ETV Bharat / state

ଗବେଷଣା ପାଇଁ ବାଧକ ସାଜିବନି ଅର୍ଥ; ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଗବେଷଣା ପାଣ୍ଠି ଯୋଗାଇବେ ରାଜ୍ୟ ସରକାର - Odisha govt announce research fund

Research Funds for Medical Student: ଏଣିକି ଗବେଷଣା କ୍ଷେତ୍ରରେ ବାଧକ ସାଜିବନି ଅର୍ଥ । ଗବେଷଣା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ଏନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ କରିଛି ସ୍ୱାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

Research Funds for Medical Student
Research Funds for Medical Student
author img

By ETV Bharat Odisha Team

Published : Mar 5, 2024, 1:09 PM IST

ଭୁବନେଶ୍ବର: ଗବେଷଣା କ୍ଷେତ୍ରରେ ଆଗ୍ରହୀ ଥିବା ଡାକ୍ତରଙ୍କ ପାଇଁ ଖୁସି ଖବର । ଏଣିକି ମେଡିକାଲ କଲେଜରେ ଗବେଷଣା ପାଇଁ ଡାକ୍ତରୀ ଛାତ୍ରଛାତ୍ରୀ ଏବଂ ଡାକ୍ତରଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ ରାଜ୍ୟ ସରକାର । ରାଜ୍ୟରେ ଗୁଣାତ୍ମକ ମେଡିକାଲ ଶିକ୍ଷା ଏବଂ ଗବେଷଣାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଏହି ଗବେଷଣା ପାଣ୍ଠି ପ୍ରଦାନ କରିବେ । ତେବେ 'ଦି ଷ୍ଟେଟ ସେକ୍ଟର ସ୍କିମ' (ଏସଏସଏସ) ରିସର୍ଚ୍ଚ ଫଣ୍ଡ ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କମିଟି ଗଠନ କରାଯାଇଛି । ଏନେଇ ଆବଶ୍ୟକୀୟ ନୀତି ଓ ନିୟମ ଅଣାଯିବା ସହିତ ୫ ବର୍ଷ ପାଇଁ ନୀତି ନିର୍ଦ୍ଧାରଣ କରାଯିବ ।

କେନ୍ଦ୍ର ସରକାର ଯେଉଁଭଳି ଭାବେ ଅଖିଳ ଭାରତୀୟ ଚିକିତ୍ସା ବିଜ୍ଞାନ ପ୍ରତିଷ୍ଠାନ (AIIMS) ମେଡିକାଲ କଲେଜକୁ ଗବେଷଣା ପାଇଁ ଅର୍ଥ ପ୍ରଦାନ କରୁଛନ୍ତି, ଠିକ୍ ସେହିପରି ଭାବେ ରାଜ୍ୟରେ ପ୍ରଥମ ଥର ଲାଗି ସରକାରୀ ଡାକ୍ତରଙ୍କୁ ଗବେଷଣା କରିବା ପାଇଁ ରାଜ୍ୟ ସରକାର ସହାୟତା ପ୍ରଦାନ କରିବେ । ଚଳିତ ମାସ ପ୍ରଥମ ସପ୍ତାହରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ । ବିଭାଗ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତି ହୋଇଥିବା ବେଳେ ଅର୍ଥ ବିଭାଗ ପକ୍ଷରୁ ଏ ବାବଦରେ ସହମତି ପ୍ରକାଶ ପାଇଛି । ଏନ୍‌ଏମ୍‌ସି ଗାଇଡ୍‌ ଲାଇନ ଅନୁଯାୟୀ, ଡାକ୍ତରମାନେ ଗବେଷଣାତ୍ମକ ସନ୍ଦର୍ଭ ପ୍ରକାଶ କରିବା ବାଧ୍ୟତାମୂଳକ । ନଚେତ୍ ପଦୋନ୍ନତି ମିଳିବ ନାହିଁ ।

Research Funds for Medical Student
Research Funds for Medical Student

ଏହା ମଧ୍ୟ ପଢନ୍ତୁ-ଦିଲ୍ଲୀ ଏମସରେ ପଢି ମଧ୍ୟ ମିଳୁନି ଚାକିରି, କୋର୍ଟର ଦ୍ବାରସ୍ଥ ହେଲେ ଡାକ୍ତରୀ ଛାତ୍ରଛାତ୍ରୀ

ଜନସାଧାରଣଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବା ଯେତିକି ଜରୁରୀ, ଡାକ୍ତରମାନଙ୍କର ଦକ୍ଷତା ବିକାଶ କରାଯିବା ମଧ୍ୟ ସେତିକି ଜରୁରୀ । ତେଣୁ ରାଜ୍ୟ ସରକାର ଡାକ୍ତରୀ ଗବେଷଣା ପାଇଁ ଏକ ଗବେଷଣା ପାଣ୍ଠିର ବ୍ୟବସ୍ଥା କରିଛନ୍ତି । ମେଡିକାଲ କଲେଜଗୁଡ଼ିକରେ ଗବେଷଣା ପାଇଁ ସରକାର ୯ କୋଟି ଟଙ୍କା ଖର୍ଚ୍ଚ କରିବେ । କଟକର ଏସ୍‌ସିବି, ବ୍ରହ୍ମପୁରର ଏମ୍‌କେସିଜି, ବୁର୍ଲାର ଭିମସାର ମେଡିକାଲ କଲେଜ ପାଇଁ ୧ କୋଟି ଲେଖାଏଁ ଖର୍ଚ୍ଚ କରାଯିବ । ସେହିପରି ନୂଆ କରି ପ୍ରତିଷ୍ଠା ହୋଇଥିବା ମେଡିକାଲ କଲେଜ ଓ ଏସସିବି ଡେଣ୍ଟାଲ କଲେଜକୁ ବର୍ଷକୁ ୫୦ ଲକ୍ଷ ଲେଖାଏଁ ଅର୍ଥ ପ୍ରଦାନ କରାଯିବ । ମେଡିକାଲ ପିଜି ଅନୁଷ୍ଠାନକୁ ଗବେଷଣା ପାଇଁ ବାର୍ଷିକ ୨୫ ଲକ୍ଷ ପ୍ରଦାନ କରାଯିବ । ଏନେଇ ବାର୍ଷିକ ୯ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.