ETV Bharat / state

ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ୨୭ରେ ସବୁ ସ୍କୁଲ ଓ କଲେଜ ଛୁଟି - ୨୭ରେ ସ୍କୁଲ କଲେଜ ଛୁଟି

SAMALEI Project Inauguration: ସମଲେଇ ପ୍ରକଳ୍ପ ଲୋକାର୍ପଣ ପାଇଁ ୨୭ ତାରିଖରେ ରାଜ୍ୟର ସବୁ ସ୍କୁଲ ଓ କଲେଜ ଛୁଟି ଘୋଷଣା । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Jan 25, 2024, 8:01 AM IST

Updated : Jan 25, 2024, 11:36 AM IST

ଭୁବନେଶ୍ବର: ଆସନ୍ତା ଶନିବାର (୨୭ ତାରିଖ) ଲୋକାର୍ପଣ ହେବାକୁ ଯାଉଛି ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ସାରା ରାଜ୍ୟରେ ସ୍କୁଲ ଓ କଲେଜ ଛୁଟି ଘୋଷଣା ହୋଇଛି । ଜାନୁଆରୀ ୨୭ ତାରିଖ ଦିନ ରାଜ୍ୟର ସବୁ ସ୍କୁଲ ଓ କଲେଜ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଦିନ ଚତୁର୍ଥ ଶନିବାର ଯୋଗୁଁ ସରକାରୀ ଅଫିସ୍ ମଧ୍ୟ ବନ୍ଦ ରହିବ ।

ଓଡ଼ିଶାର ପ୍ରମୁଖ ଶକ୍ତିପୀଠ ତଥା ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ । ସମଲେଶ୍ବରୀଙ୍କ ପୀଠର ବିକାଶ ପାଇଁ କରାଯାଇଛି ସମଲେଇ ପ୍ରକଳ୍ପ । ସମଲେଇ ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଜାନୁୟାରୀ ୨୭ ତାରିଖରେ ବିପୁଳ ଉତ୍ସାହ ଓ ଭକ୍ତି ଭାବନା ସହ ଅନୁଷ୍ଠିତ ହେଉଛି । ଏହି କାର୍ଯ୍ୟକ୍ରମରେ ଭକ୍ତମାନେ ଆନନ୍ଦର ସହ ଯୋଗଦାନ କରି ମା'ଙ୍କ ଉଦ୍ଦେଶ୍ୟରେ ଭକ୍ତି ନିବେଦନ କରିପାରିବେ । ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଦୃଷ୍ଟିରେ ରଖି ସ୍କୁଲ ଓ କଲେଜ ବନ୍ଦ ରହିବ । ଆସନ୍ତା ଜାନୁଆରୀ ୨୭ ତାରିଖ ଦିନ ସାରା ରାଜ୍ୟର ସ୍କୁଲ ଓ କଲେଜ ବନ୍ଦ ରହିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛୁଟି ଘୋଷଣା କରିଛନ୍ତି । ଚତୁର୍ଥ ଶନିବାର ଯୋଗୁଁ ସେଦିନ ସମସ୍ତ ସରକାରୀ ଅଫିସ ମଧ୍ୟ ବନ୍ଦ ରହୁଛି ।

ଏହା ମଧ୍ୟ ପଢନ୍ତୁ: ସମଲେଇ ପ୍ରକଳ୍ପ ଲୋକାର୍ପଣ ଉତ୍ସବ; ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତ ସମ୍ବଲପୁର

ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ପ୍ରକଳ୍ପର ଲୋକାର୍ପଣ କରାଯିବ । ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀମାନେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ଦେଇଛନ୍ତି । ମା'ଙ୍କ ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଓ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ଧନ୍ୟବାଦ ଦେଇଛନ୍ତି । ରାଜ୍ୟର ବିଭିନ୍ନ ଦେବାଦେବୀଙ୍କୁ ମଧ୍ୟ ଆମନ୍ତ୍ରଣ କରାଯାଇଛି । ସେହିପରି ମା'ଙ୍କ ସହିତ ଜନସାଧାରଣଙ୍କୁ ଯୋଡିବା ଲାଗି ବ୍ୟବସ୍ଥା କରାଯାଇଛି ।

ପଶ୍ଚିମ ଓଡ଼ିଶାର ୧୦ ଜିଲ୍ଲାର ପ୍ରତ୍ୟେକ ଲୋକଙ୍କ ପାଖରେ ନଡ଼ିଆ ପହଞ୍ଚାଯାଇଛି । ମା'ଙ୍କ ପ୍ରିୟ ସିନ୍ଦୁର ଭକ୍ତଙ୍କ ଠାରୁ ଆଣିବା ଲାଗି ରାଜ୍ୟ ସରକାର ସହଯୋଗ କରିଛନ୍ତି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା' ସମଲେଶ୍ବରୀଙ୍କ ମନ୍ଦିର ଷୋଡଶ ଶତାଦ୍ଦୀର ଏକ ପ୍ରସିଦ୍ଧ ପୀଠ । ପୀଠର ଉନ୍ନତି ପାଇଁ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ସମଲେଇ ପ୍ରକଳ୍ପ ଆରମ୍ଭ କରିଥିଲେ । ଏଥିପାଇଁ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ମନ୍ଦିରର ସୌନ୍ଦର୍ଯ୍ୟକରଣ ସହିତ ଭକ୍ତଙ୍କ ପାଇଁ ଏକ ଅଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବାକୁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି । ମନ୍ଦିର ସହିତ ମହାନଦୀ ଘାଟର ମଧ୍ୟ ଉନ୍ନତିକରଣ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jan 25, 2024, 11:36 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.