ETV Bharat / state

ଏଣିକି କ୍ୟାପିଟାଲ ହସ୍ପିଟାଲରେ ରହିବାକୁ ହଇରାଣ ହେବେନି ରୋଗୀଙ୍କ ସମ୍ପର୍କୀୟ, ଖୁସି ଖବର ଦେଲେ ରାଜ୍ୟ ସରକାର - Capital hospital

author img

By ETV Bharat Odisha Team

Published : Apr 6, 2024, 10:54 AM IST

Capital hospital rest room: ଆଉ କ୍ୟାପିଟାଲ ହସ୍ପିଟାଲ ଆସିଲେ ରହିବାକୁ ହଇରାଣ ହେବେନି ରୋଗୀଙ୍କ ସମ୍ପର୍କୀୟ । ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବଡ ପଦକ୍ଷେପ ନିଆଯାଇଛି । ଖୁବଶୀଘ୍ର ନିର୍ମାଣ ହେବ 200 ଶଯ୍ୟା ବିଶିଷ୍ଟ ବିଶ୍ରାମସ୍ଥଳ । ଅଧିକ ପଢନ୍ତୁ

Capital hospital rest room
Capital hospital rest room

ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟ ପାଇଁ ନିଆଗଲା ଆଉ ଏକ ପଦକ୍ଷେପ । ରୋଗୀଙ୍କ ସମ୍ପର୍କୀୟ ପାଇଁ ହେବ ବିଶ୍ରାମ ସ୍ଥଳୀ । ୨୦୦ ଶଯ୍ୟା ବିଶିଷ୍ଟ ବିଶ୍ରାମ ସ୍ଥଳୀ ପାଇଁ ଖର୍ଚ୍ଚ ହେବ ୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ଜନକଲ୍ୟାଣ ବିଭାଗ ପକ୍ଷରୁ ପ୍ରଶାସନିକ ଅନୁମୋଦନ ଦିଆଯାଇଥିବା ବେଳେ ଏନେଇ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଖୁବଶୀଘ୍ର ଏହି ବିଶ୍ରାମସ୍ଥଳୀ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି ।

ଏହାମଧ୍ୟ ପଢନ୍ତୁ.. ଗ୍ରୀଷ୍ମ ପ୍ରବାହ ପାଇଁ କ୍ୟାପିଟାଲ ହସ୍ପିଟାଲରେ ସ୍ୱତନ୍ତ୍ର ବ୍ୟବସ୍ଥା, ରୋଗୀଙ୍କ ପାଇଁ ଖୋଲିଲା ଓଆରଏସ କର୍ଣ୍ଣର - ORS Corner At Capital Hospital

ରାଜ୍ୟର ଅନ୍ୟତମ ସରକାରୀ ହସ୍ପିଟାଲ,କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କ ସମ୍ପର୍କୀୟମାନଙ୍କ ଆଉ ରହିବନି ଚିନ୍ତା । ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବିଶ୍ରାମସ୍ଥଳୀ । ୨୦୦ ଶଯ୍ୟା ବିଶିଷ୍ଟ ଏହି ବିଶ୍ରାମ ସ୍ଥଳୀ ପାଇଁ ଖର୍ଚ୍ଚ ହେବ ୮ କୋଟି ୮୧ ଲକ୍ଷ ୭୭ ହଜାର ୩୦୦ ଟଙ୍କା । କେଉଁ ଦିଗରେ କେତେ ଟଙ୍କା ଖର୍ଚ୍ଚ ହେବ ସେ ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ଜନ କଲ୍ୟାଣ ବିଭାଗ ପକ୍ଷରୁ ସବିଶେଷ ତଥ୍ୟ ପ୍ରଦାନ କରାଯାଇଛି । ଏହି ବିଶ୍ରାମସ୍ଥଳୀ ପାଇଁ ସ୍ୱାସ୍ଥ୍ୟ ବିଭାଗର ପ୍ରଶାସନିକ ଅନୁମୋଦନ ମିଳିଥିବା ସେଥିରେ ଉଲ୍ଲେଖ ରହିଛି । ଅନୁମୋଦିତ ହୋଇଥିବା ଟଙ୍କା ଠାରୁ ଅଧିକ ଟଙ୍କା ଖର୍ଚ୍ଚ ନ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି । ଖୁବ ଶୀଘ୍ର ଏହି କାମ ସାରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

କଣ ରହିବ ଏହି ଆଶ୍ରୟସ୍ଥଳୀରେ:

କ୍ୟାପିଟାଲ ହସ୍ପିଟାଲରେ ଖୁବଶୀଘ୍ର ଏକ ୬ ମହଲା ବିଶିଷ୍ଟ ବିଲ୍ଡିଂ ନିର୍ମାଣ ହେବ । ଏଥିରେ ୨୦୦ ଶଯ୍ୟା ରହିବ । ଏହା କେବଳ ରୋଗୀଙ୍କ ସମ୍ପର୍କୀୟମାନଙ୍କ ରହିବା ପାଇଁ ଉଦ୍ଧିଷ୍ଟ ହେବ । ତେବେ ଗ୍ରାଉଣ୍ଡ ଫ୍ଲୋର ପାଇଁ ଖର୍ଚ୍ଚ ହେବ ୧ କୋଟି ୫୨ ଲକ୍ଷ ୨୩ ହଜାର ୧୬ ଟଙ୍କା । ସେହିପରି ପ୍ରଥମ ମହଲା ପାଇଁ ୭୨ ଲକ୍ଷ ୮୪ ହଜାର ୬୧୯ ଟଙ୍କା, ଦ୍ଵିତୀୟ ମହଲା ପାଇଁ ୭୫ ଲକ୍ଷ ୬୪ ହଜାର ୧୪୬, ତୃତୀୟ ମହଲା ପାଇଁ ୭୮ ଲକ୍ଷ ୯୫ ହଜାର ୪୩୩ ଟଙ୍କା, ଚତୁର୍ଥ ମହଲା ପାଇଁ ୮୨ ଲକ୍ଷ ୫୮ ହଜାର ୨୯୫ ଟଙ୍କା, ପଞ୍ଚମ ମହଲା ପାଇଁ ୮୮ ଲକ୍ଷ ୮୫ ହଜାର ୯୦୫ ଟଙ୍କା ଏବଂ ଷଷ୍ଠ ମହଲା ପାଇଁ ଖର୍ଚ୍ଚ ହେବ ୧୩ ଲକ୍ଷ ୯୫ ହାଜର ୪୨୯ ଟଙ୍କା । ବିଲ୍ଡିଂର ଅନ୍ୟାନ୍ୟ କାମ ପାଇଁ ଖର୍ଚ୍ଚ ହେବ ୬ ଲକ୍ଷ ୩ ହଜାର ୨୩୬ ଟଙ୍କା । ଆରସିସି ଡ୍ରେନ ପାଇଁ ଖର୍ଚ୍ଚ ହେବ ୩ ଲକ୍ଷ ୭୭ ହଜାର ୨୬୮ ଟଙ୍କା । ବାଉଣ୍ଡାରି ୱାଲ ପାଇଁ ଖର୍ଚ୍ଚ ହେବ ୧୩ ଲକ୍ଷ ୪୬ ହଜାର ୮୫୪ ଟଙ୍କା । ଏହାସହ ୨ ଟି ଲିଫ୍ଟ ମଧ୍ୟ କାର୍ଯ୍ୟ କରିବ ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.