ETV Bharat / state

କାଲି ବରଗଡ଼ ଓ ପଦ୍ମପୁର ରେଜଲ୍ଟ, ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ - Bargarh Vote Counting Preparation - BARGARH VOTE COUNTING PREPARATION

Bargarh Vote Counting Preparation: ୨୦୨୪ ସାଧାରଣ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତାକାଲି ଅର୍ଥାତ୍ ଜୁନ ୪ ତାରିଖରେ ଭୋଟ ଗଣତି । ତେବେ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ହୋଇଥିବା ବେଳେ ଭୋଟ ଗଣତି ମଧ୍ୟ ସୁରୁଖୁରୁରେ ହେବା ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଚୂଡାନ୍ତ ପର୍ଯ୍ୟାୟର ପହଞ୍ଚିଛି । ଅଧିକ ପଢନ୍ତୁ

କାଲି ବରଗଡ଼ ଓ ପଦ୍ମପୁର ରେଜଲ୍ଟ, ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ
କାଲି ବରଗଡ଼ ଓ ପଦ୍ମପୁର ରେଜଲ୍ଟ, ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ (ETV Bharat Odisha)
author img

By ETV Bharat Odisha Team

Published : Jun 3, 2024, 4:21 PM IST

ବରଗଡ଼: ୨୦୨୪ ସାଧାରଣ ନିର୍ବାଚନ ଶେଷ ହୋଇଛି ଏବଂ ଆସନ୍ତାକାଲି (ଜୁନ ୪) ତାରିଖରେ ଅଛି ଭୋଟ ଗଣତି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଷ୍ଟ୍ରଙ୍ଗ ରୁମରେ ସମସ୍ତ ପ୍ରାର୍ଥୀଙ୍କ ଭାଗ୍ୟ କଏଦ ହୋଇରହିଥିବା ବେଳେ ଆସନ୍ତାକାଲିର ଭୋଟ ଗଣତି ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଥିବାବେଳେ ଆଜି ଭୋଟ ଗଣତିର ଏକ ଟ୍ରାଏଲ ରନ କରାଯାଇଥିଲା । ତେବେ ଆସନ୍ତାକାଲି ସକାଳ ୭ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

କାଲି ବରଗଡ଼ ଓ ପଦ୍ମପୁର ରେଜଲ୍ଟ, ଭୋଟ ଗଣତି ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଶେଷ (ETV Bharat Odisha)

ବରଗଡ଼ ଜିଲ୍ଲାରେ ଶାନ୍ତିପୂର୍ଣ୍ଣ ମତଦାନ ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ୍ ଗଣତି ପାଇଁ ବରଗଡ ଜିଲ୍ଲାରେ ରହିଥିବା ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବରଗଡ, ଅତାବିରା ଓ ଭଟଲି ଆଦି ୩ ଗୋଟି ନିର୍ବାଚନ ମଣ୍ଡଳୀର ବରଗଡର ସ୍ଥାନୀୟ ପଞ୍ଚାୟତ କଲେଜ ଠାରେ ଭୋଟ ଗଣତି ପ୍ରକ୍ରିୟାର ବ୍ୟବସ୍ଥା କରାଯାଇଛି । ସେହିପରି ପଦ୍ମପୁର ଓ ବିଜେପୁର ଏହି ୨ ଗୋଟି ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ପ୍ରକ୍ରିୟା ପଦ୍ମପୁର ସ୍ଥିତ ମାର୍କେଟ ୟାଡ଼ ଠାରେ ହେବାର ବ୍ୟବସ୍ଥା କରାଯାଇଛି । ସେପଟେ ବ୍ୟାପକ ପୋଲିସ ଫୋର୍ସ ଏବଂ ଯବାନ ମାନଙ୍କୁ ମୁତୟନ କରାଯାଇଥିବାବେଳେ ଭୋଟ ଗଣତି ସ୍ଥାନର ୧୦୦ ମିଟର ପର୍ଯ୍ୟନ୍ତ କୌଣସି ଯାନବାହାନ ଚଳାଚଳ କିମ୍ବା ପାର୍କିଂକୁ ବାରଣ କରାଯାଇଛି ।

ଉଭୟ ପଦ୍ମପୁର ଓ ବରଗଡର ଭୋଟ ଗଣତି କେନ୍ଦ୍ର ମାନଙ୍କରେ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସର କଡା ସୁରକ୍ଷା ବ୍ୟବସ୍ତା କରାଯାଇଛି । ବରଗଡ଼ ସଂସଦୀୟ କ୍ଷେତ୍ରର ଇଭିଏମ୍ ଭୋଟ୍ ଗଣତି ନିମନ୍ତେ ସମୁଦାୟ ୭୦ ଗୋଟି ଇଭିଏମ୍ ଟେବୁଲର ବ୍ୟବସ୍ତା ହୋଇଥ‌ିବା ବେଳେ ଜିଲ୍ଲାର ୫ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ଇଭିଏମ୍ ଭୋଟ୍ ଗଣତି ନିମନ୍ତେ ୧୪ଟି ଲେଖାଏଁ ଟେବୁଲ ହିସାବରେ ସମୁଦାୟ ୭୦ ଗୋଟି ଇଭିଏମ୍ ଟେବୁଲର ବ୍ୟବସ୍ଥା କରାଯାଇଛି । ସେହିଭଳି ସମସ୍ତ ପୋଷ୍ଟାଲ ବାଲଟ୍ ଗଣତି ପାଇଁ ଉଭୟ ପଞ୍ଚାୟତ କଲେଜ ଏବଂ ପଦ୍ମପୁର ମାର୍କେଟ ୟାଡ଼ ଠାରେ ସ୍ବତନ୍ତ୍ର କୋଠରୀର ବ୍ୟବସ୍ଥା କରାଯାଇଛି ।

ଶୃଙ୍ଖଳିତ ଭାବେ ସଂସଦୀୟ କ୍ଷେତ୍ର ଓ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ନିମନ୍ତେ ସମୁଦାୟ ୭୧୮ ଜଣ କର୍ମଚାରୀଙ୍କ ମଧ୍ୟରୁ ୨୨୨ ଜଣ ମାଇକ୍ରୋ ଅବଜରଭର, ୨୨୨ ଜଣ କାଉଣ୍ଟିଙ୍ଗ୍ ସୁପରଭାଇଜର ଏବଂ ୨୭୪ ଜଣ କାଉଣ୍ଟିଙ୍ଗ୍ ଆସିଷ୍ଟାଣ୍ଟଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଉଭୟ ସଂସଦୀୟ କ୍ଷେତ୍ର ଏବଂ ବିଧାନସଭା ନିର୍ବାଚନ ମଣ୍ଡଳୀର ଭୋଟ୍ ଗଣତି ପାଇଁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ୨୪ ରାଉଣ୍ଡ, ବିଜେପୁର ନିର୍ବାଚନ ମଣ୍ଡଳୀର ୨୧ ରାଉଣ୍ଡ, ବରଗଡ଼ ନିର୍ବାଚନ ମଣ୍ଡଳୀର ୧୭ ରାଉଣ୍ଡ, ଅତାବିରା ନିର୍ବାଚନ ମଣ୍ଡଳୀର ୧୯ ରାଉଣ୍ଡ ଏବଂ ଭଟଲି ନିର୍ବାଚନ ମଣ୍ଡଳୀର ୨୧ ରାଉଣ୍ଡରେ ଭୋଟ ଗଣତି ପାଇଁ ଯୋଜନା ରହିଛି ।

ତେବେ ଆସନ୍ତାକାଲି ଜୁନ ୪ତାରିଖ ସକାଳ ୬ଟାରୁ ଭୋଟ ଗଣତିରେ ନିଯୋଜିତ ସମସ୍ତ କର୍ମଚାରୀଙ୍କର ରିପୋର୍ଟିଂ ସମୟ ରହିଥିବାବେଳେ ସକାଳ ୭ଟାରୁ ଭୋଟ ଗଣତି ଆରମ୍ଭ ହୋଇଯିବ । ତେବେ ଚଳିତ ସାଧାରଣ ନିର୍ବାଚନରେ ବରଗଡ ଜିଲ୍ଲାରେ ରହିଥିବା ୫ ଗୋଟି ବିଧାନସଭା ଆସନ ମଧ୍ୟରୁ କେଉଁ ଦଳ କେଉଁ ଆସନକୁ ଅକ୍ତିଆର କରୁଛି ଓ ବରଗଡ ଲୋକସଭା ଆସନକୁ କେଉଁ ଦଳ ଅକ୍ତିଆର କରୁଛି ତାହା ଆସନ୍ତାକାଲି ଭୋଟ ଗଣତି ଫଳାଫଳ ପରେ ହିଁ ଜଣାପଡିବ ।

ଏହା ମଧ୍ୟ ପଢନ୍ତୁ: କାଲି ଭୋଟ ଗଣତି, ଝାରସୁଗୁଡ଼ାରେ ପ୍ରସ୍ତୁତି ଶେଷ

ଇଟିଭି ଭାରତ, ବରଗଡ଼

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.