ETV Bharat / state

କିଏ ହେବ କଂଗ୍ରେସ ବିଧାୟକ ଦଳ ନେତା ? ରେସ୍‌ରେ ତାରା, ଦିଲ୍ଲୀରେ ଡେରା ପକାଇଛନ୍ତି ନେତା - Odisha Congress MLA leader race

author img

By ETV Bharat Odisha Team

Published : Jun 10, 2024, 6:17 PM IST

CONGRESS MLA LEADER RACE: ରାଜ୍ୟରେ ବିଜେପି ସରକାର ଗଢ଼ୁଥିବା ବେଳେ ବିରୋଧୀ ମଧ୍ୟ ନିଜର ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି । ସେପଟେ କଂଗ୍ରେସ ବିଧାୟକ ଦଳ ନେତା କିଏ ହେବ । ସେନେଇ ଚାଲିଛି ସାନସ ମନ୍ଥନ । ଅଧିକ ପଢନ୍ତୁ

ODISHA CONGRESS MLA LEADER RACE
ODISHA CONGRESS MLA LEADER RACE (ETV Bharat Odisha)

ଭୁବନେଶ୍ବର: ଆଉ ଦୁଇ ଦିନ ପରେ ରାଜ୍ୟରେ ସରକାର ଗଢ଼ିବ ଭାରତୀୟ ଜନତା ପାର୍ଟି । ବିଜେପିର ନୂଆ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟ ରଣନୀତିର ବିଭିନ୍ନ ସମୀକରଣ ବଦଳିବ । 51 ଜଣ ବିଧାୟକଙ୍କୁ ନେଇ ବିଜୁ ଜନତା ଦଳ ପ୍ରମୁଖ ବିରୋଧୀ ଦଳ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ସଜବାଜ ହେଉଥିବା ବେଳେ 14ଟି ଆସନ ପାଇ କଂଗ୍ରେସ ମଧ୍ୟ ଦାୟିତ୍ବବାନ ବିରୋଧୀ ଦଳର ଭୂମିକା ତୁଲାଇବ । ତେବେ ବିରୋଧୀ ଦଳର କିଏ ହେବେ ମଙ୍ଗୁଆଳ, କାହା ହାତରେ ରହିବ କ୍ଷମତା, କିଏ ହେବେ ବିରୋଧୀ ଦଳ ନେତା ।

କଂଗ୍ରେସର ବିଧାୟକ ଦଳ ନେତା ଭାବେ କାହାକୁ ଘୋଷଣା କରିବ AICC । ତାକୁ ନେଇ ଲାଗି ରହିଛି ସସପେନ୍ସ । 3 ଦିନ ହେବ ଦିଲ୍ଲୀରେ ଡେରା ପକାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ, ପ୍ରଭାରୀ ଅଜୟ କୁମାର ଏବଂ ବିଧାୟକ ତାରା ବାହିନୀପତି, ବିଧାୟକ ରମେଶ ଜେନା ଏବଂ ବିଧାୟକ ସି ରାଜେନ ଏକ୍କା । ବରିଷ୍ଠତା ଭିତ୍ତିରେ କଂଗ୍ରେସ ବିଧାୟକ ଦଳ ନେତା ଦୌଡ଼ରେ ତାରା ବାହିନୀପତି, ରାମ କାଡାମ ଏବଂ ସି ରାଜେନ ଏକ୍କା ରହିଛନ୍ତି ।

ସପ୍ତଦଶ ବିଧାନସଭାରେ ବିଜେଡି 51 ସିଟ୍ ପାଇଁ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଛି । ବିଜେଡି ମୁଖ୍ୟ ବିରୋଧୀ ଦଳ ହୋଇଥିବାରୁ ବିଜେଡି ପକ୍ଷରୁ କିଏ ହେବ ବିରୋଧୀ ଦଳ ନେତା ସେ ନେଇ ଚାଲିଛି ବିଚାର ବିମର୍ଷ । ସେପଟେ କଂଗ୍ରେସ ମଧ୍ୟ 14ଜଣ ବିଧାୟକଙ୍କୁ ନେଇ ଏକ ସଶକ୍ତ ବିରୋଧୀ ଦଳ ଭାବେ ଉଭା ହୋଇଛି । କିଏ ହେବ କଂଗ୍ରେସର ବିଧାୟକ ଦଳର ନେତା ତାକୁ ନେଇ ଜାରି ରହିଛି ଆଲୋଚନା ।

ବିଧାୟକ ତାରା ବାହିନୀପତି ‘ଇଟିଭି ଭାରତ’କୁ ସୂଚନା ଦେଇ କହିଛନ୍ତି,"ଦଳର ଶ୍ରେଷ୍ଠ ନେତୃତ୍ୱ ଯାହାକୁ ଚାହିଁବେ ତାକୁ ବିଧାୟକ ଦଳର ନେତା ବାଛିବେ । ମୁଁ 5 ଥରର ବିଧାୟକ ମୁଁ ଦଳର ଜଣେ ବରିଷ୍ଠ ନେତା ଅନୁଭୂତି ବରିଷ୍ଠତା ଭିତ୍ତିରେ ମୋତେ ଦାୟିତ୍ୱ ଦେବା ନେଇ ଆଶା ରଖିଛି । ମୋର ବହୁ ବର୍ଷ ଧରି ଅଭିଜ୍ଞତା ରହିଛି । ବିଭିନ୍ନ ସମୟରେ ଦଳକୁ ପ୍ରତିନିଧିତ୍ୱ କରିଛି । ରାଜ୍ୟର ବିଭିନ୍ନ ସମସ୍ୟା ନେଇ ସରକାରଙ୍କୁ ଘେରିଛୁ । ଦିଲ୍ଲୀରେ ବିଧାୟକ ରାଜେନ ଏକା, ବିଧାୟକ ରମେଶ ଜେନା AICCରେ ବିଭିନ୍ନ ନେତାଙ୍କୁ ଭେଟିଛୁ । "

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦଳ ଯଦି ମୋତେ ଗୁରୁଦାୟିତ୍ୱ ଦେବ । ତାହାଲେ ମୁଁ ମୋ ଦାୟିତ୍ୱ ଭଲ ଭାବେ ନିର୍ବାହ କରିବି ବୋଲି ନିଜେ ଶତ ପ୍ରତିଶତ ଆତ୍ମବିଶ୍ବାସୀ ଅଛି । ବିଧାନସଭାରେ ଲଢେଇର ବାଟ ମୋତେ ଭଲ ଭାବେ ଜଣା ଅଛି । ବିଜେପି-ବିଜେଡି ଶାସନ ଯେଉଁଭଳି ତାର ଆଭିମୁଖ୍ୟ ଆମେ ଜାଣିଛୁ । ଦଳ ଯାହା ନିଷ୍ପତ୍ତି ନେବ ମୁଁ ତାକୁ ବହନ କରି ଆଗକୁ ବଢିବି ।

ଏହା ମଧ୍ୟ ପଢନ୍ତୁ ......ମୁଖ୍ୟମନ୍ତ୍ରୀ ପଦକୁ ନେଇ ବଢୁଛି ସସପେନ୍ସ, ଲମ୍ବୁଛି ତାଲିକା: ଆସିଲା ଶପଥ ସମାରୋହ ସୂଚୀ - Odisha CM Race Suspense

ତେବେ ଅଭିଭାକ୍ତ କୋରାପୁଟ ଜିଲ୍ଲାରୁ 7 ଜଣ ବିଧାୟକ ନିର୍ବାଚିତ ହୋଇଛନ୍ତି । 14 ଜଣ ବିଧାୟକଙ୍କ ମଧ୍ୟରୁ ଜୟପୁର ବିଧାୟକ ତାରା ବାହିନୀପତି 5 ଥର ଜିତି ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସେହିପରି ପଟାଙ୍ଗୀ ବିଧାୟକ ରାମ କାଡ଼ାମ ତୃତୀୟ ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ରାଜଗାଙ୍ଗପୁର ବିଧାୟକ ସି ରାଜେନ ଏକ୍କା ଦ୍ୱିତୀୟ ଥର ,ସାନଖେମୁଣ୍ଡି ବିଧାୟକ ରମେଶ ଜେନା ଦ୍ୱିତୀୟ ଥର ବିଧାୟକ ଭାବେ ଜିତିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.