ETV Bharat / state

ନକ୍ସଲ ମୁକାବିଲା, 12 କମ୍ପାନୀ ସିଏପିଏଫ ଓ ହେଲିକପ୍ଟର ମାଗିଲା ଓଡିଶା

ଫୋର୍ସ ଓ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

author img

By ETV Bharat Odisha Team

Published : 2 hours ago

High-level meeting
High-level meeting (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ନକ୍ସଲ ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କୁ ଅତିରିକ୍ତ ସହଯୋଗ ମାଗିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର ହୋଇଥିବାରୁ ସେଠାକାର ନକ୍ସଲଙ୍କର ଓଡ଼ିଶାରେ ଅନୁପ୍ରବେଶ ସମ୍ଭାବନା ରହିଛି । ନୂଆପଡ଼ା, କନ୍ଧମାଳ, ମାଲକାନଗିରି ଫୋକସରେ ଥିବାରୁ 12 କଂପାନୀ ସିଏପିଏଫ ଓ ଗୋଟିଏ ହେଲିକପ୍ଟର ଦାବି କରିଛି ଓଡିଶା ।

High-level meeting
High-level meeting (ETV Bharat Odisha)

ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ବୈଠକରେ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସାମିଲ ହୋଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଯୋଗ ଦେଇଛନ୍ତି । ମାଓ ମୁକାବିଲା ବୈଠକରେ ଓଡ଼ିଶାର ସ୍ଥିତି ବାବଦରେ ମୁଖ୍ୟମନ୍ତ୍ରୀ ତଥ୍ୟ ଉପସ୍ଥାପନ କରିଛନ୍ତି । ମାଓବାଦୀ ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଦାବି ରଖିଛନ୍ତି ।

ଏହା ବି ପଢନ୍ତୁ- ବୌଦ୍ଧ-କନ୍ଧମାଳ-କଳାହାଣ୍ଡିରେ ନକ୍ସଲ ସକ୍ରିୟ, ଅପରେସନ ଜରିଆରେ କରାଯିବ ଦମନ: ଡିଆଇଜି - Naxalites in Southern Range

ଏହା ବି ପଢନ୍ତୁ- ଛତିଶଗଡ ମାଓ ଅପରେସନ, ୩୧ ନକ୍ସଲ ନିପାତ , ସର୍ଚ୍ଚ ଅପରେସନ ଜୋରଦାର - Naxal Killed

ଏହା ବି ପଢନ୍ତୁ- ଛତିଶଗଡ ଏନକାଉଣ୍ଟର ପରେ ଓଡିଶା ମୁହାଁ ହେବେ କି ନକ୍ସଲ ! ମୁଖ୍ୟସ୍ରୋତକୁ ଫେରି ଆସିବାକୁ ରାଜ୍ୟ ସରକାରଙ୍କ ଚରମବାଣୀ - anti naxal exercise

ଏହା ବି ପଢନ୍ତୁ-ଲାଲବାହିନୀ ବିରୋଧରେ ବଡ଼ ଆକ୍ସନ ପ୍ଲାନ ! ଓଡ଼ିଶା ସମେତ ୮ ନକ୍ସଲ ଉପଦ୍ରୁତ ରାଜ୍ୟ ମୁଖିଆଙ୍କ ବୈଠକ - Anti Naxal Meet

ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି, "ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ଆମେ ମାଗିଛୁ । ଓଡିଶାରେ ନକ୍ସଲ ଅପରେସନ ତୀବ୍ର କରିବାକୁ 12 କଂପାନୀ ଫୋର୍ସ ମାଗିଛୁ । ଅପରେସନରେ ସହାୟତା ପାଇଁ ଏକ ହେଲିକପ୍ଟର ମଧ୍ୟ ମାଗିଛୁ । ସେହିପରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ବିକାଶମୂଳକ କାମ ପାଇଁ ସହଯୋଗ ଲୋଡିଛୁ । ଗୃହମନ୍ତ୍ରୀ ଆମର ଦାବିକୁ ଗୁରୁତର ସହ ନେଇଛନ୍ତି । ଏନେଇ ବିଚାର କରିବାକୁ ସେ କଥା ଦେଇଛନ୍ତି । 2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ ।"

ଏହା ବି ପଢନ୍ତୁ- Naxal Free Operation: ପୋଲିସ DGଙ୍କ ବଡ଼ ବୟାନ '2026 ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ହେବ ଓଡ଼ିଶା' - DG YB Khurania on NAXAL OPERATION

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଶାରେ 10 ମାଓ ପ୍ରବଣ ଜିଲ୍ଲା ରହିଛି । 4ରୁ 5 ଜିଲ୍ଲାରେ ଅଧିକ ମାତ୍ରାରେ ମାଓ ଗତିବିଧି ରହିଛି । ଏହାକୁ ନେଇ ଅପରେସନ ତୀବ୍ର କରିବାକୁ 12 କଂପାନୀ ଫୋର୍ସ ଓ ହେଲିକପ୍ଟର ଦେବା କହିଛୁ । ମାଓବାଦୀ ପ୍ରଭାବିତ ଅଞ୍ଚଳର ବିକାଶ କିଭଳି ହେବ ତାକୁ ନେଇ ସ୍ଵତନ୍ତ୍ର ଯୋଜନା କରାଯାଇଛି । ତା' ସହ ଟାର୍ଗେଟ ମଧ୍ୟ ଫିକ୍ସ କରାଯାଇଛି । ରାଜ୍ୟ ସରକାରଙ୍କ 40 ଲୋକାଭିମୁଖୀ ଯୋଜନାକୁ ଏକ କରାଯାଇଛି । ତାକୁ "ଗ୍ରାମୋଦୟ" ଯୋଜନା ନାଁ'ରେ ନାମକରଣ କରାଯାଇଛି । ଏହି "ଗ୍ରାମୋଦୟ" ଯୋଜନା ମାଧ୍ୟମରେ ୪୦ ଟି ସ୍କିମକୁ ଏକ କରି ମାଓ ଅଞ୍ଚଳର ବିକାଶ ହେବ ।"

ଏହା ବି ପଢନ୍ତୁ- 28ରୁ ସହିଦ ସପ୍ତାହ; ପୋଲିସ ଆଗରେ ବଡ ଚ୍ୟାଲେଞ୍ଜ, ମାଓ ସଂଗଠନ କହିଲା ଆମର ସଂପୂର୍ଣ୍ଣ ବିଲୋପ ଅସମ୍ଭବ ! - miosists shahid diwas week

ଫୋର୍ସ ହେଲିକପ୍ଟର ମାଗିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

  • ନକ୍ସଲ ମୁକାବିଲା ବୈଠକରେ କେନ୍ଦ୍ର ସହଯୋଗ ମାଗିଲେ ମୁଖ୍ୟମନ୍ତ୍ରୀ
  • ଅପରେସନ ତୀବ୍ର କରିବାକୁ ୧୨ କଂପାନୀ ଫୋର୍ସ ମାଗିଲେ ମୁଖ୍ୟମନ୍ତ୍ରୀ
  • ଅପରେସନରେ ସହାୟତା ପାଇଁ ଏକ ହେଲିକପ୍ଟର ମାଗିଲେ
  • ଛତିଶଗଡ଼ରେ ନକ୍ସଲ ଅପରେସନ ଜୋରଦାର କରାଯାଇଛି
  • ବିଶେଷକରି ନୂଆପଡ଼ା, କନ୍ଧମାଳ, ମାଲକାନଗିରି ପ୍ରତି ଫୋକସ ରହିଛି
  • ୨୦୨୬ ମାର୍ଚ୍ଚ ସୁଦ୍ଧା ନକ୍ସଲ ମୁକ୍ତ ଟାର୍ଗେଟକୁ ନେଇ ଆମେ କାମ କରୁଛୁ

ସେ ଆହୁରି ମଧ୍ୟ କହିଛନ୍ତି, "ରାସ୍ତା, ଗମନାଗମନ, ମୋବାଇଲ ଟାୱାର ଭଳି ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବା ପାଇଁ ଫୋକସ କରାଯାଇଛି । ଏ ଦିଗରେ କୌଣସି ପ୍ରକାର ଯେପରି ପ୍ରତିବନ୍ଧକ ନରୁହେ, ତା' ଉପରେ ଗୁରୁତ୍ବ ଦିଆଯିବ । ଏହା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଏହାର ତଦାରଖ କରାଯିବ । ମୁଖ୍ୟମନ୍ତ୍ରୀ ଭାବରେ ମାଓ ପ୍ରବଣ ଜିଲ୍ଲାକୁ ଗସ୍ତ କରିବି । ପ୍ରତି ମାସରେ ତାର ରିଭ୍ୟୁ କରିବି । ପ୍ରତି ମାସ ପୋଲିସ ଡିଜି ମାଓ ଅଞ୍ଚଳ ଗସ୍ତ କରିବେ । ସୁରକ୍ଷା ବଳଙ୍କ ମନୋବଳ ବୃଦ୍ଧି ପାଇଁ ସେ ଅଞ୍ଚଳରେ ରହିବେ । ପ୍ରତି 15 ଦିନରେ ଅଞ୍ଚଳର ସ୍ଥିତି ସମୀକ୍ଷା କରିବେ ପୋଲିସ ଡିଜି । OSSF ଅର୍ଥାତ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କୁ ପୁନଃ ନିଯୁକ୍ତି ଦିଆଯିବ । 3ଟି ବାଟାଲିୟନ ଗଠନ କରାଯିବ । କେନ୍ଦ୍ର ସରକାର ଏହାକୁ ନେଇ ଅନୁମତି ଦେଇଛନ୍ତି । 3ହଜାରରୁ ଅଧିକ ଫୋର୍ସ ନିଯୁକ୍ତ ହେବା ସହ ମାଓ ଅପରେସନରେ ସାମିଲ ହେବେ ।

High-level meeting
High-level meeting (ETV Bharat Odisha)

ଦେଶର 8 ରାଜ୍ୟ ମାଓ ପ୍ରଭାବିତ ରହିଛି । ବୈଠକରେ ସବୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଏବଂ ପୋଲିସ ଡିଜି ବୈଠକରେ ଉପସ୍ଥିତ ଥିଲେ । ମାଓବାଦୀଙ୍କୁ ଗୃହମନ୍ତ୍ରୀ ଅମିତ ଶାହା ଚେତାବନୀ ଦେଇଛନ୍ତି । ସରେଣ୍ଡର କର, ନହେଲେ ଯୁଦ୍ଧ ପାଇଁ ପ୍ରସ୍ତୁତ ରୁହ । 2026 ମସିହା ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦକୁ ନିପାତ କରାଯିବ । କେନ୍ଦ୍ର ଓ ରାଜ୍ୟର ମିଳିତ ସହଯୋଗରେ ମାଓ ଅପରେସନ ହେବ । ଆଗାମୀ ଦୁଇ ବର୍ଷ ଭିତରେ ଓଡ଼ିଶା ତଥା ଭାରତକୁ ନକ୍ସଲ ମୁକ୍ତ କରାଯିବ । ଏହାକୁ ଚ୍ୟାଲେଞ୍ଜ ଭାବରେ ଗ୍ରହଣ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.