ETV Bharat / state

ପ୍ରଚାରରେ ଲାଗିଲା ବିରାମ; ଦିନକ ପରେ ଶେଷ ପର୍ଯ୍ୟାୟ ଲଢେଇ - Odisha Phase 4 campaigning ends - ODISHA PHASE 4 CAMPAIGNING ENDS

Campaigning for phase 4 concludes: 2024 ନିର୍ବାଚନ ପାଇଁ ସରିଲା ପ୍ରଚାର । ଦିନକ ପରେ ରାଜ୍ୟର 6 ଲୋକସଭା ଆସନରେ ଶେଷ ପର୍ଯ୍ୟାୟ ଲଢେଇ । ଅଧିକ ପଢନ୍ତୁ

ODISHA PHASE 4 VOTING
ODISHA PHASE 4 VOTING (ETV Bharat Odisha)
author img

By ETV Bharat Odisha Team

Published : May 30, 2024, 8:52 PM IST

ଭୁବନେଶ୍ବର: ଦିନକ ପରେ ଅନ୍ତିମ ପର୍ଯ୍ୟାୟ ଲଢେଇ । ଦେଶରେ ସପ୍ତମ ଓ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ଫାଇଟ ସହ ଶେଷ ହେବାକୁ ଯାଉଛି ନିର୍ବାଚନ 2024 । ଜୁନ 1 ତାରିଖରେ ରାଜ୍ୟରେ 6 ଲୋକସଭା ଆସନ ଓ ଏହା ଅଧିନରେ ଆସୁଥିବା 42ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପଡ଼ିବ ଭୋଟ୍‌ । ଆଜି ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାରର ଶେଷ ଦିନ ଥିଲା । ସନ୍ଧ୍ୟା ପର୍ଯ୍ୟନ୍ତ ବିଭିନ୍ନ ଦଳର ହାଇଭୋଲ୍ଟେଜ ପ୍ରଚାର ପରେ ଏବେ ଶାନ୍ତ ପଡ଼ିଛି ପ୍ରଚାର ମୈଦାନ । ଭୋଟରଙ୍କ ମନ ଜିଣିବା ପାଇଁ ସବୁ ପ୍ରକାରର ଉଦ୍ୟମ ପରେ ଆରମ୍ଭ ହୋଇଛି ସାଇଲେନ୍ସ ପିରିୟଡ । ଏହାସହିତ 2024 ନିର୍ବାଚନ ପାଇଁ ପ୍ରଚାର ସରିଥିବା ବେଳେ 5ବର୍ଷ ପରେ ପୁଣି କମ୍ପିବ ପ୍ରଚାର ମୈଦାନ ।

ETV Bharat Odisha
Odisha 4th Phase Voting (ETV Bharat Odisha)
ଶେଷ ପର୍ଯ୍ୟାୟରେ ମତଦାନକୁ ଯାଉଥିବା ନିର୍ବାଚନମଣ୍ଡଳୀ
ଲୋକସଭା ଆସନଅଧିନରେ ଆସୁଥିବା ବିଧାନସଭା ନିର୍ବାଚନମଣ୍ଡଳୀ
ବାଲେଶ୍ବରବଡସାହି (ଏସସି), ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା(ଏସସି), ନୀଳଗିରି
ଜଗତସିଂହପୁର (ଏସସି)ବାଲିକୁଦା-ଏରସମା, ଜଗତସିଂହପୁର, ପାରାଦ୍ବୀପ, ତିର୍ତ୍ତୋଲ (ଏସସି), ନିଆଳି, କାକଟପୁର, ନିମାପଡ଼ା
ଭଦ୍ରକ(ଏସସି)ବାସୁଦେବପୁର, ଭଦ୍ରକ, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଧାମନଗର (ଏସସି), ସିମୂଳିଆ, ସୋରୋ (ଏସସି)
ଯାଜପୁର(ଏସସି)ବଡ଼ଚଣା, ବରୀ, ବିଞ୍ଝାରପୁର (ଏସସି), ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା
କେନ୍ଦ୍ରାପଡ଼ାଆଳି, କେନ୍ଦ୍ରାପଡ଼ା (ଏସସି), ମହାକାଳପଡ଼ା, ପାଟକୁରା, ରାଜନଗର, ସାଲେପୁର, ମାହାଙ୍ଗା
ମୟୂରଭଞ୍ଜ (ଏସଟି)

ବାଙ୍ଗିରିପୋଷି (ଏସଟି), ବାରିପଦା (ଏସଟି), ଜଶିପୁର (ଏସଟି), ମୋରଡ଼ା, ରାଇରଙ୍ଗପୁର (ଏସଟି), ସରସକଣା (ଏସଟି),

ଉଦଳା (ଏସଟି)

Rahul Gandhi Rally in Odisha
Rahul Gandhi Rally in Odisha (@INCIndia)

ଶେଷ ଦିନରେ ଗର୍ଜିଲେ ରାହୁଲ:- ଆଜି ପ୍ରଚାରର ଶେଷ ଦିନରେ କଂଗ୍ରେସର ଷ୍ଟାର ପ୍ରଚାରକ ରାହୁଲ ଗାନ୍ଧୀ ବାଲେଶ୍ବରରେ ପ୍ରଚାର ମଙ୍ଗ ଧରିଥିଲେ । ଉଭୟ ବିଜେପି ଓ ବିଜେଡି ଉପରେ ବର୍ଷିଥିଲେ ରାହୁଲ । ବିଜେପି-ବିଜେଡି ମିଶିକି ଅଛନ୍ତି ଏବଂ ଚିନ୍ତାଧାରା ମଧ୍ୟ ଗୋଟିଏ ବୋଲି କହିଥିଲେ । ବାଲେଶ୍ଵର ଜିଲ୍ଲାର ସିମୁଳିଆ ଓ ସୋର କଂଗ୍ରେସ ପ୍ରାର୍ଥୀଙ୍କ ସମେତ ଭଦ୍ରକ ଲୋକସଭା ପ୍ରାର୍ଥୀ ଏବଂ ଭଦ୍ରକ ସଂସଦୀୟ କ୍ଷେତ୍ରର ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବାକୁ ରାହୁଲ ନିବେଦନ କରିଥିଲେ । ଏହାସହ ପୁରୀ ବିଜେପି ସାଂସଦ ପ୍ରାର୍ଥୀ ସମ୍ବିତ ରାଉତରାୟଙ୍କ ମହାପ୍ରଭୁ ଜଗନ୍ନାଥଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ପ୍ରସଙ୍ଗ ଉଠାଇ ବିଜେପିକୁ ରାହୁଲ ଟାର୍ଗେଟ କରିଥିଲେ । ସେହିପରି ଓଡ଼ିଶା ସରକାରକୁ ପାଣ୍ଡିଆନ ଚଳାଉଛନ୍ତି କହି ବିଜେଡିକୁ ସମାଲୋଚନା କରିଥିଲେ । କଂଗ୍ରେସ ଆସିଲେ ରାଜ୍ୟରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ ।

ଜୁନ 1ରେ 4ର୍ଥ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ:- ଦିନକ ପରେ ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ମତଦାନ । ଶେଷ ପର୍ଯ୍ୟାୟରେ ରାଜ୍ୟର ବାକିଥିବା 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ଭୋଟ ଗ୍ରହଣ ହେବ । ଏହି ପର୍ଯ୍ୟାୟରେ 66 ସାଂସଦ ଓ 394 ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଜୁନ 1ରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଥିବାରୁ 48 ଘଣ୍ଟା ପୂର୍ବରୁ ତଥା ଆଜି ସନ୍ଧ୍ୟା ସୁଦ୍ଧା ପ୍ରଚାର କାର୍ଯ୍ୟ ଶେଷ ହୋଇଛି ।

ମୈଦାନରେ ମୋଟ 460ପ୍ରାର୍ଥୀ:- ଚତୁର୍ଥ ପର୍ଯ୍ୟାୟରେ ରାଜ୍ୟରେ 394 ବିଧାୟକ ଓ 66 ସାଂସଦ ପ୍ରାର୍ଥୀଙ୍କ ଲାଗି ଭୋଟ ଦେବେ ମତାଦାତା । 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 333ଜଣ ପୁରୁଷ ଓ 61ଜଣ ମହିଳା ପାର୍ଥୀ ଅଛନ୍ତି । ଚତୁର୍ଥ ପର୍ଯ୍ୟାୟ ପାଇଁ 853 ବିଧାୟକ ପ୍ରାର୍ଥୀ ନାମାଙ୍କନ ଭରିଥିବା ବେଳେ 759 ପ୍ରାର୍ଥୀଙ୍କ ନାମାଙ୍କନ ଗ୍ରହଣ କରାଯାଇଥିବା ବେଳେ 78ଜଣ ପ୍ରତ୍ୟାଖ୍ୟାନ କରାଯାଇଥିଲା । 16 ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହାର କରିନେବା ପରେ ଏବେ ମୈଦାନରେ 394 ବିଧାୟକ ପ୍ରାର୍ଥୀ ଅଛନ୍ତି । ସେହିପରି 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 55 ପୁରୁଷ ଓ 11ଜଣ ମହିଳା ପ୍ରାର୍ଥୀ ଅଛନ୍ତି ।

କୋଟିପତି ପ୍ରାର୍ଥୀ:- ଶେଷ ପର୍ଯ୍ୟାୟ ଲଢେଇରେ 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 20ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ମୁଖ୍ୟ 5 କୋଟିପତି ପ୍ରାର୍ଥୀ ତାଲିକାରେ 148କୋଟି ସମ୍ପତ୍ତି ସହ ଶୀର୍ଷରେ ରହିଛନ୍ତି କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ଅନ୍ୟପଟେ 18କୋଟି ସମ୍ପତ୍ତି ସହ ଦ୍ବିତୀୟରେ ଅଛନ୍ତି କେନ୍ଦ୍ରାପଡ଼ା ସ୍ବାଧୀନ ପ୍ରାର୍ଥୀ ଶ୍ରୀରାମ ପାଣ୍ଡେ । 14କୋଟି ସମ୍ପତ୍ତି ସହ ଭଦ୍ରକ ବିଜେଡି ସାଂସଦ ପ୍ରାର୍ଥିନୀ ମଞ୍ଜୁଳତା ମଣ୍ଡଳ ତୃତୀୟରେ ଅଛନ୍ତି । 7କୋଟି ସମ୍ପତ୍ତି ସହ ତାଲିକାର ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଅଛନ୍ତି ଜଗତସିଂହପୁର ବିଜେଡି ସାଂସଦ ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକ ଓ ଭଦ୍ରକ ବିଜେପି ସାଂସଦ ପ୍ରାର୍ଥୀ ଅଭିମନ୍ୟୁ ସେଠୀ ।

ସେହିପରି 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ମୋଟ 121ଜଣ କୋଟିପତି ପ୍ରାର୍ଥୀ ଅଛନ୍ତି । ମୁଖ୍ୟ 5 କୋଟିପତି ପ୍ରାର୍ଥୀଙ୍କ ମଧ୍ୟରୁ ଶୀର୍ଷରେ 135କୋଟି ସମ୍ପତ୍ତି ସହ ବସ୍ତା ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ଜେନା ଅଛନ୍ତି । ସିମୂଳିଆ ବିଜେଡି ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁଙ୍କ ସମ୍ପତ୍ତିର ମୂଲ୍ୟ 91କୋଟି ଥିବା ବେଳେ ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକଙ୍କ ସମ୍ପତ୍ତିର ମୂଲ୍ୟ 86କୋଟି ରହିଛି । ଭଣ୍ଡାରିପୋଖରୀ ବିଜେଡି ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକଙ୍କ ସମ୍ପତ୍ତି 38କୋଟି ଥିବା ବେଳେ ଆଳି ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମ୍ପତ୍ତିର ମୂଲ୍ୟ 26କୋଟି ରହିଛି ।

ଅପରାଧିକ ପୃଷ୍ଠଭୂମି ଥିବା ପ୍ରାର୍ଥୀ: 394 ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ 96 ପ୍ରାର୍ଥୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ପାଟକୁରା କଂଗ୍ରେସ ବିଧାୟକ ପ୍ରାର୍ଥୀ ରତିକାନ୍ତ କାନୁନଗୋଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି । ସେହିପରି 66 ସାଂସଦ ପ୍ରାର୍ଥୀଙ୍କ ମଧ୍ୟରୁ 15ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ମୟୂରଭଞ୍ଜ ବିଜେଡି ସାଂସଦ ପ୍ରାର୍ଥୀ ସୁଦାମ ମାର୍ଣ୍ଡିଙ୍କ ନାଁରେ ସର୍ବାଧିକ ଅପରାଧିକ ମାମଲା ରହିଛି ।

ପ୍ରମୁଖ ଆସନ:- ଚତୁର୍ଥ ପର୍ଯ୍ୟାୟରେ ପ୍ରମୁଖ ଲୋକସଭା ନିର୍ବାଚନ ମଣ୍ଡଳୀ ଗୁଡ଼ିକ ହେଉଛି କେନ୍ଦ୍ରାପଡ଼ା, ଜଗତସିଂହପୁର, ମୟୂରଭଞ୍ଜ, ବାଲେଶ୍ବର । ସେହିପରି ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀଗୁଡ଼ିକ ହେଉଛି ଭଣ୍ଡାରିପୋଖରୀ, କେନ୍ଦ୍ରାପଡ଼ା, ପାରାଦ୍ବୀପ ଓ ଭଦ୍ରକ ।

ETV Bharat Odisha
Key Candidates (ETV Bharat Odisha)

ଚର୍ଚ୍ଚିତ ଚେହେରା:- ଶେଷ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର । ଏମାନଙ୍କ ମଧ୍ୟରୁ କିଛି ରିପିଟ୍‌ ଥିବା ବେଳେ କିଛି ପ୍ରାର୍ଥୀ ନବାଗତ ରହିଛନ୍ତି । ପ୍ରମୁଖ ବିଧାୟକ ପ୍ରାର୍ଥୀମାନଙ୍କ ମଧ୍ୟରେ ରହିଛନ୍ତି ବସ୍ତା ବିଜେଡି ପ୍ରାର୍ଥିନୀ ସୁବାସିନୀ ଜେନା, ସିମୂଳିଆ ବିଜେଡି ପ୍ରାର୍ଥିନୀ ସୁବାସିନୀ ସାହୁ, ଭଣ୍ଡାରିପୋଖରୀ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ, ସୁକିନ୍ଦା ବିଜେଡି ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡ଼ାଇ, ଆଳି ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ, ପାରାଦ୍ବୀପ ବିଜେଡି ପ୍ରାର୍ଥିନୀ ଗୀତାଞ୍ଜଳି ରାଉତରାୟ, ସାଲେପୁର ବିଜେପି ପ୍ରାର୍ଥୀ ତଥା ଓଲିଉଡ ଅଭିନେତା ଅରିନ୍ଦମ ରାୟ, ବିଞ୍ଝାରପୁର ବିଜେଡି ପ୍ରାର୍ଥିନୀ ତଥା ବାଚସ୍ପତି ପ୍ରମିଳା ମଲ୍ଲିକ, କେନ୍ଦ୍ରାପଡ଼ା ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା, ବଡ଼ଚଣା ବିଧାୟକ ପ୍ରାର୍ଥିନୀ ତଥା ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଚାନ୍ଦବାଲି ବିଜେପି ପ୍ରାର୍ଥୀ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ମହାକାଳପଡ଼ା ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଭଦ୍ରକ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ସାମଲ, ସାରସକଣା ବିଧାୟକ ପ୍ରାର୍ଥିନୀ ଅଞ୍ଜଳୀ ସୋରେନ ।

ଚର୍ଚ୍ଚିତ ସାଂସଦ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି ମୟୂରଭଞ୍ଜ ବିଜେଡି ପ୍ରାର୍ଥୀ ସୁଦାମ ମାର୍ଣ୍ଡି, ମୟୂରଭଞ୍ଜ ଜେଏମଏମ ପ୍ରାର୍ଥିନୀ ଅଞ୍ଜନି ସୋରେନ, ବାଲେଶ୍ବର କଂଗ୍ରେସ ପ୍ରାର୍ଥୀ ଶ୍ରୀକାନ୍ତ କୁମାର ଜେନା, କେନ୍ଦ୍ରାପଡ଼ା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ଜଗତସିଂହପୁର ବିଜେଡି ପ୍ରାର୍ଥିନୀ ଡ. ରାଜଶ୍ରୀ ମଲ୍ଲିକ ।

ପଢନ୍ତୁ ନିର୍ବାଚନ ସମ୍ପର୍କିତ ଅନ୍ୟ କିଛି ଖବର

ଥମିଲା ପ୍ରଚାର: ବ୍ୟକ୍ତିଗତ ସ୍ତରକୁ ଖସିଲା ଆରୋପ-ପ୍ରତ୍ୟାରୋପ, ସାକ୍ଷୀ ରହିଲା କେନ୍ଦ୍ରାପଡା

ଶେଷ ପର୍ଯ୍ୟାୟ ଲଢେଇ ପାଇଁ ସରିଲା ପ୍ରସ୍ତୁତି, 460 ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା

ନିଆଳିରେ ଗୁରୁମନ୍ତ୍ର ଦେଲେ କେନ୍ଦ୍ରମନ୍ତ୍ରୀ, ହାତ ଛାଡ଼ି ପଦ୍ମ ଧରିଲେ ଶଶିକାନ୍ତ

ବାଲେଶ୍ବରରେ ଗର୍ଜିଲେ ରାହୁଲ, 'ମୋଦି-ନବୀନଙ୍କ ପାର୍ଟନରସିପ୍ ଭାଙ୍ଗି ଦେବାକୁ ଚାହୁଁଛୁ'

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.