ETV Bharat / state

HRMS ପୋର୍ଟାଲରେ କର୍ମଚାରୀଙ୍କ ତଥ୍ୟ ଅପଡେଟ୍ ସୀମା ଏପ୍ରିଲ ୧୫କୁ ବଢ଼ିଲା - ଏଚଆରଏମଏସ ପୋର୍ଟାଲ

HRMS Portal Updation in Odisha: ବଢି଼ଲା HRMS ପୋର୍ଟାଲରେ କର୍ମଚାରୀଙ୍କ ତଥ୍ୟ ଅପଡେସନ ସୀମା । ଏହି ସମୟ ସୀମା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଅଧିକ ପଢନ୍ତୁ,

Etv Bharat
Etv Bharat
author img

By ETV Bharat Odisha Team

Published : Feb 29, 2024, 2:39 PM IST

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କ ତଥ୍ୟ ଅପଡେସନ ସୀମା ବୃଦ୍ଧି ପାଇଛି । HRMS ପୋର୍ଟାଲରେ କର୍ମଚାରୀଙ୍କ ତଥ୍ୟ ଅପଡେସନ ସମୟ ସୀମା ଆସନ୍ତା ଏପ୍ରିଲ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର । ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀଙ୍କୁ ସେମାନଙ୍କ ସମ୍ପର୍କରେ ପ୍ରୋଫାଇଲ ଡାଟା HRMS ପୋର୍ଟାଲରେ ଅପଡେସନ କରିବା କାର୍ଯ୍ୟ ୨୦୨୪ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବରୁ ଏହି କାର୍ଯ୍ୟ ଗତ ଫେବୃୟାରୀ ୧୫ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ଏ ସଂପର୍କରେ କର୍ମଚାରୀମାନେ ସେମାନଙ୍କର ତଥ୍ୟ HRMS ପୋର୍ଟାଲରେ ଆବେଦନ କରି ନିଜ ନିଜର ସଂସ୍ଥାର ପ୍ରତିଷ୍ଠାନ ଅଧିକାରୀ/ ଅର୍ଥ ଉଠାଣ ଓ ବିତରଣ ଅଧିକାରୀ କିମ୍ବା ପ୍ରାଧିକୃତ ଅଧିକାରୀଙ୍କ ଜରିଆରେ ଏହାକୁ ବୈଧ କରିବେ । ଏଥିପାଇଁ ବିଭାଗର ଚିଠି ସଂଖ୍ୟା ୩୪୨୨୫ ଗତବର୍ଷ ନଭେମ୍ବର ୨୦ ତାରିଖ ଓ ପରବର୍ତ୍ତୀ ପତ୍ର ସଂଖ୍ୟା ୧୫୬୪ ଚଳିତ ଜାନୁଆରୀ ୧୨ ତାରିଖରେ ଜଣାଇ ଦିଆଯାଇଛି । ଆଜି ସୁଦ୍ଧା ଏହି ବ୍ୟବସ୍ଥାରେ ପ୍ରାୟ ୩.୩ ଲକ୍ଷ କର୍ମଚାରୀ ସେମାନଙ୍କ ତଥ୍ୟ ଅପଡେସନ କରିଛନ୍ତି । ଯାହା ଉତ୍ସାହଜନକ ବୋଲି ବିଭାଗ ତରଫରୁ କୁହାଯାଇଛି ।

କିନ୍ତୁ ଦେଖାଯାଉଛି ଯେ ଅଦ୍ୟାବଧି ଅନେକ ସଂଖ୍ୟକ କର୍ମଚାରୀ​‌​‌ ସେମାନଙ୍କର ପ୍ରୋଫାଇଲ ତଥ୍ୟ ଅପଡେଟ କରିନାହାନ୍ତି । ଏଥିରେ କର୍ମଚାରୀଙ୍କ ଦ୍ୱାରା ଅପଡେସନ କରାଯାଉଥିବା ତଥ୍ୟ ସେମାନଙ୍କର ଉପରୋକ୍ତ ଦର୍ଶିତ କର୍ତ୍ତୃପକ୍ଷଙ୍କ ଦ୍ୱାରା ବୈଧ ହେବା ଆବଶ୍ୟକ । ଯାହାକି ପ୍ରଦତ୍ତ ତଥ୍ୟ ସଠିକତାକୁ ନିଶ୍ଚିତ କରିବ । ଏହି ଅପଡେସନ କରିବା ପ୍ରକ୍ରିୟା ୫ଟି ଉପକ୍ରମର ଏକ ଅଂଶ ବିଶେଷ । ଯଦ୍ୱାରା ପେନସନ କାଗଜାତଗୁଡ଼ିକ ସ୍ୱୟଂକ୍ରିୟ ହୋଇପାରିବ । ତେଣୁ ଏହି କାର୍ଯ୍ୟ ସମସ୍ତ କର୍ମଚାରୀମାନେ କରିବା ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ସବୁ ଜିଲ୍ଲାରେ ଖୋଲିବ ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିୟମ

ବିଶେଷ କରି ଆଗାମୀ ପରବର୍ତ୍ତୀ ଏକ ବର୍ଷରେ ଅବସର ଗ୍ରହଣ କରୁଥିବା କର୍ମଚାରୀମାନଙ୍କୁ ଏଥିରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି । ଏସବୁକୁ ଦୃଷ୍ଟି ଦେଇ ଏହି ପ୍ରକ୍ରିୟାକୁ ସଂପୂର୍ଣ୍ଣ କରିବା ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ, କର୍ମଚାରୀଙ୍କର ପ୍ରୋଫାଇଲ ଡାଟା ଅପଡେଟ କରିବା ଅଭିଯାନକୁ ଆଉ ଦୁଇ ମାସ ବୃଦ୍ଧି କରିଛନ୍ତି । କର୍ମଚାରୀମାନେ ଏହି ସୁବିଧା ଆଗାମୀ ଏପ୍ରିଲ ୧୫ ପର୍ଯ୍ୟନ୍ତ ପାଇବେ । ଏହି ସମୟ ସୀମା ମଧ୍ୟରେ କର୍ମଚାରୀମାନେ ସେମାନଙ୍କ ତଥ୍ୟ HRMS ଅଦ୍ୟତନ କରିବା ସହ ଏହାକୁ ମଧ୍ୟ ପ୍ରାଧିକୃତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ମର୍ମରେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବ, ସବୁ ବିଭାଗୀୟ ମୁଖ୍ୟ ତଥା ରାଜ୍ୟର ସମସ୍ତ କମିଶନଙ୍କୁ ବିଭାଗୀୟ ଚିଠି ସଂଖ୍ୟା ୨୦୨୪ ଫେବୃଆରୀ ୨୧ ତାରିଖରେ ଅବଗତ କରାଯାଇଛି । ଆଗାମୀ ଏପ୍ରିଲ ୧୫ ତାରିଖ ସୁଦ୍ଧା ରହିଯାଇଥିବା କର୍ମଚାରୀ ନିଜ ନିଜର ତଥ୍ୟ ଅପଡେଟ କରିବେ । ଏହା ସହିତ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ମଧ୍ୟ ସଚେତନ କରି ତଥ୍ୟ ଅପଡେଟ କରାଇବାକୁ ବିଭାଗ ପକ୍ଷରୁ ପୁନର୍ବାର ଅନୁରୋଧ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.