ETV Bharat / state

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ - Dead official on PM visit duty

author img

By ETV Bharat Odisha Team

Published : Sep 15, 2024, 1:41 PM IST

DEAD OFFICIAL ON PM VISIT DUTY: ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ଦାୟିତ୍ବ ସୂଚୀରେ ମୃତ ଅଧିକାରୀଙ୍କ ନାମ । ମୋହନ ସରକାରର କାର୍ଯ୍ୟଶୈଳୀ ପ୍ରଶ୍ନ ଉଠାଇଲେ ଉଭୟ ବିରୋଧୀ ବିଜେଡି ଓ କଂଗ୍ରେସ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ
ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମରେ ମୃତ ଅଧିକାରୀଙ୍କୁ ଦାୟିତ୍ବ, ମୋହନ ସରକାରକୁ ଘେରିଲେ ବିରୋଧୀ (ETV Bharat Odisha)

ଭୁବନେଶ୍ବର: ଆସନ୍ତା 17 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ଓଡିଶା । ବହୁଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନାର ଶୁଭାରମ୍ଭ ସହ ଆବାସ ପୋର୍ଟାଲର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରର ଚାଲିଛି ଜୋରଦାର ପ୍ରସ୍ତୁତି । କାର୍ଯ୍ୟକ୍ରମରେ ଗହଳି ପରିଚାଳନା ଲାଗି 50ଜଣ ଅଧିକାରୀଙ୍କୁ ଦାୟିତ୍ୱ ଦେଇଛନ୍ତି ସରକାର । ସେହି ଅଧିକାରୀଙ୍କ ମଧ୍ୟରୁ ଜଣେ ବର୍ଷକ ତଳେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣେ ଓଏଏସଙ୍କୁ ଦାୟିତ୍ୱ ମିଳିଛି । ଏହି ତଥ୍ୟ ପ୍ରଘଟ ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ତାଲିକାକୁ ନେଇ ସରକାରଙ୍କୁ ଜୋରଦାର ସମାଲୋଚନା କରୁଛନ୍ତି ବିରୋଧୀ ଓ ସୋସିଆଲ ମିଡ଼ିଆରେ ସାଧାରଣ ଲୋକ ।

  • ତାଲିକାରେ ଏହି ମୃତ ଅଧିକାରୀ କି’ଏ :-

ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଆସନ୍ତା 17 ତାରିଖ ଗସ୍ତ କାର୍ଯ୍ୟକ୍ରମ ପରିଚାଳନା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧୀନସ୍ଥ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ 50 ଜଣିଆ ଅଧିକାରୀଙ୍କ ସୂଚୀ ଜାରି ହୋଇଛି । ଏହି ଅଧିକାରୀ ଭିଡ଼ ନିୟନ୍ତ୍ରଣ ସହ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ କରିବେ । ମାତ୍ର ବିଭାଗ ପକ୍ଷରୁ ଜାରି ହୋଇଥିବା ସୂଚୀର 50 ନମ୍ବର କ୍ରମାଙ୍କରେ ପ୍ରବୋଧ କୁମାର ରାଉତଙ୍କ ନାଁ ରହିଛି । କିନ୍ତୁ ପ୍ରବୋଧ ଗତବର୍ଷ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । ମାତ୍ର ବିଭାଗ ତାଙ୍କୁ ଓକାକରେ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟ କରୁଥିବା ଦର୍ଶାଇ ମୋଦିଙ୍କ ଗସ୍ତ ପରିଚାଳନା ଦାୟିତ୍ୱ ଦେଇଛି । ପ୍ରବୋଧ ଗତବର୍ଷ ଜୁଲାଇ ମାସରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । କଟକ ଜିଲ୍ଲାପାଳଙ୍କ ଆବାସିକ ବାସଭବନ ସମ୍ମୁଖରେ ହୋଇଥିବା ଦୁର୍ଘଟଣାରେ ଗୁରୁତର ହୋଇ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

  • ମୃତ ବ୍ୟକ୍ତିଙ୍କୁ ଦାୟିତ୍ବ ଦେବା ସରକାରଙ୍କ ଚଞ୍ଚଳତା

ମୋହନ ସରକାର ନିଜକୁ ଲୋକଙ୍କ ସରକାର ବୋଲି କହୁଛନ୍ତି । କିନ୍ତୁ ବର୍ଷକ ତଳେ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଅଧିକାରୀଙ୍କୁ ଦାୟିତ୍ୱ ଘଟଣା ସରକାରଙ୍କ କାର୍ଯ୍ୟ ପଦ୍ଧତି ଉପରେ ପ୍ରଶ୍ନ ଉଠାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ଉଦାସୀନତାକୁ ନେଇ ମୋହନ ସରକାରଙ୍କୁ କାଠଗଡ଼ାରେ ଠିଆ କରିଛି । ଏନେଇ ସରକାରଙ୍କୁ ଜୋରଦାର ସମାଲୋଚନା କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,"ଜଣେ ମଲା ବ୍ୟକ୍ତିଙ୍କୁ ଦାଇତ୍ୱ ଦେବା, ଏ ସରକାର କେତେ ଚଳଚଞ୍ଚଳ ଜଣାପଡୁଛି । ଭାତ ହୋଇଛି ନା ନାହିଁ ଜାଣିବା ଲାଗି ହାଣ୍ଡିରୁ ଗୋଟେ ଚିପା ଯାଏ । ସରକାରଙ୍କ ପ୍ରତି ଅଧିକାରୀଙ୍କର କେତେ ଆନୁଗତ୍ୟ ଏଥିରୁ ଜଣାପଡିଛି । ମୋହନ ସରକାର ସ୍ଥିର ସରକାର ନୁହେଁ ବୋଲି ପ୍ରମାଣିତ ହେଉଛି ।

  • ସରକାରରେ ବାମ ହାତ କଣ କରୁଛୁ, ଡାହାଣ ହାତ ଜାଣୁନାହିଁ

ଏହା ମଧ୍ୟ ପଢନ୍ତୁ :- ଗଡିଲା ବ୍ରହ୍ମପୁର- ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ, 6ଟି ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ - PM flag New Vande Bharat express

ଏହା ମଧ୍ୟ ପଢନ୍ତୁ :- ଜନ୍ମଦିନରେ ଓଡ଼ିଶା ଆସୁଛନ୍ତି ମୋଦି, ଭୁବନେଶ୍ବରରେ ସ୍କୁଲ କଲେଜ ଛୁଟି - BMC School college closed

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ କେଜ୍ରିଓ୍ବାଲ, ନିଜେ କଲେ ଘୋଷଣା - Kejriwal Announces Resignation

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି,"ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସିବା ଲାଗି ଅନେକ ଆୟୋଜନ ହେଉଛି । ପ୍ରାୟୋଜିତ ଲୋକ ସଂଗ୍ରହ ହେଉଛି । ଲୋକଙ୍କୁ ମ୍ୟାନେଜ କରିବା ଲାଗି ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ମୃତ ଓ ଜୀବିତ 50 ଜଣ ଅଧିକାରୀଙ୍କୁ ଦାଇତ୍ୱ ଦିଆଯାଇଛି । ଜୀବିତ ବ୍ୟକ୍ତି ତାଙ୍କ କାର୍ଯ୍ୟ କରିବେ । ଆମକୁ ଲାଗୁଛି ସରକାର ଜାଣିଶୁଣି ମୃତ ବ୍ୟକ୍ତିଙ୍କୁ ଦାଇତ୍ୱ ଦେଇଛନ୍ତି । କାରଣ ଏ ସରକାର ନିଜ ଛାଇକୁ ଡରୁଛି । ଯେଉଁ ଛାଇକୁ ସରକାର ଡରୁଛନ୍ତି, ସେଥିପାଇଁ ମୃତ ବ୍ୟକ୍ତିଙ୍କୁ ଦାଇତ୍ୱ ଦେଇଛନ୍ତି । ଏ ସରକାରରେ ବାମ ହାତ କଣ କରୁଛୁ, ଡାହାଣ ହାତ ଜାଣୁନାହିଁ । ଗୋଟେ ଭୟ ଭିତରେ ସରକାର ଚାଲିଛି । ଆଗାମୀ ଦିନରେ ସୁସ୍ଥ ମସ୍ତିଷ୍କରେ ତାଲିକା କରିବେ ବୋଲି ବିଶ୍ଵାସ ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.