ETV Bharat / state

କଂଗ୍ରେସର 2ଦିନିଆ ବୈଠକ ଶେଷ, ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା - election 2024

author img

By ETV Bharat Odisha Team

Published : Mar 29, 2024, 6:01 PM IST

Congress Candidates List: ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତ ରହିଛି କଂଗ୍ରେସ । ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସ ଘୋଷଣା କରିବ ପ୍ରଥମ ପର୍ଯାୟ ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀ ତାଲିକା । ଅଧିକ ପଢନ୍ତୁ

Congress Candidates List
Congress Candidates List
Congress Candidates List

ପୁରୀ: କେବେ କଂଗ୍ରେସ ଘୋଷଣା କରିବ ପ୍ରାର୍ଥୀ ତାଲିକା? ଉଭୟ ବିଜେପି ଏବଂ ବିଜେଡ଼ି ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ କଂଗ୍ରେସ କେବେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ତା'କୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା। ତେବେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ପୂର୍ବରୁ ପୁରୀରେ କଂଗ୍ରେସର ଦୁଇଦିନିଆ ବୈଠକ ଚାଲିଥିବା ବେଳେ ଆଜି ଶେଷ ହୋଇଛି । ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଚୂଡାନ୍ତ କରିବା ପାଇଁ କଂଗ୍ରେସ ଏକ ନୂଆ ତରିକା ଆପଣେଇଛି। ପ୍ରଗମନ୍ ନାମକ ଏକ ଆପ୍ ମାଧ୍ୟମରେ ଆଶାୟୀ ପ୍ରାର୍ଥୀ ଆବେଦନ କରିବା ପାଇଁ ଏଆଇସିସି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ପ୍ରଥମ ଏବଂ ଦ୍ବିତୀୟ ପର୍ଯ୍ୟାୟ ଆଲୋଚନା ପରେ ପ୍ରଗମନ୍ ଆପ୍ କୁ ନେଇ ତୃତୀୟ ପର୍ଯ୍ୟାୟ ବୈଠକ ପୁରୀରେ ଶେଷ ହୋଇଛି।

ଆସନ୍ତା ସପ୍ତାହାରେ ପ୍ରାର୍ଥୀ ତାଲିକା: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା କଂଗ୍ରେସ ତା'ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଆଶାୟୀଙ୍କ ଠାରୁ 50 ହଜାର ଆଦାୟକୁ ଖଣ୍ଡନ: ସେପଟେ ଆଶାୟୀ ପ୍ରାର୍ଥୀଙ୍କ ଠାରୁ ପଚାଶ ହଜାର ଟଙ୍କା ଆଦାୟ କରାଯାଉଥିବା ପ୍ରସଙ୍ଗକୁ ଖଣ୍ଡନ କରିଛନ୍ତି ପିସିସି ସଭାପତି । ତେବେ ଏଆଇସିସିର ନିର୍ଦ୍ଦେଶ ଅନୁଯାୟୀ କେଉଁ ପ୍ରାର୍ଥୀ ପ୍ରକୃତରେ ଲଢ଼ିବା ପାଇଁ ଇଛୁକ ଅଛନ୍ତି ତାହା ଜାଣିବା ପାଇଁ ଏଆଇସିସି ପକ୍ଷରୁ ଆଶାୟୀ ପ୍ରାର୍ଥୀଙ୍କ ପାଇଁ ୫୦ ହଜାର ଟଙ୍କା ଚେକ୍ ଆକାରରେ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୨୦୧୯ ନିର୍ବାଚନରେ କଂଗ୍ରେସ ଟିକେଟ ବିକ୍ରୀ ହୋଇଥିବା ଅଭିଯୋଗ ଆସିଥିବା ବେଳେ ଅନେକ ପ୍ରାର୍ଥୀ ଶେଷ ମୂହୁର୍ତ୍ତ ରେ ଟିକେଟ ଫେରସ୍ତ ମଧ୍ୟ କରି ଦେଇଥିଲେ। ଏଣୁ କଂଗ୍ରେସ ଟିକେଟରେ ପ୍ରକୃତରେ କିଏ ଲଢ଼ିବା ପାଇଁ ଚାହୁଁଚି ତାହା ଜାଣିବା ପାଇଁ ପ୍ରଗମନ୍ ଆପ୍ ମାଧ୍ୟମରେ ଆବେଦନ କରିଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ପଚାଶ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ସେହିପରି କାହାରି କଥା ରେ କୌଣସି ପ୍ରାର୍ଥୀଙ୍କ ଆବେଦନ ରଖାଯାଇ ନଥିଲା ବୋଲି କହିଛନ୍ତି ଶରତ ।

ଏହା ମଧ୍ୟ ପଢନ୍ତୁ: ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା କଂଗ୍ରେସ କରିବ ପ୍ରାର୍ଥୀ ଘୋଷଣା - General Election 2024

ଚଳିତ ନିର୍ବାଚନ ପାଇଁ ପ୍ରସ୍ତୁତ କଂଗ୍ରେସ: ତେବେ ଚଳିତ ନିର୍ବାଚନ ପାଇଁ କଂଗ୍ରେସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ପିସିସି ସଭାପତି କହିଛନ୍ତି। କଂଗ୍ରେସ ଯଦି ସରକାରକୁ ଆସେ ପାଞ୍ଚଲକ୍ଷ ଯୁବକଙ୍କୁ ନିଯୁକ୍ତି, ତିନି ହଜାର ଟଙ୍କା ଏମ୍ଏସପି ବୃଦ୍ଧି, ପ୍ରତ୍ୟେକ ପରିବାରରେ ଥିବା ମୁଖ୍ୟ ମହିଳାଙ୍କୁ ଦୁଇ ହଜାର ଟଙ୍କା ଆର୍ଥିକ ସହାୟତା, ଏସ୍ଏଚଜି ଗ୍ରୁପ୍ ଏବଂ କୃଷକଙ୍କୁ ସମ୍ପୂର୍ଣ୍ଣ ଋଣ ଛାଡ କରିବା, ପ୍ରତ୍ୟେକ ଘରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ଯୋଗାଇଦେବା, ଆଦିବାସୀ ଙ୍କ ଜମି ବିକ୍ରୀ ଉପରେ କଟକଣା ବଳବତ୍ତର ପାଇଁ ପେଶା ଆଇନ୍ ୬ ମାସ ମଧ୍ୟରେ ଲାଗୁ କରିବା, ଦଳିତ ବ୍ୟକ୍ତିଙ୍କୁ ସୁରକ୍ଷା ଆଦି ପ୍ରସଙ୍ଗକୁ କଂଗ୍ରେସ ସରକାରକୁ ଆସିଲେ ଗ୍ୟାରେଣ୍ଟି ଭାବେ ଏହାକୁ ଲାଗୁ କରିବ । ତେବେ ବିଜେପି ଏବଂ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ଭଳି ଏକ ଅଘୋଷିତ ମେଣ୍ଟ କରି ସରକାର ଗଠନ କରିବା ପାଇଁ ଲକ୍ଷ ରଖିଛନ୍ତି ବୋଲି ପିସିସି ସଭାପତି କହିଛନ୍ତି। ଯାହାକି ଓଡିଶା ବାସୀ ସମ୍ପୂର୍ଣ୍ଣ ଅବଗତ ହୋଇସାରିଥିବା ବେଳେ କଂଗ୍ରେସ ଏହାର ଫାଇଦା ଉଠାଇ ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ବିପୁଳ ସଫଳତା ହାସଲ କରିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଦୃଢକ୍ତି ପ୍ରକାଶ କରିଛନ୍ତି।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.