ETV Bharat / state

ବଡଠାକୁର ପଡିଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତିଅଧିଆ ବଦଳି, ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ଗୁରୁଦାୟିତ୍ବ - ARABINDA PADHEE SJTA Chief Admini

author img

By ETV Bharat Odisha Team

Published : Jul 12, 2024, 7:37 AM IST

Updated : Jul 12, 2024, 7:55 AM IST

Arabinda Padhee appointed SJTA Chief Administrator: ଆଡ଼ପ ମଣ୍ଡପ ବିଜେ ବେଳେ ବଡ଼ଠାକୁର ପଡିଯିବା ନେଇ ବିବାଦ ଜୋର ଧରିଥିବାବେଳେ ରାତିଅଧିଆ ବଦଳିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ମୁଖ୍ୟ ପ୍ରଶାସକ ଦାୟିତ୍ବ । ଅଧିକ ପଢନ୍ତୁ

ବଡଠାକୁର ପଡିଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତିଅଧିଆ ବଦଳି, ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ଗୁରୁଦାୟିତ୍ବ
ବଡଠାକୁର ପଡିଯିବା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରାତିଅଧିଆ ବଦଳି, ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ଗୁରୁଦାୟିତ୍ବ (Etv BharatETV Bharat Odisha)

ଭୁବନେଶ୍ବର: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହେଲେ ବରିଷ୍ଠ ଆଇଏଏସ ଅଫିସର ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବଙ୍କୁ ହଟାଇ ଅରବିନ୍ଦଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଗୁରୁବାର ବିଳମ୍ବିତ ରାତିରେ ଏନେଇ ଆଇନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅରବିନ୍ଦ ପାଢ଼ୀ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ ତୁଲାଇଛନ୍ତି । ବଡ଼ଠାକୁରଙ୍କ ଆଡ଼ପ ମଣ୍ଡପ ବିଜେ ହେବା ବେଳେ ଅଘଟଣକୁ ନେଇ ସରକାର ଚାପରେ ଥିବାବେଳେ ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।

ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା ଜାରି ରହିଛି । ଏହାରି ଭିତରେ ଶ୍ରୀମନ୍ଦିର ପ୍ରଶାସନକୁ ନେଇ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରାତିଅଧିଆ ବଦଳି କରିଛନ୍ତି ରାଜ୍ୟ ସରକାର । ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ନିଯୁକ୍ତ କରିଛନ୍ତି । ଆଜି ସେ ଏହି ଦାୟିତ୍ୱ ନେଇ କାର୍ଯ୍ୟ କରିବେ । ଏହାସହିତ ଅରବିନ୍ଦ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ ତୁଲାଇବେ । ଆଡପ ମଣ୍ଡପକୁ ବିଜେ ବେଳେ ବଡ଼ଠାକୁର ବଳଭଦ୍ର ଚାରମାଳ ଉପରେ ଖସିପଡ଼ିଥିଲେ । କୋଟି କୋଟି ଭକ୍ତଙ୍କ ଭାବାବେଗକୁ ଏହା ଶକ୍ତ ଆଘାତ ଦେଇଥିଲା । ଏହି ଅଘଟଣକୁ ନେଇ ଶ୍ରୀମନ୍ଦିର ପ୍ରଶାସନର ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠିଛି । ସରକାରଙ୍କୁ ବିରୋଧୀ ଦଳ ଓ ଜନସାଧାରଣ ସମାଲୋଚନା ମଧ୍ୟ କରିଛନ୍ତି ।

Arabinda Padhee appointed as SJTA Chief Administrator
Arabinda Padhee appointed as SJTA Chief Administrator (ETV Bharat Odisha)

10 ବର୍ଷ ପୂର୍ବରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ । 2012-14 ଦୁଇ ବର୍ଷ ପାଇଁ ଏହି ପଦରେ ଥିଲେ । ନିକଟରେ ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ ମିଳିଥିଲା । ରତ୍ନଭଣ୍ଡାର ଖୋଲିବା ଏବଂ ସୁରୁଖୁରୁରେ ବାହୁଡାଯାତ୍ରା ସମାପନ ତାଙ୍କ ପାଇଁ ବଡ ଚ୍ୟାଲେଞ୍ଜ ।

ଅରବିନ୍ଦଙ୍କ କାନ୍ଦରେ ଗୁରୁ ଦାୟିତ୍ୱ:-

ଦାୟିତ୍ୱ ମିଳିବା ପରେ ଅରବିନ୍ଦଙ୍କ ଉପରେ ଚ୍ୟାଲେଞ୍ଜ ବଢ଼ି ଯାଇଛି । ଭକ୍ତଙ୍କ ମନରେ ଲାଗିଥିବା ଆଘାତକୁ ପ୍ରଶମିତ କରିବା ଅରବିନ୍ଦଙ୍କର ପ୍ରଥମ କାର୍ଯ୍ୟ ହେବ । ଶ୍ରୀମନ୍ଦିର ପ୍ରଶାସନକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଖରାପ ଭାବନାକୁ ଦୂର କରିବାକୁ ପଡିବ । ଏଭଳି ଘଟଣା ଯେମିତି ନ ଘଟେ ସେଥିପାଇଁ ତାଙ୍କୁ ରଣନୀତି କାରିବାକୁ ପଡିବ । ମହାପ୍ରଭୁଙ୍କ ଯାତ୍ରାକୁ ସୁରୁଖୁରୁରେ ସାରିବା ଗୁରୁ ଦାୟିତ୍ୱ ରହିବ । ସେହିପରି ଆସନ୍ତା 14 ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା ରହିଛି । ଏହାକୁ ବ୍ୟବସ୍ଥିତ କରିବା ତାହା ଚ୍ୟାଲେଞ୍ଜ ହେବ ।

ଅଭିଜ୍ଞ ଅରବିନ୍ଦ:-

ଅରବିନ୍ଦଙ୍କ ନିକଟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅଭିଜ୍ଞତା ରହିଛି । ଚଳିତ ବର୍ଷ ମେ' ମାସରେ ଅରବିନ୍ଦ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଇଥିଲେ । ବୀର ବିକ୍ରମ ଯାଦବ ମେ' 22 ତାରିଖରୁ ଜୁନ 11 ତାରିଖ ଯାଏଁ ଛୁଟିରେ ରହିଥିଲେ । ଏହି ଅବଧି ମଧ୍ୟରେ ଅରବିନ୍ଦଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ କରାଯାଇଥିଲା । ସେହିପରି ଅରବିନ୍ଦ 2012ରୁ 2014 ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ଥିଲେ । ସେ ସମୟରେ ଶ୍ରୀମନ୍ଦିର ପ୍ରଶାସନ ସବୁ ବର୍ଗଙ୍କ ବିଶ୍ଵାସ ଭାଜନ ହୋଇଥିଲା ।

ରଥଯାତ୍ରା ପ୍ରକ୍ରିୟା ପରେ ବଦଳିଥାନ୍ତେ ଭି ଭି ଯାଦବ :-

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସନ ଦାୟିତ୍ୱରେ ଥିବା ବୀର ବିକ୍ରମ ଯାଦବ ରଥଯାତ୍ରା ପ୍ରକ୍ରିୟା ପରେ ବଦଳିଥାନ୍ତେ । ନବୀନ ସରକାରରେ ଗେହ୍ଲା ପୁଅ ଥିଲେ ବୀର ବିକ୍ରମ ଯାଦବ । ଦୀର୍ଘ ବର୍ଷ ହେବ ସେ ଯୋଗଣ ବିଭାଗରେ କାର୍ଯ୍ୟ କରୁଛନ୍ତି । ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଆରମ୍ଭ ପୂର୍ବରୁ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ କାର୍ଯ୍ୟ କରୁଛନ୍ତି । ନବୀନ ସରକାରରେ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ବୀର ବିକ୍ରମ ଯାଦବଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହୋଇଛି । ପୂର୍ବତନ ପ୍ରଶାସକ ଭିକେ ପାଣ୍ଡିଆନଙ୍କ ଘନିଷ୍ଠ ଭାବେ ସେ ଜଣାଶୁଣା । ତେଣୁ ନୂଆ ସରକାର ରଥଯାତ୍ରା ପ୍ରକ୍ରିୟା ପରେ ବଦଳି କରିବା ନେଇ କ୍ଷେତ୍ର ପ୍ରସ୍ତୁତ କରିଥିଲେ । କିନ୍ତୁ ଏହି ବଡ଼ ଅଘଟଣ ପରେ ପଦକ୍ଷେପ ସ୍ୱରୂପ ତାଙ୍କୁ ବିଦା କରିଛନ୍ତି ମୋହନ ସରକାର ।

ଏହା ମଧ୍ୟ ପଢନ୍ତୁ: କାହିଁକି ଘଟିଗଲା ଏତେବଡ ଅଘଟଣ ? ମୁଣ୍ଡରୁ ଦୋଷ ଖସାଇବାକୁ ସମସ୍ତେ ପ୍ରସ୍ତୁତ, ଗଠନ ହେଲା ତଦନ୍ତ କମିଟି - Puri Adapa Mandap mishap

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 12, 2024, 7:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.