ETV Bharat / state

ବିଜେପି କାର୍ଯ୍ୟାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ, ଶୁଣିଲେ ଲୋକଙ୍କ ଅଭିଯୋଗ - CM VISIT BJP PARTY OFFICE

author img

By ETV Bharat Odisha Team

Published : Jun 20, 2024, 6:05 PM IST

CM VISITS BJP PARTY OFFICE: ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ପାଇଁ ରାଜ୍ୟ ବିଜେପି କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ବିଭିନ୍ନ ଲୋକଙ୍କ ସହ ମିଶିବା ସହ ଶୁଣିଛନ୍ତି ଲୋକଙ୍କ ଦୁଃଖ । ଅଧିକ ପଢନ୍ତୁ

CM VISIT BJP PARTY OFFICE
CM VISIT BJP PARTY OFFICE (ETV Bharat Odisha)

ଭୁବନେଶ୍ବର: ଓଡିଶାବାସୀଙ୍କ ପୂର୍ଣ୍ଣ ଜନମତ ହାସଲ କରି ପ୍ରଥମ ଥର ପାଇଁ ଏକାକୀ ବିଜେପି ରାଜ୍ୟରେ ସରକାର ଗଠନ କରିଛି । ଶପଥ ଗ୍ରହଣ ଦିନଠାରୁ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଜନସାଧାରଣଙ୍କ ସହ ମିଶୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଶପଥ ଓ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ ଥର ପାଇଁ ଦଳୀୟ କାର୍ଯ୍ୟାଳୟକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ସାଧାରଣ କାର୍ଯ୍ୟକର୍ତ୍ତା ଠାରୁ ଆରମ୍ଭ କରି ଦଳୀୟ ନେତୃବୃନ୍ଦ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ଜଣାଇ ପାଛୋଟି ନେଇଥିଲେ ।

ରାଜ୍ୟ ସଭାପତି ମନମୋହନ ସାମଲ, କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖଙ୍କ ସମେତ ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ ଓ ପ୍ରଭାତୀ ପରିଡା ଏବଂ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନେକ ମନ୍ତ୍ରୀଗଣ ଓ ଦଳୀୟ ପଦାଧିକାରୀ ଉପସ୍ଥିତ ରହି ସ୍ୱାଗତ କରିଥିଲେ । ଦଳୀୟ ବୈଠକରେ ଯୋଗ ଦେବା ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିବା ଦଳୀୟ କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତାଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଗ୍ରହଣ କରିବା ସହିତ ସେମାନଙ୍କ ଅଭିଯୋଗ ଓ ସମସ୍ୟା ବିଷୟରେ ପଚାରି ବୁଝିଥିଲେ ।

ଦୀର୍ଘ ବର୍ଷ ଧରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ପଡିଥିଲା ଏବଂ ସାଧାରଣ ଲୋକଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିଲା କି କୈାଣସି ଅଭିଯୋଗ କରିବା ସମ୍ଭବ ହେଉନଥିଲା । ସରକାର ପରିବର୍ତ୍ତନ ହେବା ପରେ ସାଧାରଣ ଜନତା ନୂତନ ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ଭେଟ ହୋଇ କଥାବାର୍ତ୍ତା ହେଉଛନ୍ତି ଏବଂ ଅଭିଯୋଗ ଉପସ୍ଥାପନ କରୁଛନ୍ତି । ପ୍ରତ୍ୟେକ ଅଭିଯୋଗକୁ ଶୁଣି ତାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ମଧ୍ୟ ଦେଉଛନ୍ତି ।

ଏହା ମଧ୍ୟ ପଢନ୍ତୁ ....‘ଲୋକଙ୍କ ସମସ୍ୟା ସମାଧାନ ପଞ୍ଚାୟତିରାଜ ବିଭାଗର ପ୍ରଧାନ ଆଭିମୁଖ୍ୟ’ - Panchayati Raj department

ସେହିପରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି ଯେ ,୨୪ ନିର୍ବାଚନ ପ୍ରସଙ୍ଗରେ ହେଲା ଆଲୋଚନା । ସମସ୍ତ ନେତା ନିଜ ନିଜ ମତ ଦେଇଥିଲେ । କେଉଁଠି କ'ଣ କମ୍ ରହିଲା, କେଉଁଠି କ'ଣ ଉପଲବ୍ଧି ରହିଲା ସବୁ ବିଷୟରେ ଫିଡ୍ ବ୍ୟାକ୍ ଦେଲେ କର୍ମୀ ଓ ନେତା । ଦଳର ଭଲ ଫଳାଫଳ ପଛରେ ଥିବା କାରଣ ବିଷୟରେ ନିର୍ବାଚନ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି ।ସାଧାରଣ କାର୍ଯ୍ୟକର୍ତ୍ତା ଅସାଧାରଣ କାମ କରିଛନ୍ତି । ସମସ୍ତଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଦିଆଯାଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.