ETV Bharat / state

ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଫିଟିଲା ବାଟ; ନୂଆ ନିୟମ ଆଣିଲେ ସରକାର

author img

By ETV Bharat Odisha Team

Published : Feb 18, 2024, 7:34 AM IST

Apartment Ownership Rules 2024: ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ନୂଆ ନିୟମ ଆଣିଲେ ସରକାର । ରାଜ୍ୟରେ ଦେଢ଼ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ବନ୍ଦ ରହିଥିଲା, ଯାହାକି ପୁଣିଥରେ ଚାଲୁ ହେବ । ଅଧିକ ପଢନ୍ତୁ

Apartment Ownership Rules 2024
Apartment Ownership Rules 2024

ଭୁବନେଶ୍ୱର: ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ନୂଆ ନିୟମ ଆଣିଲେ ସରକାର । ୨ ବର୍ଷ ପରେ ରାଜ୍ୟରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ବାଟ ଫିଟିଛି । ଏବେ ଆଉ ବିଲଡର କମନ ଏରିଆ ଉପରେ ଅଧିକାର ଜାହିର କରିପାରିବେ ନାହିଁ । ଫ୍ଲାଟ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ ସର୍ବସାଧାରଣ ସ୍ଥାନ । ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ୱ ଓ ପରିଚାଳନା ନିୟମ ନେଇ ନଗର ଉନ୍ନୟନ ବିଭାଗ ବିଜ୍ଞପ୍ତି ଜାରି କରିଛି । ଓଡ଼ିଶା ଆପାର୍ଟମେଣ୍ଟ ଆକ୍ଟର ଚିଠା ରୁଲ୍ ଅନୁସାରେ ବିଜ୍ଞପ୍ତି ପ୍ରକାଶ କରିଛି ରାଜ୍ୟ ନଗର ଉନ୍ନୟନ ବିଭାଗ । ରେରା ଆଇନ ଅନୁସାରେ, ମାଲିକାନା ସତ୍ତ୍ୱ ଠିକ ନ ଥିବାରୁ ରାଜ୍ୟରେ ଦେଢ଼ ବର୍ଷ ହେଲା ଆପାର୍ଟମେଣ୍ଟ କିଣାବିକା ବନ୍ଦ ରହିଥିଲା ।

ରିଏଲ ଇଷ୍ଟେଟ କାରବାରକୁ ଆଗକୁ ନେବା ସହ ଘର ମାଲିକମାନଙ୍କ ଅଧିକାର ସାବ୍ୟସ୍ତ କରିବା ପାଇଁ ଗତ ଅକ୍ଟୋବର ମାସରେ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ଆଇନ-୨୦୨୩ ଆଣିଥିଲେ । ପୂର୍ବରୁ ଥିବା ଆପାର୍ଟମେଣ୍ଟ ଆଇନ ୧୯୯୨ରେ ବାରମ୍ବାର ସଂଶୋଧନ ହୋଉଥିବାରୁ ରାଜ୍ୟ ସରକାର ନୂଆ ଆଇନ ଆଣିଥିଲେ । ଏବେ ଏହି ଆଇନ କାର୍ଯ୍ୟକାରୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମାସକ ଭିତରେ ଆପତ୍ତି ଅଭିଯୋଗ ପାଇଁ ସମୟ ଦିଆଯାଇଛି । ଦୀର୍ଘ ଦିନରୁ ବନ୍ଦ ହୋଇ ପଡି ରହିଥିବା ଆପାର୍ଟମେଣ୍ଟ କିଣାବିକା ପାଇଁ ଖୁବଶୀଘ୍ର ବାଟ ଫିଟିବ ।

ନୂଆ ନିୟମ ଅନୁସାରେ, ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ରହିବ । ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ । କମନ ଏରିଆ ଉପରେ ବିଲଡରମାନେ ଅଧିକାର ଜାହିର କରୁଥିବାରୁ ଏହାକୁ ନେଇ ବିବାଦ ଲାଗି ରହିଥିଲା । ପ୍ରାୟ ୨ ବର୍ଷ ଧରି ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ସମସ୍ୟା ହେଉଥିଲା । ନୂଆ ନିୟମ ଆଣିବା ପର୍ଯ୍ୟନ୍ତ ଏହା ଉପରେ ରୋକ ଲଗାଇଥିଲେ ହାଇକୋର୍ଟ । ଗତବର୍ଷ ଏନେଇ ଅଧ୍ୟାଦେଶ ଆଣିଥିଲେ ସରକାର । ୨୦୨୩ ଅକ୍ଟୋବର ୧୩ରେ ଚିଠା ନିୟମ ପ୍ରକାଶ ପାଇଥିଲା । ୧୬ ତାରିଖରେ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ସତ୍ତ୍ବ ଓ ପରିଚାଳନା ନିୟମ-୨୦୨୩ ନେଇ ବିଜ୍ଞପ୍ତି ପ୍ରକାଶ କରିଛି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ । ଫଳରେ ଆପାର୍ଟମେଣ୍ଟ ପଞ୍ଜିକରଣ ପାଇଁ ଥିବା ସମସ୍ୟା ଏବେ ଦୂର ହୋଇଛି ।

ଏହା ମଧ୍ୟ ପଢନ୍ତୁ...Assembly News: ବିଧାନସଭାରେ ପାରିତ ହେଲା ଓଡ଼ିଶା ଆପାର୍ଟମେଣ୍ଟ ବିଲ-୨୦୨୩

ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଓ ପରିଚାଳନା ନିୟମ ଅନୁସାରେ ଆପାର୍ଟମେଣ୍ଟ ମାଲିକଙ୍କ ଆସୋସିଏସନ ଗଢ଼ାଯିବ । ଆସୋସିଏସନକୁ ସର୍ବସାଧାରଣ ଅଞ୍ଚଳର ମାଲିକାନା ଅଧିକାର ମିଳିବ । କମନ ଏରିଆରେ କେତେ ଜମି ଅଛି, ଘର କ୍ରେତାଙ୍କ ପାଇଁ କ’ଣ ସୁବିଧା ଅଛି, ତାହା ଜଣାଇ ଦିଆଯିବ । ଖେଳ ପଡ଼ିଆ, ପାର୍କିଂ, ସୁଇମିଂ ପୁଲ ଆଦି ସ୍ଥାନ ମାଲିକ ସଂଘ ନାଁରେ ପଞ୍ଜିକୃତ ହେବ । ପୁରୁଣା ଆପାର୍ଟମେଣ୍ଟରେ ମଧ୍ୟ ଏହି ନିୟମ ଲାଗୁ ହେବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.