ETV Bharat / state

କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା - ସମ୍ବଲପୁର କେନ୍ଦୁପତ୍ର କର୍ମଚାରୀ ସମାବେଶ

Special Package for Kendu Leaf Pluckers: କେନ୍ଦୁପତ୍ର କର୍ମଚାରୀ ସଂଘକୁ ରାଜ୍ୟ ସରକାରଙ୍କ ବଡ଼ ଉପହାର । ୨୫ ପ୍ରତିଶତରୁ ୫୦ ପ୍ରତିଶତ ବୃଦ୍ଧି ହେଲା ତୋଳାଳିଙ୍କ ବୋନସ । ଅଧିକ ପଢନ୍ତୁ

Sambalpur Kendu Leaf Plucker Meet
Sambalpur Kendu Leaf Plucker Meet
author img

By ETV Bharat Odisha Team

Published : Feb 11, 2024, 5:56 PM IST

କେନ୍ଦୁପତ୍ର କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା

ସମ୍ବଲପୁର: ଜିଲ୍ଲାର ରେଢାଖୋଲ ଉପଖଣ୍ଡର ଚାରମାଲରେ ଅନୁଷ୍ଠିତ ହୋଇଯାଇଛି କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶ । ଏହି କାର୍ଯ୍ୟକ୍ରମରେ କେନ୍ଦୁପତ୍ର କର୍ମଚାରୀ ସଂଘକୁ ରାଜ୍ୟ ସରକାର ଆଜି (ରବିବାର) ଦେଇଛନ୍ତି ବଡ ଉପହାର । ଆଜିର ସମାବେଶରେ ପାଖାପାଖି ୨୦୦ କୋଟି ଟଙ୍କାର ପ୍ୟାକେଜ ଭିଡିଓ ବାର୍ତ୍ତା ମାଧ୍ୟମରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘୋଷଣା ପରେ ଖୁସି ପ୍ରକଟ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ ।

କେନ୍ଦୁପତ୍ର ତୋଳାଳିଙ୍କ ବୋନସ ୨୫ ପ୍ରତିଶତରୁ ୫୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିପାଇଁ ୯୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ସିଜିନାଲ କର୍ମଚାରୀ ତଥା ଠିକା ଶ୍ରମିକଙ୍କ ଇନସେନଟିଭ ୫ ପ୍ରତିଶତରୁ ୧୦ ପ୍ରତିଶତକୁ ବୃଦ୍ଧି ହୋଇଛି । ଏଥିପାଇଁ ୧୧ କୋଟି ମଞ୍ଜୁର ହୋଇଛି । ହେଡ ଚେକରଙ୍କର ଦରମା ୨୨ ହଜାରରୁ ୨୬ ହଜାରକୁ ବୃଦ୍ଧି କରାଯାଇଛି । ସେହିପରି ୨୦ ପତ୍ରର ବିଡା ୧ ଟଙ୍କା ୪୦ ପଇସା ଥିବାବେଳେ ୧ ଟଙ୍କା ୬୦ ପଇସାକୁ ବୃଦ୍ଧି କରାଯାଇଛି । ୪୦ ପତ୍ରର ବିଡାକୁ ୨ ଟଙ୍କା ୮୦ ପଇସାରୁ ବୃଦ୍ଧି କରାଯାଇ ୩ ଟଙ୍କା ୨୦ ପଇସା କରାଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ବୋନସ ଟଙ୍କା ମିଳିବାକୁ ଥିବାବେଳେ ଏପ୍ରିଲ ବା ନୂଆ ଆର୍ଥିକ ବର୍ଷକୁ ଏହି ଦର ଲାଗୁ ହେବ ବୋଲି ସୂଚନା ଦିଆଯାଇଛି ।

Sambalpur  Kendu Leaf Meet
କେନ୍ଦୁପତ୍ର କର୍ମଚାରୀ ସଂଘର ମହାସମାବେଶ

କେନ୍ଦୁପତ୍ର ତୋଳାଳି ତଥା କର୍ମଚାରୀ ପରିବାରର ୨ଟି ଝିଅର ବାହାଘର ପାଇଁ ୨୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯିବ । କେନ୍ଦୁପତ୍ର କର୍ମଚାରୀର ପରିବାରର ଛାତ୍ରଛାତ୍ରୀ ପିଜି ଯାଏଁ ଛାତ୍ରବୃତ୍ତି ପାଇଁ ଆବେଦନର ଅବଧିକୁ ଆଉ ମାସେ ସମୟ ସୀମାକୁ ବୃଦ୍ଧି କରାଯାଇଛି । ସିଜିନାଲ କର୍ମଚାରୀଙ୍କ ପାଇଁ ଆଉ ଗୋଟିଏ ଅତିରିକ୍ତ ମାସ କାମ ବୃଦ୍ଧି ହୋଇଛି । ଆଜି ଚାରମାଲଠାରେ ଅନୁଷ୍ଠିତ ଏହି ମହାସମାବେଶ କାର୍ଯ୍ୟକ୍ରମରେ ୧୯ଟି ଜିଲ୍ଲା ତଥା ୬୩ ନିର୍ଵାଚନ ମଣ୍ଡଳୀରୁ କେନ୍ଦ୍ରପତ୍ର ସଂଘର କର୍ମଚାରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ପୂର୍ବର ସରକାରଙ୍କୁ ଟାର୍ଗେଟ କରିଥିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

ଏହା ବି ପଢନ୍ତୁ- ସମ୍ବଲପୁରକୁ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ଗସ୍ତ, 11ରେ କେନ୍ଦୁପତ୍ର କର୍ମଚାରୀ ସଂଘର ସମାବେଶରେ ଦେବେ ଯୋଗ

ସେ କହିଥିଲେ, "ପୂର୍ବର ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ପରିଶ୍ରମରୁ ଅର୍ଜିତ ଟଙ୍କାକୁ ରାଜ୍ୟ ସରକାର ନିଜର ଲାଭ ଭାବୁଥିଲେ । ହେଲେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବାଧୀନ ସରକାର କେନ୍ଦୁପତ୍ରରୁ ଅର୍ଜିତ ପଇସାକୁ ରାଜସ୍ବ ଭାବୁନାହାଁନ୍ତି । କେନ୍ଦୁପତ୍ର ତୋଳାଳିଙ୍କ ଦ୍ବାରା ମିଳୁଥିବା ଟଙ୍କାକୁ ରାଜ୍ୟ ସରକାର କେନ୍ଦୁପତ୍ର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଫେରାଉଛନ୍ତି । ଅନ୍ୟ ରାଜ୍ୟ ମଧ୍ୟ ଏବେ ଆମ ପଦକ୍ଷେପକୁ ଗ୍ରହଣ କରି ସେମାନେ ମଧ୍ୟ ଏହାକୁ ଲାଗୁ କରିବା ପାଇଁ ଯୋଜନା କରୁଛନ୍ତି । ଆଗରୁ କେତେ ନେତା ଆସିଥିଲେ କଣ ପ୍ରତିଶୃତି ଦେଇଥିଲେ ଓ କଣ ପୂରଣ କଲେ ଥରେ ଚିନ୍ତା କରନ୍ତୁ ?"

ଅନ୍ୟପକ୍ଷରେ ଏହି ଘୋଷଣା ପରେ ଖୁସି ପ୍ରକଟ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ । ଏହି ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ୨୦୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା ପରେ କେନ୍ଦୁପତ୍ର ସଂଘର କର୍ମଚାରୀମାନେ ବେଶ ଖୁସି ଥିବା ବେଳେ ଆଗକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ କେନ୍ଦୁପତ୍ର ଜିଏସଟିକୁ ଉଚ୍ଛେଦ ଦାବିକୁ ମୁଖ୍ୟ ପ୍ରସଙ୍ଗ କରାଯିବ ବୋଲି ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ କହିଛି । ସୂଚନା ଥାଉ କି ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଯୋଗ ଦେବାର ଥିବା ବେଳେ ଶେଷ ମୁହୂର୍ତ୍ତରେ ତାଙ୍କ ଗସ୍ତ ବାତିଲ ହୋଇ ଯାଇଥିଲା ।

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.