ETV Bharat / state

ପୁଅ ପାଇଁ ଅଡ଼ୁଆରେ ରାଜ୍ୟପାଳ ! ତେଜିଲା ରାଜନୀତି, ଜବାବ ରଖିଲା ବିଜେପି - BJD Congress on Governor Son Case - BJD CONGRESS ON GOVERNOR SON CASE

BJD Congress on Governor Son Case: ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାରପିଟ ଘଟଣା । ପଣ୍ଡିତ ପୁଅ କଣ ମାଙ୍କଡ ମାରିଲେ ଦୋଷ ନାହିଁ କହିଲା ବିଜେଡି । ଜବାବ ରଖିଲା ରାଜ୍ୟ ବିଜେପି । ଅଧିକ ପଢନ୍ତୁ

BJD Congress on Governor Son Case
BJD Congress on Governor Son Case (ETV Bharat Odisha)
author img

By ETV Bharat Odisha Team

Published : Jul 13, 2024, 7:51 PM IST

ଭୁବନେଶ୍ବର: ପୁଅ ପାଇଁ ଅଡ଼ୁଆରେ ରାଜ୍ୟପାଳ ରଘୁବର ଦାସ । ରାଜନୈତିକ ମୋଡ ନେଇଛି ରାଜ୍ୟପାଳଙ୍କ ପୁଅର ମାରପିଟ ଘଟଣା । ଡ୍ୟୁଟିରେ ଥିବା ASOଙ୍କୁ ଆକ୍ରମଣ ଘଟଣାକୁ କଂଗ୍ରେସ ରାଜନୈତିକ ମୁଦ୍ଦା କରିଛି । ଆସନ୍ତା ବିଧାନସଭା ଅଧିବେଶନରେ ବିରୋଧ କରିବ କଂଗ୍ରେସ ବୋଲି ଚେତାବନୀ ଦେଇଛନ୍ତି ବରିଷ୍ଠ ବିଧାୟକ ତାରା ବାହିନୀପତି । ସେପଟେ ବିଜେପି କହିଲା ଆଇନ ସମସ୍ତଙ୍କ ପାଇଁ ସମାନ । ଯଦି ଏ କଥାର କିଛି ସତ୍ୟାସତ୍ୟ ଥିବ, ତେବେ ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବ ।

ଅଡ଼ୁଆରେ ରାଜ୍ୟପାଳ (ETV Bharat Odisha)

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଜଣେ ରାଜଭବନ କର୍ମଚାରୀଙ୍କୁ ମାଡ ମାରିବା ସହ ଅତ୍ୟାଚାର କରିବା ଘଟଣାକୁ ନେଇ ତେଜୁଛି ବିରୋଧ । ପୁରୀରେ ରାଜ୍ୟପାଳଙ୍କ ପୁଅ ASOକୁ ମାଡ଼ ମାରିବା ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ । ରାଜ୍ୟପାଳ ହେଉଛନ୍ତି ରାଜ୍ୟର ସାମ୍ବିଧାନିକ ମୁଖ୍ୟ । ବିରୋଧୀ ଏହି ଘଟଣାକୁ ନିନ୍ଦା କରିବା ସହ ରାଜ୍ୟପାଳଙ୍କ ପୁଅ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିରୋଧୀ ବିଜେଡି ଏବଂ କଂଗ୍ରେସ ।

ଏନେଇ ବରିଷ୍ଠ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, "ପୋଲିସ ତୁରନ୍ତ ରାଜ୍ୟପାଳଙ୍କ ପୁଅ ଓ ସହଯୋଗୀଙ୍କୁ ଗିରଫ କରିବା ଦରକାର । ଜୀବନରେ ମାରିବା ଲାଗି ଧମକାଇଲେ । ୩୦୭ ଦଫାରେ ଗିରଫ କରାଯାଉ । ବିଜେପି ଯେହେତୁ ଶାସନରେ ଅଛି ସେଥିଲାଗି ତାଙ୍କୁ ଗିରଫ କରାଯାଉନି । ବିଧାନ ସଭାରେ କଥା ଉଠିବ, ଆବଶ୍ୟକ ପଡିଲେ ରାଜ୍ୟପାଳଙ୍କୁ ବିରୋଧ କରାଯିବ ।"

ଏହା ବି ପଢନ୍ତୁ- ରାଜ୍ୟପାଳଙ୍କ ପୁଅ ନାଁରେ ସଙ୍ଗୀନ ଅଭିଯୋଗ ! ‘ଦାମୀ ଗାଡି ନ ପଠାଇବାରୁ ASOଙ୍କୁ ନିର୍ଦ୍ଧୁମ ମାଡ’, ମାମଲା ରୁଜୁ

ସେହିପରି ବରିଷ୍ଠ ବିଜେଡି ବିଧାୟକ ପ୍ରତାପ ଦେବ କହିଛନ୍ତି, "ରାଜ୍ୟପାଳଙ୍କ ପୁଅଙ୍କ ଏଭଳି ଆଚରଣ ନିନ୍ଦନୀୟ । ମୁଖ୍ୟମନ୍ତ୍ରୀ ନିଜେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗର ମନ୍ତ୍ରୀ । ତାଙ୍କ ଅଧିନସ୍ଥ କର୍ମଚାରୀ ହେଉଛନ୍ତି ଏଏସଓ । ଏଫଆଇଆର ହୋଇଛି, ମାନବାଧିକାର କମିଶନରେ ବି ଅଭିଯୋଗ ହୋଇଛି । କିନ୍ତୁ ଆଜି ଯାଏଁ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । ପଣ୍ଡିତ ପୁଅ କଣ ମାଙ୍କଡ ମାରିଲେ ଦୋଷ ନାହିଁ । ପୂର୍ବ ସରକାରରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଛୋଟ କର୍ମଚାରୀ ହୋଇଥାଇପାରନ୍ତି, କିନ୍ତୁ କଥା ଛୋଟ ନୁହେଁ । ମୁଖ୍ୟମନ୍ତ୍ରୀ ନିଜେ ଅଭିଯୋଗ ପ୍ରକୋଷ୍ଠ ଖୋଲିଛନ୍ତି, ସାଧାରଣ କର୍ମଚାରୀଙ୍କୁ ନ୍ୟାୟ ଦିଅନ୍ତୁ ମୁଖ୍ୟମନ୍ତ୍ରୀ ।"

ପ୍ରତିକ୍ରିୟା ରଖିଲା ବିଜେପି:

ସେପଟେ ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ କହିଛନ୍ତି, "ଏ ଘଟଣାରେ ମାମଲା ରୁଜୁ ହୋଇଛି । ଯଦି ଏ ଘଟଣାର ସତ୍ୟାସତ୍ୟ ଥିବ, ତେବେ ବିଚାରଯୋଗ୍ୟ । ଆଇନ ଏହା ଉପରେ ବିଚାର ଓ ତର୍ଜମା କରୁଛି । ଆଇନ ସମସ୍ତଙ୍କ ପାଇଁ ସମାନ ଅଛି । ବିଶ୍ବାସ ଅଛି, ଯଦି ଏ କଥା କିଛି ସତ୍ୟାସତ୍ୟ ଥିବ, ତେବେ ନିଶ୍ଚିତ ଭାବରେ ଦୋଷୀ ଦଣ୍ଡ ପାଇବ । ଆଜି ପୂର୍ବତନ ମନ୍ତ୍ରୀ ପ୍ରତାପ ଦେବ ବହୁତ ଲମ୍ବା କଥା କହିଛନ୍ତି । ସେ ମମିତା ମେହେର ହତ୍ୟା, କ୍ୟାବିନେଟ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାରେ ସେ କେଉଁଠି ଥିଲେ ? ସେତେବେଳେ ତ ପାଟି ଖୋଲୁନଥିଲେ । ସେତେବେଳେ ତ କହୁନଥିଲେ ଯେ, ମୁଖ୍ୟମନ୍ତ୍ରୀ ମୁହଁ ଖୋଲନ୍ତୁ, କି ମୁଖ୍ୟମନ୍ତ୍ରୀ କାହିଁକି ଚୁପ୍ ଅଛନ୍ତି । ଆଜି ଏ ଘଟଣାରେ ତାଙ୍କର ମନେ ପଡ଼ିଗଲା । ଏ ଘଟଣା ଉପରେ ତଦନ୍ତ ଚାଲିଛି । ଥାନାରେ ଏତଲା ହୋଇଛି ।"

କଣ ଘଟଣା ?

ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆସିଛି । ରଥଯାତ୍ରା ସମୟରେ ପୁରୀ ରାଜଭବନରେ ରାଜ୍ୟପାଳଙ୍କ ପୁଅ ଲଳିତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଘଟଣା ବିଷୟରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ ହେଲେ କୌଣସି ସୁଫଳ ନ ମିଳିବାରୁ, ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ ଏନେଇ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବାରୁ, ପରେ ଏହି ଘଟଣାକୁ ନେଇ ପୁରୀ ସମୂଦ୍ରକୂଳ ଥାନାରେ ଏତଲା ଦେଇଛନ୍ତି ବୈକୁଣ୍ଠଙ୍କ ପତ୍ନୀ ।

ମିଳିଥିବା ସୂଚନା ଅନୁଯାୟୀ, ସଂସଦୀୟ ବ୍ୟାପାର ବିଭାଗର ଏଏସଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ପୁରୀରେ ରଥଯାତ୍ରା ଦିନ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ । ବୈକୁଣ୍ଠ ପ୍ରଧାନ ଦାୟର କରିଥିବା ଏତଲାରେ ଉଲ୍ଲେଖ କରିଛନ୍ତି ଯେ ଜୁଲାଇ ୭ ଓ ୮ ତାରିଖ ଦୁଇ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରହଣି ବ୍ୟବସ୍ଥା ତଦାରଖ ପାଇଁ ତାଙ୍କୁ ରାଜଭବନରେ ନିୟୋଜିତ କରାଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.