ETV Bharat / state

ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଟି ଓଡ଼ିଆ ଖାଦ୍ୟ; ମା'ଙ୍କ ହାତରୁ ଖାଇଲେ ପଖାଳ ସାଙ୍ଗକୁ ଶାଗଭଜା ଓ ବଡ଼ିଚୁରା... - Mohan Majhi Eats Home Cooked Food

author img

By ETV Bharat Odisha Team

Published : Jun 24, 2024, 7:38 PM IST

Updated : Jun 24, 2024, 8:06 PM IST

Know What CM Mohan Majhi Eats At His Home In Raikala: ମୁଖ୍ୟମନ୍ତ୍ରୀ ହେବା ପରେ ନାଁ ତାଙ୍କ ଖାଦ୍ୟରେ ପରିବର୍ତ୍ତନ ଅଛି ନାଁ ବ୍ୟବହାରରେ । ଆଜି ନିଜ ଜନ୍ମମାଟି ରାଇକଳା ଗସ୍ତ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମା’ ପରଷି ଦେଇଥିଲେ ପଖାଳ ସାଙ୍ଗକୁ ପୁଅର ମନ ପସନ୍ଦିତା ଖାଇବା । ତେବେ ମୁଖ୍ୟମନ୍ତ୍ରୀ କେଉଁ ଖାଇବା ପସନ୍ଦ ଓ ଆଜି ଘରେ ସେ କ'ଣ ଖାଇଲେ ପଢ଼ନ୍ତୁ...

Odisha CM Mohan Charan Majhi
Odisha CM Mohan Charan Majhi (ETV Bharat Odisha)

ଭୁବନେଶ୍ବର: ଖାଣ୍ଟି ଓଡ଼ିଆଙ୍କ ମନ କଂସାଏ ପଖାଳରେ ଥାଏ । ପଖାଳ ଆଗରେ ସେ ତାରକା ହୋଟେଲ ଖାଇବା ବି ଫିକା ଲାଗେ । ସେ ଯେତେ ବଡ଼ ଲୋକ ହେଉ ନା କାହିଁକି ପଖାଳ ଗଣ୍ଡାଏ ଖାଇଲେ, ଓଃ କି ଶାନ୍ତି...। ଏଥିରୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବା ବାଦ ପଡ଼ିବେ କେମିତି । ମୁଖ୍ୟମନ୍ତ୍ରୀ ହେବା ପରେ ନାଁ ତାଙ୍କ ଖାଦ୍ୟରେ କିଛି ପରିବର୍ତ୍ତନ ହୋଇଛି, ନାଁ ଖାଦ୍ୟ ରୂଚିରେ । ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ଯେଉଁ ଖାଇବା ତାଙ୍କର ପସନ୍ଦ ଥିଲା ଆଜି ବି ତାହା ବରାବର ରହିଛି । ଆଉ ଏଥିପାଇଁ ତ ଆଜି ନିଜ ଗାଁକୁ ଗସ୍ତକରି ଥିବା ବେଳେ ପୁଅର ମନକଥା ବୁଝି ପଖାଳ କଂସା ସଜାଡି ରଖିଥିଲେ ମୋହନଙ୍କ ମା’ । ଆଉ ନିଜ ହାତରେ ପୁଅକୁ ପଖାଳ ଖୁଆଇ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନିଜ ଜନ୍ମମାଟି ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଉ ଗାଁରେ ପହଞ୍ଚିବା କ୍ଷଣି ଗାଁ ମାଟିର ପୁଅକୁ ଭବ୍ୟ ସ୍ବାଗତ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ଗ୍ରାମବାସୀ । ସେପଟେ ନିଜ ପୈତୃକ ଘରେ ପହଞ୍ଚିବା ପରେ ନିଜ ମାଆଙ୍କୁ ଭେଟି ସାଷ୍ଟ୍ରାଙ୍ଗ ପ୍ରମାଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଉ ମାଆ ନିଜ ହାତରେ ପୁଅଙ୍କ ମନ ପସନ୍ଦିଆ ଖାଣ୍ଡି ଓଡ଼ିଶା ଖାଇବା ପରଷି ଦେଇଥିଲେ । ମୁଖ୍ୟମନ୍ତ୍ରୀ ମଧ୍ୟାହ୍ନ ଭୋଜନରେ ମାଆଙ୍କ ହାତରୁ ପଖାଳ ଖାଇ ବେସ ଉତ୍ସାହିତ ଥିବା କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରିୟ ଖାଦ୍ୟ:

ଆଜି ନିଜ ଗାଁ ରାଇକଳା ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ହେବା ପରେ ଏହା ଗାଁକୁ ତାଙ୍କର ପ୍ରଥମ ଗସ୍ତ । ତେବେ ମୁଖ୍ୟମନ୍ତ୍ରୀଙ୍କ ପସନ୍ଦ ଖାଣ୍ଡି ଓଡ଼ିଆ ଖାଇବା । ଆଉ ସବୁଠାରୁ ବେସି ପସନ୍ଦ ମାଆର ହାତ ରନ୍ଧା ଖାଇବା । ଯେପରିକି ପଖାଳ ଭାତ, ଶାଗ, ବଡ଼ିଚୁରା, ସଜନା ଶାଗ ଭଜା, କୁନ୍ଦୁରି ଭଜା, ରୋମା ଛୁଇଁ ଭଜା, ବାଇଗଣ ଭର୍ତ୍ତା, ଆଳୁଭଜା ଭଳି ଅନେକ ଓଡ଼ିଆ ଖାଇବା ମୁଖ୍ୟମନ୍ତ୍ରୀଙ୍କ ଭାରି ପସନ୍ଦ । ଆଉ ଆଜି ନିଜ ଘରେ ପହଞ୍ଚିବା କ୍ଷଣି ମୁଖ୍ୟମନ୍ତ୍ରୀଙ୍କ ମାଆ ପୁଅର ସବୁ ପସନ୍ଦିତା ଖାଇବା ପ୍ରସ୍ତୁତ କରିଥିଲେ । ଆଉ ନିଜ ହାତରେ ପୁଅକୁ ପଖାଳ ଖୁଆଇ ଦେଇଥିଲେ ।

Odisha CM Mohan Charan Majhi
Odisha CM Mohan Charan Majhi (Etv Bharat Odisha)

ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, "ଭୁବନେଶ୍ବରରୁ ଯେତେବେଳେ ବି ଗାଁକୁ ଆସେ ଗାଁରେ ମାଆ ଯାହା ରୋଷେଇ କରିଥାଏ ଖାଏ । ଓଡ଼ିଆ ଖାଇବାରେ ଯେଉଁ ଆନନ୍ଦ ଥାଏ ତାହା ଫାଇବ ଷ୍ଟାର ହୋଟେଲ ଖାଇବାରେ ନଥାଏ । କାରଣ ମାଆ ହାତରନ୍ଧାରେ ସ୍ନେହ ମମତା ପରିବାର ଲୋକଙ୍କ ଭଲ ପାଇବା ଥାଏ । ଏହି ଭଲ ପାଇବା ହିଁ ଖାଇବାରେ ମଧୁରତା ଆଣେ । ଆଉ ଯାହା ଆଜି ଖାଇବା ପରେ ମୁଁ ଅନୁଭବ କରିଛି ।"

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆହୁରି ମଧ୍ୟ କହିଛନ୍ତି, "ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ଆମ ଗାଁରେ ରଜ ହୁଏ, ଦୋଳି ଖେଳ ହୁଏ ଓ ତାସ ଖେଳ ହୁଏ । ଆମେ ଯେତେ ଉପରକୁ ଗଲେ ମଧ୍ୟ ଗାଁର ପରମ୍ପରା ସଂସ୍କୃତିକୁ ଭୁଲିବା କଥା ନୁହେଁ ।"

ମୁଖ୍ୟମନ୍ତ୍ରୀଙ୍କୁ କେଉଁ ଖାଦ୍ୟ ପରଷିଲେ ପରିବାର ଲୋକ:

ମୁଖ୍ୟମନ୍ତ୍ରୀ ହେବାପରେ ମୋହନ ପ୍ରଥମ ଥର ଗାଁକୁ ଯାଇ ଯେତିକି ଉତ୍ସାହିତ ଥିଲେ ତା'ଠାରୁ ଅଧିକ ଖୁସିଥିଲେ ମୁଖ୍ୟମନ୍ତ୍ରୀଙ୍କ ସମ୍ପକୀୟ । ଆଉ ମୁଖ୍ୟମନ୍ତ୍ରୀଙ୍କ ଭୋଜନ ପାଇଁ ଖାଣ୍ଟି ଓଡ଼ିଆ ଘରର ଖାଇବା ପ୍ରସ୍ତୁତ କରିଥିଲେ ପରିବାର ଓ ସମ୍ପର୍କୀୟ ଲୋକ । ଯେଉଁଥିରେ ପଖାଳ ଭାତ, ଆଳୁ କଲରା ଭଜା, ପୋଟଳ ଆଳୁ ଭଜା, ବାଇଗଣ ଭର୍ତା, ଶାଗ ଭଜା, ବଡ଼ିଚୁରା, ପନିର ଓ ଆଳୁ କୁନ୍ଦୁରି ଭଜା । ଏନେଇ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ କହିଛନ୍ତି ଯେ, ମୋହନ ମାଝୀ ଯେତେବେଳେ ବି ଘରକୁ ଆସନ୍ତି ସବୁବେଳେ ଘର ତିଆରି କାଇବା ହିଁ ଖାଆନ୍ତି । ଆଜି ମୁଖ୍ୟମନ୍ତ୍ରୀ ଭାବରେ ପ୍ରଥମ ଥର ଆସିଛନ୍ତି । ତାଙ୍କ ପାଇଁ ତାଙ୍କ ମନ ପସନ୍ଦର ଖାଇବା ପ୍ରସ୍ତୁତ କରିଥିଲୁ । ଏଥିପାଇଁ ସେମାନେ ବହୁତ ଖୁସି ଅଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ରନ୍ଧା ହୋଇଛି ପ୍ରିୟ ଖାଦ୍ୟ ପଖାଳ ଓ ଶାଗ ଭଜା - Cm Mohan Majhi kendujhar visit

ମା'ଙ୍କ ଠାରୁ ନେଲେ ଆଶୀର୍ବାଦ:

ମୁଖ୍ୟମନ୍ତ୍ରୀ ନିଜ ଗାଁ ରାଇକଳା ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ଗ୍ରାମବାସୀ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା କରିଥିଲେ । ନିଜ ପୈତୃକ ଘରେ ପହଞ୍ଚିବା ପରେ ନିଜ ମାଆଙ୍କ ପାଦ ଛୁଇଁ ସାଷ୍ଟ୍ରାଙ୍ଗ ପ୍ରମାଣ କରିବା ସହ ଆଶୀର୍ବାଦ ନେଇଥିଲେ ମୋହନ ମାଝୀ । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ ।

ସେପେଟ ରାଇକଳାରେ ବିଶାଳ ରୋଡ଼ ସୋ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରୋଡ଼ ସୋ ବେଳେ ରାସ୍ତାର ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ ରାଇକଳା ଗ୍ରାମବାସୀ । ଗାଁ ଲୋକ, ଆତ୍ମୀୟସ୍ୱଜନ ମାଟିର ପୁଅ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇଁ ଖୁସିରେ ଆତ୍ମହରା ହୋଇପଡିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 24, 2024, 8:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.