ETV Bharat / state

କେନ୍ଦୁଝରର ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟା ମାମଲା; 5 ହତ୍ୟାକାରୀଙ୍କୁ ଫାଶୀ ଦଣ୍ଡ - ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ

Death Penalty in Murder Case: ଦୀର୍ଘ ୫ ବର୍ଷ ପରେ ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ରାୟ । ଏହି ହତ୍ୟା ମାମଲାରେ ୫ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ସଜା ଶୁଣାଇଛନ୍ତି କୋର୍ଟ । ଅଧିକ ପଢନ୍ତୁ

ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ରାୟ ପ୍ରକାଶ, ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

author img

By ETV Bharat Odisha Team

Published : Mar 6, 2024, 7:05 PM IST

Updated : Mar 6, 2024, 7:36 PM IST

ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ରାୟ ପ୍ରକାଶ, ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଫାଶୀ ଦଣ୍ଡ

କେନ୍ଦୁଝର: ପ୍ରକାଶ ପାଇଛି ବହୁ ଚର୍ଚ୍ଚିତ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡର ରାୟ । ଦୀର୍ଘ ୫ ବର୍ଷ ପରେ ଏହି ହତ୍ୟା ମାମଲାରେ ୫ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ସଜା ଶୁଣାଇଛନ୍ତି କୋର୍ଟ । ୨୦୧୯ ମସିହା ମାର୍ଚ୍ଚ ମାସ ୨୫ ତାରିଖରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ରାମଚନ୍ଦ୍ର ବେହେରାଙ୍କ ହତ୍ୟା ହୋଇଥିଲା । ଧକୋଠା ଗାଁରେ ଅତ୍ୟନ୍ତ ବିଭତ୍ସ ତଥା ଅମାନୁଷିକ ଭାବେ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ଆଣି ହାତ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ ମାନେ । ଏହି ହତ୍ୟା ମାମଲାରେ ବଡ଼ଏକତାଳି ଗାଁର ଅଜିତ ପୃଷ୍ଟି, ସଂଜୀବ ପୃଷ୍ଟି, ଅଲେଖ ପୃଷ୍ଟି, ଅରୁଣ ପୃଷ୍ଟି ଓ ଦୋଳ ବୋଇତେଇ ଗିରଫ ହୋଇଥିଲେ ।

ଏଥିରେ ୫୩ ଜଣ ସାକ୍ଷୀଙ୍କ ବୟାନ, ୯୪ଟି ଦସ୍ତାବିଜ ଓ ୩୦ଟି ମ୍ୟାଟେରିଆଲ ଅବଜେକ୍ଟ ଭଳି ପ୍ରମାଣକୁ ଭିତ୍ତି କରି ଆଜି ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଅଭିଯୁକ୍ତମାନଙ୍କୁ ମୃତ୍ୟୁଦଣ୍ଡାଦେଶ ସଜା ଶୁଣାଇଛନ୍ତି । ଘଟଣା ସମୟରେ ପ୍ରମୋଦ ଦାସ ନାବାଳକ ଥିବାରୁ ବିଚାରଧୀନ କାରାଗାରରେ ଅଛନ୍ତି । ଅଭିଯୁକ୍ତ ମାନଙ୍କୁ ୩୦୨ ଦଫାରେ ଫାଶୀଦଣ୍ଡ, ଆର୍ମସ ଆକ୍ଟ ରେ ୭ ବର୍ଷ କାରାଦଣ୍ଡ ଭଳି ଇତ୍ୟାଦି ଦଣ୍ଡାଦେଶ ଶୁଣାଯାଇଛି । ତେବେ ମୃତ ରାମଚନ୍ଦ୍ର ବେହେରାଙ୍କ ଝିଅ ମିନା ବେହେରା କହିଛନ୍ତିଯେ ପ୍ରାୟ ୫ ବର୍ଷ ପରେ ନ୍ୟାୟ ମିଳିଥିବାରୁ ଖୁସି ଅଛି । ଏଥି ସହିତ ନ୍ୟାୟପାଳିକା ଉପରେ ବିଶ୍ବାସ ରହିବା ସହ ଧନ୍ୟବାଦ କରିଛନ୍ତି ମିନା ।

ଏହା ମଧ୍ୟ ପଢନ୍ତୁ... ଏକତରଫା ପ୍ରେମରୁ ଦୋକାନ ମାଲିକାଣୀଙ୍କୁ ହତ୍ୟା, ଗିରଫ ହେଲା ଅଭିଯୁକ୍ତ କାଠମିସ୍ତ୍ରୀ

ସୂଚନାଯୋଗ୍ୟ ଯେ ୨୦୧୯ ମସିହା ମାର୍ଚ୍ଚ ୨୫ ତାରିଖ ରାତି ୧୦ ଟାରେ ଧରଣୀଧର ମହାବିଦ୍ୟାଳୟର ପୂର୍ବତନ ସଭାପତି, ଆନନ୍ଦପୁର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ୨୦୧୪ରେ ଘସିପୁର ନିର୍ବାଚନ ମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ହୋଇଥିବା ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକିଆଣି ସଂଘବଦ୍ଧ ଭାବେ ହାତ ଗୋଡକୁ ଖଣ୍ଡା ଓ ଭୁଜାଲିରେ ହାଣି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିମାନେ ରାମଚନ୍ଦ୍ରଙ୍କ ଗୋଟିଏ ହାତକୁ କାଟି ନେଇ ନିକଟସ୍ଥ ପୋଖରୀକୁ ଫିଙ୍ଗି ଦେଇଥିଲେ । ମାର୍ଚ୍ଚ ୨୬ରେ ରାମଚନ୍ଦ୍ର ନିଜର ହଜାର ହଜାର ସମର୍ଥକଙ୍କୁ ନେଇ ନବୀନ ନିବାସରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଥିଲା । ଉକ୍ତ ହତ୍ୟାକାଣ୍ଡ ଘଟଣାରେ ବର୍ତ୍ତମାନର ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସଂପୃକ୍ତି ନେଇ ବେଶ ଚର୍ଚ୍ଚା ହୋଇଥିଲା ।

ଇଟିଭି ଭାରତ, କେନ୍ଦୁଝର

Last Updated : Mar 6, 2024, 7:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.