍ରବ୍ୟ । ଆଜି ଓୟୁଏଟିର ୬୩ ତମ ପ୍ରତିଷ୍ଠା ଦିବସରେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅଧିକ ପଢନ୍ତୁ

CM MOHAN MAJHI
CM MOHAN MAJHI (ETV Bharat Odisha)

ଭୁବନେଶ୍ବର: ପୂର୍ବ ସରକାରରେ ଲାଗୁ ହୋଇଥିବା ଆଳୁ ମିଶନ, ପିଆଜ ମିଶନ, ପଣସ ମିଶନ ଭଳି ଅନେକ ମିଶନ ଫେଲ । ସେସବୁ ମିଶନକୁ ଆଉ ଥରେ ନୂଆ ରୂପରେ ନୂଆ ଉତ୍ସାହର ସହିତ ରାଜ୍ୟରେ ଆରମ୍ଭ ହେବ । ଆଗାମୀ ୫ ବର୍ଷ ମଧ୍ୟରେ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ଓୟୁଏଟିର ୬୩ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଯୋଗ ଦେଇ ଏହା କହିଛନ୍ତି ।

ବ୍ଲକରେ ହେବ ଶୀତଳ ଭଣ୍ଡାର (ETV Bharat Odisha)

ପୂର୍ବ ସରକାରରେ ସମସ୍ତ ମିଶନ ଫେଲ:

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କରିଛନ୍ତି, "ପୂର୍ବ ସରକାରରେ ଲାଗୁ ହୋଇଥିବା ଆଳୁ ମିଶନ, ପିଆଜ ମିଶନ, ପଣସ ମିଶନ ଭଳି ଅନେକ ମିଶନ ଫେଲ ମାରିଛି । ସେସବୁ ମିଶନକୁ ଆଉ ଥରେ ନୂଆ ରୂପରେ ନୂଆ ଉତ୍ସାହର ସହିତ ଆରମ୍ଭ ହେବ। ପନି ପରିବା, ତୈଳବୀଜ ଉତ୍ପାଦନରେ ରାଜ୍ୟ ସ୍ବାବଲମ୍ବୀ ହେବ । ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା ଧୀରେ ଧୀରେ ବନ୍ଦ କରାଯିବ । ଆଜି ଓୟୁଏଟିର ୬୩ ତମ ବାର୍ଷିକ ଉତ୍ସବରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି । ଓୟୁଏଟି ର କୃଷି ବୈଜ୍ଞାନିକ ମାନଙ୍କୁ ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନୂଆ ଓ ଉତ୍କୃଷ୍ଟ ମାନର ବିହନ ବାହାର କରିବା ପାଇଁ କହିଛନ୍ତି । ସେହିଭଳି ଶୀତଳଭଣ୍ଡାରକୁ ପ୍ରସ୍ତୁତ ରଖାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ରାଜ୍ୟରେ ଖୋଲିବ ଶୀତଳଭଣ୍ଡାର:

"ରାଜ୍ୟରେ ନାହିଁ ଶୀତଳଭଣ୍ଡାର। ଯାହା ଅଛି ଶୀତଳଭଣ୍ଡାର ସେଥିରେ ଚାଲିବା ଅସମ୍ଭବ ହୋଇପଡିଛି। ରାଜ୍ୟରେ ଆଳୁ ପିଆଜ ବା ଅନ୍ୟ ପନିପରିବା ଆଦି ବେଶୀ ଦିନ ରଖିବାକୁ ହେଲେ ଶୀତଳଭଣ୍ଡାର ଆବଶ୍ୟକତା ରହିଛି। ଏହାକୁ ପ୍ରତିଷ୍ଠା କରିବାରେ ପୂର୍ବ ସରକାର ଫେଲ ମାରିଛନ୍ତି । ଏବେ ଏହାକୁ ତ୍ଵରାନିତ କରାଯାଉଛି । ପ୍ରତି ସବ ଡିଭିଜନରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ଚଳିତ ବର୍ଷ ପ୍ରତିଷ୍ଠା କରାଯିବ। ପିପିପି ମୋଡରେ କରାଯିବ । ଏହା ଶେଷ ପରେ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରତି ବ୍ଲକରେ ଗୋଟିଏ ଗୋଟିଏ ଶୀତଳଭଣ୍ଡାର ପ୍ରତିଷ୍ଠା କରାଯିବ । ଯାହା ଚାଷୀର ପ୍ରକୃତ ସମସ୍ୟା ସମାଧାନ ହୋଇପାରିବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କୃଷିଜାତ ସାମଗ୍ରୀ ବିକ୍ରି କରିବାର ସ୍ମାର୍ଟ ପ୍ରଣାଳୀ:

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଧାନ ବିକ୍ରି କାରବାର ମଧ୍ୟରେ ୪୮ ଘଣ୍ଟା ଭିତରେ ଯେତେବେଳେ ଜଣେ ଚାଷୀ ଧାନ ମଣ୍ଡିକୁ ଦେଇଦେଲା ୪୮ ଘଣ୍ଟା ମଧ୍ୟରେ ଡିବିଟି ମାଧ୍ୟମରେ ଚାଷୀର ଖାତାକୁ ଟଙ୍କା ପ୍ରାପ୍ତ ହେବ। ଏହି ପ୍ରକାରର କୃଷିଜାତ ସାମଗ୍ରୀ ବିକ୍ରି କରିବାର ପ୍ରଣାଳୀକୁ ସ୍ମାର୍ଟ କରାଯାଉଛି। କୃଷକ ଅନୁକୂଳ ନୀତି ରାଜ୍ୟ ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ସେଥିରେ ପ୍ରତି ବ୍ଲକରେ କୃଷି ସାମଗ୍ରୀ ସ୍ଥାପନ କରିବା ପାଇଁ ନିଷ୍ପତି ନିଆଯାଇଛି। ଏହା ଦ୍ବାରା ବିଭିନ୍ନ ସରକାର ଯୋଜନା, ଋଣ ଓ ଅନ୍ୟାନ୍ୟ ଆର୍ଥିକ ସେବା କୃଷି ସାମଗ୍ରୀ ଫସଲ ଯୋଜନା, ସେଥିରେ ଉପାଦିତ ଦ୍ରବ୍ୟ ସଂଗ୍ରହ ବିକ୍ରୟର ସୂଚନା ଉପଲବ୍ଧତା ହୋଇପାରିବ। ଏବଂ ଏହାର ସଠିକ ଭାବରେ ପରିଚାଳନା କରିବା ପାଇଁ ମଧ୍ୟ ଅଧିକାରୀ ମାନେ ରହି ଉପଯୁକ୍ତ ମାର୍ଗରେ ପରିଚାଳନା କରିବା ପାଇଁ ମଧ୍ୟ ପରାମର୍ଶ ଦେଇପାରିବେ" ।

କୃଷି ବିଦ୍ୟାବୃତ୍ତି ଯୋଜନା:

ମୁଖ୍ୟମନ୍ତ୍ରୀ କହିଛନ୍ତି, "କ୍ଷୁଦ୍ର ନାମମାତ୍ର ଚାଷୀ ଆଚନ୍ତି ସେମାନଙ୍କ ପିଲାମାନଙ୍କ ପାଇଁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ମଧ୍ୟ କୃଷି ବିଦ୍ୟାବୃତ୍ତି ନାମରେ ଯୋଜନା ମଧ୍ୟ ଆରମ୍ଭ କରାଯାଉଛି" ।

ବସୁଧା କେନ୍ଦ୍ର ଯୋଜନା:

ବିଶେଷକରି ଯେଉଁ ଉତ୍ପାଦ ଦ୍ରବ୍ୟକୁ ସଠିକ ଭାବରେ ମଣ୍ଡି ରେ ପହଞ୍ଚିବା ପାଇଁ ଏବଂ ମଣ୍ଡି ମାଧ୍ୟମରେ ସରକାର ଧାନ ଗ୍ରହଣ କରିବେ। ସେଥିପାଇଁ ରାଜ୍ୟ ସରକାର ଏକ ଯୋଜନା କରିଛନ୍ତି ଯାହା ବସୁଧା କେନ୍ଦ୍ର ଯୋଜନା। ପ୍ରତି ବ୍ଲକରେ ରହିଥିବା ମଣ୍ଡି ଗୁଡ଼ିକ ଶସ୍ୟ ରଖିବା ସ୍ଥାନ, କୃଷକଙ୍କ ବିଶ୍ରାମ ସ୍ଥାନ, ଗୋଦାମ ଘର ଆଦି ରହିବ। ଧାନ ର ଉପଯୁକ୍ତ ରକ୍ଷଣା ବେକ୍ଷଣ କରିବା ପାଇଁ ରାଜ୍ୟ ସରକାର ଏକ ପଦକ୍ଷେପ ନେଇଛନ୍ତି। ତାହା ସ୍ମାର୍ଟ ମଣ୍ଡି ପାଇଁ ଯୋଜନା କରୁଛନ୍ତି ରାଜ୍ୟ ସରକାର। ମଣ୍ଡି ସହିତ ସିଧାସଳଖ ଯୋଗାଯୋଗ କରିବା ପାଇଁ କି ନାମ ରହିବ।ଯାହା କି ତୁରନ୍ତ ଭାବରେ ବ୍ୟବସ୍ଥା କରାଯିବ।

ଜୈବିକ କୃଷି ଓ ପ୍ରାକୃତିକ କୃଷି ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ:

"ଜୈବିକ କୃଷି ଓ ପ୍ରାକୃତିକ କୃଷିର ପ୍ରୋତ୍ସହନ ପାଇଁ ଓଡ଼ିଶା ବଳଭଦ୍ର ଜୈବିକ ଚାଷ ମିଶନ ଯୋଜନା ଲାଗୁ ହେବାକୁ ଯାଉଛି। ଯାହା ଚାଷୀର ବିଭିନ୍ନ ପ୍ରକାରର ଉପାଦାନ ଓ ଚାଷୀର ପ୍ରମୁଖ ଅର୍ଥନୀତିର ଭୂମିକା ଗ୍ରହଣ କରିବା ଏହା ଏକ ଚାଷୀକୁ ସାହାଯ୍ୟ କରିବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଚାଷୀ ମାନଙ୍କୁ ସମୃଦ୍ଧ କୃଷକ ଯୋଜନାରେ ଅନ୍ତର୍ଭୁକ୍ତ:

"ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାର ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାହା ବଜେଟ ରେ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ୨୦୨୪-୨୫ ବର୍ଷ ଆର୍ଥିକ ପାଇଁ କୃଷି ବଜେଟ ରେ ଗତ ବର୍ଷ ଯେତିକି କୃଷି ବଜେଟ ଥିଲା ତାହା ଚଳିତ ବଜେଟ ରେ ୩୬ ପ୍ରତିଶତ ଅଧିକ ବ୍ୟବସ୍ଥା କରାଯାଇଛି। ୩୩ କୋଟି ୯୦୦ କୋଟି ଟଙ୍କାର ବ୍ୟୟଅଟକଳ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଯାହା ୩୧୦୦ ଟଙ୍କା ଦିଆଯିବ ବୋଲି ଘୋଷଣା କରାଯାଇଥିଲା। ଯାହା ୫ ହଜାର କୋଟି ଟଙ୍କା ଦେବାର ବଜେଟ ରେ ରହିଛି। ତେବେ ଯେତେବେଳେ ଚାଷୀର ଅହେତୁକ କ୍ଷତି ହେଉଥିଲା ଚାଷୀ ଟିଏ ବାରମ୍ବାର ଅଭିଯୋଗ କରି ଆସୁଥିଲା ଯେ ଅଧିକ ଅର୍ଥ ଦିଆଯାଉ। ଯାହା ୧୦୦ ଟଙ୍କା ବୋନସ ଦିଆଯିବ ବୋଲି। କିନ୍ତୁ ଆଜି ପର୍ଯ୍ୟନ୍ତ ବୋନସ ଦିଆଗଲା ନାହିଁ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଆଳୁର ନୂଆ ବିହନ ପାଇଁ ଓୟୁଏଟିକୁ ଆହ୍ଵାନ:

"ଓୟୁଏଟି ଓ କୃଷି ବିଭାଗକୁ ଆହ୍ବାନ କରାଯାଇଛି । ଆଳୁର ଏକ କିସମ ବାହାର କରନ୍ତୁ । ଯାହା ଓଡ଼ିଶାରେ ଯେ କୌଣସି ସ୍ଥାନରେ ମଧ୍ୟ ଆଳୁ ହୋଇପାରିବ। ଯେଉଁଠି ଯେଉଁ ଜଳବାୟୁ ରହିଛି ସେହି ଯେଭଳି ଭାବରେ ଭଲ ଆଳୁ ଉପାଦାନ ହୋଇପାରିବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ ଆହୁରି ମଧ୍ୟ କହିଛନ୍ତି ଯେ, "ଯଦି ସମସ୍ତ ଜିଲ୍ଲାରେ ଏଭଳି ଭାବରେ ଚାଷ କରାଯିବ ତେବେ ପଶ୍ଚିମବଙ୍ଗରୁ ଆକୁ ଆଣିବାକୁ ପଡ଼ିବ ନାହିଁ। ତେବେ ଏନେଇ ଓୟୁଏଟି ର ବଡ଼ ଭୂମିକା ରହିଛି ଯାହା ଆଗାମୀ ଦିନରେ ଏହାକୁ ପୂରଣ କରାଯାଇପାରେ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଚାଷୀଙ୍କୁ ବର୍ଷକୁ ଦୁଇ ଥର ମିଳିବ ଅର୍ଥ:

"କାଳିଆ ଯୋଜନାରେ ସମସ୍ତ ଚାଷୀଙ୍କୁ ମିଳିନାହିଁ ଅର୍ଥ ଯାହା ପୂର୍ବ ସରକାର ଚାଷୀମାନଙ୍କୁ ଠକି ଦେଇଛନ୍ତି। ତେବେ ବର୍ତ୍ତମାନ ଡବଲ ଇଞ୍ଜିନ ସରକାର। ବର୍ଷକୁ ୧୦ ହଜାର ଟଙ୍କା ଦେବାର କୌଣସି ବାଧା ସୃଷ୍ଟି ହେଉନାହିଁ। କେନ୍ଦ୍ର ପିଏମ୍ କିସାନ ରେ ୬ ହଜାର ଟଙ୍କା ଏବଂ ରାଜ୍ୟ ସରକାର ସିଏମ୍ କିଶନ ଯୋଜନାରେ ଦେଉଛନ୍ତି ୪ ହଜାର ଟଙ୍କା। ଏଥିରେ ଚାଷୀଙ୍କୁ ଦୁଇ ଥର କରି ବର୍ଷକୁ ୪ ହଜାର ଟଙ୍କା ଦିଆଯିବ। ଗୋଟିଏ ନୂଆଖାଇ ସେପ୍ଟେମ୍ବର ୮ ତାରିଖରେ ଓ ଅନ୍ୟଟି ଅକ୍ଷୟ ତୃତୀୟା ସମୟରେ ଅର୍ଥ ଦିଆଯିବ" ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଦୂର ହେବ ଆଳୁ ସଙ୍କଟ, ୟୁପିରୁ ଟ୍ରେନ୍‌ରେ ଆସିବ ଆଳୁ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.