ETV Bharat / state

ବସିଲା କ୍ୟାବିନେଟ ବୈଠକ; ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର - Odisha Cabinet Meeting

Odisha Cabinet Meeting: ମୋହନ ସରକାରର ଦ୍ଵିତୀୟ କ୍ୟାବିନେଟ ବୈଠକ ଆଜି ବସିଛି । ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ ମୋହର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jul 10, 2024, 11:42 AM IST

Updated : Jul 10, 2024, 2:24 PM IST

ବସିଲା କ୍ୟାବିନେଟ ବୈଠକ; ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର
ବସିଲା କ୍ୟାବିନେଟ ବୈଠକ; ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିବ ମୋହର (ETV Bharat Odisha)

ଭୁବନେଶ୍ବର: ନବଗଠିତ ମୋହନ ସରକାରର ଦ୍ଵିତୀୟ କ୍ୟାବିନେଟ ବୈଠକ ଆଜି (ବୁଧବାର) ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବୈଠକ ବସିଛି । ଏଥିରେ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଓ ପ୍ରଭାତୀ ପରିଡାଙ୍କ ସମେତ ସମସ୍ତ କ୍ୟାବିନେଟ ମନ୍ତ୍ରୀ ଉପସ୍ଥିତ ଅଛନ୍ତି । ଆଜିର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ବିଶେଷ କରି ବିଜେପିର ନିର୍ବାଚନୀ ଇସ୍ତାହାରକୁ ପୂରଣ କରିବା ନେଇ ଆସିଥିବା ପ୍ରସ୍ତାବରେ ବାଜିପାରେ ମୋହର ।

ସେହିପରି ଆସନ୍ତା 22 ତାରିଖରୁ ବିଧାନସଭା ବଜେଟ ଅଧିବେଶନ ଆରମ୍ଭ ହେବ । 25 ତାରିଖରେ ଅର୍ଥମନ୍ତ୍ରୀ ୨୦୨୪-୨୫ ବର୍ଷ ପାଇଁ ବଜେଟ ଆଗତ ହେବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ବଜେଟକୁ ଆଜି ରାଜ୍ୟ କ୍ୟାବିନେଟର ମୋହର ବାଜିବ । ଏଥିସହ କୃଷି, ଜଳସମ୍ପଦ, ଯୋଜନା ଓ ସଂଯୋଜନ, ଆଇନ ଓ ପୂର୍ତ୍ତ ବିଭାଗ ସମ୍ପର୍କିତ କେତେଗୁଡିଏ ନିଷ୍ପତ୍ତି ନିଆଯାଇପାରେ । ଏହାପୂର୍ବରୁ ମୋହନ ସରକାର ଶପଥ ନେବା ଦିନ ପ୍ରଥମ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ 4 ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଥିଲା ।

ଏହା ମଧ୍ୟ ପଢନ୍ତୁ: ମୋହନ ସରକାରଙ୍କ ପ୍ରଥମ କ୍ୟାବିନେଟ୍ ବୈଠକ: ୪ ପ୍ରସ୍ତାବରେ ବାଜିଲା ମୋହର, ଆଜି ଖୋଲିବ ଶ୍ରୀମନ୍ଦିର ୪ଦ୍ବାର - Cabinet Meeting

ଏହା ମଧ୍ୟ ପଢନ୍ତୁ: 4 ବର୍ଷ ପରେ ‘ଲୋକସେବା ଭବନ’କୁ ପ୍ରବେଶ କଲା ଗଣମାଧ୍ୟମ, ବିଭିନ୍ନ ମହଲରେ ସ୍ବାଗତ - Lok seva Bhawan open for journalist

ଗତ ଜୁନ ୧୨ ତାରିଖରେ ନୂଆ ମୋହନ ସରକାରର ଶପଥ ଗ୍ରହଣ ଦିନ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା । ଏଥିରେ ଶ୍ରୀମନ୍ଦିର ଚାରିଦ୍ବାର ଖୋଲାଯିବା, ଶ୍ରୀମନ୍ଦିର ପାଇଁ ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି, ଧାନର ଏମଏସପି ୩୧୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ ସୁଭଦ୍ରା ଯୋଜନାରେ ମହିଳା ୫୦ ହଜାର ଟଙ୍କାର ଭାଇଚର ପ୍ରଦାନ ନେଇ ନିଷ୍ପତ୍ତି ହୋଇଥିଲା । ଏହି କ୍ୟାବିନେଟ ବୈଠକ ପରଦିନ ଶ୍ରୀମନ୍ଦିର ଚାରିଦ୍ବାର ଖୋଲା ଯାଇଥିଲା । ମୁଖ୍ୟମନ୍ତ୍ରୀ ଏବଂ ଅନ୍ୟ ମନ୍ତ୍ରୀମାନଙ୍କ ଉପସ୍ଥିତିରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ପରେ ଖୋଲା ହୋଇଥିଲା ଚାରିଦ୍ବାର । ଆଜିର କ୍ୟାବିନେଟ ବୈଠକରେ ମଧ୍ୟ ଅନେକଗୁଡିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବା ନେଇ ଆଶା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 10, 2024, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.