ETV Bharat / state

ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶା ରାଜ୍ୟପାଳ, ବିକଶିତ ରାଜ୍ୟ ପାଇଁ ମହାପ୍ରଭୁଙ୍କୁ କଲେ ପ୍ରାର୍ଥନା - RAGHUBAR DAS VISITS PURI

Raghubar Das Visit Puri: ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କଲେ ଓଡ଼ିଶା ରାଜ୍ୟପାଳ ।ବିକଶିତ ରାଜ୍ୟ ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ସହିତ ଉଭୟ ଶାସକ ଓ ବିରୋଧି ଦଳ ଏକାଠି ହୋଇ ଓଡ଼ିଶାର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଛନ୍ତି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jun 7, 2024, 5:13 PM IST

Raghubar Das Visit Puri
Raghubar Das Visit Puri (ETV Bharat Odisha)

ପୁରୀ: ଶ୍ରୀକ୍ଷେତ୍ର ଗସ୍ତରେ ରାଜ୍ୟପାଳ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ ରଘୁବର ଦାସ । ଆଜି ପୂର୍ବାହ୍ନରେ ରାଜ୍ୟପାଳ ରଘୁବର ଦାସ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଏଥିସହ ମା’ ବିମଳା, ଲକ୍ଷ୍ମୀ ଓ ଅନ୍ୟାନ୍ୟ ପାର୍ଶ୍ଵ ଦେବଦେବୀଙ୍କ ଦର୍ଶନ ସହ ଆଶିଷ ଲାଭ କରିଛନ୍ତି ରାଜ୍ୟପାଳ । ବିକଶିତ ରାଜ୍ୟ ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କଥା ସେ କହିଛନ୍ତି ।

ଓଡିଶାର ବିକାଶ ପାଇଁ କଲେ ପ୍ରାର୍ଥନା: ଦର୍ଶନ ପରେ ରାଜ୍ୟପାଳ ପ୍ରତିକ୍ରିୟା ରଖି କହିଛନ୍ତି, "ଓଡ଼ିଶାର ଅସ୍ମିତା କିଭଳି ବଜାୟ ରହିବ, ଓଡ଼ିଶା ବିକଶିତ ହୋଇ ପାରିବ ସେ ନେଇ ମହାପ୍ରଭୁଙ୍କୁ ନିକଟରେ ପ୍ରାର୍ଥନା କରିଛି । ତେବେ ମହାପ୍ରଭୁ ଯେଉଁ ଦଳକୁ ସରକାର ଗଠନ ପାଇଁ ଆଶୀର୍ବାଦ ଦେଇଛନ୍ତି ଦଳମତ ନିର୍ବିଶେଷରେ ଉଭୟ ଶାସକ ଓ ବିରୋଧି ଦଳ ଏକାଠି ହୋଇ ଓଡ଼ିଶାର ଉନ୍ନତି ପାଇଁ କାର୍ଯ୍ୟ କରନ୍ତୁ ।"

ଏହା ମଧ୍ୟ ପଢନ୍ତୁ: ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନବୀନ ପଟ୍ଟନାୟକ - CM NAVEEN RESIGNATION

ଶାସକ-ବିରୋଧୀ ଏକାଠି ଓଡିଶାର ଉନ୍ନତି ଦିଗରେ କାର୍ଯ୍ୟ କରନ୍ତୁ: ଉଭୟ ଶାସକ ଓ ବିରୋଧି ଦଳ ଏକାଠି ହୋଇ ଓଡ଼ିଶାର ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଦେଲେ ଆହ୍ଵାନ ଦେଲେ ରାଜ୍ୟପାଳ । ଓଡ଼ିଶାରେ ବ୍ୟାପକ ଖଣିଜ ସଂପଦ ଥିବା ବେଳେ ଓଡ଼ିଶା ଗରିବ ରାଜ୍ୟରେ ପରିଗଣିତ ହେଉଛି । ସବୁ ରାଜନୈତିକ ଦଳ ଓଡ଼ିଶାର ବିକାଶ ଦିଗରେ କାର୍ଯ୍ୟ କରି ଓଡ଼ିଶାରୁ ଗରିବୀ ହଟାଇବା ପାଇଁ କାର୍ଯ୍ୟ କରିବା ଉଚିତ୍ ବୋଲି ରାଜ୍ୟପାଳ ରଘୁବର ଦାସ କହିଛନ୍ତି ।

ଜନକଲ୍ୟାଣକାରୀ ଯୋଜନା ନେଇ ଏଭଳି କହିଲେ: ଶ୍ରୀମନ୍ଦିର ସିଂହଦ୍ୱାରରେ ରାଜ୍ୟପାଳ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଵାଗତ କରାଯାଇଥିଲା । କାଳିଆ ସାଆନ୍ତଙ୍କ ଦର୍ଶନ ପରେ ବାଇଶି ପାହାଚରେ ଓହ୍ଲାଇ ଆସିଥିଲେ ଓଡ଼ିଶା ରାଜ୍ୟପାଳ । ସେପଟେ ପୂର୍ବ ସରକାରର ବିଏସକେଓ୍ବାଇ ସହିତ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନା ଏବେ ବନ୍ଦ ହେବାର ନାହିଁ ବୋଲି ରାଜ୍ୟପାଳ ସ୍ପଷ୍ଟ କରିଛନ୍ତି । ଲୋକଙ୍କୁ ସବୁ ସୁବିଧା ସୁଯୋଗ ପ୍ରଦାନ କରାଯିବ ବୋଲି କହିଛନ୍ତି ରାଜ୍ୟପାଳ । ସେହିପରି ଚଳିତବର୍ଷ ରଥଯାତ୍ରା ମହାପ୍ରଭୁଙ୍କ କୃପାରୁ ସୁରୁଖୁରୁରେ ଆୟୋଜନ ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.