ETV Bharat / state

Congress Strike: ତେଜିଲା ଛାତ୍ର ସଂସଦ ଆନ୍ଦୋଳନ ଦାବି, ଆଜି ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ - Student Congress Protest

author img

By ETV Bharat Odisha Team

Published : Sep 4, 2024, 6:59 AM IST

Updated : Sep 4, 2024, 7:25 AM IST

Student Congress Protest: କିଛି ଦିନ ପରେ ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଛାତ୍ରଙ୍କ ହକ୍‌ ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇବ ଛାତ୍ର କଂଗ୍ରେସ । ଘେରାଉ କରିବ ବିଧାନସଭା । ପଢନ୍ତୁ ସମ୍ପୂର୍ଣ୍ଣ ଖବର

Odisha Assembly Gherao
Odisha Assembly Gherao (ETV Bharat Odisha)

ଭୁବନେଶ୍ବର: ପୁଣି ତେଜିଲା ଛାତ୍ର ସଂସଦ ନିର୍ବାଚନ ଦାବି । ଆଜି ଛାତ୍ର ସଂସଦ ନିର୍ବାଚନ ଦାବିରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ । ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନଙ୍କ ନେତୃତ୍ବରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ । ଏନେଇ ଗତକାଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ । ଏଥିସହ ରେଭେନ୍ସା ନାମ ପରିବର୍ତ୍ତନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କ୍ଷମା ପ୍ରାର୍ଥନା ଦାବି କରି ଏହି ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ ।

Congress Strike (ETV Bharat Odisha)

ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ:

ସାମ୍ବାଦିକ ସମ୍ମିଳନୀ କରି ଛାତ୍ର କଂଗ୍ରେସ ସଭାପତି ଉଦିତ ନାରାୟଣ ପ୍ରଧାନ କହିଛନ୍ତି, ଦୀର୍ଘ ବର୍ଷ ହେଲା ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଛି । ବିଜେପି ସରକାର ଶାସନକୁ ଆସିଲେ ଛାତ୍ର ସଂସଦ ନିର୍ବାଚନ ହେବ ଓ ଛାତ୍ରଛାତ୍ରୀଙ୍କୁ ତାଙ୍କ ଅଧିକାର ଫେରାଇ ଦେଲେ । ହେଲେ ଆଇନ ମନ୍ତ୍ରୀ କହିଛନ୍ତି ସରକାର ଛାତ୍ର ସଂସଦ ନିର୍ବାଚନ ପାଇଁ ପ୍ରସ୍ତୁତ ନାହାନ୍ତି । ତେଣୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ । ଛାତ୍ର କଂଗ୍ରେସ ସରକାରଙ୍କୁ ଢେର୍ ସମୟ ଦେଲା ହେଲେ ହେଲେ ଏଯାବତ କୌଣସି ପଦକ୍ଷେପ ନେଇ ନଥିବାରୁ ସରକାର ଛାତ୍ର କଂଗ୍ରେସ ରାଜାରାସ୍ତାକୁ ଓହ୍ଲାଇବ ।

ଏହା ମଧ୍ୟ ପଢନ୍ତୁ: ରାଜ୍ୟରେ କେବେ ହେବ ଛାତ୍ର ସଂସଦ ନିର୍ବାଚନ ? ବଡ଼ ବୟାନ ଦେଲେ ଆଇନ ମନ୍ତ୍ରୀ

‘କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚାରେ ରହିବା ପାଇଁ ପ୍ରସଙ୍ଗ ଉଠାଇଛନ୍ତି’:

ଅନ୍ୟପଟେ ରେଭେନ୍ସା ନାଁ ପରିବର୍ତ୍ତନ ନେଇ ଅସନ୍ତୋଷ ପ୍ରକାଶ କଲା ଛାତ୍ର କଂଗ୍ରେସ । ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ୟାସିର ନୱାଜ କହିଛନ୍ତି, ‘କେନ୍ଦ୍ରମନ୍ତ୍ରୀ ଚର୍ଚ୍ଚାରେ ରହିବା ପାଇଁ ଏଭଳି ପ୍ରସଙ୍ଗ ଉଠାଉଛନ୍ତି । ଆଜି ବି କଲେଜରେ ଅଧ୍ୟାପକଙ୍କ ପଦବୀ ଖାଲି ରହିଛି ଓ ଉତ୍ତମ ଶିକ୍ଷା ଛାତ୍ରଛାତ୍ରୀଙ୍କୁ ମିଳୁନି ତାହାକୁ ପୂରଣ କରିବା ପାଇଁ ଚେଷ୍ଟା କରୁ ନାହାନ୍ତି କାହିଁକି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ ?’ ଏମିତିକି ରେଭେନ୍ସାଙ୍କ ସମୟରେ କେନ୍ଦ୍ରାପଡ଼ାରେ ଦୁଇଟି କେନାଲ ଖୋଲାଯାଇଥିଲା ତାକୁ ବି ପୋତି ଦେବେ କି ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର କଂଗ୍ରେସ । ତେଣୁ ପ୍ରହସନ ନ କରି କାର୍ଯ୍ୟରେ କରିଦେଖନ୍ତୁ ବିଜେପି ସରକାର ବୋଲି ଛାତ୍ର କଂଗ୍ରେସ କହିଛି ।

ଏହା ମଧ୍ୟ ପଢନ୍ତୁ:ଛାତ୍ର ସଂସଦ ନିର୍ବାଚନ ପାଇଁ ଫିଟିଲା ବାଟ ! ଏମିତି ସଙ୍କେତ ଦେଲେ ଉଚ୍ଚଶିକ୍ଷା ମନ୍ତ୍ରୀ -

‘ଛାତ୍ର ଓ ଶିକ୍ଷାନୁଷ୍ଠାନର ସ୍ବର ଉତ୍ତୋଳନ ପାଇଁ ଛାତ୍ର ପ୍ରତିନିଧିଙ୍କ ଆବଶ୍ୟକତା ରହିଛି’

ଛାତ୍ର କଂଗ୍ରେସ ଆହୁରି କହିଛି କି, 2017 ମସିହାରୁ ବିଭିନ୍ନ ଆଳ ଦେଖାଇ ପୂର୍ବ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖିଥିଲେ । ନୂଆ ସରକାର ବି ସେହି ବାଟରେ ଯାଉଛନ୍ତି । ରାଜ୍ୟରେ ଅଧ୍ୟାପକ ପଦବୀ ଘୋର ଅଭାବ ରହିଛି ଭିତ୍ତିଭୂମି ଦୁର୍ବଳ । ତେଣୁ ଛାତ୍ର ଓ ଶିକ୍ଷାନୁଷ୍ଠାନର ସ୍ବର ଉତ୍ତୋଳନ ପାଇଁ ଛାତ୍ର ପ୍ରତିନିଧିଙ୍କ ଆବଶ୍ୟକତା ରହିଛି ।

ଏହା ମଧ୍ୟ ପଢନ୍ତୁ:Ravenshaw: ରେଭେନ୍ସା ନାମ ପରିବର୍ତ୍ତନ ବିବାଦ; କିଏ ଥୋମାସ ଏଡୱାର୍ଡ, କଟକ ସହ କଣ ତାଙ୍କ ସମ୍ପର୍କ ? କଣ କହିଲେ ଐତିହାସିକ ?

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 4, 2024, 7:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.