ETV Bharat / state

ବୌଦ୍ଧରେ ୨ ଦଫା ଦାବି ନେଇ ଧାରଣାରେ ଅଗ୍ନିଶମ କର୍ମଚାରୀ - Boudh

Odisha Fire Services Personnel On Indefinite Strike: ସାରା ରାଜ୍ୟରେ ନିଜର ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ଚାରିଗୋଟି ଅଗ୍ନିଶମ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଅଗ୍ନି ବିଭାଗର କର୍ମଚାରୀ । ଅଧିକ ପଢନ୍ତୁ

ବୌଦ୍ଧରେ ୨ ଦଫା ଦାବି ନେଇ ଧାରଣାରେ ଅଗ୍ନିଶମ କର୍ମଚାରୀ

author img

By ETV Bharat Odisha Team

Published : Feb 22, 2024, 8:30 PM IST

ବୌଦ୍ଧରେ ୨ ଦଫା ଦାବି ନେଇ ଧାରଣାରେ ଅଗ୍ନିଶମ କର୍ମଚାରୀ

ବୌଦ୍ଧ: କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ । ସାରା ରାଜ୍ୟରେ ନିଜର ୨ ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଧାରଣା ଦେଇଛନ୍ତି ଅଗ୍ନିଶମ କର୍ମଚାରୀ । ଏହି କ୍ରମରେ ବୌଦ୍ଧ ଜିଲ୍ଲାର ଚାରିଗୋଟି ଅଗ୍ନିଶମ କେନ୍ଦ୍ର ଆଗରେ ଧାରଣାରେ ବସିଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ବୌଦ୍ଧ ଜିଲ୍ଲା ମୁଖ୍ୟ ଅଗ୍ନିଶମ କାର୍ଯ୍ୟାଳୟ ସମେତ ଚାରିଛକ, ବାଉଶୁଣୀ ଓ କଣ୍ଟାମାଳ ଠାରେ ଥିବା ଅଗ୍ନିଶମ କାର୍ଯ୍ୟାଳୟ ସମ୍ମୁଖରେ ଅଗ୍ନିଶମ କର୍ମଚାରୀ ଧାରଣାରତ ।

ଏହା ମଧ୍ୟ ପଢନ୍ତୁ... ୨ ଦଫା ଦାବିରେ କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗ କର୍ମଚାରୀ

ଏହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ଅଗ୍ନିଶମ ବିଭାଗର ଆଗ୍ନିକ, ମୁଖ୍ୟ ଆଗ୍ନିକ, ଆଗ୍ନିକ ଗାଡିଚାଳକ ଏବଂ ଡ୍ରାଇଭର ହାବିଲଦାର ମାନେ ସାମିଲ ହୋଇଛନ୍ତି । ପୁଲିସ ସିପାହୀ ଓ ହାବିଲଦାରଙ୍କ ଭଳି ଅଗ୍ନିଶମ ସେବା ସଂସ୍ଥାର ଆଗ୍ନିକ,ମୁଖ୍ୟ ଆଗ୍ନିକ ଓ ଡ୍ରାଇଭରଙ୍କୁ ସମାନ ହାରରେ ଦରମା ପ୍ରଦାନ କରିବା ଏବଂ ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ସଂଘର ସରକାରୀ ପଞ୍ଜିକରଣ କରିବା ଆଦି ଦୁଇ ଦଫା ଦାବି ନେଇ ବୁଧବାର ଠାରୁ ଅଗ୍ନିଶମ କର୍ମଚାରୀମାନେ ଅନଶନ ଆରମ୍ଭ କରିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଅନଶନ ଜାରି ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ... ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ଅଗ୍ନିଶମ ବିଭାଗ କର୍ମଚାରୀ

ସୂଚନାଯୋଗ୍ୟ ଯେ, ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥା କର୍ମଚାରୀ ମାନଙ୍କର ୧୩ ଗୋଟି (ପଦବୀ) ସ୍ତରରୁ ୧୧ ଗୋଟି ସ୍ତରରେ ଓଡ଼ିଶା ପୋଲିସ୍‌ କର୍ମଚାରୀମାନଙ୍କ ଭଳି ସମାନ ଦରମା ଥିବା ସ୍ଥଳେ ୨ ଗୋଟି ସ୍ତରର କର୍ମଚାରୀ ମାନେ ନିଜର ଲେବଲରେ କମ୍ ଏବଂ ଦରମାରେ କମ୍ ପାଉଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ । ୧୯୪୪ ମସିହା ଠାରୁ ଅଗ୍ନିଶମ ଓ ପୋଲିସ କର୍ମଚାରୀଙ୍କ ଲେବଲ ହାର ସମାନ ରହିଥିବା ବେଳେ ୨୦୧୦ ମସିହା ପରଠାରୁ ଏଥିରେ ବ୍ୟତିକ୍ରମ ଦେଖାଦେଇଛି । ବୌଦ୍ଧ ଜିଲ୍ଲାର ଚାରିଗୋଟି ଅଗ୍ନିଶମ କେନ୍ଦ୍ରର ସମୁଦାୟ ପଚାଶ ଜଣ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ସୂଚନା ମିଳିଛି । ସବୁ ସମୟରେ ପ୍ରତିକୂଳ ବାତାବରଣରେ ତଥା ବିପର୍ଯ୍ୟୟ ସମୟରେ ସାଧାରଣ ନାଗରିକଙ୍କୁ ସେବା ଓ ସୁରକ୍ଷା ପ୍ରଦାନ କରୁଥିବା ଅଗ୍ନିଶମ କର୍ମଚାରୀଙ୍କୁ ସରକାର ଉପେକ୍ଷା କରୁଥିବା ନେଇ ଅଭିଯୋଗ ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.