ETV Bharat / state

ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣା: ପୁରିଲା ମହଲତ ମିଳିଲାନି ନ୍ୟାୟ, ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ - ASO Assault Case

author img

By ETV Bharat Odisha Team

Published : Jul 22, 2024, 10:32 PM IST

ASO Assault Case: ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା ଦିନକୁ ଦିନ ଅଧିକ ଜଟିଳ ହେବାରେ ଲାଗିଛି । ଗୋଟିଏ ପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଗୃହତ୍ୟାଗ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟପଟେ ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ତଦନ୍ତ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାର କର୍ମୀ ।

ASO Assault Case
ASO Assault Case (ETV Bharat Odisha)

ଭୁବନେଶ୍ବର: ASOଙ୍କୁ ରାଜ୍ୟପାଳ ପୁଅଙ୍କ ମାଡ଼ ମାରିବା ଘଟଣାକୁ ନେଇ ଉଠୁଛି ପଡୁଛି ରାଜନୀତି । ଗୋଟିଏ ପଟେ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଝଡ ହୋଇଥିବାବେଳେ ଆଇନମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଉଠିଛି ପ୍ରଶ୍ନ । ସୂଚନା ଅନୁସାରେ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଥିଲେ ଯେ, ଏହି ଆକ୍ରମଣର ସତ୍ୟାସତ୍ୟ ଯାଞ୍ଚ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୂଚନା ଅଧିକାରୀ କର୍ମୀ ଜୟନ୍ତ ଦାସ ।

ASO Assault Case (ETV Bharat Odisha)

କାହିଁକି ଜିଲ୍ଲାପାଳଙ୍କୁ ଦିଆଗଲା ନିର୍ଦ୍ଦେଶ ?

ସୂଚନା ଅଧିକାରୀ କର୍ମୀ ଜୟନ୍ତ ଦାସ କହିଛନ୍ତି," ଆଇନ ମନ୍ତ୍ରୀ ବେଆଇନ‌ ମନ୍ତବ୍ୟ ଦେଇଛନ୍ତି । ସେ ଚାହିଁଥିଲେ ଏସପିଙ୍କୁ ନିର୍ଦ୍ଦେଶ ଦେଇପାରିଥାନ୍ତେ । ହେଲେ କାହିଁକି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ? ରାଜ୍ୟପାଳ ନ୍ୟାୟ ପ୍ରତିଶ୍ରୁତି ଦେଇ ୭ ଦିନ ସମୟ ନେଇଥିଲେ । ହେଲେ ନ୍ୟାୟ ବଦଳରେ ଏଯାବତ କେସ ରେଜିଷ୍ଟର ହେଲା ନାହିଁ । ନିୟମ ଅନୁସାରେ, ଏଭଳି ଅପରାଧ କ୍ଷେତ୍ରରେ ୨୪ରୁ ୪୮ଘଣ୍ଟା ମଧ୍ୟରେ ଅଭିଯୋଗକୁ ଗ୍ରହଣ କରିବା କଥା । ତୁରନ୍ତ ତଦନ୍ତ ଆରମ୍ଭ ହେବା କଥା । କିନ୍ତୁ ଆଜି ପର୍ଯ୍ୟନ୍ତ ଅଭିଯୋଗ ଉପରେ ମାମଲା ରୁଜୁ ହେଲା ନାହିଁ ।"

ASO Assault Case
ASO Assault Case (ETV Bharat Odisha)

ଥାନାଧିକାରୀଙ୍କ ବିରୋଧରେ FIR ଦାବି: "ଜଣେ ଅଭିଯୋଗକାରୀର ଅଭିଯୋଗରେ ଏପର୍ଯ୍ୟନ୍ତ କୌଣସି FIR ରେଜିଷ୍ଟର କରିନାହାନ୍ତି ସମୁଦ୍ରକୁଳ ଥାନାଧିକାରୀ । ଜଣେ ଅଭିଯୋଗକାରୀର ଅଭିଯୋଗକୁ ଜାଣତରେ ଓ ତଦନ୍ତରେ ଦିଗହରା ପାଇଁ ପ୍ରାଥମିକ ନ୍ୟାୟ ଦେବାରେ ଅବହେଳା ହୋଇଛି । ଏନେଇ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବା BNSS ୧୯୯ରେ ତାଙ୍କ ନାଁରେ FIRହେବା କଥା । ଆଶ୍ଚର୍ଯ୍ୟ ଲାଗୁଛି ଯେ, ଏହି ଘଟଣାରେ ରାଜ୍ୟପାଳଙ୍କ ପୁଅଙ୍କୁ ଘଣ୍ଟ ଘୋଡାଯାଉଛି" ବୋଲି ଜୟନ୍ତ କହିଛନ୍ତି ।

ଜୟନ୍ତ ଦାସ କିଏ ?

ଜୟନ୍ତ ଦାସ ହେଉଛନ୍ତି ଜଣେ ସୂଚନା ଅଧିକାର କର୍ମୀ ଯିଏକି ଜାତୀୟ ମାନବାଧିକାର କମିଶନରେ ASO ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ଘଟଣା ନେଇ ଅଭିଯୋଗ କରିଥିଲେ । ରାଜ୍ୟପାଳଙ୍କ ପୁଅଙ୍କ ବିରୋଧରେ ଆଇନଗତ କାର୍ଯାନୁଷ୍ଠାନ ଦାବି କରିଥିଲେ । ଆଜି ଆଇନମନ୍ତ୍ରୀଙ୍କ ପ୍ରତିକ୍ରିୟା ପରେ ସେ ପୁଣି ଥରେ ମୁହଁ ଖୋଲିଛନ୍ତି ।

କ'ଣ ଥିଲା ASO ମାଡ଼ ମାମଲା ?

ଗତ ରଥଯାତ୍ରା ସମୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁରୀ ରାଜଭବନରେ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ସମୟରେ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ ।

ଏହା ବି ପଢନ୍ତୁ...ASOଙ୍କୁ ରାଜ୍ୟପାଳଙ୍କ ପୁଅଙ୍କ ମାଡ଼ ଅଭିଯୋଗକୁ ନେଇ ବିଧାନସଭାରେ ଝଡ: ନବୀନଙ୍କ ନିଶାନାରେ ମୋହନ ସରକାର, ଆଇନ ମନ୍ତ୍ରୀ କହିଲେ ଧୈର୍ଯ୍ୟ ଧର - ASO ASSAULT CASE In Assembly

ଅଭିଯୋଗକାରୀ ASOଙ୍କ ବଦଳି:

ସେପଟେ ପୂର୍ବରୁ ମଧ୍ୟ ଏହି ଘଟଣାକୁ ନେଇ ବିଜେଡି ଓ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇଥିଲେ । ଅନ୍ୟପଟେ ରାଜଭବନକୁ ଡାକି ରାଜ୍ୟପାଳ ବି ଅଭିଯୋଗକାରୀ ASOଙ୍କ ସହ ଆଲୋଚନା କରି ୭ଦିନରେ ନ୍ୟାୟ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପରେ ପରେ ASOଙ୍କ ବଦଳି ହୋଇଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୁଣି ପ୍ରତିବାଦ ଦେଖାଦେଇଥିଲା ।

ଏହା ବି ପଢନ୍ତୁ...ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଟ୍ବିଷ୍ଟ: ଅଭିଯୋଗକାରୀ ASO ବୈକୁଣ୍ଠ‌ ପ୍ରଧାନଙ୍କ ବଦଳି - ASO Baikuntha Transferred

ବିଧାନସଭାରେ ASO ପ୍ରସଙ୍ଗ:

ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭରୁ ଏହି ପ୍ରସଙ୍ଗରେ ଗୃହ ହୁଲୁସ୍ତୁଲ ହୋଇଛି । ASOଙ୍କୁ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତଙ୍କ ମାଡ଼ ମରା ଅଭିଯୋଗ ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ମୁଁ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବିଧାୟକ, ମନ୍ତ୍ରୀ କି ସରକାରୀ ଅଧିକାରୀ ଯିଏ ଆଇନ ଭାଙ୍ଗୁଥିଲେ, ମୁଁ କାର୍ଯ୍ୟାନୁଷ୍ଠାନ ନେଉଥିଲି । ରାଜ୍ୟପାଳଙ୍କ ପୁଅ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ, ଆମେ ଗୃହ ପରିତ୍ୟାଗ କଲୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.