ETV Bharat / state

ଓଡ଼ିଶାରେ ୧୫ ନୂଆ ଶିଳ୍ପକୁ ମଞ୍ଜୁରୀ: ୩୩୫୩ କୋଟି ନିବେଶ, ୪୬୩୭ ନିଯୁକ୍ତି - NEW INDUSTRIAL PROJECTS

ଶିଳ୍ପ ବିକାଶରେ ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି । ପୁରୀ, କୋରାପୁଟ, ଖୋର୍ଦ୍ଧା, ବରଗଡ଼, କଟକ ଓ ଝାରସୁଗୁଡାରେ ହେବ ଶିଳ୍ପ ପ୍ରତିଷ୍ଠା ।

Odisha Govt
Odisha Govt (ETV Bharat Odisha)
author img

By ETV Bharat Odisha Team

Published : Nov 8, 2024, 10:16 PM IST

Updated : Nov 9, 2024, 1:39 PM IST

ଭୁବନେଶ୍ବର: ରାଜ୍ୟରେ ଆଉ 15ଟି ନୂଆ ଶିଳ୍ପ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଫଳରେ ରାଜ୍ୟରେ ନିବେଶ ହେବ 3353.15 କୋଟି । ଏହା ଦ୍ୱାରା ସୃଷ୍ଟି ହେବ 4637 ନିଯୁକ୍ତି ସୁଯୋଗ । ପୁରୀ, କୋରାପୁଟ, ଖୋର୍ଦ୍ଧା, ବରଗଡ଼, କଟକ ଓ ଝାରସୁଗୁଡାରେ ପ୍ରତିଷ୍ଠା ହେବ ଶିଳ୍ପ । ଶକ୍ତି, ରସାୟନ, ଖାଦ୍ୟ ପ୍ରକ୍ରିୟା କରଣ, ପର୍ଯ୍ୟଟନ, ଷ୍ଟିଲ, ସେମେଣ୍ଟ ଶିଳ୍ପରେ ହେବ ନିବେଶ ।

15ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ:

Odisha Govt
Odisha Govt (ETV Bharat Odisha)

ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏସଏଲଏସଡବ୍ଲୁସିଏ ବୈଠକ । ବୈଠକରେ ଓଡ଼ିଶା ସରକାର 3353.15 କୋଟି ଟଙ୍କାର ମିଳିତ ନିବେଶରେ 15ଟି ପ୍ରମୁଖ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏହା ଫଳରେ 4637ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଓଡ଼ିଶାର ସାମାଜିକ ଓ ଅର୍ଥନୈତିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ । ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି, ଇସ୍ପାତ ଡାଉନଷ୍ଟ୍ରିମ, ଆଲୁମିନିୟମ ଡାଉନଷ୍ଟ୍ରିମ, ଖାଦ୍ୟ ପ୍ରକ୍ରିୟାକରଣ, ମାନୁଫାକ୍ଚରିଂ, ଟେକ୍ସଟାଇଲ ଏବଂ ଆପେରେଲ, ପର୍ଯ୍ୟଟନ, ଫାର୍ମାସ୍ୟୁଟିକାଲ୍ସ ଏବଂ ସିମେଣ୍ଟ କ୍ଷେତ୍ରରେ ପୁଞ୍ଜିନିବେଶ ହେବ । ଏହି ସମସ୍ତ ପ୍ରକଳ୍ପ କୋରାପୁଟ, ଖୋର୍ଦ୍ଧା, ବରଗଡ଼, ପୁରୀ, କଟକ ଓ ଝାରସୁଗୁଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବ ।

ପୁରୀ କମ୍ପ୍ରେସ୍ଡ ବାୟୋ ଗ୍ୟାସ ଓ ଫର୍ମେଣ୍ଟେଡ ଜୈବିକ ସାର କାରଖାନା:

ରାସାୟନିକ ତଥା ନବୀକରଣଯୋଗ୍ୟ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ବାୟୋ ଏନର୍ଜି ଲିମିଟେଡ ପୁରୀରେ କମ୍ପ୍ରେସ୍ଡ ବାୟୋ ଗ୍ୟାସ ଓ ଫର୍ମେଣ୍ଟେଡ ଜୈବିକ ସାର କାରଖାନା ସ୍ଥାପନ କରିବ । 121.21 କୋଟି ଟଙ୍କା ପୁଞ୍ଜିନିବେଶରେ 69 ନିଯୁକ୍ତି ସୃଷ୍ଟି ହେବ । ଏହା ସହିତ ଏଥିରେ ରାଜ୍ୟର ନିରନ୍ତର ଏବଂ ଅକ୍ଷୟ ଶକ୍ତି ଉତ୍ସ ଉପରେ ଗୁରୁତ୍ୱ ରହିଛି । ଇସ୍ପାତ କ୍ଷେତ୍ରରେ କଟକରେ ବିକେ ଷ୍ଟିଲ ଇଣ୍ଡଷ୍ଟ୍ରିଜ ଲିମିଟେଡ ଏହାର ପ୍ରକଳ୍ପକୁ ଅଧିକ ସମ୍ପ୍ରସାରଣ କରିବ । ଯେଉଁଥିରେ ସ୍ପଞ୍ଜ ଆଇରନ, ବିଲେଟ, ଫେରୋ ଆଲଏଜ, ସିଣ୍ଟର ପ୍ଲାଣ୍ଟ ଏବଂ କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ସମେତ ଉତ୍ପାଦନ କ୍ଷମତା ବୃଦ୍ଧି କରିବ । ଏଥିପାଇଁ 750 କୋଟି ଟଙ୍କା ବିନିଯୋଗ ହେବ । ଏହି ପ୍ରକଳ୍ପ 800 ଲୋକଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବ ।

ଝାରସୁଗୁଡ଼ାରେ 205ଙ୍କୁ ମିଳିବ ନିଯୁକ୍ତି:

Odisha Govt
Odisha Govt (ETV Bharat Odisha)

ଏଚଏମ ପାୱାର ଆଣ୍ଡ କେବଲ୍ସ ପ୍ରାଇଭେଟ ଲିମିଟେଡ ଝାରସୁଗୁଡ଼ାରେ ଏକ ଆଲୁମିନିୟମ କଣ୍ଡକ୍ଟର ପାୱାର କେବୁଲ ତାର ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବ । 55.72 କୋଟି ଟଙ୍କାର ଏହି ପ୍ରକଳ୍ପରେ 205 ଜଣ ନିଯୁକ୍ତି ପାଇବେ । ଖୋର୍ଦ୍ଧାରେ ନେକ୍ସଟ ଥର୍ମାଲ ଏସିଆ ପ୍ରାଇଭେଟ ଲିମିଟେଟ 55.81 କୋଟି ଟଙ୍କା ବିନିଯୋଗରେ 132 ନିଯୁକ୍ତି ସୁଯୋଗ ସୃଷ୍ଟି କରି ଏକ ହିଟିଂ ଏଲିମେଣ୍ଟସ ଉତ୍ପାଦନ ୟୁନିଟ ସ୍ଥାପନ କରିବ । ଭୁବନେଶ୍ଵରୀ ଫୁଡ୍ସ ଆଣ୍ଡ ବିଭରେଜ ପ୍ରାଇଭେଟ ଲିମିଟେଡ ଅବନ ବିଭରେଜ ପ୍ରାଇଭେଟ ଲିମିଟେଡ, ଜିଓଫାଷ୍ଟ କଞ୍ଜ୍ୟୁମର ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ଏବଂ ଆଭିରା ଡିଷ୍ଟିଲେରୀ ପ୍ରାଇଭେଟ ଲିମିଟେଡର ପ୍ରକଳ୍ପ ସହ ଓଡ଼ିଶାର ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ପୁଞ୍ଜିନିବେଶ କରିବ । ଖୋର୍ଦ୍ଧା, ବରଗଡ଼ ଓ କଟକରେ ଥିବା ଏହି ପ୍ରକଳ୍ପଗୁଡ଼ିକରେ ପ୍ରାୟ 1542.04 କୋଟି ଟଙ୍କା ପୁଞ୍ଜିନିବେଶରେ 1358ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ କାରଖାନା:

ଟେକ୍ସଟାଇଲ ଆଣ୍ଡ ଆପେରେଲ କ୍ଷେତ୍ରରେ ଓଡ଼ିଶା ଟେକ୍ସଟାଇଲ ମ୍ୟାନୁଫାକ୍ଚରିଂ ପ୍ରାଇଭେଟ ଲିମିଟେଡ ଖୋର୍ଦ୍ଧାରେ ଟେକ୍ସଟାଇଲ ବର୍ଜ୍ୟବସ୍ତୁରୁ ପୁନଃ ବ୍ୟବହାରକ୍ଷମ ସୂତା ଉତ୍ପାଦନ ପାଇଁ ଏକ କାରଖାନା ସ୍ଥାପନ କରିବ । 51.80 କୋଟି ଟଙ୍କାର ଏହି ପ୍ରକଳ୍ପ ଦ୍ବାରା 535 ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଆଇଟିସି ଲିମିଟେଡ 119.14 କୋଟି ଟଙ୍କା ବିନିଯୋଗରେ ଭୁବନେଶ୍ୱରରେ ନିଜର ପଞ୍ଚତାରକା ହୋଟେଲ ୱେଲକମ ହୋଟେଲର ସମ୍ପ୍ରସାରଣ କରିବ । ଅତିରିକ୍ତ 240 ନିଯୁକ୍ତି ସୃଷ୍ଟି ହେବ । ଏସଜେ ଜେଆରଜି ଭେଞ୍ଚର୍ସ ଏଲଏଲପି ଏବଂ କ୍ରାକର୍ସ ଇଣ୍ଡିଆ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ ଅତିରିକ୍ତ ପ୍ରକଳ୍ପ ପୁରୀ ଏବଂ କୋରାପୁଟରେ ପ୍ରତିଷ୍ଠା କରିବ । ଏଥିରେ 154 କୋଟି ପୁଞ୍ଜିନିବେଶ ହେବ । 380 ନିଯୁକ୍ତି ସୃଷ୍ଟି ହେବ ।

ଏହା ମଧ୍ୟ ପଢନ୍ତୁ:

ଚାଲିଛି ପ୍ରସ୍ତୁତି, ଖୁବଶୀଘ୍ର ଲାଗୁ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା

୨୧ରୁ ବରଗଡ଼ରୁ ଧାନ କିଣା, ବର୍ଦ୍ଧିତ MSP ସହ ବୋନସ ଦେବେ ମୋହନ ମାଝୀ ସରକାର

ଜିଲ୍ଲାକୁ ଗଲା ବାତ୍ୟା କ୍ଷୟକ୍ଷତି ଅର୍ଥ, ସପ୍ତାହକ ମଧ୍ୟରେ ମିଳିବ କ୍ଷତିପୂରଣ

ଫାର୍ମାସ୍ୟୁଟିକାଲ୍ସରେ ଇନଫୁନେକ୍ସ ହେଲଥକେୟାର ପ୍ରାଇଭେଟ ଲିମିଟେଡ 59.43 କୋଟି ଟଙ୍କା ନିବେଶରେ କଟକରେ ଇଣ୍ଟ୍ରାଭେନସ ଫ୍ଲୁଇଡ ଉତ୍ପାଦନ ପାଇଁ ଦ୍ୱିତୀୟ ୟୁନିଟ ସ୍ଥାପନ କରିବ । ଫଳରେ 182 ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବ । ଅଲ୍ଟ୍ରାଟେକ ସିମେଣ୍ଟ ଲିମିଟେଡର ଏକ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଫଳରେ ଓଡ଼ିଶାର ସିମେଣ୍ଟ ଉତ୍ପାଦନ କ୍ଷମତା ବୃଦ୍ଧି ପାଇବ । କଟକରେ ଏହାର ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ କ୍ଷମତା 3 ଏମଟିପିଏରୁ 6 ଏମଟିପିଏକୁ ବୃଦ୍ଧି ପାଇବ । 372 କୋଟି ଟଙ୍କାର ଏହି ସମ୍ପ୍ରସାରଣ ପ୍ରକଳ୍ପରେ 581 ନିଯୁକ୍ତି ସୃଷ୍ଟି ହେବ । ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ଦେଓରଞ୍ଜନ କୁମାର ସିଂ, ସୁରେନ୍ଦ୍ର କୁମାର ପ୍ରମୁଖ ଉପସ୍ଥିତ ଥିଲେ । ଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା ଅନୁମୋଦନ ଲାଗି ତଥ୍ୟ ଉପସ୍ଥାପନ କରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 9, 2024, 1:39 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.