ETV Bharat / state

କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର, ଚାଷୀଙ୍କ ଖାତାକୁ ଗଲା 800 ଇନପୁଟ ସବସିଡି - FARMER GETS INPUT SUBSIDY

ସରକାର ହେବାର 6 ମାସ ଭିତରେ ପ୍ରତିଶ୍ରୁତି ରଖିଲେ ମୋହନ ମାଝୀ ସରକାର । ଚାଷୀଙ୍କ ଖାତାକୁ ଗଲା ଇନପୁଟ ସବିସିଡି । ବରଗଡ ସୋହେଲାରୁ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

FARMER GETS INPUT SUBSIDY
FARMER GETS INPUT SUBSIDY (CMO)
author img

By ETV Bharat Odisha Team

Published : Dec 8, 2024, 4:55 PM IST

ବରଗଡ/ଭବାନୀପାଟଣା/ଝାରସୁଗୁଡା: କଥା ଦେଇ କଥା ରଖିଲେ ମୋହନ ମାଝୀ ସରକାର । ଚାଷୀଙ୍କ ଖାତାକୁ ଗଲା 800 ଟଙ୍କା ଲେଖାଏଁ ସବସିଡି । ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଇନପୁଟ ସବସିଡି ବଣ୍ଟନ କରିଛନ୍ତି । ରାଜ୍ୟରେ ବିଜେପି କ୍ଷମତାକୁ ଆସିଲେ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(MSP) 3100 ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିଲା ଦଳ । କ୍ଷମତାକୁ ଆସିବାର 6 ମାସ ପରେ ମୋହନ ମାଝୀ ସରକାର ଆଉ ଏକ ପ୍ରତିଶ୍ରୁତି ରକ୍ଷା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଖାଦ୍ୟ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହ ସ୍ଥାନୀୟ ବିଧାୟକ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଚାଷୀଙ୍କ ଖାତାକୁ ଗଲା ସବସିଡି:

ଚାଷୀଙ୍କ ଖାତାକୁ ଗଲା 800 ଇନପୁଟ ସବସିଡି (ETV Bharat Odisha)

ବରଗଡ ସୋହେଲା ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦ୍ର ସରକାରଙ୍କ 2300 ଟଙ୍କା ଏମଏସପି ସହିତ ରାଜ୍ୟ ସରକାରଙ୍କର 800 ଟଙ୍କା ଇନପୁଟ ସହାୟତା ରାଶି ପ୍ରଦାନ କରିଛନ୍ତି ।

  • ବରଗଡରୁ ଇନପୁଟ ସବିସିଡି ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ
  • ଚାଷୀଙ୍କ ଖାତାକୁ ଗଲା 800 ଇନପୁଟ ସବିସିଡି
  • ମୁଖ୍ୟମନ୍ତ୍ରୀ କହିଲେ ଆଜି ଐତିହାସିକ ଦିନ
  • ବିଜେଡି ସରକାରକୁ ବର୍ଷିଲେ
  • ମିଛ ପ୍ରତିଶ୍ରୁତି, ପ୍ରତାରଣା କରିଥିଲା ପୂର୍ବ ସରକାର କହିଲେ ମୁଖ୍ୟମନ୍ତ୍ରୀ
  • ସରକାର ହେବାର 6 ମାସ ଭିତରେ ପ୍ରତିଶ୍ରୁତି ପାଳନ କରିଛୁ

‘ଓଡ଼ିଶା ପାଇଁ ଏକ ଐତିହାସିକ ଦିନ’:

ସୋହେଲାରେ ବିଶାଳ ଚାଷୀ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ‘ଆଜି ଦିନଟି ଇତିହାସରେ ସ୍ବର୍ଣ୍ଣାକ୍ଷର ହୋଇ ଲିପିବଦ୍ଧ ହୋଇ ରହିବ । ଓଡିଶା ପାଇଁ ଏକ ଐତିହାସିକ ଦିନ । ଆଜି ଆପଣଙ୍କ କଠୋର ପରିଶ୍ରମର ଫଳ ଦେବାକୁ ସରକାର ସୁଦୂର ଭୁବନେଶ୍ବରରୁ ସୋହେଲାରେ ଆସିକି ପହଞ୍ଚିଛନ୍ତି । ଚାଷୀଙ୍କୁ ସମ୍ମାନ ଜଣାଇ, ସରକାରଙ୍କ ପ୍ରତିଶ୍ରୁତି ପାଳନ କରି କେନ୍ଦ୍ର ସରକାରଙ୍କ ଏମସପି 2300 ଟଙ୍କା ଇନପୁଟ ସହାୟତା ବାବଦକୁ ଅଧିକ 800 ଟଙ୍କା ପ୍ରଦାନର ଶୁଭାରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ଅଛି ।’

ନବୀନ ସରକାର ଉପରେ ବର୍ଷିଲେ:

ଚାଷୀ ଖାତାକୁ ଗଲା 800 ଇନପୁଟ ସବସିଡି
ଚାଷୀ ଖାତାକୁ ଗଲା 800 ଇନପୁଟ ସବସିଡି (ETV Bharat Odisha)

ସୋହେଲାରୁ ଏହାର ଶୁଭାରମ୍ଭ ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚାଷୀ ସମାବେଶକୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ‘2016 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ବିଣ୍ଟାଲ ପିଛା ଶହେ ଟଙ୍କା ବୋନସ ଦେବା ପାଇଁ ମିଛ ପ୍ରତିଶ୍ରୁତି ଦେଇଥିଲେ । ଭାରତୀୟ ଜନତା ପାର୍ଟି ଘୋଷଣା ପତ୍ରରେ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ, ଚାଷୀଙ୍କ ଆୟକୁ ଦ୍ବିଗୁଣିତ କରିବା ପାଇଁ, ଚାଷୀଙ୍କୁ ସଶକ୍ତକରଣ କରିବା ପାଇଁ କ୍ବିଣ୍ଟାଇ ପିଛା 800 ଟଙ୍କା ଅଧିକ ଇନପୁଟ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା । ଆମେ ପ୍ରତିଶ୍ରୁତି ପୂରଣ କରିଛୁ ।’ତେବେ ଏହି ବିଶାଳ ଚାଷୀ ସମାବେଶରେ ହଜାର ହଜାର ସଂଖ୍ୟାରେ ଚାଷୀ ଉପସ୍ଥିତ ଥିଲେ ।

ଚାଷୀଙ୍କୁ ଗଲା ସବସିଡି ଟଙ୍କା:

ପ୍ରତିଶ୍ରୁତି ପୂରଣ କଲେ ସରକାର । ଓଡିଶା ଚାଷୀ ପାଇଲେ ଧାନର ସର୍ବନିମ୍ନ ସହାୟତା ମୂଲ୍ୟ କ୍ବିଣ୍ଟାଲ ପିଛା ୨୩୦୦ ଟଙ୍କା ଉପରେ ୮୦୦ ଟଙ୍କାର ଇନପୁଟ ସହାୟତା l ବରଗଡ଼ ଜିଲ୍ଲା ସୋହେଲାରେ ଏହି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାବେଳେ ଝାରସୁଗୁଡାରେ ମଧ୍ୟ ଆଭାସି ମାଧ୍ୟମରେ ଏହା ପ୍ରଦର୍ଶିତ ହୋଇଛି । ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ, ଜିଲ୍ଲାପାଳ ଆବୋଲି ସୁନୀଲ ନରୱଣେ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ଅଧିକାରୀ କର୍ମଚାରୀ ଏବଂ ଝାରସୁଗୁଡା ଜିଲ୍ଲାର ସମସ୍ତ ପଞ୍ଚାୟତରୁ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହାସହ ବିନା କଟନି ଛଟନିରେ ଦଲାଲ ମୁକ୍ତ ଭାବରେ ଝାରସୁଗୁଡାରେ ମଧ୍ୟ ଆସନ୍ତାକାଲିଠୁ ଚାଷୀମାନେ ସିଧାସଳଖ ନିଜ ଧାନ ବିକ୍ରି କରିପାରିବେ । 48 ଘଣ୍ଟା ମଧ୍ୟରେ ଚାଷୀ ମାନଙ୍କ ଧାନର ଉଚିତ ମୂଲ୍ୟ ସେମାନଙ୍କ ଆକାଉଣ୍ଟକୁ ଆସିବ ବୋଲି କହିଛନ୍ତି ଝାରସୁଗୁଡା ବିଧାୟକ ।

କଳାହାଣ୍ଡିରେ ଚାଷୀ ପାଇଲେ ଟଙ୍କା:

ସେହିପରି କଳାହାଣ୍ଡି ଜିଲ୍ଲା ସଦର ମହକୁମାର ଭବାନୀପାଟଣା ମା’ ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ ପରିସରରେ ଏକ ବିଶାଳ ସମାବେଶ ଅନୁଷ୍ଟିତ ହୋଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ, ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ, ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବା ବେଳେ ପ୍ରାୟ ୮ ଜଣ ଚାଷୀଙ୍କୁ ଆଜି ଇନପୁଟ ସବସିଡି ଟଙ୍କା ପ୍ରଦାନ୍ କରାଯାଇଛି ।

ସେହିପରି ସମସ୍ତ ମଣ୍ଡି ମାନଙ୍କରେ ବିନା କଟନୀ ଛଟନୀରେ ଧାନ ସଂଗ୍ରହ କରାଯିବ ଓ ଚାଷୀଙ୍କୁ ୨୪ ଘଣ୍ଟା ମଧ୍ୟରେ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଏନେଇ ହିତାଧିକାରୀ ଚାଷୀ ହୃଦାନନ୍ଦ କଂଶାରି କହିଛନ୍ତି, ‘ବିଗତ ୨୪ ବର୍ଷ ସରକାର ରେ ଆମେ ଏଭଳି ସୁବିଧା ପାଇ ନାହୁଁ ହେଲେ ଏବେ ମୋହନ ମାଝୀଙ୍କ ସରକାର ରେ ଆମେ ଲାଭବାନ ହୋଇପାରିବୁ, ଚାଷୀ ଅନେକ ଦୁଃଖ କଷ୍ଟରେ ଥିଲେ ଏବେ ଚାଷୀ ବହୁତ ଉତ୍ସାହିତ କାରଣ କଷ୍ଟ ଉପାର୍ଜିତ ଧାନର ସଠିକ ଟଙ୍କା ମିଳିବ’

ଏହା ମଧ୍ୟ ପଢନ୍ତୁ:

ସୋହେଲାରୁ ରବି-ଖରିଫ ଧାନ କିଣା, କ୍ବିଣ୍ଟାଲ ୩୧୦୦, MSP ଉପରେ ବୋନସ - Paddy Procurement

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ନିଷ୍ପତ୍ତି, ୪୮ ଘଣ୍ଟାରେ ଚାଷୀଙ୍କ ଆକାଉଣ୍ଟକୁ ବର୍ଦ୍ଧିତ MSP

ନଭେମ୍ବର ୨୦ରୁ ବରଗଡରୁ ଆରମ୍ଭ ହେବ ଧାନ ସଂଗ୍ରହ

କ୍ଷୁଦ୍ରଚାଷୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା: ଦେଶରେ ଉତ୍ପାଦିତ ଚା'ରେ 53% ଅବଦାନ, ଖୁବଶୀଘ୍ର MSP ଘୋଷଣା !

ସେପଟେ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି, " ଆଜି ଏକ ଐତିହାସିକ ଦିନ କାରଣ ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ନିଜର ଯାହା ପ୍ରତିଶ୍ରୁତି ଦେଇଥିଲା ଯେ ୨୦୨୪ ରେ ସରକାରରେ ଆସିବୁ ଓ ଚାଷୀଙ୍କ ୩୧୦୦ ଟଙ୍କା MSP ଦେବୁ ବୋଲି କୁହାଯାଇଥିଲା । ଆଜି ତାହା ପୂରଣ ହୋଇଛି । ଆଜି କଳାହାଣ୍ଡି ଜିଲ୍ଲାରେ ୮ ଜଣ ଚାଷୀଙ୍କୁ ଟଙ୍କା ପ୍ରଦାନ କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି ।’

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.