ETV Bharat / state

କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା, ଜୋର ଧରିଲା ଚର୍ଚ୍ଚା - ODISHA CONGRESS MLA LEADER RACE

author img

By ETV Bharat Odisha Team

Published : Jun 19, 2024, 9:26 PM IST

ODISHA CONGRESS MLA LEADER RACE: ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଲା କଂଗ୍ରେସ ବିଧାୟକ ଦଳ ବୈଠକ । କିଏ କରିବ ସରକାରଙ୍କୁ ଆଟାକ ସେନେଇ ଚାଲିଛି ନେତା ଖୋଜା । ଜୟପୁର ବିଧାୟକ ତାରା ବାହିନୀପତି ହେବେ କି ? ଅଧିକ ପଢନ୍ତୁ

ODISHA CONGRESS MLA LEADER RACE
ODISHA CONGRESS MLA LEADER RACE (ETV Bharat Odisha)

ଭୁବନେଶ୍ବର: କିଏ ହେବ କଂଗ୍ରେସ ଦଳର ନେତା, ସେ ନେଇ ଜୋର ଧରିଛି ରାଜନୀତି । ଆଜି ସଂଧ୍ୟାରେ ବସିବ କଂଗ୍ରେସ ବିଧାୟକ ଦଳ ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକ । ନୂଆ ନେତା ମଧ୍ୟ ଚୟନ କରିବ ଦଳ, ସେଥିପାଇଁ ଚାଲିଛି କସରତ । ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧୀ ଦଳ ମାନଙ୍କ ଭୂମିକାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ । କାରଣ ପ୍ରତ୍ୟକ ରାଷ୍ଟ୍ରରେ ବିରୋଧୀ ଯେତେ ସଶକ୍ତ ସରକାର ସେତେ ଲୋକାଭିମୁଖୀ ହେବ । ସାଧାରଣ ଜନତା ନ୍ୟାୟ ପାଇବାରେ ସୁବିଧା ହେବ ।

ଓଡ଼ିଶାରେ ବିଜେପି ପ୍ରଥମ କରି ଏକାକୀ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଠନ କରିଛି । ଭାରତୀୟ ଜନତା ପାର୍ଟିର ସରକାର ଆସିବା ପରେ ଗତ ନିର୍ବାଚନରେ ବିଜୟୀ ହୋଇଥିବା ନବନିଯୁକ୍ତ ବିଧାୟକ ମାନେ ବିଧାନସଭାରେ ଶପଥ ପାଠ କରିଛନ୍ତି । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହେବ । ବିଜେପି ସରକାର ଗଠନ କରିଥିବାରୁ ବିଜେପି ସଦସ୍ୟା ସୁରମା ପାଢ଼ୀ ଆଜି ବାଚସ୍ପତି ପାଇଁ ନାମାଙ୍କନ ଭରିଛନ୍ତି । ସେପଟେ ବିଜୁ ଜନତା ଦଳର ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ରାଜ୍ୟରେ ବିଜେଡି ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିବାରୁ ବିରୋଧୀ ଦଳ ନେତା ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସେପଟେ କଂଗ୍ରେସର 14 ଜଣ ବିଧାୟକଙ୍କ ମଧ୍ୟରୁ କିଏ ହେବ ବିଧାୟକ ଦଳର ନେତା ତାହା ଉପରେ ରହିଛି ସମସ୍ତଙ୍କ ନଜର । ଆଜି ସନ୍ଧ୍ୟାରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଏକ ଘରୋଇ ହୋଟେଲରେ ଏହି ବୈଠକ ବସିବ । ଶରତ ପଟ୍ଟନାୟକ କହିଛନ୍ତି ଯେ, ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ କେଉଁ ଭଳି ଢଙ୍ଗରେ କଂଗ୍ରେସ ଘେରିବ । ସେନେଇ ଆଜି ରୋଡ଼ ମ୍ୟାପ ପ୍ରସ୍ତୁତ ହେବ । ଚାଷୀଙ୍କ ସମସ୍ୟା, ବେକାରୀ ସମସ୍ୟା, ଶିଳ୍ପ, ଡାକ୍ତର ଏବଂ ଶିକ୍ଷକ ନିଯୁକ୍ତି ଭଳି ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବ କଂଗ୍ରେସ । ନୂଆ ସରକାର କେଉଁଭଳି ଭାବରେ ଏହି କାର୍ଯ୍ୟକୁ ତ୍ବରାଣତ କରୁଛି । ତାହା ଆଗକୁ ଦେଖାଯିବ ।

ଏହା ମଧ୍ୟ ପଢନ୍ତୁ ......ଜେବିଙ୍କ ରାସ୍ତାରେ ନବୀନ; ପ୍ରସନ୍ନଙ୍କୁ କଲେ ବିରୋଧୀ ଦଳ ଉପନେତା, ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ - Opposition Leader

ସେପଟେ ରାଜ୍ୟ ପ୍ରଭାରୀ ଅଜୟ କୁମାରଙ୍କ ଅଧ୍ୟକ୍ଷତରେ ବୈଠକ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି । ସମସ୍ତଙ୍କ ବିଧାୟକଙ୍କ ନିଷ୍ପତି କ୍ରମରେ ବିଧାୟକ ଦଳ ନେତାଙ୍କ ଲିଷ୍ଟ ଏଆଇସିସିକୁ ପଠେଇଦିଆ ଯାଇଛି ।ଖୁବ ଶୀଘ୍ର ବିଧାୟକ ଦଳ ନେତାଙ୍କ ନାମ ଘୋଷଣା ହେବ । କୃଷକ, ଶ୍ରମିକ, ବେରୋଜଗାରକୁ ପ୍ରସଙ୍ଗ କରି ଆମେ ଆଗକୁ ବଢ଼ିବୁ । ଏ ପ୍ରସଙ୍ଗରେ ଆଜିର ବୈଠକରେ ମଧ୍ୟ ଆଲୋଚନା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।

କଂଗ୍ରେସର 14 ଜଣ ବିଧାୟକଙ୍କ ମଧ୍ୟରୁ ଜୟପୁର ବିଧାୟକ ତାରା ବାହିନୀପତି ହେଉଛନ୍ତି ସବୁଠୁ ଅଧିକ ସମୟ ଜିତିଛନ୍ତି । 5 ଥର ନିର୍ବାଚିତ ହୋଇଥିବା ତାରାଙ୍କ ଅନୁଭୂତି ଖୁବ ଲମ୍ବା । ତାରା ବିଧାନସଭାରେ ନିଜର ଦକ୍ଷତା ପ୍ରତିପାଦନ କରି ସାରିଛନ୍ତି । ସରକାରଙ୍କୁ ବିଭିନ୍ନ ସମୟରେ ଅକଳରେ ପକାଇବା ରେ ତାରା ଧୁରନ୍ଧର । ଆଜି ବିଧାୟକ ଦଳ ବୈଠକ ପରେ ସ୍ପଷ୍ଟ ହେବ, କିଏ ହେବ କଂଗ୍ରେସର ବିଧାୟକ ଦଳର ନେତା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.