ETV Bharat / state

ଡ୍ରାଗନ ଫ୍ରୁଟ୍‌ ଚାଷ କରି ପ୍ରେରଣା ସାଜିଲେ କୃଷିମନ୍ତ୍ରୀ, ଦୁବାଇକୁ କରୁଛନ୍ତି ରପ୍ତାନୀ - Deputy CM cultivating dragon fruit

author img

By ETV Bharat Odisha Team

Published : Sep 14, 2024, 5:27 PM IST

Updated : Sep 14, 2024, 5:47 PM IST

Deputy CM cultivating Dragon fruit: ରାଜ୍ୟ କୃଷିମନ୍ତ୍ରୀ କରୁଛନ୍ତି ଡ୍ରାଗନ ଫ୍ରୁଟ ଚାଷ । ବିଦେଶକୁ କରୁଛନ୍ତି ରପ୍ତାନୀ । କୃଷିମନ୍ତ୍ରୀଙ୍କ ଏପରି ପଦକ୍ଷେପ ଅନ୍ୟଙ୍କୁ ପ୍ରେରଣା ଯୋଗାଇବ । ଅଧିକ ପଢନ୍ତୁ

DEPUTY CM CULTIVATING DRAGON FRUIT
DEPUTY CM CULTIVATING DRAGON FRUIT (ETV BHARAT ODISHA)

ବଲାଙ୍ଗୀର: ଚାଷ କରୁଛନ୍ତି କୃଷି ମନ୍ତ୍ରୀ । ବାଡିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଚାଷ କରି ବିଦେଶକୁ ରପ୍ତାନୀ ମଧ୍ୟ କରୁଛନ୍ତି । ଆମେ କହୁଛୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କ କଥା । ନିଜ କୃଷି ବିଭାଗର ମନ୍ତ୍ରୀ ରହିଥିବା ବେଳେ ଜଣେ ସଫଳଚାଷୀ ହୋଇ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ମନ୍ତ୍ରୀଙ୍କ ଡ୍ରାଗନ ଫ୍ରୁଟ ଚାଷକୁ ନେଇ ଏବେ ସବୁଠି ଚର୍ଚ୍ଚା ।

DRAGON FRUIT (ETV BHARAT ODISHA)

କୃଷିମନ୍ତ୍ରୀଙ୍କ ଡ୍ରାଗନଫ୍ରୁଟ ଚାଷ:

କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ନିଜ 5 ଏକର ଜମିରେ ଡ୍ରାଗନ ଫଳ ଚାଷ କରିଛନ୍ତି । ତିନି ବର୍ଷ ତଳେ ଚାଷ ଆରମ୍ଭ କରିଥିବା ବେଳେ ଏବେ ଏହି ଫଳକୁ ବିଦେଶକୁ ରପ୍ତାନୀ କରୁଛନ୍ତି । ପାରମ୍ପରିକ ଜୈବିକ ଖତ ଓ ଆଧୁନିକ ଚାଷ ପ୍ରଣାଳୀରେ ଚାଷ କରୁଥିବାରୁ ତାଙ୍କୁ ଅର୍ଗାନିକ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରାଯାଇଛି । ଡ୍ରାଗନ ଫଳରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ସବୁଠି ରହିଛି ।

ଏହା ମଧ୍ୟ ପଢନ୍ତୁ-ପିଜୁଳି କି ଡ୍ରାଗନ୍ ଫ୍ରୁଟ, କେଉଁଥିରେ ଅଧିକ ରହିଛି ଭିଟାମିନ ? ଜାଣନ୍ତୁ - Guava Vs Dragon Fruit

ସଫଳ ରାଜନେତା ସଫଳ ଚାଷୀ:

DRAGON FRUIT
DRAGON FRUIT (ETV BHARAT ODISHA)

ରାଜ୍ୟ ଉପ ମୁଖ୍ୟମନ୍ତ୍ରୀ ତଥା ପାଟଣା ବଲାଙ୍ଗୀର ମହାରାଜା କନକ ବର୍ଦ୍ଧନ ସିଂହ ଦେଓ ଜଣେ ସଫଳ ରାଜନୀତିଜ୍ଞ ହୋଇଥିବା ବେଳେ ସଫଳ ଚାଷୀ ମଧ୍ୟ ହୋଇପାରିଛନ୍ତି । ଲଗାତାର 6 ଥର ସେ ପାଟଣାଗଡ ଆସନରୁ ବିଧାୟକ ହୋଇ ଆସୁଥିବା ବେଳେ ଏବେ କୃଷିମନ୍ତ୍ରୀ ରହିଛନ୍ତି । ରାଜନୀତିରେ ସେ ଯେତିକି ବିଚକ୍ଷଣ ଚାଷରେ ମଧ୍ୟ ଠିକ ସେମିତି । ଯଦିଓ ତାଙ୍କର ରାଜକୀୟ ଠାଣି ରହିଛି ଏହା ସତ୍ତ୍ୱେ ସେ ଭିନ୍ନ ଚାଷ କରି ସଫଳ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ।

ଚାଷ କରିବାକୁ ସୁଯୋଗ ଦେଲା କୋରୋନା:

DRAGON FRUIT
DRAGON FRUIT (ETV BHARAT ODISHA)

ଏନେଇ କୃଷିମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି, ''କୋରୋନା ସମୟରେ ମୋ ପାଖକୁ କେହି ଆସୁନଥିଲେ କି ମୁଁ କାହାକୁ ଭେଟିବାକୁ ଯାଇପାରୁନଥିଲି । ସେହି ସମୟରେ ମୁଁ ଗୁଗଲରେ ପଦ୍ମ ଫଳ ଚାଷ ବିଷୟରେ ସର୍ଚ୍ଚ କରି ପଢିଥିଲି । ଏହାପରେ ଚାଷ କରିବାର ଇଚ୍ଛା ହେଲା । ବଲାଙ୍ଗୀରରେ ଅନ୍ୟ କିଛି ଚାଷୀ ଏହି ଚାଷ କରିଥିଲେ । ସେଠାକୁ ଯାଇ ଚାଷ ପ୍ରଣାଳୀ ବୁଝିଥିଲି । ଏହାପରେ ନିଜ ଜମିରେ ଅର୍ଗାନିକ ଭାବେ ଔଷଧୀୟ ଗୁଣ ଥିବା ପଦ୍ମ ଫଳ ଚାଷ ଆରମ୍ଭ କରିଥିଲି । ''

ଦୁବାଇକୁ ରପ୍ତାନୀ ହେଉଛି ଡ୍ରାଗନ ଫ୍ରୁଟ:

ଡ୍ରାଗନ ଚାଷ
ଡ୍ରାଗନ ଚାଷ (ETV Bharat Odisha)

ସେ ଆହୁରି ମଧ୍ୟ କହିଛନ୍ତି, ''3 ବର୍ଷ ହେଲା ଚାଷ କରୁଛି । 2 ବର୍ଷର ଅର୍ଗାନିକ ସାର୍ଟିଫିକେଟ ଅଛି । ଏ ବର୍ଷ ଅର୍ଗାନିକ ସାର୍ଟିଫିକେଟ ପାଇବା ପରେ ଏକ୍ସପୋର୍ଟ ଲାଇନ୍ସ ପାଇଁ ଆବେଦନ କରିବି । ଏହାପରେ ସିଧାସଳଖ ଭାବେ ଫଳକୁ ମୁଁ ରପ୍ତାନୀ କରିପାରିବି । ଏବର୍ଷ ଯାହାବି ଫଳ ଦୁବାଇକୁ ଯାଇଛି ଅନ୍ୟ ଜଣେ ଏକ୍ସପର୍ଟର ଯାହା ପାଖରେ ଲାଇସେନ୍ସ ଅଛି ତା ମାଧ୍ୟମରେ ପଠାଯାଇଛି । ''

ଏହା ମଧ୍ୟ ପଢନ୍ତୁ-ନୂଆପଡ଼ା ମାଟିରେ ଡ୍ରାଗନ ଫ୍ରୁଟ ଚାଷ, ଲାଭବାନ ହେଉଛନ୍ତି ଗଣପତି ନାଏକ

ଡ୍ରାଗନ ଫ୍ରୁଟ ଚାଷରେ ଇନଭେଷ୍ଟ କମ୍‌:

DRAGON FRUIT
DRAGON FRUIT (ETV BHARAT ODISHA)

ଡ୍ରାଗନ ଫଳରେ ଅନେକ ଔଷଧୀୟ ଗୁଣ ରହିଥିବାରୁ ଏହାର ଚାହିଦା ସବୁଠି ରହିଛି । ସେହିପରି ବିଦେଶରେ ଏହାର ମୂଲ୍ୟ କିଲୋଗ୍ରାମ ପିଛା ଟଙ୍କା 1200ରୁ 2200 ପର୍ଯ୍ୟନ୍ତ ରହିଛି । ଏହାଛଡା ଏହି ଚାଷ ପାଇଁ ପାଣି କମ ଆବଶ୍ୟକ ଥିବା ବେଳେ ବର୍ଷର 9ମାସ ତମାମ ଏହା ଅମଳ ହୋଇଥାଏ । ଥରେ ଚାଷ କଲେଏହା ଆଗାମୀ 20 ବର୍ଷ ପର୍ଯ୍ୟନ୍ତ ଫଳ ଦେଇଥାଏ । ଏହି ଫଳକୁ କୀଟ ଲାଗନ୍ତି ନାହିଁ କିମ୍ବା କୌଣସି ପଶୁ ଏହାକୁ ଖାଆନ୍ତି ନାହିଁ । ଏହି ଚାଷରେ ଅଧିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଏସବୁ ଦୃଷ୍ଟିରୁ ଏହି ଚାଷ ଅର୍ଥକାରୀ ଫସଲ । ବଲାଙ୍ଗୀର ଜିଲ୍ଲାରେ ଡ୍ରାଗନ ଫ୍ରୁଟ ଚାଷ ସଫଳ ହେଉଛି । କୃଷିମନ୍ତ୍ରୀଙ୍କ ଡ୍ରାଗନ ଫ୍ରୁଟ ଚାଷ ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସେ ଜଣେ ସଫଳ ଚାଷୀ ହୋଇଥିବା ବେଳେ ଆଗକୁ ରାଜ୍ୟରେ ଡ୍ରାଗନ ଫ୍ରୁଟ ଚାଷକୁ ପ୍ରୋତ୍ସାହିତ କରିବାକୁ କିଛି ପଦକ୍ଷେପ ନେବେକି ବୋଲି ପ୍ରଶ୍ନ ଉଠିଛି ।

DRAGON FRUIT
DRAGON FRUIT (ETV BHARAT ODISHA)

ଏହା ମଧ୍ୟ ପଢନ୍ତୁ-ସଫଳ ଯୁବଚାଷୀ ଜଟାଧାରୀ, ଓଡିଶା ମାଟିରେ ଚାଷ କରିଛନ୍ତି ବିଦେଶୀ ଫଳ

ବିଜେପି ନେତା ସୁରଥ ବିଶ୍ୱାଳ କହିଛନ୍ତି,"ଗଣମାଧ୍ୟମରେ ଡ୍ରାଗନ ଫ୍ରୁଟ ଚାଷ ବିଷୟରେ ଜାଣିଥିଲୁ । ମହାରାଜା ଜଣେ ରାଜନେତା ହୋଇ ମଧ୍ୟ ରୁଚିର ସହ ଯେଉଁ ପରି ଚାଷ କରିଛନ୍ତି ଏହା ଏକ ଉଦାହାରଣ । ତାହା ଅନ୍ୟ ଚାଷୀଙ୍କୁ ପ୍ରେରଣା ଯୋଗାଇବ । ଜୈବିକ ପଦ୍ଧତିରେ ଏହି ଚାଷ କରାଯାଇଛି । ''

ଇଟିଭି ଭାରତ, ବଲାଙ୍ଗୀର

Last Updated : Sep 14, 2024, 5:47 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.