ETV Bharat / state

ଆକାଶରୁ ବର୍ଷୁଛି ଅଗ୍ନି, ୧୮ରୁ ୨୦ ତାରିଖ ତିନି ଦିନ ସ୍କୁଲ ଛୁଟି - School Holiday

author img

By ETV Bharat Odisha Team

Published : Apr 17, 2024, 12:03 PM IST

School Holiday due to Heat Wave: ଡହ ଡହ ଖରାରେ ଜଳୁଛି ସାରା ଓଡ଼ିଶା । ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହ ବୃଦ୍ଧି ପାଇଥିବାରୁ ରାଜ୍ୟରେ ତାତି ବଢ଼ୁଛି । ଏହାକୁ ଦୃଷ୍ଟିରେ ରଖି ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ

School Holiday
School Holiday

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ତାପମାତ୍ରା ବୃଦ୍ଧି ସହିତ ଅସହ୍ୟ ଗରମକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଛୁଟି ଘୋଷଣା କରିଛନ୍ତି । 3 ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଏବଂ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ପ୍ରକାଶଥାଉକି, ଅସହ୍ୟ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଏପ୍ରିଲ ୨ ତାରିଖରୁ ସକାଳୁଆ ସ୍କୁଲ କରାଯାଇଥିଲା ।

ପ୍ରଥମ ଶ୍ରେଣୀ ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ଆରମ୍ଭ ହୋଇଥିଲା । ତେବେ ପିଲାମାନଙ୍କ ସ୍ଵାସ୍ଥ୍ୟଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟରେ ପିଇବା ପାଣି, ଓଆରଏସ ଏବଂ ମୌଳିକ ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା କରାଯାଇଥିଲା । ତେବେ ଅତ୍ୟଧିକ ଖରା ଦୃଷ୍ଟିରୁ ତିନିଦିନ ଧରି ସ୍କୁଲ ବନ୍ଦ କରାଯାଇଛି । ଆଜି ରାମ ନବମୀ ପାଇଁ ସ୍କୁଲ ଛୁଟି ରହିଥିବା ବେଳେ ଆସନ୍ତା ତିନି ଦିନ ସ୍କୁଲ ଛୁଟି ରଖାଯାଇଛି । ପୁଣି ସୋମବାର ଖୋଲିବ ସ୍କୁଲ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ ଅଗ୍ନିବର୍ଷା, ଡହ ଡହ ଖରାରେ ଜଳୁଛି ସାରା ଓଡିଶା - Odisha Weather

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ସକାଳ 7ଟାରୁ ଅସହ୍ୟ ତାତି ଅନୁଭୂତ ହେଉଛି । ବିଶେଷ ଭାବରେ ଓଡ଼ିଶାର ଉପକୂଳ ଠାରୁ ଆରମ୍ଭ
କରି ପଶ୍ଚିମାଞ୍ଚଳ, ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ପାରଦ ବୃଦ୍ଧିପାଇବାରେ ଲାଗିଛି । ଇତିମଧ୍ୟରେ ଓଡ଼ିଶାର ଅନେକ ସହର ତାପମାତ୍ରା ୪୦ ଡିଗ୍ରୀ ଛୁଇଲାଣି । ତେବେ ଅନେକ ସମୟରେ ଦିନ ୧୦ ଘଟିକା ପରଠାରୁ ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି ଆରମ୍ଭ ହୋଇଯାଉଛି । ଏଭଳି ପରିସ୍ଥିତିରେ ଦିନ ୧୦ଘଣ୍ଟା ୩୦ମିନିଟ୍‌ରେ ବିଦ୍ୟାଳୟକୁ ଛୁଟି କରାଗଲେ ଛାତ୍ରଛାତ୍ରୀମାନେ ଘରକୁ ଫେରିବା ବେଳକୁ ଅଂଶୁଘାତର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ । ତେବେ ଗତକାଲି(ମଙ୍ଗଳବାର) ମଧ୍ୟ ତିନିଟି ସ୍ଥାନରେ ସରକାରୀ ବିଦ୍ୟାଳୟରେ କିଛି ଛାତ୍ର ଛାତ୍ରୀ ଜଣ ଅସହ୍ୟ ଗରମରୁ ସହିନପାରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଆଗକୁ ଆହୁରି ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବା ବେଳେ ସଚେତନ ରହିବା ଆବଶ୍ୟକ ।

ଏପଟେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଏଭଳି ଗ୍ରୀଷ୍ମ ପ୍ରବାହ ଫଳରେ ଅଂଶୁଘାତ ହେବାର ସମ୍ଭାବନା ରହିଛି । ତେଣୁ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଉଛି । ଦିନ ୧୧ଟା ପରେ ଓ ୩ଟା ପୂର୍ବରୁ ଖରାରେ ବାହାରକୁ ଯାଆନ୍ତୁ ନାହିଁ । ଯଥେଷ୍ଟ ପାଣି, ସରବତ୍, ଓଆରଏସ୍ ଏବଂ ପଣା ପିଅନ୍ତୁ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.